ବଅଁରପାଳ ବ୍ଲକରେ ୯୦ କୁଷ୍ଠ ରୋଗୀ ଚିହ୍ନଟ

ବଅଁରପାଳ, ୨୨।୬ (ଡି.ଏନ୍‌.ଏ.) – ବଅଁରପାଳ ବ୍ଲକ ଅଞ୍ଚଳରେ ଚଳିତବର୍ଷ ୯୦ ଜଣ କୁଷ୍ଠ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜଣାପଡ଼ିଛି। ୨୦୧୮ ଏପ୍ରିଲ ଠାରୁ ୨୦୧୯ ମାର୍ଚ୍ଚ ମଧ୍ୟରେ ଏହି ଚିହ୍ନଟ ହୋଇଥିଲା। ୨୦୧୭-୧୮ରେ ୪୪ ଜଣ କୁଷ୍ଠ ରୋଗୀ ଚିହ୍ନଟ ହୋଇଥିବାବେଳେ ଚଳିତ ବର୍ଷ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି। ୨୦୧୮ ଏପ୍ରିଲରେ ୪ ଜଣଙ୍କୁ ଚିହ୍ନଟ କରାଯାଇଥିଲା। ମେ’ରେ ୩ ଜଣ, ଜୁନ୍‌ରେ ୫, ଜୁଲାଇରେ ୨, ଅଗଷ୍ଟରେ ୨ ଜଣ, ସେପ୍ଟେମ୍ବରରେ ୧, ଅକ୍ଟୋବରରେ ୩୦, ନଭେମ୍ବରରେ ୬, ୨୦୧୯ ଜାନୁୟାରୀରେ ୩, ଫେବୃୟାରୀରେ ୨୭ ଜଣ, ମାର୍ଚ୍ଚ ୭ ଜଣଙ୍କୁ ଚିହ୍ନଟ କରାଯାଇଛି। ତେବେ ନାଲକୋ ଅଞ୍ଚଳରେ ସର୍ବାଧିକ ୨୫ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଥିବାବେଳେ ଜରାସିଂହା, ଶାକସିଂହା, ବଳରାମପ୍ରସାଦ, ବନ୍ଦା, ନୂଆହତା, ତଳମୂଳ ସମେତ ଆଉ କେତେକ ଅଞ୍ଚଳରେ କୁଷ୍ଠ ରୋଗୀ ଥିବା ଜଣାପଡ଼ିଛି। ରୋଗୀ ଏକ ବର୍ଷ ମଧ୍ୟରେ ଔଷଧ ଖାଇଲେ ରୋଗ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇପାରିବ ବୋଲି ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଛି। ସେହିପରି ସ୍ବଳ୍ପ ଜୀବାଣୁଗ୍ରସ୍ତ ରୋଗୀ ୬ ମାସ ଔଷଧ ଖାଇଲେ ଏହି ରୋଗ ଭଲ ହେବ। ତେବେ ୪୦ ଜଣ ପୁରୁଣା ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି। ମାତ୍ର ଅଞ୍ଚଳରେ ଆହୁରି ଅନେକ ରୋଗୀ ରହିଥିବା ସନ୍ଦେହ କରାଯାଉଛି। ଏହି ରୋଗର ନିରାକାରଣ ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। କାନ୍ଥ ବାଡ଼ରେ ସଚେତନତା ବାର୍ତ୍ତାମାନ ଲେଖାଯାଉଛି। ହେଲେ ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କାନ୍ଥରେ ଲେଖାଯାଇଥିବା ସଚେତନତା ବାର୍ତ୍ତା ଦୀର୍ଘ ଦିନ ହେଲା ଲିଭି ଯାଇଥିବାବେଳେ ଏହାକୁ ପୁନର୍ବାର ଲେଖା ଯାଉନାହିଁ। ଏ ସମ୍ପର୍କରେ ବ୍ଲକ ନୋଡାଲ ଲେପର୍ସି ଅଧିକାରୀ ସୁମନ୍ତ କୁମାର ରାଉତ କୁହନ୍ତି, ବହୁ ରୋଗୀ ଔଷଧ ଖାଇ ଭଲ ହେଲେଣି। ପୂର୍ବ ଅପେକ୍ଷା ରୋଗୀମାନଙ୍କ ସଂଖ୍ୟା କମୁଛି। ତେବେ ଡାକ୍ତରଖାନା କାନ୍ଥରେ ଲେଖାଯାଇଥିବା ସଚେତନତା ବାର୍ତ୍ତା ନିର୍ବାଚନ ସମୟରେ ଲିଭି ଯାଇଛି। ପୁଣି ଏଗୁଡ଼ିକ ଲେଖାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri