Posted inUncategorized

ପତ୍ର ହଲିଲେ ବିଜୁଳି ଛୁ

ଅନୁଗୋଳ ଅଫିସ, ୧୨।୬- ତତଲା କଡେଇରେ ପରିଣତ ହୋଇଥିବା ଅନୁଗୋଳ ଜିଲାରେ ଘୋର ବିଦ୍ୟୁତ୍‌ ବିଭ୍ରାଟ ଜନଜୀବନକୁ କଲବଲ କରୁଛି। ସହରରେ ଦିନକୁ ୧୦ରୁ ଊର୍ଦ୍ଧ୍ୱ ଥର ବିଦ୍ୟୁତ୍‌ କାଟ ହେଉଥିବାବେଳେ ଗାଁ ଗହଳିରେ ଅବସ୍ଥା ସଙ୍ଗିନ ହୋଇପଡିଛି। ନିର୍ଧୂମ ଖରାରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍‌ କାଟ କରାଯାଉଛି। ଯେତିକି ସମୟ ରହୁଛି ଲୋ ଭୋଲଟେଜ ଯୋଗୁ ବିଦ୍ୟୁତ୍‌ ନ ଥିବା ଭଳି ଅବସ୍ଥା ହେଉଛି। ଏଥିରୁ ଡାକ୍ତରଖାନା, ବ୍ୟାଙ୍କ ବି ବାଦ ପଡୁନି। ସାମାନ୍ୟ ପବନରେ ବି ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା ବିଗିଡିଯାଇଥିବା କହି ବିଭାଗୀୟ କର୍ମଚାରୀ ଦାୟିତ୍ୱରୁ ମୁହଁ ଫେରାଉଥିବା ଅଭିଯୋଗ ହେଉଛି। ଏପରିକି ଅଧିକାଂଶ ସମୟରେ ବିଭାଗୀୟ ଅଧିକାରୀମାନେ ଫୋନ ନ ଉଠାଉ ଥିବାରୁ ତୀବ୍ର ଜନଅସନ୍ତୋଷ ସୃଷ୍ଟି ହୋଇଛି।
ଅନୁଗୋଳ ସହର ସମେତ ଉପକଣ୍ଠରେ ବିଜୁଳି ସମସ୍ୟା ଯୋଗୁ ଲୋକଙ୍କ ଦୁର୍ଦ୍ଦଶା ବଢିଛି। ଥରେ ବିଦ୍ୟୁତ୍‌ କାଟ ହେଲେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଛି। ଏପରି କି ସନ୍ଧ୍ୟାରେ ସାମାନ୍ୟ ପବନରେ ପତ୍ର ହଲିବାକ୍ଷଣି ହିଁ ବିଜୁଳିର ଦେଖା ମିଳୁନି। ଫଳରେ ପ୍ରବଳ ଗରମରେ ଲୋକେ ଆଉଟୁପାଉଟୁ ହେଉଛନ୍ତି। ଡାକ୍ତରଖାନାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ରୋଗୀଙ୍କୁ ସେମାନଙ୍କ ସମ୍ପର୍କୀୟ ଓ୍ବାର୍ଡରୁ ବାରଣ୍ଡାକୁ ନେଇଆସୁଛନ୍ତି। ଲୋକେ ବାରମ୍ବାର ବିଭାଗୀୟ କର୍ମଚାରୀଙ୍କୁ ଫୋନ୍‌ କରି ନୟାନ୍ତ ହେଉଥିଲେ ମଧ୍ୟ କେହି ଫୋନ୍‌ ଉଠାଉ ନାହାନ୍ତି। ବିଦ୍ୟୁତ କାର୍ଯ୍ୟାଳୟକୁ ଗଲେ ମଧ୍ୟ କୌଣସି ସନ୍ତୋଷ ଜନକ ଉତ୍ତର ମିଳୁନାହିଁ। ସେହିପରି ସହରସ୍ଥିତ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ମଧ୍ୟ ସମାନ ଅବସ୍ଥା। ବିଦ୍ୟୁତ୍‌ କାଟ ହେଲେ ଜେନେରେଟର ଲଗାଯାଉ ନ ଥିବାରୁ ପ୍ରବଳ ଗରମରେ ଉପଭୋକ୍ତାମାନେ ଲାଇନରେ ଘଣ୍ଟା ଘଣ୍ଟା ଧରି ଛିଡା ହେଉଛନ୍ତି। ବ୍ୟାଙ୍କକୁ ଆସୁଥିବା ବରିଷ୍ଠ ନାଗରିକମାନେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଏ ସମ୍ପର୍କରେ ସେସୁର ଡେପୁଟି ମ୍ୟାନେଜର ଦୀପକ କୁମାର ବିଆରସିଂହଙ୍କୁ ପଚାରିବାରେ କହିଛନ୍ତି, ଦିନରେ ଓଭର ଲୋଡିଂ କାରଣରୁ ବିଦ୍ୟୁତ ସମସ୍ୟା ଦେଖାଦେଉଛି। ଖରାଦିନରେ ଏହି ସମସ୍ୟା ଦେଖାଯିବା ସ୍ବାଭାବିକ। ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ଝଡ଼ ତୋଫାନ ହେଉଛି। ଏଥିଯୋଗୁ ବିଭିନ୍ନ ସ୍ଥାନରେ ଗଛ ଉପୁଡିବା ସହ ଡାଳ ଭାଙ୍ଗି ବିଦ୍ୟୁତ ତାର ଉପରେ ପଡୁଛି। ମରାମତି କରି ବିଦ୍ୟୁତ ସଂଯୋଗ ଦେବାରେ ବିଳମ୍ବ ହେଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?