ଟ୍ୟାଙ୍କର ପାଣିକୁ ନେଇ ତାଳଚେରବାସୀଙ୍କ ପ୍ରଶ୍ନ: ତଥ୍ୟରେ ବଳକା, ତଥାପି ସଙ୍କଟ କେମିତି

ତାଳଚେର, ୧୨ା୬- ୨୦୧୧ ଜନଗଣନା ଅନୁଯାୟୀ ତାଳଚେର ସହରର ଲୋକସଂଖ୍ୟା ୪୦ ହଜାର ୮୪୧। ବର୍ତ୍ତମାନର ସ୍ଥିତି ଓ ବାହାର ଲୋକଙ୍କୁ ହିସାବକୁ ନେଲେ ଏହା ପ୍ରାୟ ୫୦ ହଜାର ହେବ। ଜନସ୍ବାସ୍ଥ୍ୟ ବିଭାଗର ହିସାବ କହୁଛି ଏହି ପୌରାଞ୍ଚଳବାସୀଙ୍କ ନିମନ୍ତେ ଦୈନିକ ୭.୧୭ ଏମ୍‌ଏଲ୍‌ଡି (ମିଲିୟନ ଲିଟର ପର ଡେ) ଜଳ ଆବଶ୍ୟକ। କିନ୍ତୁ ବିଭାଗ ୦.୧୭ ଏମ୍‌ଏଲ୍‌ଡି କମ୍‌ ଅର୍ଥାତ୍‌ ୭ ଏମ୍‌ଏଲ୍‌ଡି ଯୋଗାଣ କରୁଛି। ସେହିପରି ପ୍ରଶାସନ ପକ୍ଷରୁ ଏମ୍‌ସିଏଲ୍‌ ଅର୍ଥରେ ୦.୮୦ ଏମ୍‌ଏଲ୍‌ଡି ଜଳ ଟ୍ୟାଙ୍କର ଯୋଗେ ଯୋଗାଇ ଦିଆଯାଉଥିବା କୁହାଯାଉଛି। ତେଣୁ ତାଳଚେରବାସୀ ୦.୬୩ ଏମ୍‌ଏଲ୍‌ଡି ଜଳ ଅଧିକ ପାଉଥିବା ଉପରୋକ୍ତ ତଥ୍ୟରୁ ସ୍ପଷ୍ଟ ହେଉଛି। ହେଲେ ଏପରି ସ୍ଥିତିରେ ପୌରାଞ୍ଚଳରେ ଦୈନିକ ଜଳାଭାବ କେମିତି ଦେଖାଦେଉଛି ତାହା ବୁଝିପାରୁନାହାନ୍ତି ସହରବାସୀ। ପ୍ରଶାସନ ତଥ୍ୟରେ ତାଳମେଳ ଅଭାବ ଜଳ ଜଳ ଦିଶୁଥିବା ବେଳେ ଟ୍ୟାଙ୍କର ପାଣିର ଠିକ୍‌ଣା ଯୋଗାଣ ନେଇ ସେମାନେ ସନ୍ଦେହରେ ପଡ଼ିଛନ୍ତି।
ମିଳିଥିବା ତଥ୍ୟ ଅନୁଯାୟୀ, ତାଳଚେର ପୌରାଞ୍ଚଳର ୨୧ ଓ୍ବାର୍ଡରେ ଜନସ୍ବାସ୍ଥ୍ୟ ବିଭାଗର ୩ ହଜାର କଞ୍ଜୁମର ଅଛନ୍ତି। ସେମାନଙ୍କ ବ୍ୟତୀତ ୧୮୫ଟି ଷ୍ଟାଣ୍ଡପୋଷ୍ଟ ମାଧ୍ୟମରେ ଜଳ ଯୋଗାଣ ହେଉଛି। ସହରକୁ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ବ୍ରାହ୍ମଣୀ ନଦୀ କୂଳରେ ବିଭାଗର ପମ୍ପହାଉସ ସହ ଜଳ ବିଶୋଧାନଗାର ଓ ଇନ୍‌ଟେକ ୱେଲ ରହିଛି। ୫ ନମ୍ବର ଇନ୍‌ଟେକ ୱେଲରେ ସ୍ବରେଜ ବୋର୍ଡର ଦୂଷିତ ଜଳ ସିଧାସଳଖ ମିଶୁଥିବାରୁ ତାହାକୁ ବନ୍ଦ ରଖାଯାଇଛି। କେବଳ ୪ ନମ୍ବର ଇନ୍‌ଟେକ ୱେଲରୁ ଜଳଯୋଗାଣ କରାଯାଉଛି। ଏଥିପାଇଁ ପମ୍ପଗୁଡିକ ଦୈନିକ ୧୬ରୁ ୧୮ ଘଣ୍ଟା ଚଳାଯାଉଛି। କେତେକ ଅଞ୍ଚଳକୁ ୨ଥର ଜଳଯୋଗାଣ ହେଉଥିବା ବେଳେ ଜଳାଭାବରୁ ବାଘୁଆବୋଲ ଅଞ୍ଚଳକୁ ଥରୁଟିଏ ଯୋଗାଣ କରାଯାଉଛି। ୨୦ ନମ୍ବର ୱାର୍ଡର କୁଷ୍ଠାଶ୍ରମ, ହରିଜନ ସାହି, ହାଣ୍ଡିଧୂଆଁ, ଗଣେଶ ବିହାର, ହାଣ୍ଡିଧୂଆ ତେଲିସାହି, ଡିମରଗୁଡି ସାହିକୁ ପାଇପ୍‌ ଯୋଗେ ଜଳଯୋଗାଣ ହେଉ ନାହିଁ। ଏ ସବୁ ସ୍ଥାନରେ ୧ ହଜାର ଲିଟର ବିଶିଷ୍ଟ ସିନଟେକ୍ସ ଟାଙ୍କି ସ୍ଥାପନ କରାଯାଇଛି। କୁଷ୍ଠାଶ୍ରମରେ ୨, ହରିଜନ ସାହି ୨, ଦେଉଳବେଡାରେ ୧, ଡିମରଗୁଡିରେ ୪, ରେମୁଆଁ ୫, ଚାଉଳିଆକୁତାରେ ୨, ୪ ନମ୍ବର ୱାର୍ଡ ସିଂହସାହିରେ ୪ଟି ସିନଟେକ୍ସ ଟାଙ୍କି ବସାଯାଇଛି। ପ୍ରତିଦିନ ଜନସ୍ବାସ୍ଥ୍ୟ ବିଭାଗର ଟ୍ୟାଙ୍କର ସେଠାରେ ପାଣି ଦେଇ ଆସୁଛି।
ସେହିପରି ପ୍ରତିବର୍ଷ ଖରାଦିନେ ସହରବାସୀଙ୍କୁ ଜଳାଭାବରୁ ରକ୍ଷା କରିବା ଲାଗି ପ୍ରଶାସନ ପକ୍ଷରୁ ୨୧ଟି ୱାର୍ଡକୁ ୧୦୦ ଟ୍ରିପ୍‌ (୮ ହଜାର ଲିଟର ବିଶିଷ୍ଟ ଟ୍ରକ୍‌ ଯୋଗେ) ପାଣି ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। କେଉଁ ୱାର୍ଡକୁ କେତେ ପାଣି ଦରକାର ତାହା ସ୍ଥିର କରାଯାଇଛି। ଏମ୍‌ସିଏଲ୍‌ର ଲିଙ୍ଗରାଜ ଏରିଆ ଏଥିପାଇଁ ପ୍ରତିବର୍ଷ ୭୦ରୁ ୮୦ ଲକ୍ଷ ଟଙ୍କା ପୌର ପରିଷଦକୁ ଦେଉଛି। ପୌର ପରିଷଦ ଟେଣ୍ଡର କରି ଜଳଯୋଗାଣ ବ୍ୟବସ୍ଥା କରୁଛି। ଚଳିତବର୍ଷ ମଧ୍ୟ ଦୈନିକ ୧୦୦ ଟ୍ରିପ୍‌ ଜଳ ଯୋଗାଇ ଦିଆଯାଉଥିବା କୁହାଯାଉଛି। ଯଦି ଜନସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନ ପକ୍ଷରୁ ପାଣି ଯୋଗାଣ ଠିକ୍‌ ଭାବେ ହେଉଛି ତା’ହେଲେ ପୌରାଞ୍ଚଳରେ ଜଳ ସମସ୍ୟା କିପରି ଦେଖାଦେଉଛି ତାହା ବୁଝିପାରୁନାହାନ୍ତି ଓ୍ବାର୍ଡବାସୀ। ବିଶେଷକରି ଯୋଗାଣ ହେଉଥିବା ଟ୍ୟାଙ୍କର ପାଣି କୁଆଡେ ଯାଉଛି ତାହାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ଉଭୟ ବିଭାଗର ହିସାବରେ ତାଳମେଳ ରହୁ ନ ଥିବାରୁ ପାଣି ଯୋଗାଣ ନଁାରେ ଯୋଜନାବଦ୍ଧ ଭାବେ ଏକ ର଼୍ୟାକେଟ୍‌ ଜରିଆରେ ଅର୍ଥ ହରିଲୁଟ୍‌ କରାଯାଉଥିବା ସାଧାରଣରେ ଅଭିଯୋଗ ହେଉଛି।
ଏ ସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗ ଜେଇ ଜଳେନ୍ଦ୍ର ଦେବତା କହିଛନ୍ତି, ଆବଶ୍ୟକ ମୁତାବକ ପାଣି ଯୋଗାଣ କରାଯାଉଛି। ଯେଉଁ ସ୍ଥାନରେ ଅଭାବ ରହିଛି, ସେଠାକୁ ଟ୍ୟାଙ୍କର ପଠାଯାଉଛି। ପୌର ପରିଷଦ ନିର୍ବାହୀ ଅଧିକାରୀ ଅତସୀ ପରିଡ଼ା କହିଛନ୍ତି, ପ୍ରତିଦିନ ପ୍ରାୟ ୧ ଶହ ଟ୍ୟାଙ୍କର ଯୋଗେ ଜଳ ଯୋଗାଇ ଦିଆଯାଉଛି। ଯେଉଁଠାରେ ପାଣିର ଅଧିକ ଅଭାବ ପରିଲକ୍ଷିତ ହେଉଛି ସେହି ଅଞ୍ଚଳକୁ ବେଶୀ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଏମ୍‌ସିଏଲ୍‌ ବର୍ଷକୁ ପ୍ରାୟ ୭୦ରୁ ୮୦ ଲକ୍ଷ ଟଙ୍କା ଦେଉଛି ବୋଲି ପରିଡ଼ା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri