ନାଲ୍‌କୋ ସ୍ବୀକୃତିପ୍ରାପ୍ତ ଶ୍ରମିକ ସଙ୍ଗଠନରେ ଫାଟ; ଏଏମ୍‌ଏସରେ ହେଲାନି କର୍ମକର୍ତ୍ତା ନିର୍ବାଚନ

ବଅଁରପାଳ, ୨୪।୬(ଡି.ଏନ.ଏ.) ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟ ସ୍ବୀକୃତି ପ୍ରାପ୍ତ ଶ୍ରମିକ ସଙ୍ଗଠନ ଆଲୁମିନିୟମ ମଜଦୁର ସଂଘ (ଏଏମ୍‌ଏସ୍‌)ରେ କିଛି ଦିନ ହେଲା ଫାଟ ସୃଷ୍ଟି ହୋଇଛି। ଏଥିଯୋଗୁ ସଂଘ ୨ ଗୋଷ୍ଠୀରେ ପରିଣତ ହେବା ସହ ସଭାପତି ଓ ସମ୍ପାଦକ ପଦବୀକୁ ନେଇ ବିବାଦ ଦେଖାଦେଇଛି। ଏ ନେଇ ହାଇକୋର୍ଟରେ ମାମଲା ହେବା ପରେ ୧୪ ଦିନ ମଧ୍ୟରେ ପୁନଃ ନିର୍ବାଚନ କରି କର୍ମକର୍ତ୍ତା ଚୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଏହି ମହଲତ ପୂରିଥିଲେ ମଧ୍ୟ ନିର୍ଦ୍ଦେଶ ପାଳନ କରାଯାଇ ନ ଥିବା ଜଣାପଡିଛି।
ସୂଚନା ମୁତାବକ, ପୂର୍ବରୁ ସୁବାସ ଚନ୍ଦ୍ର ସାହୁ ସଭାପତି ଓ ସାଧାରଣ ସମ୍ପାଦକ ଭାବେ ରମେଶ ଚନ୍ଦ୍ର ବେହେରା ମନୋନୀତ ହୋଇଥିଲେ। ବିବାଦ ପରେ ଅନ୍ୟ ଏକ ଗୋଷ୍ଠୀ ସୃଷ୍ଟି ହେବାରୁ ଏହାର ସଭାପତି ଭାବେ ମୁନା ସାମଲ ଓ ସାଧାରଣ ସମ୍ପାଦକ ଭାବେ ଗୋପାଳ ଚନ୍ଦ୍ର ମଲ୍ଲିକଙ୍କୁ ଏହି ଗୋଷ୍ଠୀ ଚୟନ କରିଥିଲା। ଉଭୟ ଗୋଷ୍ଠୀ ନାଲ୍‌କୋ କର୍ତ୍ତୃପକ୍ଷଙ୍କଠାରେ ନିଜର ପଦବୀକୁ ଜାହିର କରି ସାରିଛନ୍ତି। ଇତି ମଧ୍ୟରେ ନାଲ୍‌କୋ କର୍ତ୍ତୃପକ୍ଷ ଗୋଟିଏ ଗୋଷ୍ଠୀକୁ ନାଲ୍‌କୋର ଏକ ବୈଠକକୁ ଡାକିବା ପରେ ଅନ୍ୟ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପ୍ରକୃତ ମାନ୍ୟତା କେଉଁ ଗୋଷ୍ଠୀକୁ ଦିଆଯିବ ସେ ନେଇ ମୁନା ସାମଲଙ୍କ ଗୋଷ୍ଠୀ ପକ୍ଷରୁ ଶ୍ରମି ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲା। କୌଣସି ସମାଧାନ ନ ହେବାରୁ ସମ୍ପୃକ୍ତ ଗୋଷ୍ଠୀ ପକ୍ଷରୁ ଗୋପାଳକୃଷ୍ଣ ମଲ୍ଲିକ, ସଞ୍ଜୟ ଦେହୁରୀ, ଶିବରାମ ସେଠୀ, ବରୁଣ କୁମାର ବେହେରା ପ୍ରମୁଖ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ୧୦ ତାରିଖରେ ହାଇକୋର୍ଟ ଦେଇଥିବା ଅର୍ଡର ନଂ ଡବ୍ଲ୍ୟୁପି/ସି କେସ୍‌ ନଂ. ୧୦୨୯୯/୧୯ରେ ଏହାର ଶୁଣାଣି କରିଥିଲେ। ୧୪ ଦିନ ମଧ୍ୟରେ ନିର୍ବାଚନ କରି କର୍ମକର୍ତ୍ତା ଚୟନ କରାଯିବାକୁ ନାଲ୍‌କୋନଗର ସହକାରୀ ଶ୍ରମ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଏହା ହୋଇ ନ ଥିବା ଜଣାପଡିଛି।
ଏ ନେଇ ରମେଶ ଚନ୍ଦ୍ର ବେହେରା କହିଛନ୍ତି, ସଂଘର କର୍ମକର୍ତ୍ତା ଚୟନ ହୋଇଥିଲା। ତେବେ ପ୍ରକୃତ କର୍ମକର୍ତ୍ତା ମାନ୍ୟତା ପାଇଁ ହାଇକୋର୍ଟରେ କେତେଜଣ ମାମଲା କରିଛନ୍ତି। ଆଇନ ଅନୁସାରେ ଯାହା ସମାଧାନ ହେବ। ମୁନା ସାମଲ କୁହନ୍ତି, ସଂଘର କର୍ମକର୍ତ୍ତା ଚୟନ ଠିକ୍‌ ଭାବେ ହୋଇ ନ ଥିଲା। ତେଣୁ ହାଇକୋର୍ଟରେ ମାମଲା କରାଯାଇଛି। ଅନୁଗୋଳ ଶ୍ରମ ଅଧିକାରୀ ଦୁର୍ଯ୍ୟୋଧନ ସେଠୀ କୁହନ୍ତି, କୌଣସି ନିର୍ଦ୍ଦେଶାନାମା ବିଷୟରେ ଜାଣିନାହିଁ। ପରେ ବୁଝି କହିବି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା

ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri