ନାଲ୍‌କୋ ସ୍ବୀକୃତିପ୍ରାପ୍ତ ଶ୍ରମିକ ସଙ୍ଗଠନରେ ଫାଟ; ଏଏମ୍‌ଏସରେ ହେଲାନି କର୍ମକର୍ତ୍ତା ନିର୍ବାଚନ

ବଅଁରପାଳ, ୨୪।୬(ଡି.ଏନ.ଏ.) ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟ ସ୍ବୀକୃତି ପ୍ରାପ୍ତ ଶ୍ରମିକ ସଙ୍ଗଠନ ଆଲୁମିନିୟମ ମଜଦୁର ସଂଘ (ଏଏମ୍‌ଏସ୍‌)ରେ କିଛି ଦିନ ହେଲା ଫାଟ ସୃଷ୍ଟି ହୋଇଛି। ଏଥିଯୋଗୁ ସଂଘ ୨ ଗୋଷ୍ଠୀରେ ପରିଣତ ହେବା ସହ ସଭାପତି ଓ ସମ୍ପାଦକ ପଦବୀକୁ ନେଇ ବିବାଦ ଦେଖାଦେଇଛି। ଏ ନେଇ ହାଇକୋର୍ଟରେ ମାମଲା ହେବା ପରେ ୧୪ ଦିନ ମଧ୍ୟରେ ପୁନଃ ନିର୍ବାଚନ କରି କର୍ମକର୍ତ୍ତା ଚୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଏହି ମହଲତ ପୂରିଥିଲେ ମଧ୍ୟ ନିର୍ଦ୍ଦେଶ ପାଳନ କରାଯାଇ ନ ଥିବା ଜଣାପଡିଛି।
ସୂଚନା ମୁତାବକ, ପୂର୍ବରୁ ସୁବାସ ଚନ୍ଦ୍ର ସାହୁ ସଭାପତି ଓ ସାଧାରଣ ସମ୍ପାଦକ ଭାବେ ରମେଶ ଚନ୍ଦ୍ର ବେହେରା ମନୋନୀତ ହୋଇଥିଲେ। ବିବାଦ ପରେ ଅନ୍ୟ ଏକ ଗୋଷ୍ଠୀ ସୃଷ୍ଟି ହେବାରୁ ଏହାର ସଭାପତି ଭାବେ ମୁନା ସାମଲ ଓ ସାଧାରଣ ସମ୍ପାଦକ ଭାବେ ଗୋପାଳ ଚନ୍ଦ୍ର ମଲ୍ଲିକଙ୍କୁ ଏହି ଗୋଷ୍ଠୀ ଚୟନ କରିଥିଲା। ଉଭୟ ଗୋଷ୍ଠୀ ନାଲ୍‌କୋ କର୍ତ୍ତୃପକ୍ଷଙ୍କଠାରେ ନିଜର ପଦବୀକୁ ଜାହିର କରି ସାରିଛନ୍ତି। ଇତି ମଧ୍ୟରେ ନାଲ୍‌କୋ କର୍ତ୍ତୃପକ୍ଷ ଗୋଟିଏ ଗୋଷ୍ଠୀକୁ ନାଲ୍‌କୋର ଏକ ବୈଠକକୁ ଡାକିବା ପରେ ଅନ୍ୟ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପ୍ରକୃତ ମାନ୍ୟତା କେଉଁ ଗୋଷ୍ଠୀକୁ ଦିଆଯିବ ସେ ନେଇ ମୁନା ସାମଲଙ୍କ ଗୋଷ୍ଠୀ ପକ୍ଷରୁ ଶ୍ରମି ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲା। କୌଣସି ସମାଧାନ ନ ହେବାରୁ ସମ୍ପୃକ୍ତ ଗୋଷ୍ଠୀ ପକ୍ଷରୁ ଗୋପାଳକୃଷ୍ଣ ମଲ୍ଲିକ, ସଞ୍ଜୟ ଦେହୁରୀ, ଶିବରାମ ସେଠୀ, ବରୁଣ କୁମାର ବେହେରା ପ୍ରମୁଖ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ୧୦ ତାରିଖରେ ହାଇକୋର୍ଟ ଦେଇଥିବା ଅର୍ଡର ନଂ ଡବ୍ଲ୍ୟୁପି/ସି କେସ୍‌ ନଂ. ୧୦୨୯୯/୧୯ରେ ଏହାର ଶୁଣାଣି କରିଥିଲେ। ୧୪ ଦିନ ମଧ୍ୟରେ ନିର୍ବାଚନ କରି କର୍ମକର୍ତ୍ତା ଚୟନ କରାଯିବାକୁ ନାଲ୍‌କୋନଗର ସହକାରୀ ଶ୍ରମ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଏହା ହୋଇ ନ ଥିବା ଜଣାପଡିଛି।
ଏ ନେଇ ରମେଶ ଚନ୍ଦ୍ର ବେହେରା କହିଛନ୍ତି, ସଂଘର କର୍ମକର୍ତ୍ତା ଚୟନ ହୋଇଥିଲା। ତେବେ ପ୍ରକୃତ କର୍ମକର୍ତ୍ତା ମାନ୍ୟତା ପାଇଁ ହାଇକୋର୍ଟରେ କେତେଜଣ ମାମଲା କରିଛନ୍ତି। ଆଇନ ଅନୁସାରେ ଯାହା ସମାଧାନ ହେବ। ମୁନା ସାମଲ କୁହନ୍ତି, ସଂଘର କର୍ମକର୍ତ୍ତା ଚୟନ ଠିକ୍‌ ଭାବେ ହୋଇ ନ ଥିଲା। ତେଣୁ ହାଇକୋର୍ଟରେ ମାମଲା କରାଯାଇଛି। ଅନୁଗୋଳ ଶ୍ରମ ଅଧିକାରୀ ଦୁର୍ଯ୍ୟୋଧନ ସେଠୀ କୁହନ୍ତି, କୌଣସି ନିର୍ଦ୍ଦେଶାନାମା ବିଷୟରେ ଜାଣିନାହିଁ। ପରେ ବୁଝି କହିବି।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri