ଧାନ କିଣାରେ ଅସୁବିଧା ନେଇ ଅସନ୍ତୋଷ

ପାଲଲହଡ଼ା, ୧୦ା୨(ଡି.ଏନ.ଏ.) ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଡିମିରିଆ ପଞ୍ଚାୟତର ଧାନମଣ୍ଡିରେ ଧାନ ବିକ୍ରିରେ ଅସୁବିଧା ଉପୁଜିବାକୁ ନେଇ ରବିବାର ଚାଷୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ତେବେ ପୋଲିସ ପହଞ୍ଚି ଚାଷୀଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଗତ ମାସ ୫ ତାରିଖରେ ଡିମିରିଆ ସମବାୟ ସମିତି ଅଧୀନରେ ଚାଲିଥିବା ମଣ୍ଡିରେ ୧୬ ଜଣ ଚାଷୀ ୧୦୯୬ ବସ୍ତା (୫୩୭.୪୬ କୁଇଣ୍ଟାଲ) ଧାନ ବିକ୍ରି କରିଥିଲେ। କିନ୍ତୁ ବାୟୋମେଟ୍ରିକ ମେଶିନ କାମ ନ କରିବାରୁ ସୋସାଇଟି ସମ୍ପାଦକ ୬ ତାରିଖରେ ଧାନ କିଣାଯାଇଥିବା କମ୍ପ୍ୟୁଟରରେ ଦର୍ଶାଇଥିଲେ। ୬ ତାରିଖ ନିଜିଗଡ଼ ସୋସାଇଟିରୁ ଧାନ କିଣାଯିବାର ପାଳି ଥିବାବେଳେ ଦୁଇଟି ସୋସାଇଟିରୁ ଏକସଙ୍ଗେ ଗୋଟିଏ ଟ୍ରକ୍‌ରେ କିଭଳି ଭାବେ ଧାନ କିଣାଗଲା ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା। ଫଳରେ ଡିମିରିଆ ସୋସାଇଟିର ୧୬ ହିତାଧିକାରୀ ଧାନ ବିକ୍ରିକରି ମଧ୍ୟ ଟଙ୍କା ପାଇ ନ ଥିଲେ। ଏହାକୁ ନେଇ ଚାଷୀମାନେ ଉତ୍ତ୍ୟକ୍ତ ହୋଇ ସୋସାଇଟି ଗୋଦାମରେ ତାଲା ପକାଇ ଦେଇଥିଲେ। ଏଥିଯୋଗୁ ୫ ତାରିଖ ପରର ଟୋକାନଧାରୀମାନେ ଧାନ ବିକି ପାରି ନ ଥିଲେ। ସେହିପରି ଗତ ୨୪ ତାରିଖରେ ଆସିଥିବା ଟୋକାନଧାରୀମାନେ ଧାନ ବିକି ପାରି ନ ଥିଲେ। ଗତ ୮ ତାରିଖ ଶନିବାରରେ ସେମାନଙ୍କ ଧାନ କିଣାର ଶେଷ ତାରିଖ ଥିବାରୁ ଲଗାଣ ବର୍ଷା ଫଳରେ ମଣ୍ଡି ଖୋଲିବାରେ ଅସୁବିଧା ହୋଇଥିଲା ଏବଂ ଟୋକାନଗୁଡିକ ଅକାମି ହୋଇଯାଇଥିଲା। ଏହାଜାଣି ରବିବାର ଚାଷୀମାନେ ଆସି ସୋସାଇଟିରେ ହୋହଲ୍ଲା କରିଥିଲେ। ଖବରପାଇ ପାଲଲହଡା ଥାନା ଅଧିକାରୀ କିଶୋର କୁମାର ସାମଲ ପହଞ୍ଚି ସମବାୟ ସମିତି ସମ୍ପାଦକ ଏବଂ ଚାଷୀଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ଓ ଧାନବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଥିଲା।
ଏ ସମ୍ପର୍କରେ ସୋସାଇଟି ସମ୍ପାଦକ ଅନିଲ କୁମାର ପ୍ରଧାନ କହିଛନ୍ତି, କମ୍ପ୍ୟୁଟରରେ ଅସୁବିଧା ହେବାରୁ ଏବଂ ଚାଷୀମାନେ ସୋସାଇଟିରେ ତାଲା ପକାଇଦେବରୁ ଧାନ କିଣାରେ ଅସୁବିଧା ହୋଇଥିଲା। ଏବେ ସବୁ ସମସ୍ୟାର ସମାଧାନ ହୋଇଯାଇଥିବା ସମ୍ପାଦକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଓ ପାଟପୁର ଥାନାରେ ଜୁଭେଣ୍ଟିକା ସଚେତନତା

ଦିଗପହଣ୍ଡି,୮|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଓ ପାଟପୁର ଥାନା ପରିସରରେ ଶୁକ୍ରବାର ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ ନିରାକରଣ ସମ୍ପର୍କିତ ଜୁଭେଣ୍ଟିକା ସଚେତନତା…

କାର ଦୁର୍ଘଟଣାରେ ଜିଏନଏମ ଛାତ୍ରୀଙ୍କ ମୃତ୍ୟୁ

ଭବାନୀପାଟଣା,୮।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବାଦଲି ଛକ ନିକଟରେ ଗୁରୁବାର ରାତିରେ ଏକ କାର ଦୁର୍ଘଟଣାରେ ଜଣେ ଜିଏନଏମ ଛାତ୍ରୀଙ୍କ ମୃତ୍ୟୁ…

କିଶୋରୀଙ୍କୁ ଶିଖାଇଲେ ସାଇବର ସୁରକ୍ଷା ଥାନା ବୁଲିଲେ ପୋଲିସ …

ଦାରିଙ୍ଗବାଡି, ୮ ।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପରିସରରେ ଶୁକ୍ରବାର ଅପରାହ୍ନରେ ପୋଲିସ ପକ୍ଷରୁ ଜୁଭେଂଟିକା କାର୍ଯ୍ୟକ୍ରମ ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ଅଧ୍ୟକ୍ଷତାରେ…

ପୋଲିସ-କିଶୋରୀ ସମ୍ପର୍କର ନୂଆ ଅଧ୍ୟାୟ: ଥୁଆମୂଳ ରାମପୁରରେ ‘ଜୁଭେଣ୍ଟିକା’ ଅଭିଯାନ

ଥୁଆମୂଳ ରାମପୁର, ୮ା୫ (ଦୁର୍ଗା କୀର୍ତ୍ତି) : ଓଡ଼ିଶା ପୋଲିସର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫ୍‌ର ମିଳିତ ପ୍ରୟାସରେ ଶୁକ୍ରବାର ଥୁଆମୂଳ…

କାଣ୍ଡେଲ ରୋଡ୍‌ ଷ୍ଟେଶନ ସମସ୍ୟା ସମାଧାନ ଦାବି

କେସିଙ୍ଗା, ୮ା୫ (ତୁମେଶ୍ୱର ସାହୁ)- ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ୍‌ ଷ୍ଟେଶନରେ ବିଭିନ୍ନ ସମସ୍ୟା ଯୋଗୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…

ଧାନ ବିକ୍ରି ପଞ୍ଜୀକରଣରୁ ବଞ୍ଚତ୍ତ ଚାଷୀଙ୍କ ରଣହୁଙ୍କାର

କୋକସରା,୮ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ମେଗା ଲିଫ୍ଟ ପ୍ରକଳ୍ପ ଅଞ୍ଚଳର କୋକସରା, ଜୟପାଟଣା ଓ ଧର୍ମଗଡ଼ ବ୍ଲକର ଚାଷୀ…

ଅନ୍‌ଲାଇନ ଟ୍ରେଡିଂ ନାଁରେ ୨୦.୫୦ ଲକ୍ଷ ଠକେଇ ଆନ୍ଧ୍ରରୁ ମାଷ୍ଟର ମାଇଣ୍ଡ ଗିରଫ

କୋରାପୁଟ, ୮ା୫(ଅମିତାଭ ବେହେରା)-ଅନ୍‌ଲାଇନ ଟ୍ରେଡିଂରେ ଅଧିକ ଲାଭ ଦେବା ଲୋଭ ଦେଖାଇ କୋରାପୁଟ ଜିଲା ଜୟପୁରର ଜଣେ ବ୍ୟକ୍ତିଙ୍କୁ ୨୦ଲକ୍ଷ ୫୦ ହଜାର ଟଙ୍କା ଠକେଇ କରାଯାଇଥିବା…

ଜୁଭେଣ୍ଟିକା ସେଲ୍‌ ଉଦ୍‌ଘାଟିତ ପୁରୁଷୋତ୍ତମପୁର ଥାନାକୁ ଶିଶୁମିତ୍ର ଥାନା ଭାବରେ ଗଢି ତୋଳିବା ଲକ୍ଷ୍ୟ

ପୁରୁଷୋତ୍ତମପୁର/ଶେରଗଡ଼/ଛତ୍ରପୁର/ ଆସିକା ୮ା୫ (ସବିତା ମିଶ୍ର/ ସୂର୍ଯ୍ୟ ନାରାୟଣ ଦାଶ/ଦିଲୀପ ମିଶ୍ର/ ସୁରେନ୍ଦ୍ର ନାଥ ସାହୁ) ଓଡିଶା ପୋଲିସ ପକ୍ଷରୁ ଶିଶୁଙ୍କ ସୁରକ୍ଷା ଲାଗି ଜୁଭେଣ୍ଟିକା ସେଲ୍‌କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri