ଠିକ୍‌ ବାର୍ତ୍ତା ଯାଉ

ଆମେରିକା ପରରାଷ୍ଟ୍ର ବିଭାଗ ପକ୍ଷରୁ ନିକଟରେ ଅନ୍ତର୍ଜାତୀୟ ଧର୍ମୀୟ ସ୍ବାଧୀନତା ସଂକ୍ରାନ୍ତ ବାର୍ଷିକ ରିପୋର୍ଟ ୨୦୧୮ ପ୍ରକାଶ ପାଇଛି। ଏଥିରେ ଭାରତ ସମ୍ପର୍କରେ କୁହାଯାଇଛି ଯେ, ହିନ୍ଦୁ କଠୋରପନ୍ଥୀଙ୍କ ଦ୍ୱାରା ସଂଖ୍ୟାଲଘୁ ବିଶେଷକରି ମୁସଲମାନ ଓ ଦଳିତଙ୍କ ଉପରେ ଗୋହତ୍ୟା ଓ ଗୋମାଂସ ବ୍ୟବସାୟ କରୁଥିବା ନେଇ ହୋଇଥିବା ୧୮ଟି ଆକ୍ରମଣରେ ୮ ଜଣଙ୍କ ପ୍ରାଣ ଯାଇଛି। ଏଥିସହିତ ଭାରତବ୍ୟାପୀ ଖ୍ରୀଷ୍ଟିଆନ ପାଦ୍ରୀ ଓ ଗୀର୍ଜା ଉପରେ ଆକ୍ରମଣ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ଅନେକ କ୍ଷେତ୍ରରେ ଦୋଷୀଙ୍କୁ ସୁରକ୍ଷା ଦିଆଯାଉଥିବା ବିଷୟ ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି। ଦେଶର ଧର୍ମୀୟ ସ୍ବାଧୀନତା ନେଇ ଆମେରିକା ପକ୍ଷରୁ ଏଭଳି ରିପୋର୍ଟ ଆସିବା ପରେ ଭାରତ ପ୍ରତିକ୍ରିୟା ପ୍ରକାଶ କରିଛି। ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି ଯେ, ଭାରତୀୟ ନାଗରିକଙ୍କ ସାମ୍ବିଧାନିକ ଅଧିକାର ସୁରକ୍ଷା ନେଇ ଏକ ବିଦେଶ ରାଷ୍ଟ୍ର ଏଭଳି ମତ ରଖିବା ଠିକ୍‌ ନୁହେଁ। ଭାରତ ସହିଷ୍ଣୁତା ପ୍ରତି ଅଙ୍ଗୀକାରବଦ୍ଧ ଏବଂ ଧର୍ମନିରପେକ୍ଷତା ବଜାୟ ରଖୁଥିବାରୁ ଗର୍ବିତ। ତେଣୁ ଭାରତର ଧର୍ମୀୟ ସ୍ବାଧୀନତାକୁ ନେଇ ଆମେରିକା ପରରାଷ୍ଟ୍ର ବିଭାଗ ସମାଲୋଚନା କରିବାର କୌଣସି ବୈଧତା ନାହିଁ। ଏପରିକି ଭାଜପା ପକ୍ଷରୁ କୁହାଯାଇଛି ଯେ, ଉକ୍ତ ରିପୋର୍ଟ ଦଳ ଓ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ପକ୍ଷପାତିତା ଆଣିଛି।
୨୮ ଜୁନ୍‌ରେ ଜାପାନର ଓସାକାଠାରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ୍‌ ହେବାର କାର୍ଯ୍ୟକ୍ରମ ରହିଛି। ଏଥିଲାଗି ୨୫ ଜୁନ୍‌ରେ ଆମେରିକା ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ନୂଆଦିଲ୍ଲୀ ଆସି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଭଳିସ୍ଥଳେ ଧର୍ମୀୟ ସ୍ବାଧୀନତା ନେଇ ପ୍ରକାଶିତ ରିପୋର୍ଟ ଉପରେ ଭାରତର ପ୍ରତିକ୍ରିୟା ସେହି କଥାକୁ ଲମ୍ବାଇଲା ଭଳି ସ୍ଥିତି ସୃଷ୍ଟି କରୁଛି। ଏହି ପରିପ୍ରେକ୍ଷୀରେ ଭାରତ ଉକ୍ତ ରିପୋର୍ଟକୁ ଭଲ ଭାବେ ତର୍ଜମା କରିବା ଉଚିତ। ନିକଟ ଅତୀତରେ ଗୋରୁଙ୍କ ସୁରକ୍ଷା ନାମରେ ତଥାକଥିତ ଗୋରକ୍ଷକମାନେ ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ଘଟାଇଛନ୍ତି। ବିଶେଷକରି ମୁସଲମାନ ଓ ଦଳିତମାନଙ୍କ ଉପରେ ଆକ୍ରମଣ ହୋଇଥିଲା। ସେହିସବୁ ଘଟଣାକୁ ଆଧାର କରି ଅନ୍ତର୍ଜାତୀୟ ଧର୍ମୀୟ ସ୍ବାଧୀନତା ରିପୋର୍ଟ ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ ଯେ, ପ୍ରତ୍ୟେକ ଦେଶର ନାଗରିକଙ୍କ ମୌଳିକ ଅଧିକାରକୁ କିଭଳି ସମ୍ମାନ ଦିଆଯାଇଥାଏ, ତାହାକୁ ବିଶ୍ଳେଷଣ କରାଯାଇ ଉକ୍ତ ରିପୋର୍ଟ ସାର୍ବଜନୀନ କରାଯାଏ।
ସାଧାରଣତଃ ଭାରତ ସପକ୍ଷରେ କୌଣସି ଅନ୍ତର୍ଜାତୀୟ ରିପୋର୍ଟ ପ୍ରକାଶ ପାଇଲେ ଆମେ ଖୁସିରେ ଗଦ୍‌ଗଦ୍‌ ହୋଇଯାଇଥାଉ। ଯେତେବେଳେ ବିପକ୍ଷରେ ତଥ୍ୟ ପ୍ରକାଶପାଏ, ସେତେବେଳେ ତାହାକୁ ଗ୍ରହଣ କରାଯାଇ ନ ଥାଏ। ନିକଟରେ ସପ୍ତଦଶ ଲୋକ ସଭାରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ବିରୋଧୀ ଦଳ ସଦସ୍ୟମାନେ ଶପଥ ଗ୍ରହଣ କରିବାକୁ ଗଲାବେଳେ ଭାଜପା ସଭ୍ୟମାନେ ବଡ଼ ପାଟିରେ ‘ଜୟ ଶ୍ରୀରାମ’ ସ୍ଲୋଗାନ କରିଥିବା ଦେଖିବାକୁ ମିଳିଥିଲା। ଏଥିରେ କିଛି ବିରୋଧୀ ‘ରାଧେ ରାଧେ’ ଏବଂ ‘ଜୟ ମା’ କାଳୀ’ କହି ଆଗକୁ ବଢ଼ିଥିଲେ। ସବୁଠାରୁ ଚିନ୍ତାର ବିଷୟ ହେଲା, ଏଭଳି ସ୍ଲୋଗାନକୁ ଭାଜପାର କେହି ବରିଷ୍ଠ ନେତା ପାର୍ଲାମେଣ୍ଟ ଭିତରେ କିମ୍ବା ବାହାରେ ସମାଲୋଚନା କରି ନ ଥିଲେ। ହିନ୍ଦୁ ଧର୍ମରେ ‘ଜୟ ଶ୍ରୀରାମ’, ‘ରାଧେ ରାଧେ’ ବା ‘ନମସ୍କାର’, ଇସଲାମ୍‌ରେ ‘ଆଲ୍ଲାହୁ ଆକବର’, ‘ଅସ୍‌ଲା ମାଲେକୁମ୍‌’, ଖ୍ରୀଷ୍ଟିଆନ୍‌ଙ୍କ ‘ଗୁଡ୍‌ ମର୍ନିଂ’ ଭଳି ଉଚ୍ଚାରଣକୁ ଶୁଭେଚ୍ଛାର ପ୍ରତୀକ ଭାବେ ଧରାଯାଇଥାଏ। ବର୍ତ୍ତମାନ ଜୟ ଶ୍ରୀରାମ ଭଳି ଶୁଭେଚ୍ଛା ବାର୍ତ୍ତାକୁ ସ୍ଲୋଗାନରେ ପରିବର୍ତ୍ତନ କରିବା ଦ୍ୱାରା ଏକ ନକାରାତ୍ମକ ସନ୍ଦେଶ ଦେଶବାସୀଙ୍କ ନିକଟକୁ ଯାଉଛି। ଏଭଳି ଏକ ସ୍ଥିତିରେ କେନ୍ଦ୍ର ସରକାର ଓ ଭାଜପା ନେତୃବୃନ୍ଦ ଲୋକଙ୍କୁ ଆଶ୍ୱାସନା ବାର୍ତ୍ତା ଦେବା ଜରୁରୀ। କେବଳ ବାର୍ତ୍ତାରେ ନୁହେଁ, ସଂଖ୍ୟାଲଘୁଙ୍କୁ ସାନ୍ତ୍ୱନା ଦେବା ଲାଗି ସବୁ କାର୍ଯ୍ୟରେ ଏହା ପରିଲକ୍ଷିତ ହେବା ଉଚିତ। ଅନ୍ତର୍ଜାତୀୟ ରିପୋର୍ଟକୁ ଯେତେ ଖଣ୍ଡନ କଲେ ମଧ୍ୟ ତାହା ସଂଖ୍ୟାଲଘୁଙ୍କ ମନରୁ ଶଙ୍କା ଦୂର କରିପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଗେ ଯୁଗେ ଇଚ୍ଛାମୃତ୍ୟୁ

ଣସି କାରଣରୁ ବ୍ୟକ୍ତି ଇଚ୍ଛାକରି ମୃତ୍ୟୁକୁ ଆଦରି ନେବା ହେଉଛି ଇଚ୍ଛାମୃତ୍ୟୁ, ଯାହା ପୁରାଣ ପୃଷ୍ଠା ମଣ୍ଡନକରି ପାଠକର ମନ ହୃଦୟକୁ ଆନ୍ଦୋଳିତ କରେ। ରାମାୟଣ ଯୁଦ୍ଧର…

ଓଡ଼ିଶାରେ ଗଛର ବିବିଧତା

ପ୍ରକୃତି ଓଡ଼ିଶାକୁ ଗଛର ବିବିଧତାରେ ଭରିଦେଇଛି । ଓଡ଼ିଶାର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ବିକାଶ ପାଇଁ ଗଛର ବିବିଧତାର ସୁରକ୍ଷା ଏବଂ ବିକାଶ ଆବଶ୍ୟକ। ଭାରତୀୟ…

ଶାକାହାରୀ ଦୟାଳୁ କି

ନାଥୁରାମ ଗଡ୍‌ସେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ। ସେ କ’ଣ ଶାକାହାରୀ ଥିଲେ କି? ହିନ୍ଦୁ ପୁରାଣ ଅନୁଯାୟୀ, ପର୍ଶୁରାମ ଅନେକ ପିଢ଼ିର କ୍ଷତ୍ରିୟଙ୍କୁ ହତ୍ୟା କରିଥିଲେ।…

ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ…

ମୋତେ କୃଷକ କୁହନା

ଖରା, ବର୍ଷା, ଶୀତ, କାକରକୁ ତିଳେମାତ୍ର ଖାତିର ନ କରି ଯିଏ ନିଜ ମୁଣ୍ଡଝାଳ ତୁଣ୍ଡରେ ମାରି, ହାଡ଼ଭଙ୍ଗା ପରିଶ୍ରମ କରି ମାଟିରେ ସୁନା ଫଳାଏ ସେ…

ଅଭିବୃଦ୍ଧି ଅଙ୍କ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୧ ଏପ୍ରିଲରେ ୩୨ ପଇସା କମି ୯୩.୪୮ ଟଙ୍କାକୁ ଛୁଇଁଛି। ପଶ୍ଚିମ ଏସିଆ ସଙ୍କଟଜନିତ ଆର୍ଥିକ ଅନିଶ୍ଚିତତା ଲାଗି ରହୁଥିବାରୁ…

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri