ଜଙ୍ଗଲ ବେକରେ କୁରାଢ଼ି

ବିଚିତ୍ର ବିଶ୍ୱାଳ

ଆମେ ସମସ୍ତେ ଜାଣିଛେ ଓ ପିଲାବେଳୁ ପଢ଼ି ଆସୁଛେ, ଜଙ୍ଗଲର ମଣିଷ ସମାଜ ପାଇଁ ବହୁତ ଅବଦାନ ଅଛି। ପରିବେଶକୁ ଠିକ୍‌ ରଖିବା ପାଇଁ ଜଙ୍ଗଲର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି। ଜଙ୍ଗଲର ଭୂମିକାକୁ ଆଖିରେ ରଖି ସରକାରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ନାମରେ ଏକ ସ୍ବତନ୍ତ୍ର ମନ୍ତ୍ରଣାଳୟ ବି ଅଛି। କିନ୍ତୁ ଦିନକୁ ଦିନ ଦେଖାଯାଉଛି ଯେ, ଏହି ମନ୍ତ୍ରଣାଳୟ ଜଙ୍ଗଲକୁ ସୁରକ୍ଷା ଦେବା ପରିବର୍ତ୍ତେ ଜଙ୍ଗଲକୁ ଉଜାଡ଼ିବା ପାଇଁ ଲାଇସେନ୍‌ସ ଦେବା କାମରେ ଲାଗିଛି। ଏହି ଲକ୍‌ଡାଉନ୍‌ର ସମୟ ମଧ୍ୟରେ ଅର୍ଥାତ୍‌ ଗତ ଚାରି ମାସ ମଧ୍ୟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ୩୧ଟି ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଏହି ସମସ୍ତ ପ୍ରକଳ୍ପ ଜଙ୍ଗଲକୁ ସମ୍ପୂର୍ଣ୍ଣ ଭାବେ ବା ଆଂଶିକ ଭାବେ ନଷ୍ଟ କରି ହଁି ତିଆରି ହେବାକୁ ପ୍ରସ୍ତାବିତ ହୋଇଛି। କେବଳ ଏପ୍ରିଲ୍‌ ମାସରେ ପରିବେଶ ମନ୍ତ୍ରଣାଳୟର ‘ଏକ୍ସପର୍ଟସ ଆପ୍ରାଇଜାଲ୍‌ କମିଟି’ର ୯ଟି ବୈଠକ ହୋଇ ଏକାଧିକ ଶିଳ୍ପ ଓ ଖଣିଭିତ୍ତିକ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ଏପ୍ରିଲ୍‌ ୭ରେ ବଣ୍ୟଜନ୍ତୁ ବୋର୍ଡର ସ୍ଥାୟୀ ସମିତିର ବୈଠକ ଭିଡିଓ କନ୍‌ଫରେନ୍‌ସ ମାଧ୍ୟମରେ ଅନୁଷ୍ଠିତ କରାଗଲା ଓ ଏକାଧିକ ଆପତ୍ତି ଅଭିଯୋଗ ସତ୍ତ୍ୱେ ବି ଅନେକ ଘନ ଜଙ୍ଗଲ ଥିବା ସ୍ଥାନରେ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ଦିଆଗଲା ।
ଏହି କମିଟି ପରିବେଶ ଦୃଷ୍ଟିରୁ ଅତି ସମ୍ବେଦନଶୀଳ ୨୯୩୩ ଏକର ଜମିର କିସମ ପରିବର୍ତ୍ତନକୁ ଅନୁମତି ଦେବା ସହିତ ୧୦ କିଲୋମିଟର ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ତଥାକଥିତ ବିକାଶ ପ୍ରକଳ୍ପ ପାଇଁ ଅନୁମୋଦନ ଦେଇଛି। ଏସବୁ ପ୍ରକଳ୍ପ ଆରମ୍ଭ ହେଲେ, ଆସନ୍ତା ସମୟରେ ଆମ ଦେଶରେ ଜଙ୍ଗଲ ସମ୍ପଦ ଦ୍ରୁତଗତିରେ ନଷ୍ଟ ହେବ, ଏଥିରେ ସନ୍ଦେହ ନାହଁି।
ଆସାମର ଦୋହିଙ୍ଗ ପତକଲି ସଂରକ୍ଷିତ ଜଙ୍ଗଲର ୯୮.୫୯ ହେକ୍ଟର ଅଞ୍ଚଳକୁ କୋଲ୍‌ ଇଣ୍ଡିଆ ଲିମିଟେଡ୍‌କୁ କୋଇଲା ଖୋଳିବା ପାଇଁ ଅନୁମତି ଦିଆଯାଇଛି। ଏହି ଜଙ୍ଗଲ ଏତେ ଘନ ଓ ଏହା ଜୈବ ବିବିଧତାରେ ଏତେ ଭରପୂର ଯେ, ଏହାକୁ ପୂର୍ବର ଆମାଜନ୍‌ କୁହାଯାଏ। ପାଖାପାଖି ପାଞ୍ଚଶହ ବର୍ଗ କିଲୋମିଟରରୁ ଊର୍ଦ୍ଧ୍ୱ ବ୍ୟାପିଥିବା ଏହି ଜଙ୍ଗଲରେ ୩୦ରୁ ଅଧିକ ପ୍ରକାରର ବିରଳ ପ୍ରଜାପତି, ଶହେରୁ ଅଧିକ ପ୍ରକାରର ଔଷଧୀୟ ବୃକ୍ଷ ଓ ଆହୁରି ଅନେକ ପ୍ରକାରର ବିରଳ ଜୀବଜନ୍ତୁଙ୍କର ବାସସ୍ଥାନ। ଏହି ଜଙ୍ଗଲକୁ କାଟିଦେଲେ, ଜୈବ ବିବିଧତା ନଷ୍ଟ ହେବା ସହିତ ଏହା ସ୍ଥାନୀୟ ଅଞ୍ଚଳର ଜୟବାୟୁକୁ ବି ଗୁରୁତର ଭାବେ ପ୍ରଭାବିତ କରିବ। ଗୋଟିଏ ପଟେ ଜଳବାୟୁ ପରିବର୍ତ୍ତନକୁ ନେଇ ସମଗ୍ର ବିଶ୍ୱ ସ୍ତରରେ ଆଲୋଚନା ପର୍ଯ୍ୟାଲୋଚନା ଚାଲୁଥିବା ବେଳେ ଆମେ ଆମ ଜୈବ ବିବିଧତାରେ ଭରପୂର ଜଙ୍ଗଲକୁ କାଟିବା ପାଇଁ ରାସ୍ତା ସଫା କରିଦେଉଛେ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଗତ ଦଶ ବର୍ଷ ମଧ୍ୟରେ ଆମ ଦେଶରେ ବିଭିନ୍ନ ପ୍ରକାର ବିକାଶ ଯୋଜନା, ଖଣି ଖନନ ଆଦି ପ୍ରକଳ୍ପ ପାଇଁ ପ୍ରାୟ ୩୮ କୋଟିରୁ ଊର୍ଦ୍ଧ୍ୱ ଗଛ କଟାଯାଇଛି। ବିଶ୍ୱର ପରିବେଶ ସୁରକ୍ଷା ସୂଚକାଙ୍କରେ ୧୮୦ ଦେଶ ମଧ୍ୟରୁ ଭାରତର ସ୍ଥାନ ୧୭୭। ଏଥିରୁ ବୁଝାପଡ଼ୁଛି, ଗୋଟେ ଦେଶ ହିସାବରେ ପରିବେଶ ସୁରକ୍ଷାକୁ ନେଇ ଆମେ କେତେ ଚିନ୍ତିତ ଓ କେତେ ସତର୍କ। ଉତ୍ତରାଞ୍ଚଳର ଡେରାଡୁନ୍‌ ଓ ଟିହରୀ ଗଡ଼ବାଲ୍‌ ଜିଲାରେ ଲଖବାର ବହୁମୁଖୀ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ଏହି ପ୍ରକଳ୍ପ ବିନୋଗ ବଣ୍ୟଜନ୍ତୁ ଅଭୟାରଣ୍ୟ ସୀମାଠାରୁ ମାତ୍ର ତିନି କିଲୋମିଟର ଦୂରତା ମଧ୍ୟରେ ପ୍ରସ୍ତାବିତ ହୋଇଛି। ବଣ୍ୟଜନ୍ତୁ ଅଭୟାରଣ୍ୟଠାରୁ ଏତେ କମ୍‌ ଦୂରତାରେ ଏପରି ଏକ ପ୍ରକଳ୍ପ ହେଲେ, ଏହାର ପ୍ରଭାବ ନିଶ୍ଚିତ ବଣ୍ୟଜନ୍ତୁଙ୍କ ଉପରେ ପଡ଼ିବ ଓ ସେଠାରେ ଥିବା ବଣ୍ୟଜନ୍ତୁ କ୍ଷତିଗ୍ରସ୍ତ ହେବେ। ଏହି ପ୍ରକଳ୍ପ ପାଇଁ ୭୬୮ ହେକ୍ଟର ଜଙ୍ଗଲ ଜମି ଓ ୧୦୫ ହେକ୍ଟର ଘରୋଇ ଜମିର ଆବଶ୍ୟକତା ଅଛି। ଏହି ପ୍ରକଳ୍ପକୁ ଦିଆଯାଇଥିବା ପରିବେଶ ମଞ୍ଜୁରୀକୁ ନ୍ୟାଶନାଲ୍‌ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ ଗତ ବର୍ଷ ବାତିଲ କରିଦେଇଥିଲା। ତଥାପି ବି ଏବେ ଏହି ପ୍ରକଳ୍ପକୁ ପରିବେଶ ମନ୍ତ୍ରଣାଳୟର ଏକ୍ସପର୍ଟସ ଆପ୍ରାଇଜାଲ୍‌ କମିଟି ଅନୁମୋଦନ ଦେଇଛି। ଏଥିରୁ ବୁଝାପଡ଼ୁଛି, ପରିବେଶ ମନ୍ତ୍ରଣାଳୟ ପରିବେଶ ତଥା ଜଙ୍ଗଲକୁ ସୁରକ୍ଷା ଦେବା ଅପେକ୍ଷା ପ୍ରକଳ୍ପ ତିଆରି କରିବା କାମକୁ ଅଧିକ ପ୍ରାଧାନ୍ୟ ଦେଉଛି। ଅରୁଣାଚଳ ପ୍ରଦେଶର ଦିବାଙ୍ଗ ଉପତ୍ୟକାର ଘନ ଜଙ୍ଗଲକୁ ନଷ୍ଟ କରି ୩୦୯୭ ମେଗାୱାଟ୍‌ର ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ତେଲେଙ୍ଗାନାର ନାଲାମୁଲା ଜଙ୍ଗଲରେ ୟୁରାନିୟମ୍‌ ଖନନ ପାଇଁ ଏହି କମିଟି ଅନୁମୋଦନ ପ୍ରଦାନ କରିଛି। ଗୁଜରାଟର ଗୀର୍‌ ଅଭୟାରଣ୍ୟରେ ବିଜୁଳି ତାର ବିଛେଇବାର ଯୋଜନା ଚୂଡ଼ାନ୍ତ ହୋଇଥିବା ବେଳେ ତେଲେଙ୍ଗାନାର କବାଲ୍‌ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ରେଳ ଧାରଣା ବିଛେଇବାକୁ ମଧ୍ୟ ଯୋଜନା ହୋଇଛି। ଏହା ବ୍ୟତୀତ ତେଲେଙ୍ଗାନାର ଇଟାନଗରମ୍‌ ଅଭୟାରଣ୍ୟ ଭିତରେ ଗୋଦାବରୀ ନଦୀ ଉପରେ ବନ୍ଧ ବାନ୍ଧିବା ପାଇଁ ପ୍ରାୟ ଦଶ ହେକ୍ଟର ଜଙ୍ଗଲ କାଟିବାକୁ ଅନୁମତି ଦିଆଯାଇଛି। ପ୍ରକଳ୍ପର ରେକର୍ଡ ପତ୍ରରେ ଯେତିକି ଜଙ୍ଗଲ କଟିବ ବୋଲି ଉଲ୍ଲେଖ ଅଛି, ଅସଲରେ ତା’ ଠାରୁ ଅଧିକ ଜଙ୍ଗଲ କଟିବ ବୋଲି ଅନୁମାନ କରାଯାଉଛି। କିନ୍ତୁ ପରିବେଶ ମନ୍ତ୍ରଣାଳୟର କମିଟି ଏସବୁ ଦିଗ ପ୍ରତି ଯଥେଷ୍ଟ ଧ୍ୟାନ ନ ଦେଇ ତରବରିଆ ଭାବେ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ଦେଇଛନ୍ତିି। ମିଜୋରାମର ଡମ୍ପା ବ୍ୟାଘ୍ର ସଂରକ୍ଷଣ ଭିତରେ ରାସ୍ତା ଚଉଡ଼ା କରିବା ପାଇଁ ପାଖାପାଖି ଦୁଇ ହେକ୍ଟର ଜଙ୍ଗଲକୁ କାଟିଦିଆଯାଇଛି।
ଦେଶର ସମୁଦାୟ ଜୈବ ବିବିଧତାର ସିଂହ ଭାଗ ଦକ୍ଷିଣ ଭାରତରେ ଅବସ୍ଥିତ ପଶ୍ଚିମଘାଟ ପର୍ବତମାଳାରେ ମହଜୁଦ୍‌ ଅଛି ଓ ପରିବେଶର ସନ୍ତୁଳନ ରକ୍ଷା ପାଇଁ ଏହା ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ । ଏହାକୁ ୟୁନେସ୍କୋ ତରଫରୁ ବିଶ୍ୱ ଐତିହ୍ୟ ଭାବେ ମଧ୍ୟ ଘୋଷଣା କରାଯାଇଛି। ଏହା ସତ୍ତ୍ୱେ ବି ରେଳ ଧାରଣା ବିଛେଇବା ପାଇଁ ଏଥିରୁ ୫୯୬ହେକ୍ଟର ଜଙ୍ଗଲ କାଟିବାକୁ ଅନୁମତି ଦିଆଯାଇଛି। ଏଠାରେ ପ୍ରାୟ ଅଢ଼େଇ ଲକ୍ଷ ଗଛ କାଟିବାକୁ ପଡ଼ିବ ବୋଲି ପ୍ରକଳ୍ପ ପ୍ରସ୍ତାବରେ ଅନୁମାନ କରାଯାଇଛି।
ଜଙ୍ଗଲ କାଟିବାର କାମକୁ ଆହୁରି ବ୍ୟାପକ କରିବା ପାଇଁ ସଂପ୍ରତି ସରକାରଙ୍କ ଦ୍ୱାରା ଜଙ୍ଗଲର ସଂଜ୍ଞା ବଦଳେଇବାକୁ ପ୍ରୟାସ ଚାଲୁଛି। ଗୋଟିଏ ସ୍ଥାନରେ ନିର୍ଦ୍ଦିଷ୍ଟ ପରିମାଣର ଓ ନିର୍ଦ୍ଦିଷ୍ଟ ଘଞ୍ଚର ଗଛ ନ ଥିଲେ ତାକୁ ଆଉ ଜଙ୍ଗଲ କୁହା ନ ଯିବା ପାଇଁ ଯୋଜନା ହୋଇଛି। ଫଳରେ ସରକାରଙ୍କୁ ଜଙ୍ଗଲ କାଟିବା ପାଇଁ ଅନୁମତି ଦେବା ସହଜ ହୋଇଯିବ। ପ୍ରଥମେ ଜଙ୍ଗଲ ବିଭାଗ ଦ୍ୱାରା ଜଙ୍ଗଲର ଘଞ୍ଚତାକୁ ନଷ୍ଟ କରାଯାଉଛି ଓ ପରବର୍ତ୍ତୀ ସମୟରେ ତାହାକୁ ଆଉ ଜଙ୍ଗଲର ସଂଜ୍ଞା ଦିଆଯିବ ନାହଁି ଓ ତାକୁ କାଟିବାକୁ ଅନୁମତି ଦେଇଦିଆଯିବ। କେତେ ସୁନ୍ଦର ଉପାୟ କରି ଜଙ୍ଗଲ ଉଜାଡ଼ିବା ପାଇଁ ରାସ୍ତା ସଫା କରାଯାଉଛି!
ଆମ ରାଜ୍ୟରେ ମଧ୍ୟ ଆମେ ଦେଖୁଛେ ଯେ ଦିନକୁ ଦିନ ମଣିଷ ଓ ବଣ୍ୟଜନ୍ତୁଙ୍କ ଭିତରେ ସଂଘର୍ଷ ବୃଦ୍ଧି ପାଉଛି। ହାତୀମାନେ ଜନପଦକୁ ବା ଗାଁ ଓ ସହର ଭିତରକୁ ଚାଲି ଆସୁଛନ୍ତି। କେବେ ହାତୀ ମଣିଷକୁ ମାରୁଛନ୍ତି ବା ମଣିଷ ହାତୀ ଓ ଅନ୍ୟାନ୍ୟ ବଣ୍ୟଜନ୍ତୁକୁ ମାରୁଛି। ଏହାର ଏକମାତ୍ର କାରଣ ଜଙ୍ଗଲ ବ୍ୟାପକ ପରିମାଣରେ ଉଜୁଡ଼ିବାକୁ ଲାଗୁଛି ବା ପତଳା ହେବାରେ ଲାଗୁଛି। ଫଳରେ ବଣ୍ୟଜନ୍ତୁ ବାଧ୍ୟ ହୋଇ ଜନପଦ ଭିତରକୁ ପଶି ଆସୁଛନ୍ତି। ଜଙ୍ଗଲ ନଷ୍ଟର ଏଭଳି ପ୍ରଭାବ ମଧ୍ୟ ଏବେ ମଣିଷମାନେ ଭୋଗିବାକୁ ଆରମ୍ଭ କଲେଣି।
ଗତ ପାଞ୍ଚ ଦଶନ୍ଧି ମଧ୍ୟରେ ଆମ ଦେଶରେ ବ୍ୟାପକ ପରିମାଣରେ ଜଙ୍ଗଲ ନଷ୍ଟ ହୋଇଛି। ଏହାଦ୍ୱାରା ବଣ୍ୟଜନ୍ତୁ ଓ ବନବାସୀ ମଣିଷମାନେ ପ୍ରତ୍ୟକ୍ଷ ଭାବେ ବ୍ୟାପକ କ୍ଷତି ସହିଛନ୍ତି। ତଥାକଥିତ ବିକାଶ ପ୍ରକଳ୍ପ ନାମରେ ସଂପ୍ରତି ଏହି ଜଙ୍ଗଲ ନଷ୍ଟର କାର୍ଯ୍ୟକ୍ରମ ଏବେ ଶିଖରକୁ ଛୁଇଁଛି। ଦୁର୍ଭାଗ୍ୟଜନକ ଭାବେ ପରିବେଶ ମନ୍ତ୍ରଣାଳୟର ଖୋଦ୍‌ ଏହି କାମକୁ ତୀବ୍ରତାର ସହିତ ଆଗକୁ ବଢ଼ାଉଛି। ଏହିପରି ଭାବେ ବ୍ୟାପକ ପରିମାଣରେ ଜଙ୍ଗଲ ନଷ୍ଟର ପରିଣାମ ସ୍ବରୂପ ବ୍ୟାପକ ଭାବେ ପରିବେଶ ଅସନ୍ତୁଳନକୁ ଆମେ ଭୋଗୁଛେ। ପ୍ରାକୃତିକ ବିପର୍ଯ୍ୟୟର ପରିମାଣ ପୂର୍ବ ତୁଳନାରେ ବହୁତ ବଢ଼ିଛି। ତଥାପି ବି ସରକାର ଏଥିପ୍ରତି ସଚେତନ ନ ହୋଇ ଜଙ୍ଗଲକୁ ଉଜାଡ଼ି ପ୍ରକଳ୍ପକୁ ଅନୁମୋଦନ ଦେବାରେ ଲାଗିଛନ୍ତିି।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
Email-bichitrabiswal@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?