କଟକଣା ଶେଷ କର

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ଗତ ସପ୍ତାହରେ ଏହାର ଆର୍ଥିକ ସମୀକ୍ଷା ବୈଠକରେ ଉପଭୋକ୍ତାମାନଙ୍କ ପାଇଁ ସେମାନଙ୍କର ଏବକାର ଋଣର ପରିଶୋଧ ଉପରେ ପୂର୍ବରୁ ଘୋଷଣା କରିଥିବା ୬ ମାସିଆ ମୋରାଟୋରିୟମକୁ ନ ବଢାଇବା ପାଇଁ ନିଷ୍ପତ୍ତି ନେଇଛିି। ସେମାନେ ପୂର୍ବରୁ ଅଧିକ ଇଏମ୍‌ଆଇ ଉପରେ ମୋରାଟୋରିୟମ ଚାହାନ୍ତି କି ତାହାକୁ ଲଗାତର ଦେବାକୁ ଚାହାନ୍ତି ତା’ଭିତରୁ ଗୋଟିଏକୁ ବାଛିବାକୁ ଲୋକମାନଙ୍କୁ ଅନୁମତି ଦେଇଥିଲେ। ମୋରାଟୋରିୟମ ବନ୍ଦ କରିବା ଆର୍‌ବିଆଇର ଏକ ଠିକ୍‌ ନିଷ୍ପତ୍ତି। ମୋରାଟୋରିୟମ କେବଳ ଏକ ପ୍ରହେଳିକା ବୋଲି ପୂର୍ବରୁ ଆମେ ଏହି ସ୍ତମ୍ଭରେ ଯୁକ୍ତି ଉପସ୍ଥାପନ କରିଥିଲୁ। ଏହି ଯୋଜନା ଉପଭୋକ୍ତାଙ୍କୁ ସହାୟକ ହେବନି ବୋଲି ନିଶ୍ଚିତ ଥିଲା। ମୋରାଟୋରିୟମ ପାଉଥିବା ଲୋକମାନଙ୍କୁ ମୂଳଧନ ଉପରେ ଅଧିକ ସୁଧ ଦେବାକୁ ପଡୁଥିଲା ଏବଂ ସେମାନଙ୍କ ବାକିଥିବା ଇଏମ୍‌ଆଇର ସୁଧ ଉପରେ ବି ସୁଧ ଦେବାକୁ ପଡୁଥିଲା। ଏହା ବ୍ୟାଙ୍କଗୁଡିକ ପାଇଁ ଲାଭ ନ ଥିଲା, କାରଣ ଲୋକମାନେ ଇଏମ୍‌ଆଇ ଦେଇ ନ ଥିବାରୁ ଋଣ ଖାତାର ବହୁପୃଷ୍ଠା ଖାଲିଥିତ୍ଲା। ବହୁସଂଖ୍ୟାର ଖିଲାପି ଅର୍ଥ କାରବାରକୁୁ ପୂରା ବନ୍ଦ କରିଦେଲା ଏପରି କି ଏହା ବ୍ୟାଙ୍କର ଋଣ ପୁସ୍ତିକାରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି କଲା। ମାନ୍ଦା ଅର୍ଥବ୍ୟବସ୍ଥାରୁ ମୁକୁଳିବା ପାଇଁ ବ୍ୟାଙ୍କ ସଂଗ୍ରାମ କରୁଛି। ପୁଣି କୋଭିଡ୍‌-୧୯ ମହାମାରୀ ଅର୍ଥବ୍ୟବସ୍ଥାକୁ ପୂରା ଧ୍ୱଂସ କରିଦେଇଛି। ଏପରି କି ଗତ ବର୍ଷ ଫେବୃୟାରୀଠାରୁ ଆର୍‌ବିଆଇ ରେପୋ ରେଟ୍‌ ପାଖାପାଖି ୧୫୦ ବେସିସ୍‌ ପଏଣ୍ଟ କମାଇ ଦେଲେ ବି ଲୋକମାନେ ବ୍ୟାଙ୍କରୁ ଋଣ ଉଠାଇବାକୁ ଉତ୍ସାହୀ ହେଲେ ନାହିଁି। ସାମଗ୍ରିକ ଚାହିଦା ପୂରା କମିଯାଇଥିବାରୁ ଶିଳ୍ପ କାର୍ଯ୍ୟକଳାପ ଶୂନକୁ ଖସି ଆସିଛି। ବ୍ୟାଙ୍କଗୁଡିକ କମ୍‌ ଲାଭ କରୁଥିବା ବି ଜଣାଇଛନ୍ତି। ଏହି ପୃଷ୍ଠଭୂମିରେ ବହୁ ଇଏମଆଇର ଖିଲାପ ହୁଏତ ବ୍ୟାଙ୍କଗୁଡିକୁ ବିପଦକୁ ଠେଲିଦେବ। ଅତ୍ୟଧିକ ଇଏମ୍‌ଆଇ ଓ ଏହା ଉପରେ ଲାଗୁ କରାଯାଇଥିତ୍ବା ସୁଧ ଯୋଗୁ ଉପଭୋକ୍ତାମାନେ ଋଣ ପାରିଶୋଧରେ ଖିଲାପ କରିବେ। ଏହାଦ୍ୱାରା ବ୍ୟାଙ୍କଗୁଡିକର ଅନାଦେୟ ଋଣ (ଏନ୍‌ପିଏ) ବୃଦ୍ଧି ପାଇବ। ଏନ୍‌ପିଏ ଅଧିକ ହେଲେ ବ୍ୟାଙ୍କ ଦୁର୍ବଳ ହୋଇଯାଇଥାଏ। ଫଳରେ ଏହା ସରକାରଙ୍କୁ ନଗଦ ଅର୍ଥଦେବାକୁ ବାଧ୍ୟ କରିବ। ଏହିପ୍ରକାରେ ମୋରାଟୋରିୟମ ସମସ୍ତଙ୍କ ପାଇଁ ଏକ କ୍ଷତିକାରକ ଯୋଜନା ଥିଲା। ଏଣୁ ମୋରାଟୋରିୟମ ବନ୍ଦ କରିବା ଏବଂ ବ୍ୟାଙ୍କଗୁଡିକୁ ଋଣଗୁଡିକର ନବୀକରଣ କରି ବଦଳାଇବା,ଋଣଗ୍ରହୀତାମାନଙ୍କୁ ସେମାନଙ୍କ ପରିଶୋଧ ଧାରାର ରେକର୍ଡକୁ ଆଧାରକରି ପ୍ରୋତ୍ସାହିତ କରିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ମାର୍ଚ୍ଚ ୩୦, ୨୦୨୦ରେ ଉପଭୋକ୍ତାମାନଙ୍କ ଦେୟ ଇତିହାସକୁ ବିଚାରକୁ ନେବାକୁ ବ୍ୟାଙ୍କଗୁଡିକୁ କୁହାଯାଇଛି। ନୂଆ ନିୟମ କର୍ପୋରେଟ,ଖୁଚୁରା ଉପଭୋକ୍ତା ଏବଂ ଏମ୍‌ଏସଏମଇଏସ୍‌କୁ ସାହାଯ୍ୟ କରିବ ଯେଉଁଠି ଉପଭୋକ୍ତା ତା’ର ଋଣ, ଇଏମ୍‌ଆଇ ପରିମାଣ ଏବଂ ଋଣର ଅବଧିକୁ ବଦଳାଇପାରିବ। ଏହା ଗୃହଋଣ, କାର୍‌ ଋଣ, ବ୍ୟକ୍ତଗତ ଋଣ,ଶିକ୍ଷା ଋଣ,ସମ୍ପତ୍ତି ଉପରେ ଋଣ, ବ୍ୟବସାୟ ଋଣ କରିଥିବା ଲୋକମାନଙ୍କ ପାଇଁ ପ୍ରଯୁଜ୍ୟ ହେବ।
ମୁଦ୍ରାସ୍ଫୀତି ବଢୁଥିବାରୁ ଆର୍‌ବିଆଇ ଏହାର ପୁନଃ ରେଟ୍‌ କମାଇବା ରୋକି ଦେଇଛି। ସାରାଦେଶରେ ବୃଦ୍ଧି ପାଉଥିବା କୋଭିଡ୍‌-୧୯ ମହାମାରୀ ବିରୋଧରେ ସଂଗ୍ରାମ କରୁଥିବା ତଥା ଅର୍ଥବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପଦକ୍ଷେପ ନେଉଥିବା କେନ୍ଦ୍ର ସରକାରଙ୍କ ଉପରେ ଏହା ନିଶ୍ଚିତ ଅଧିକ ଚାପ ପକାଇବ। ମାର୍ଚ୍ଚରେ ଲକ୍‌ଡାଉନ ଘୋଷଣା ହେବା ପରଠାରୁ ଅର୍ଥବ୍ୟବସ୍ଥା ମାନ୍ଦା ହୋଇଚାଲିଛି। ଏହାପରେ ଲଗାତର ଲକ୍‌ଡାଉନ ଓ ଶଟ୍‌ଡାଉନ ଅର୍ଥବ୍ୟବସ୍ଥାରେ ଶୀଘ୍ର ସୁଧାର ଆସିବାର ସମସ୍ତ ଆଶାକୁ ଶେଷ କରିଦେଇଛି। ଏହା ମଧ୍ୟ ପ୍ରମାଣିତ ହୋଇଛି ଯେ, ଲକ୍‌ଡାଉନ ଓ ଶଟ୍‌ଡାଉନଗୁଡିକ ଭୂତାଣୁ ସଂକ୍ରମଣ ରୋକିବାରେ ବିଫଳ ହୋଇଛି ଓ ଏହା ଏବେ ୨୨ ଲକ୍ଷ ଟପିଯାଇଛି। ସ୍ବାଧୀନତା ପରେ ମୋଟ ଘରୋଇ ଉପତ୍ାଦ (ଜିଡିପି) ସବୁଠୁ କମ୍‌ ସ୍ତରରେ ପହଞ୍ଚିବାର ସମ୍ଭାବନା ଦେଖାଦେଇଛି। ସରକାର ଅର୍ଥବ୍ୟବସ୍ଥାକୁ କ୍ରିୟାଶୀଳ କରିବାକୁ ଆଉ ଏକ ପ୍ୟାକେଜ ମଧ୍ୟ ପ୍ରସ୍ତୁତ କରିପାରନ୍ତି। ଚାହିଦା ବୃଦ୍ଧି କରିବାକୁ ଅଧିକ ପଦକ୍ଷେପ ନେବାକୁ ସରକାରଙ୍କ ଉପରେ ଚାପ ବଢୁଛି। ଭିତ୍ତିିଭୂମି ପ୍ରକଳ୍ପରେ ଅଧିକ ଖର୍ଚ୍ଚ ଏବଂ ଯଥାସମ୍ଭବ ସାମଗ୍ରିକ ସେବା ଟିକସ (ଜିଏସଟି) ହାର କମାଇବା ସରକାରଙ୍କ ପାଇଁ ଅନ୍ୟ ବିକଳ୍ପ ହୋଇପାରେ। ଯେତେବେଳ ଯାଏ ସରକାର ତାଙ୍କ କଟକଣା ନିୟମକୁ ଜାରି ରଖିବେ ସେତେବେଳ ଯାଏ ସରକାର ଏବଂ ଆର୍‌ବିଆଇ ଦ୍ୱାରା ନିଆଯାଉଥିବା ପ୍ରତ୍ୟେକ ପଦକ୍ଷେପ ବ୍ୟର୍ଥ ହେବ। ଚାହିଦା ଫେରିଲେ ହିଁ ଅର୍ଥବ୍ୟବସ୍ଥା ସୁଧୁରିବ।
କେବଳ ଲୋକମାନଙ୍କୁ ଚାକିରି ଓ କାମ କରିବାକୁ ଅନୁମତି ଦେଲେ ଏହା ହୋଇପାରିବ। କଟକଣା ଶେଷ ହେଲେ ହିଁ ଅର୍ଥନୀତି ମୁଖ୍ୟସ୍ରୋତକୁ ଫେରିିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri