ଛାମୁ ଯାହା ଦେଲେ ହରଷେ

ତୁଷାରକାନ୍ତ
ସ୍ବାଧୀନତା ପୂର୍ବ ରାଜରାଜୁଡ଼ାଙ୍କ ସମୟର ଶାସନ ବେଳେ ନୟାଗଡ଼ ରାଜାଙ୍କର ରାଜକବି ଥିଲେ ଯଦୁମଣି ମହାପାତ୍ର। ତାଙ୍କ ପ୍ରତ୍ୟୁପତ୍ନ୍ନମତିତାରେ ପ୍ରୀତ ହୋଇ ରାଜା ତାଙ୍କୁ ଜମି ଖଣ୍ଡିଏ ଦେଇଥିଲେ। ଅନେକ ଦିନ ପରେ ରାଜା ଥରେ ପଚାରିଲେ, ”କ’ଣ ମହାପାତ୍ରେ ଖୁସି ତ?“ ମହାପାତ୍ରେ ତତ୍‌କ୍ଷଣାତ୍‌ ଉତ୍ତର ଦେଲେ ”ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ। ଏମନ୍ତ ଭୂଇଁ, ଚାକୁଣ୍ଡା ବୁଣିଲେ ଉଠଇ ନାହିଁ।“ ଅର୍ଥାତ୍‌ ରାଜା ତାଙ୍କୁ ଏପରି ଜମି ଖଣ୍ଡିଏ ଦେଇଥିଲେ ଯାହା ଅତ୍ୟନ୍ତ ଅନୁର୍ବର ଥିଲା, ଯେଉଁଥିରେ କି ଯେଉଁଠି ନାଇଁ ସେଠି ମନକୁ ବଢ଼ୁଥିବା ଚାକୁଣ୍ଡା ଗଛ ବି ଉଠେ ନାହିଁ।
ରାଜତନ୍ତ୍ର ଯାଇ ଗଣତନ୍ତ୍ର ଆସିଲା। କିନ୍ତୁ ରାଜାଙ୍କ ପାଟବସ୍ତ୍ର, ଥାଟ ଓ ଭାଟଙ୍କ ଦ୍ୱାରା ସ୍ତୁତିଗାନ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରିଗଣଙ୍କ ପାଖକୁ ଚାଲିଆସିଲା। ରାଜାଙ୍କ ଗସ୍ତ ବେଳର ଥାଟବାଟ ଭଳି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ଗସ୍ତକାଳରେ ସେଇ ପ୍ରଣାଳୀ ଅନୁସୃତ ହେଲା, କେବଳ ସେକାଳର ହାତୀଘୋଡ଼ା, ଏକାଳକୁ ବିଭିନ୍ନ ପ୍ରକାର ଗାଡ଼ିକୁ ବଦଳିଗଲା ଯାହା। ନୟାଗଡ଼ ରାଜା ଯଦୁମଣି ମହାପାତ୍ରଙ୍କୁ ପଚାରିଥିବା ‘କ’ଣ ମହାପାତ୍ରେ ଖୁସି ତ!’ ଧାରାରେ ଆମ ପ୍ରଧାନମନ୍ତ୍ରୀ ‘ଅଚ୍ଛେଦିନ୍‌ ଆୟେଗା’ କହିଲା ବେଳକୁ ଆମ ମୁଖ୍ୟମନ୍ତ୍ରୀ କହିଲେ ‘ଆପଣ ଖୁସି ତ!’ ରାଜାଙ୍କ ଦ୍ୱାରା ମହାପାତ୍ରଙ୍କୁ ଚାକୁଣ୍ଡା ଗଛ ଉଠୁ ନ ଥିବା ଜମି ଖଣ୍ଡେ ମିଳିଲା ଭଳି, ଆମ ମୁଖ୍ୟମନ୍ତ୍ରୀଙ୍କ ସୌଜନ୍ୟରୁ ମୋତେ କିପରି କିଛି ଉତ୍ତର ନ ଥିବା ଚିଠିଖଣ୍ଡିଏର ନକଲ ମିଳିଥିଲା, ତାହାର ବିବରଣୀ ନିମ୍ନରେ।
କେହି ଜଣେ କହିଥିଲେ, ‘ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ, ତେବେ ତାହା ପାଣି ପାଇଁ ହେବ’। କିନ୍ତୁ ସାରା ପୃଥିବୀରେ ଯେପରି ବାୟୁମଣ୍ଡଳର ପରିବର୍ତ୍ତନ ହେଉଛି, ସେଥିରେ ପିଇବାକୁ ପାଣି ଥିଲେ ତ ଯୁଦ୍ଧରେ ଭାଗ ନେଇଥିବା ଯବାନମାନେ ଜୀବନ ଧରି ଯୁଦ୍ଧ କରିବେ! ଅତଏବ, ଯୁଦ୍ଧ ନ ହୋଇ ସେଥିରେ ହେବାକୁ ଥିବା ଜୀବନହାନି ବିନା ପାଣିରେ ହେବ। ୨୦୩୦ ବେଳକୁ ଆମ ଦେଶରେ ୧୫୦୦ ବିଲିୟନ୍‌ କ୍ୟୁବିକ୍‌ ମିଟର ପାଣିର ଆବଶ୍ୟକତା ପଡ଼ିବ, କିନ୍ତୁ ମିଳିବ ମାତ୍ର ୭୫୦ ବିଲିୟନ୍‌ କ୍ୟୁବିକ୍‌ ମିଟର। ଆମ ଦେଶର ୨୮୭ ବ୍ଲକ୍‌ରେ ଜଳସ୍ତର ଆଉ ନାହିଁ। ନୀତି ଆୟୋଗର ଆକଳନ ଅନୁସାରେ ୨୦୨୦ (ଆସନ୍ତା ବର୍ଷ) ବେଳକୁ ୪୧ଟି ସହରରେ ପାଣି ମିଳିବ ନାହିଁ। ଆମେ ଓଡ଼ିଶାବାସୀ, ବିଶେଷକରି ଉପକୂଳବର୍ତ୍ତୀ ଓ ନଦୀତଟବର୍ତ୍ତୀ ଅଞ୍ଚଳର ଲୋକେ ଭାବୁଛୁ ଯେ ଏ କଷ୍ଟ ଆମକୁ ସାମ୍ନା କରିବାକୁ ପଡ଼ିବନି, ଯାହା ଏକ ଭ୍ରାନ୍ତ ଧାରଣା।
ତେଣୁ ପାଣି ସମସ୍ୟା ବାବଦରେ ଯେତେବେଳେ କିଛି ତଥ୍ୟ ପାଏ, ତାହା ମୋତେ ବ୍ୟଥିତ କରିଥାଏ ଓ ମୁଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ତାହା ଜଣାଇଥାଏ। ୨୦୧୭ ମସିହାରେ ବ୍ରାହ୍ମଣୀ ତଥା ଇବ୍‌ନଦୀର ଜଳ ସମସ୍ୟା ଉପରେ ଦୁଇଟି ଲେଖା ପଢ଼ି ତାହାକୁ ଇଂଲିଶକୁ ଅନୁବାଦ କରି ମୁଖ୍ୟମନ୍ତ୍ରୀଙ୍କ ଘରେ ତା୨୮ା୦୪ା୨୦୧୭ରେ ଦେଇ ଆସିଥିଲି। ମହାନଦୀ ଉପରେ ଗୋଟିଏ ଇଂଲିଶ ଲେଖାକୁ ବି ସେଥିରେ ଯୋଡ଼ିଥିଲି। ପୂର୍ବରୁ ପଠେଇଥିବା ଜନସ୍ବାର୍ଥ ସମ୍ବଳିତ ଅନେକ ଚିଠିର ଉତ୍ତର ବା ପ୍ରାପ୍ତିସ୍ବୀକାର ମିଳି ନ ଥିବା ସ୍ଥଳେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ମୋ ଚିଠିଟି ସଚିବାଳୟର ଜଳସମ୍ପଦ ବିଭାଗକୁ ପଠାଯାଇଥିଲା। ଜଳସମ୍ପଦ ବିଭାଗ ତରଫରୁ ତାହାକୁ ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ପାଖକୁ ପଠାଯାଇ ଲେଖାରେ ଥିବା ବିଷୟବସ୍ତୁ ଉପରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ଚିଠି ତା୧୬ା୧୦ା୨୦୧୭ରେ ପଠାଯାଇଥିଲା। ଏହି ଚିଠିର ନକଲ ମୋତେ ଦିଆଯାଇଥିଲା। ସେହି ଚିଠିରେ ବୈତରଣୀ ନଦୀର ନାମ ଉଲ୍ଲେଖ ଥିଲା, ଯଦିଓ ମୁଁ ଦେଇଥିବା ଲେଖାଗୁଡ଼ିକରେ ବ୍ରାହ୍ମଣୀ, ଇବ୍‌ ଓ ମହାନଦୀ ବାବଦରେ ଉଲ୍ଲେଖ ଥିଲା ଓ ବୈତରଣୀର ନାମଗନ୍ଧ ନ ଥିଲା।
ନୟାଗଡ଼ ରାଜା ସିନା ବର୍ଷକରେ ବ୍ୟବହାରଯୋଗ୍ୟ ନ ଥିବା ଜମି ଖଣ୍ଡିଏ ଦେଇଥିଲେ, ମୁଁ କିନ୍ତୁ ମାତ୍ର ୬ ମାସରେ ଚିଠିର ନକଲଟିଏ ପାଇ ଖୁସି ହୋଇଥିଲି। କିନ୍ତୁ ମାସ ପରେ ମାସ ବିତି ଚାଲିଲେ ମଧ୍ୟ ସର୍ବୋଚ୍ଚ ଯନ୍ତ୍ରୀ କି ପ୍ରକାର ଉତ୍ତର ଦେଲେ ତଥା ସରକାର ତା’ ଉପରେ କ’ଣ ଯୋଜନା କଲେ, ସେ ବାବଦରେ ମୋତେ କିଛି ତଥ୍ୟ ଦିଆଗଲା ନାହିଁ। ଯଦୁମଣି ବର୍ଷେ ଅପେକ୍ଷା କରିଥିବା ଧାରାରେ ମୁଁ ବର୍ଷେ ପରେ ସେ ଚିଠିଟି ଦସ୍ତଖତ କରିଥିବା ହାକିମଙ୍କୁ ଫୋନ୍‌ ଯୋଗେ କ’ଣ ହେଲା ବୋଲି ପଚାରନ୍ତେ, ସେ କହିଥିଲେ, ‘ମୁଁ ଦେଖୁଛି’। କିନ୍ତୁ ସେ ଦେଖା, ଦେଖାରେ ରହିଗଲା। ତା’ପରେ କ୍ରମାଗତ ଭାବେ ମୁଖ୍ୟମନ୍ତ୍ରୀ, ଜଳସମ୍ପଦ ବିଭାଗ ସଚିବ ଓ ଚିଠିକୁ ଦସ୍ତଖତ କରିଥିବା ଯୁଗ୍ମ ସଚିବ ମହୋଦୟଙ୍କୁ ବାରମ୍ବାର ଚିଠି ଲେଖିଲେ ମଧ୍ୟ କୌଣସି ଉତ୍ତର ମିଳିଲା ନାହିଁ। ଏହି ପ୍ରକ୍ରିୟାର ଶେଷ ଚିଠିଟି ତା୨୦ା୦୫ା୨୦୧୯ରେ ୫୪ ଟଙ୍କା ଖର୍ଚ୍ଚ କରାଯାଇ ସ୍ପିଡ୍‌ ପୋଷ୍ଟ ଯୋଗେ ସେହି ତିନିଜଣଙ୍କୁ ପଠାଯାଇଥିଲା, ଯେଉଁଥିରେ କି ଅନ୍ତତଃ ପ୍ରାପ୍ତିସ୍ବୀକାର ପାଇଁ ନିବେଦନ ଥିଲା। ଉତ୍ତର ମିଳିବା ଦୂରେ ଥାଉ, ଚିଠିଟିର ପ୍ରାପ୍ତିସ୍ବୀକାର ବି କରାଗଲା ନାହିଁ।
କବି ଯଦୁମଣି ମହାପାତ୍ର ବ୍ୟବହାର ଅନୁପଯୁକ୍ତ ଜମି ଖଣ୍ଡେ ପାଇଥିଲା ଭଳି ମୁଁ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ପଠାଯାଇଥିବା ଚିଠିର ନକଲ ଖଣ୍ଡେ ପାଇଛି ଯାହା। ମହାପାତ୍ରଙ୍କୁ ନୟାଗଡ଼ ରାଜା ତା’ପରେ ଭଲ ଜମି ଖଣ୍ଡିଏ ଦେଇଥିଲେ କି ନାହିଁ ସେ ବାବଦରେ କୌଣସି ତଥ୍ୟ ନାହିଁ। କିନ୍ତୁ ମୋ କ୍ଷେତ୍ରରେ ବର୍ତ୍ତମାନର ଗଣତନ୍ତ୍ରର ରାଜା ଓ ମନ୍ତ୍ରିଗଣ କୌଣସି ତଥ୍ୟ ଦେଲେନାହିଁ।
ମୋ- ୮୮୯୫୮୫୭୩୧୮


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?