ଚୋରା କେନ୍ଦୁପତ୍ର ସହ ଗାଡ଼ି ଜବତ, ୨ ଗିରଫ

ଆଠମଲ୍ଲିକ,୧୦ା୧୨(ଡି.ଏନ.ଏ.)- ଆଠମଲ୍ଲିକ ଡିଏଫ୍‌ଓ ସମ୍ୟକ ସାମନ୍ତରାଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ବନ ବିଭାଗ କର୍ମଚାରୀମାନେ ଚଢାଉ କରି ଲକ୍ଷାଧିକ ଟଙ୍କାର ଚୋରା କେନ୍ଦୁପତ୍ର ସହ ଗୋଟିଏ ଟାଟା ଏସିଇ (ନଂ. ଓଡି୧୯ପି-୩୪୭୮) ଜବତ କରିଛନ୍ତି। ଆଠମଲ୍ଲିକ ଥାନା ପତକାଆଡୁ ଆଠମଲ୍ଲିକ ଅଭିମୁଖେ ଏହି ଚୋରା କେନ୍ଦୁପତ୍ର ବୋଝେଇ ଗାଡି ଆସୁଥିବା ବେଳେ ଖବରପାଇ ବାହାଲି ରାସ୍ତାରେ ବନ ବିଭାଗ ଟିମ୍‌ ଜଗି ରହି ଚଢ଼ାଉ କରିଥିଲା। ଏଥିସହ ଚୋରା କାରବାରରେ ସମ୍ପୃକ୍ତି ଅଭିଯୋଗରେ ଆଠମଲ୍ଲିକ ଥାନା ଓଡସିଙ୍ଗା ଗ୍ରାମର ସୁଦାମ ରଣା (୪୫), ଡ୍ରାଇଭର ପ୍ରଶାନ୍ତ ପ୍ରଧାନ (୨୨)ଙ୍କୁ ବନ ବିଭାଗ ଗିରଫ କରିଛି। ଉକ୍ତ ଗାଡିରୁ ୧୧୦ ବଣ୍ଡଲ କେନ୍ଦୁପତ୍ର ଜବତ ହୋଇଛି। ଏହାର ଓଜନ ୫ କୁଇଣ୍ଟାଲ ୪୫ କେଜି ହେବ ବୋଲି ଜଣାପଡିଛି। ଏହି ଚଢାଉରେ ଆଠମଲ୍ଲିକ ଡେପୁଟି ରେଞ୍ଜର କୈଳାସ ସାହୁ, ଫରେଷ୍ଟର ଗରିିଜାଶଙ୍କର ପ୍ରସାଦ, ଗାର୍ଡ ଆଲୋକ ମିଶ୍ର ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri