ଚାଇନାରୁ ଭାରତକୁ ଆସିବେ ୨୦୦ ଆମେରିକୀୟ କମ୍ପାନୀ

ନୂଆଦିଲ୍ଲୀ,୨୮-୪: ସାଧାରଣ ନିର୍ବାଚନ ପରେ ଆମେରିକାର ପ୍ରାୟ ୨୦୦ କମ୍ପାନୀ ନିଜର ମାନୁଫାକଚରିଂ ସେଣ୍ଟରକୁ ଭାରତକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ହୋଇଛନ୍ତି। ଆମେରିକା ଓ ଭାରତର ସମ୍ପର୍କ ସୁଦୃଢ଼ୀକରଣ ଲାଗି କାର୍ଯ୍ୟରତ ଆଡଭୋକେସୀ ଗ୍ରୁପ୍‌ ୟୁଏସ୍‌-ଇଣ୍ଡିଆ ଷ୍ଟ୍ରାଟେଜିକ ଆଣ୍ଡ ପାର୍ଟନରସିପ୍‌ ଫୋରମ(ୟୁଏସ୍‌ଆଇଏସ୍‌ପିଏଫ୍‌) ଏହା ପ୍ରକାଶ କରିଛି। ଫୋରମ ପକ୍ଷରୁ କୁହାଯାଇଛି ଯେ, ଚାଇନା ବଦଳରେ ଅନ୍ୟ କୌଣସି ବିକଳ୍ପ ଖୋଜୁଥିବା ଏହି କମ୍ପାନୀଗୁଡ଼ିକ ପାଇଁ ଭାରତ ଆଦର୍ଶ ସ୍ଥାନ ହେବ। ଭାରତରେ ନିବେଶ କରି କିଭଳି ଚାଇନାର ବିକଳ୍ପ ପ୍ରସ୍ତୁତ କରିପାରିବେ ସେନେଇ ଆମେରିକୀୟ କମ୍ପାନୀଗୁଡ଼ିକ ତାଙ୍କ ସହ ଆଲୋଚନା କରୁଛନ୍ତି ଓ ପଚାରି ବୁଝୁଛନ୍ତି ବୋଲି ଫୋରମ୍‌ ଅଧ୍ୟକ୍ଷ ମୁକେଶ ଅଘି କହିଛନ୍ତି।

ଭାରତରେ ସାଧାରଣ ନିର୍ବାଚନ ପରେ କେନ୍ଦ୍ରରେ ଆସିବାକୁ ଥିବା ନୂଆ ସରକାରକୁ ଆର୍ଥିକ ସଂସ୍କାର ଦ୍ରୁତ କରିବା ତଥା ନିଷ୍ପତ୍ତି ନେବା ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ଲାଗି କୁହାଯିବ ବୋଲି ଅଘି ଉଲ୍ଲେଖ କରିଛନ୍ତି। ଗଣମାଧ୍ୟମ ସହ ଆଲୋଚନା କାଳରେ ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଦ୍ୱାରା ଗତ ୧୨ରୁ ୧୮ ମାସ ମଧ୍ୟରେ ଇ-କମର୍ସ ଓ ଡାଟା ଲୋକାଲାଇଜେଶନ ଭଳି ମାମଲାରେ ନିଆଯାଇଥିବା ନିଷ୍ପତ୍ତିକୁ ଆମେରିକୀୟ କମ୍ପାନୀଗୁଡ଼ିକ ଅନ୍ତର୍ଜାତୀୟ ବଦଳରେ ଘରୋଇ ଦୃଷ୍ଟିକୋଣ ବୋଲି ମନେ କରୁଛନ୍ତି। ଆମେରିକୀୟ କମ୍ପାନୀଗୁଡ଼ିକୁ କିଭଳି ଆକର୍ଷିତ କରିବାକୁ ହେବ ସେଦିଗରେ ସରକାରଙ୍କୁ ବୁଝିବାକୁ ହେବ। ଏଥିପାଇଁ ଜମିରୁ ଆରମ୍ଭ କରି ସୀମାଶୁଳ୍କ ପର୍ଯ୍ୟନ୍ତ ସମସ୍ତ ପ୍ରସଙ୍ଗରେ ଧ୍ୟାନ ଦେବାକୁ ହେବ। ଆଗାମୀ ଦିନରେ ଅର୍ଥନୀତିରେ ଅନେକ ସଂସ୍କାର ଆଣିବାକୁ ହେବ। ଏହାଦ୍ୱାରା ଭାରି ମାତ୍ରାରେ ନୂଆ ନିଯୁକ୍ତି ସୃଷ୍ଟି ହେବ। ଏହାଛଡ଼ା ଭାରତ-ଆମେରିକା ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି(ଏଫ୍‌ଟିଏ) ହେବା ଉପରେ ଅଘି ଜୋର୍‌ ଦେଇଛନ୍ତି। ଏହାଦ୍ୱାରା ଭାରତକୁ ଫାଇଦା ମିଳିବ। କାରଣ ଚାଇନାରୁ ଆସୁଥିବା ଶସ୍ତା ସାମଗ୍ରୀକୁ ନେଇ ଚିନ୍ତିତ ଥିବା ଭାରତର ଆବଶ୍ୟକତା ଏହାଦ୍ୱାରା ଦୂର ହୋଇଯିବ। ଫୋରମର ସଦସ୍ୟ କମ୍ପାନୀଙ୍କ ଏକ ଉଚ୍ଚସ୍ତରୀୟ ମାନୁଫାକଚରିଂ କାଉନସିଲ ଗଠନ କରାଯାଇଛି ବୋଲି ଅଘି ସୂଚନା ଦେଇଛନ୍ତି। ତାଙ୍କର କହିବାନୁଯାୟୀ, ଭାରତରେ ମାନୁଫାକଚରିଂ ଆରମ୍ଭ କରିବା ଲାଗି ବ୍ୟାକ୍‌ଅପ୍‌ ଷ୍ଟ୍ରାଟେଜିର ଆବଶ୍ୟକତା ରହିଛି। କିନ୍ତୁ ଛୋଟ ଛୋଟ ପ୍ରସଙ୍ଗ ଏହାକୁ ପଛକୁ ଟାଣି ପାରେ ବୋଲି ଅଘି ଆଶଙ୍କା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଆମେରିକାର କମ୍ପାନୀଗୁଡ଼ିକ ଭାରତକୁ ଆସିଲେ ବହୁ ପରିମାଣରେ ନିବେଶ ମଧ୍ୟ ଦେଶକୁ ଆସିବ। ଗତ ୪ ବର୍ଷ ମଧ୍ୟରେ ଫୋରମର ସଦସ୍ୟ କମ୍ପାନୀଗୁଡ଼ିକ ଭାରତରେ ୫୦ ବିଲିୟନ ଡଲାର ନିବେଶ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri