ଚାଇନାରୁ ଭାରତକୁ ଆସିବେ ୨୦୦ ଆମେରିକୀୟ କମ୍ପାନୀ

ନୂଆଦିଲ୍ଲୀ,୨୮-୪: ସାଧାରଣ ନିର୍ବାଚନ ପରେ ଆମେରିକାର ପ୍ରାୟ ୨୦୦ କମ୍ପାନୀ ନିଜର ମାନୁଫାକଚରିଂ ସେଣ୍ଟରକୁ ଭାରତକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ହୋଇଛନ୍ତି। ଆମେରିକା ଓ ଭାରତର ସମ୍ପର୍କ ସୁଦୃଢ଼ୀକରଣ ଲାଗି କାର୍ଯ୍ୟରତ ଆଡଭୋକେସୀ ଗ୍ରୁପ୍‌ ୟୁଏସ୍‌-ଇଣ୍ଡିଆ ଷ୍ଟ୍ରାଟେଜିକ ଆଣ୍ଡ ପାର୍ଟନରସିପ୍‌ ଫୋରମ(ୟୁଏସ୍‌ଆଇଏସ୍‌ପିଏଫ୍‌) ଏହା ପ୍ରକାଶ କରିଛି। ଫୋରମ ପକ୍ଷରୁ କୁହାଯାଇଛି ଯେ, ଚାଇନା ବଦଳରେ ଅନ୍ୟ କୌଣସି ବିକଳ୍ପ ଖୋଜୁଥିବା ଏହି କମ୍ପାନୀଗୁଡ଼ିକ ପାଇଁ ଭାରତ ଆଦର୍ଶ ସ୍ଥାନ ହେବ। ଭାରତରେ ନିବେଶ କରି କିଭଳି ଚାଇନାର ବିକଳ୍ପ ପ୍ରସ୍ତୁତ କରିପାରିବେ ସେନେଇ ଆମେରିକୀୟ କମ୍ପାନୀଗୁଡ଼ିକ ତାଙ୍କ ସହ ଆଲୋଚନା କରୁଛନ୍ତି ଓ ପଚାରି ବୁଝୁଛନ୍ତି ବୋଲି ଫୋରମ୍‌ ଅଧ୍ୟକ୍ଷ ମୁକେଶ ଅଘି କହିଛନ୍ତି।

ଭାରତରେ ସାଧାରଣ ନିର୍ବାଚନ ପରେ କେନ୍ଦ୍ରରେ ଆସିବାକୁ ଥିବା ନୂଆ ସରକାରକୁ ଆର୍ଥିକ ସଂସ୍କାର ଦ୍ରୁତ କରିବା ତଥା ନିଷ୍ପତ୍ତି ନେବା ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ଲାଗି କୁହାଯିବ ବୋଲି ଅଘି ଉଲ୍ଲେଖ କରିଛନ୍ତି। ଗଣମାଧ୍ୟମ ସହ ଆଲୋଚନା କାଳରେ ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଦ୍ୱାରା ଗତ ୧୨ରୁ ୧୮ ମାସ ମଧ୍ୟରେ ଇ-କମର୍ସ ଓ ଡାଟା ଲୋକାଲାଇଜେଶନ ଭଳି ମାମଲାରେ ନିଆଯାଇଥିବା ନିଷ୍ପତ୍ତିକୁ ଆମେରିକୀୟ କମ୍ପାନୀଗୁଡ଼ିକ ଅନ୍ତର୍ଜାତୀୟ ବଦଳରେ ଘରୋଇ ଦୃଷ୍ଟିକୋଣ ବୋଲି ମନେ କରୁଛନ୍ତି। ଆମେରିକୀୟ କମ୍ପାନୀଗୁଡ଼ିକୁ କିଭଳି ଆକର୍ଷିତ କରିବାକୁ ହେବ ସେଦିଗରେ ସରକାରଙ୍କୁ ବୁଝିବାକୁ ହେବ। ଏଥିପାଇଁ ଜମିରୁ ଆରମ୍ଭ କରି ସୀମାଶୁଳ୍କ ପର୍ଯ୍ୟନ୍ତ ସମସ୍ତ ପ୍ରସଙ୍ଗରେ ଧ୍ୟାନ ଦେବାକୁ ହେବ। ଆଗାମୀ ଦିନରେ ଅର୍ଥନୀତିରେ ଅନେକ ସଂସ୍କାର ଆଣିବାକୁ ହେବ। ଏହାଦ୍ୱାରା ଭାରି ମାତ୍ରାରେ ନୂଆ ନିଯୁକ୍ତି ସୃଷ୍ଟି ହେବ। ଏହାଛଡ଼ା ଭାରତ-ଆମେରିକା ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି(ଏଫ୍‌ଟିଏ) ହେବା ଉପରେ ଅଘି ଜୋର୍‌ ଦେଇଛନ୍ତି। ଏହାଦ୍ୱାରା ଭାରତକୁ ଫାଇଦା ମିଳିବ। କାରଣ ଚାଇନାରୁ ଆସୁଥିବା ଶସ୍ତା ସାମଗ୍ରୀକୁ ନେଇ ଚିନ୍ତିତ ଥିବା ଭାରତର ଆବଶ୍ୟକତା ଏହାଦ୍ୱାରା ଦୂର ହୋଇଯିବ। ଫୋରମର ସଦସ୍ୟ କମ୍ପାନୀଙ୍କ ଏକ ଉଚ୍ଚସ୍ତରୀୟ ମାନୁଫାକଚରିଂ କାଉନସିଲ ଗଠନ କରାଯାଇଛି ବୋଲି ଅଘି ସୂଚନା ଦେଇଛନ୍ତି। ତାଙ୍କର କହିବାନୁଯାୟୀ, ଭାରତରେ ମାନୁଫାକଚରିଂ ଆରମ୍ଭ କରିବା ଲାଗି ବ୍ୟାକ୍‌ଅପ୍‌ ଷ୍ଟ୍ରାଟେଜିର ଆବଶ୍ୟକତା ରହିଛି। କିନ୍ତୁ ଛୋଟ ଛୋଟ ପ୍ରସଙ୍ଗ ଏହାକୁ ପଛକୁ ଟାଣି ପାରେ ବୋଲି ଅଘି ଆଶଙ୍କା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଆମେରିକାର କମ୍ପାନୀଗୁଡ଼ିକ ଭାରତକୁ ଆସିଲେ ବହୁ ପରିମାଣରେ ନିବେଶ ମଧ୍ୟ ଦେଶକୁ ଆସିବ। ଗତ ୪ ବର୍ଷ ମଧ୍ୟରେ ଫୋରମର ସଦସ୍ୟ କମ୍ପାନୀଗୁଡ଼ିକ ଭାରତରେ ୫୦ ବିଲିୟନ ଡଲାର ନିବେଶ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri