କଇଁଛ କାଢ଼ିଛି ବେକ

ଦ୍ୱିତୀ ଚନ୍ଦ୍ର ସାହୁ

ବଲ ପରି ତାକୁ ଫିଙ୍ଗୁଥିଲେ ଉପରକୁ। ଖସି ଆସିଲାବେଳକୁ ଧରୁଥିଲେ ଶୂନ୍ୟରେ। ଖୁବ ମଜା ନେଉଥିଲେ ସେମାନେ। ତିନି ନାତି ଭିତରୁ ଜଣେ ତା’ ପାଳି ବେଳକୁ ଠିକ ଭାବେ ଧରି ପାରିଲା ନାହିଁ। ସିଧା ଯାଇ ତଳେ କଚଡା ଖାଇ ପଡିଲା ସେ। ସମସ୍ତେ ଚୁପ ହୋଇଗଲେ। ଭାବିଲେ କଇଁଛଟି ମରିଗଲା। ଚୁପଚାପ ହୋଇ ଚାହିଁ ରହିଥାନ୍ତି ସେମାନେ। କିଛି ସମୟ ପରିବେଶ ଶାନ୍ତ ହେବାରୁ ଧୀର ଭାବେ ଖୋଳପା ଭିତରୁ ସେ ବେକ କାଢିଲା। ତିନି ଜଣ ହୋ ହୋ ହୋଇ ପାଟିକଲେ। ପୁଣି ଭିତରକୁ ମୁଣ୍ଡ ପୂରେଇଦେଇ ଚୁପ ହୋଇଗଲା କଇଁଛ। ବାଡ଼ି ଅଗଣାରେ ନାତିମାନଙ୍କ ପାଟି ଦେଖି ଜେଜେ ସେଠି ପହଞ୍ଚିଗଲେ। କଥାଟା ଜାଣିଗଲା ପରେ ସେମାନଙ୍କ କବଳରୁ ମୁକ୍ତି ଲାଗି କଇଁଛକୁ ପୋଖରୀ ହୁଡା ତଳେ ଛାଡିଦେବାକୁ କହିଲେ। ନାତିମାନେ ମନା କରିବାରୁ ତାଙ୍କୁ ମନେଇବା ଲାଗି ଏଥର ଜେଜେ କଇଁଛ ବିଷୟରେ ଗପିଲେ।
ଜେଜେ କହିଲେ କଇଁଛ ଖାଲି ଗୋଟେ ଅଜବ ପ୍ରାଣୀ ନୁହଁ। ସେ ଭଗବାନ ବିଷ୍ଣଙ୍କ ଅବତାର। ଦୈତ୍ୟରାଜ ବଳିର ଅତ୍ୟାଚାରରୁ ରକ୍ଷା ଓ ସଂହାର ଲାଗି ଭଗବାନ କଇଁଛ ରୂପ ନେଇ ମନ୍ଦର ପର୍ବତକୁ ନିଜ ପିଠିରେ ବୋହିଥିଲେ। ବାସୁକି ସାପ ସହାୟତାରେ ଦେବତା ଓ ଅସୁର ମିଶି ସମୁଦ୍ର ମନ୍ଥନ କରିଥିଲେ। ସେଥିରୁ ଅମୃତ, ଲକ୍ଷ୍ମୀ ସହ ୧୪ ରତ୍ନ ବାହାରିଥିଲା। ଦେବତାମାନେ ଅମରତ୍ୱ ଲାଗି ଅମୃତ ପାନ କରିଥିଲେ। ଯେତେବେଳେ ପୃଥିବୀ ରସାତଳକୁ ଯାଉଥିଲା ସେତେବେଳେ ବିଷ୍ଣ କଚ୍ଛପ ଅବତାର ଗ୍ରହଣ କରିଥିଲେ ଏବଂ ଏକ ଲକ୍ଷ ଯୋଜନ ପରିସରର ପିଠିରେ ପର୍ବତକୁ ବୋହିଥିଲେ। ଖାଲି ସେତିକି ନୁହେଁ କଇଁଛ ପ୍ରଭାବଶାଳୀର ପ୍ରତୀକ। କଇଁଛ ଘରେ ରଖିଲେ ଜୀବନରେ ହସଖୁସିରେ ଭରିଯାଏ। ସବୁ ଦୋଷ ନିବାରଣ ଲାଗି ଆକ୍ୱାରିମରେ ଛୋଟ ଛୋଟ କଇଁଛ ରଖନ୍ତି ଲୋକେ। କେହି କେହି କାଚର କଇଁଛ ପ୍ରତିମାକୁ ରଖି ସୁଖ ସମୃଦ୍ଧି କାମନା କରନ୍ତି। କଇଁଛ ସଂପର୍କିତ ଏତେ ସବୁ କଥା କହିବା ପରେ ବଡ ନାତି ଟୋକା ଚଟ୍‌ କରି କହିଲା – ‘ଜେଜେ! ତେବେ କରୋନା ଭଳି ପରିସ୍ଥିତିରେ କଇଁଛ ଭଗବାନ କିଛି ଚମକ ଦେଖାଉନି କିଆଁ ! ଜେଜେ ହସିଲେ ଅଥଚ କିଛି କହିଲେନି। କିନ୍ତୁ ଏବେ ଲକ୍‌ଡାଉନ ସରିଲା ପରେ ଖୋଳପା ଭିତରେ ରହିଥିବା ମଣିଷମାନେ ଧୀରେ ଧୀରେ ପଦାକୁ ବାହାରିଲେଣି ଠିକ କଇଁଛ ବେକ ବାହାର କଲା ପରି।
ସୁବିଧା ସୁଯୋଗ ପାଇ ଧୀରେ ଧୀରେ କଇଁଛ ଆଗେଇ ଚାଲେ। ସେହିପରି ଏବେ ମଣିଷ ପୂରା ଚଳଚଞ୍ଚଳ ହୋଇପଡିଛି ଜୀବନଜୀବିକାକୁ ନେଇ। ରାସ୍ତାରେ ଏବେ ମଣିଷ ଚାଲୁଛି ଭିଟାମାଟି ଆଡକୁ। ଗାଡି ଦୌଡୁଛି ପୂର୍ବପରି। ଟ୍ରାକକୁ ଗଡିଲା ରେଳ। ଆକାଶରେ ଉଡାଜାହାଜ। ଦୋକାନ ବଜାର ଖୋଲିଲାଣି। ଖୁଲମ୍‌ଖୁଲା ଲୋକେ ବୁଲିଲେଣି। କରୋନାର ଡର ଆଉ କାହା ଭିତରେ ନାହିଁ ଯେମିତି। ଚାଷୀ କ୍ଷେତକୁ ଗଲାଣି। ଘର ତିଆରି କାମ ପୁଣି ଆରମ୍ଭ ହେଲାଣି। କମ୍ପାନୀରେ ଦ୍ରବ୍ୟ ଉପତ୍ାଦନ ବି ହେଲାଣି। ମଦର ସୁଅ ଛୁଟିଲାଣି। ରାଜନୀତି ବି ପୂର୍ବ ଧାରକୁ ଆସିଗଲା। ସରକାରୀ ଦଳ ଓ ବିରୋଧୀ ଦଳ ମଧ୍ୟରେ ବାକ୍ୟଯୁଦ୍ଧ ଆରମ୍ଭ ହେଲାଣି। ବେଶ୍‌ କିଛି ଦିନ ଧରି ଖୋଳପା ଭିତରେ ଥିବା ଜନନେତାମାନେ ବି ଆତ୍ମନିବାସରୁ ବାହାରିଲେଣି। ପିଲାଏ ପରୀକ୍ଷା ମନସ୍କ ହେଲେ। କାର୍ଯ୍ୟାଳୟଗୁଡିକରେ ଫାଇଲମ୍‌ଗୁଡାକ ଗତିଶୀଳ ହେଲା। ଶ୍ରମିକ ଓ ମଜଦୁରମାନେ ମୃତ୍ୟୁ ସହ ଲଢି ଲଢି ଫେରୁଛନ୍ତି ଭିଟାମାଟିକୁ। ଜୀବନଯୁଦ୍ଧରେ ଯେଉଁମାନେ ବଞ୍ଚିଗଲେ ଗାଁ ମାଟିରେ ଜୀବନଜୀବିକାକୁ ନେଇ ସଂଗ୍ରାମ ଆରମ୍ଭ କଲେଣି। ମଧ୍ୟବିତ୍ତ ପରିବାର ସଞ୍ଚିତ ଧନକୁ ଜୀବନ ରକ୍ଷା ଲାଗି ଲକ୍‌ଡାଉନରେ ଶେଷ କରି ସଂଘର୍ଷ ଆରମ୍ଭ କରିଛି ନିଜେ ଓ ନିଜ ପରିବାର ବଞ୍ଚାଇବା ଲାଗି। ଲାଭକ୍ଷତିର ହିସାବ କରୁଛନ୍ତି ବଡବଡିଆମାନେ। କ୍ଷତି ଭରଣା ଲାଗି ଗଳା ବାଟ ଖୋଜୁଛନ୍ତି। ମୋଟ ଉପରେ ଏବେ ଗତିଶୀଳ ଜୀବନ, ଜୀବିକା ଓ ପୃଥିବୀ। ନୂଆ ସ୍ବପ୍ନରେ ଜଡସଡ ସବୁ ପ୍ରାଣ। ତଥାପି ଅସରନ୍ତି ଭୟ ଓ ଆଶଙ୍କା ଭିତରେ ସମସ୍ତେ। ବଞ୍ଚିବା ଓ ମରିବାର ଖେଳ ଖେଳୁଛନ୍ତି। ବାଉଁଶରାଣୀ ପରି ନିତି ବାଜି ଲଗାଇ ଜୀବିକାନ୍ମୁଖୀ ହୋଇଛନ୍ତି କେବଳ ଜିଇବା ଲାଗି। ତା’ରି ଭିତରେ ଭୂମିକମ୍ପ, ବାତ୍ୟା, ବନ୍ୟା ଓ କୀଟ ଆତଙ୍କର ତାଣ୍ଡବ। ଅର୍ଥନୀତି ବାଟବଣା। ଏସବୁ ଦେଖିଲେ ଲାଗୁଛି ପୃଥିବୀ କୁର୍ମ ପାଲଟି ଯାଇଛି। ତା’ରି ଭିତରେ ସାମାନ୍ୟ ହୋଇ ଆସୁଥିବା ପରିବେଶକୁ ନିଘା କରି କଇଁଛ ବେକ କାଢିଲା ଭଳି ସେ ବି ନିଜକୁ ଧୀର ଭାବରେ ସକ୍ରିୟ ହେଉଛି। କିନ୍ତୁ କଇଁଛ ଜାଣେ ତା’ର ଖୋଳପା ହୁଏତ ଶକ୍ତ କିନ୍ତୁ ବେକ କାଢିଲା ବେଳେ ପ୍ରତି ମୁହୂର୍ତ୍ତରେ ରହିଛି ବିପଦ। ମଣିଷ ସିନା ଖୋଳପା ଭିତରୁ ବାହାରି ମୁକ୍ତିର ଆନନ୍ଦ ପାଇଛି। କିନ୍ତୁ ଖୋଳପା ଯେଉଁଠି ବିପଦ ସେଠି ଜୀବନ ନିଶ୍ଚିତ ସାଂଘାତିକ। ଏଇ ମର୍ମ କଥାକୁ ବୁଝିଥିବାରୁ ଜେଜେ ହିଡ ତଳେ ଛାଡ଼ିବାର ଢେର ସମୟ ପରେ ପରିସ୍ଥିତିକୁ ଅନୁଭବ କରି କଇଁଛ ବେକ କାଢ଼ିଲା ଏବଂ ତରତର ହୋଇ ପାଣି ଭିତରେ ପଶିଗଲା। ସୁତରାଂ ଏ କଥାକୁ ମନେରଖିବାକୁ ହେବ ଜୀବନ ଥିଲେ ଜୀବିକା ରହିବ। କିନ୍ତୁ ଜୀବନ ଲାଗି ଜୀବିକାକୁ ବି ବଞ୍ଚେଇ ରଖିବାକୁ ହେବ। ନିଜକୁ ସଜାଗ ରହିବାକୁ ହେବ।

ଇନ୍ଦିରାନଗର, ଚତୁର୍ଥ ଗଳି, ରାୟଗଡ଼ା, ମୋ:୯୫୫୬୨୮୭୭୭୫


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri