ଏମାର ମଠରେ ଖନନ, ମିଳିଲାନି ଗୁପ୍ତଧନ

ପୁରୀ ଅଫିସ, ୫ା୨: ପୁଣି ଚର୍ଚ୍ଚାରେ ସବୁଠାରୁ ବିତ୍ତଶାଳୀ ମଠ ପୁରୀର ଏମାର ମଠ। ପ୍ରାୟ ୫ମାସର ବ୍ୟବଧାନ ପରେ ପୁନର୍ବାର ଶୁକ୍ରବାର ପ୍ରଶାସନ ପକ୍ଷରୁ ଏମାର ମଠ ଯାଞ୍ଚ କରାଯାଇଛି। ଏହି ମଠରେ ପୂର୍ବରୁ ରୁପାଇଟା ମିଳିଥିବାରୁ ଦ୍ୱିତୀୟ ଥର ମଧ୍ୟ କୌଣସି ଗୁପ୍ତଧନ ମିଳିବା ଆଶାରେ କେତେକ ସ୍ଥାନ ଖନନ କରାଯାଇଥିଲା। ତେବେ ଗୋଟିଏ କ୍ଷୁଦ୍ର ଲୁହାଖଣ୍ଡ ବ୍ୟତୀତ ଅନ୍ୟ କୌଣସି ଦ୍ରବ୍ୟ ମିଳିନାହିଁ। ଫଳରେ ଗୁପ୍ତଧନ ମିଳିବା ଆଶା ମଉଳି ଯାଇଛି।
ସୂଚନାଯୋଗ୍ୟ, ୨୦୧୧ରେ ପର୍ଯ୍ୟାୟକ୍ରମେ ଏମାର ମଠର ଏକ ଗୁପ୍ତ କୋଠରିରୁ ରୁପାଇଟା ମିଳିଥିଲା। ପ୍ରଶାସନ ପ୍ରଥମେ ୫୨୨ ଓ ପରେ ୪୫ ଖଣ୍ଡ ରୁପା ଇଟା ଜବତ କରିଥିଲା। ୨୦୨୧ରେ ଏମାର ମଠର ପରିଚାଳନା ଦାୟିତ୍ୱ ମଠ ମହନ୍ତଙ୍କ ହାତରୁ କାଢ଼ି ନିଆଯାଇ ଦେବୋତ୍ତର ବିଭାଗ ପକ୍ଷରୁ ନବଗଠିତ ଟ୍ରଷ୍ଟ ବୋର୍ଡକୁ ଦିଆଯାଇଥିଲା। ମଠ ପରିସର ମାଟିତଳେ ଆହୁରି ରୁପାଇଟା, ସୁନା, ହୀରା ପ୍ରଭୃତି ଅନେକ ଗୁପ୍ତଧନ ପୋତା ହୋଇରହିଥିବା ଟ୍ରଷ୍ଟବୋର୍ଡ ସନ୍ଦେହ ପ୍ରକଟ କରି ୨୦୨୧ ଅଗଷ୍ଟରେ ଦେବୋତ୍ତର ବିଭାଗକୁ ଚିଠି ଲେଖିଥିଲା। ପ୍ରଶାସନ ପକ୍ଷରୁ ଗତ ସେପ୍ଟେମ୍ବର ୧୬ରେ ମେଟାଲ ଡିଟେକ୍ଟର ସାହାଯ୍ୟରେ ଏହି ମଠର ମହନ୍ତଙ୍କ ମୁଖ୍ୟଘର, ପ୍ରବେଶ ପଥ, ଅଗଣା, ପଙ୍ଗତ ବାରଣ୍ଡା କାନ୍ଥ, ଚଟାଣ ପ୍ରଭୃତି ବିଭିନ୍ନ ସ୍ଥାନକୁ ଟିକିନିଖି ଯାଞ୍ଚ କରାଯାଇଥିଲା। ସେତେବେଳେ ୩ଟି ସ୍ଥାନରେ କିଛି ପଦାର୍ଥ ଥିବା ସନ୍ଦେହରେ ବୃତ୍ତ ଚିହ୍ନ ଦିଆଯାଇ ଖୋଳାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ମେଟାଲ ଡିଟେକ୍ଟର ଦେଢ଼ଫୁଟ ପର୍ଯ୍ୟନ୍ତ ଚିହ୍ନଟ କରିପାରୁଥିବାରୁ ଟ୍ରଷ୍ଟବୋର୍ଡ଼ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଚାରିଫୁଟ ପର୍ଯ୍ୟନ୍ତ ଚିହ୍ନଟ କରାଗଲା ଭଳି ଡିଟେକ୍ଟର ବ୍ୟବହାର କରାଯିବାକୁ ଦାବି ହୋଇଥିଲା। ଶୁକ୍ରବାର ଖନନ ପରେ ଲୁହାକଣ୍ଟା ଓ ଲୁହାଖଣ୍ଡ ଛଡ଼ା କିଛି ମିଳିନାହିଁ। ତେଣୁ ଉଚ୍ଚକ୍ଷମତା ସମ୍ପନ୍ନ ମେଟାଲ ଡିଟେକ୍ଟରରେ ଯାଞ୍ଚ କରିବା ପାଇଁ ଆଗାମୀ ବୈଠକରେ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଦାବି କରାଯିିବ ବୋଲି ସଭାପତି ତଥା ଉତ୍ତର ପାଶର୍‌ବ ମଠ ମହନ୍ତ ନାରାୟଣ ରାମାନୁଜ ଦାସ କହିଛନ୍ତି। ସେହିପରି ଏମାର ମଠର ଐତିହ୍ୟ ଓ ସୌନ୍ଦର୍ଯ୍ୟକରଣ ନେଇ ମଧ୍ୟ ବୈଠକରେ ଆଲୋଚନା ହେବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଖନନ କାର୍ଯ୍ୟ ସମ୍ପନ୍ନ ହୋଇଥିବା ଉପଜ଼ିଲାପାଳ ଭବତାରଣ ସାହୁ କହିଛନ୍ତି। ତେବେ ଏହି ମଠ ସର୍ବପୁରାତନ ତଥା ଜଗନ୍ନାଥ ସଂସ୍କୃତି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିବାରୁ ଏହାର ଉନ୍ନତୀକରଣ କାର୍ଯ୍ୟ କରାଯିବ। ସେହିପରି ମଠ କୋଠା ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ପୁନରୁଦ୍ଧାର ଲାଗି ପଦକ୍ଷେପ ନିଆଯିବ ବୋଲି ଉପଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri