ଏମାର ମଠରେ ଖନନ, ମିଳିଲାନି ଗୁପ୍ତଧନ

ପୁରୀ ଅଫିସ, ୫ା୨: ପୁଣି ଚର୍ଚ୍ଚାରେ ସବୁଠାରୁ ବିତ୍ତଶାଳୀ ମଠ ପୁରୀର ଏମାର ମଠ। ପ୍ରାୟ ୫ମାସର ବ୍ୟବଧାନ ପରେ ପୁନର୍ବାର ଶୁକ୍ରବାର ପ୍ରଶାସନ ପକ୍ଷରୁ ଏମାର ମଠ ଯାଞ୍ଚ କରାଯାଇଛି। ଏହି ମଠରେ ପୂର୍ବରୁ ରୁପାଇଟା ମିଳିଥିବାରୁ ଦ୍ୱିତୀୟ ଥର ମଧ୍ୟ କୌଣସି ଗୁପ୍ତଧନ ମିଳିବା ଆଶାରେ କେତେକ ସ୍ଥାନ ଖନନ କରାଯାଇଥିଲା। ତେବେ ଗୋଟିଏ କ୍ଷୁଦ୍ର ଲୁହାଖଣ୍ଡ ବ୍ୟତୀତ ଅନ୍ୟ କୌଣସି ଦ୍ରବ୍ୟ ମିଳିନାହିଁ। ଫଳରେ ଗୁପ୍ତଧନ ମିଳିବା ଆଶା ମଉଳି ଯାଇଛି।
ସୂଚନାଯୋଗ୍ୟ, ୨୦୧୧ରେ ପର୍ଯ୍ୟାୟକ୍ରମେ ଏମାର ମଠର ଏକ ଗୁପ୍ତ କୋଠରିରୁ ରୁପାଇଟା ମିଳିଥିଲା। ପ୍ରଶାସନ ପ୍ରଥମେ ୫୨୨ ଓ ପରେ ୪୫ ଖଣ୍ଡ ରୁପା ଇଟା ଜବତ କରିଥିଲା। ୨୦୨୧ରେ ଏମାର ମଠର ପରିଚାଳନା ଦାୟିତ୍ୱ ମଠ ମହନ୍ତଙ୍କ ହାତରୁ କାଢ଼ି ନିଆଯାଇ ଦେବୋତ୍ତର ବିଭାଗ ପକ୍ଷରୁ ନବଗଠିତ ଟ୍ରଷ୍ଟ ବୋର୍ଡକୁ ଦିଆଯାଇଥିଲା। ମଠ ପରିସର ମାଟିତଳେ ଆହୁରି ରୁପାଇଟା, ସୁନା, ହୀରା ପ୍ରଭୃତି ଅନେକ ଗୁପ୍ତଧନ ପୋତା ହୋଇରହିଥିବା ଟ୍ରଷ୍ଟବୋର୍ଡ ସନ୍ଦେହ ପ୍ରକଟ କରି ୨୦୨୧ ଅଗଷ୍ଟରେ ଦେବୋତ୍ତର ବିଭାଗକୁ ଚିଠି ଲେଖିଥିଲା। ପ୍ରଶାସନ ପକ୍ଷରୁ ଗତ ସେପ୍ଟେମ୍ବର ୧୬ରେ ମେଟାଲ ଡିଟେକ୍ଟର ସାହାଯ୍ୟରେ ଏହି ମଠର ମହନ୍ତଙ୍କ ମୁଖ୍ୟଘର, ପ୍ରବେଶ ପଥ, ଅଗଣା, ପଙ୍ଗତ ବାରଣ୍ଡା କାନ୍ଥ, ଚଟାଣ ପ୍ରଭୃତି ବିଭିନ୍ନ ସ୍ଥାନକୁ ଟିକିନିଖି ଯାଞ୍ଚ କରାଯାଇଥିଲା। ସେତେବେଳେ ୩ଟି ସ୍ଥାନରେ କିଛି ପଦାର୍ଥ ଥିବା ସନ୍ଦେହରେ ବୃତ୍ତ ଚିହ୍ନ ଦିଆଯାଇ ଖୋଳାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ମେଟାଲ ଡିଟେକ୍ଟର ଦେଢ଼ଫୁଟ ପର୍ଯ୍ୟନ୍ତ ଚିହ୍ନଟ କରିପାରୁଥିବାରୁ ଟ୍ରଷ୍ଟବୋର୍ଡ଼ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଚାରିଫୁଟ ପର୍ଯ୍ୟନ୍ତ ଚିହ୍ନଟ କରାଗଲା ଭଳି ଡିଟେକ୍ଟର ବ୍ୟବହାର କରାଯିବାକୁ ଦାବି ହୋଇଥିଲା। ଶୁକ୍ରବାର ଖନନ ପରେ ଲୁହାକଣ୍ଟା ଓ ଲୁହାଖଣ୍ଡ ଛଡ଼ା କିଛି ମିଳିନାହିଁ। ତେଣୁ ଉଚ୍ଚକ୍ଷମତା ସମ୍ପନ୍ନ ମେଟାଲ ଡିଟେକ୍ଟରରେ ଯାଞ୍ଚ କରିବା ପାଇଁ ଆଗାମୀ ବୈଠକରେ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଦାବି କରାଯିିବ ବୋଲି ସଭାପତି ତଥା ଉତ୍ତର ପାଶର୍‌ବ ମଠ ମହନ୍ତ ନାରାୟଣ ରାମାନୁଜ ଦାସ କହିଛନ୍ତି। ସେହିପରି ଏମାର ମଠର ଐତିହ୍ୟ ଓ ସୌନ୍ଦର୍ଯ୍ୟକରଣ ନେଇ ମଧ୍ୟ ବୈଠକରେ ଆଲୋଚନା ହେବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଖନନ କାର୍ଯ୍ୟ ସମ୍ପନ୍ନ ହୋଇଥିବା ଉପଜ଼ିଲାପାଳ ଭବତାରଣ ସାହୁ କହିଛନ୍ତି। ତେବେ ଏହି ମଠ ସର୍ବପୁରାତନ ତଥା ଜଗନ୍ନାଥ ସଂସ୍କୃତି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିବାରୁ ଏହାର ଉନ୍ନତୀକରଣ କାର୍ଯ୍ୟ କରାଯିବ। ସେହିପରି ମଠ କୋଠା ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ପୁନରୁଦ୍ଧାର ଲାଗି ପଦକ୍ଷେପ ନିଆଯିବ ବୋଲି ଉପଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri