ଏକ ଭେଳିକ

ଚଳିତ ବର୍ଷ ଉପସ୍ଥାପନ କରାଯାଇଥିତ୍ତ୍ବା କେନ୍ଦ୍ର ବଜେଟ ଏକ ବ୍ୟୟ ସର୍ବସ୍ବ ବୋଲି ଦାବି କରାଯାଉଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ତାଙ୍କ ୧୦୦ ମିନିଟରୁ ଊର୍ଦ୍ଧ୍ୱ ସମୟର ବଜେଟ ଅଭିଭାଷଣରେ ‘ଆମେ ବ୍ୟୟ କରିଛୁ, ଆମେ ବ୍ୟୟ କରିଛୁ, ଆମେ ବ୍ୟୟ କରିଛୁ ’ ବୋଲି କହିଛନ୍ତି। ଦେଶକୁ ଏହା ବୁଝାଇବା ଉପରେ ସେ ଅଧିତ୍ତ୍କ ଗୁରୁତ୍ୱ ଦେଇଛନ୍ତି। କୋଭିଡ୍‌ ଯୋଗୁ ଗତ ବର୍ଷ ବଜେଟର ଧାର୍ଯ୍ୟ ତୁଳନାରେ ୪.୧ ଲକ୍ଷ କୋଟି ଟଙ୍କା ଅଧିକ ବ୍ୟୟ କରିଥିବା ସରକାର ଦାବି କରିଛନ୍ତି। ଅତିରିକ୍ତ ଖର୍ଚ୍ଚ କରି ବଜେଟର ବ୍ୟୟକୁ ୧୩% ବୃଦ୍ଧି କରିବା ଯୋଗୁ ବିତ୍ତୀୟ ନିଅଣ୍ଟ ଅପ୍ରତ୍ୟାଶିତ ଭାବେ ୯.୫% ଛୁଇଁଛି। ବିତ୍ତୀୟ ନିଅଣ୍ଟ ଆସନ୍ତା ଆର୍ଥିକ ବର୍ଷରେ ୬.୮% ରହିବ ବୋଲି ଆକଳନ କରାଯାଇଛି। ଆସନ୍ତା ଆର୍ଥିକ ବର୍ଷରେ ବ୍ୟୟ ୧୪ % ଉପରେ ରହିବ ବୋଲି ଅନୁମାନ କରାଯାଇଥିବାବେଳେ ରାଜସ୍ବ ୧୨% କମିବ ବୋଲି ଆକଳନ କରାଯାଉଛି। ତେବେ ବାସ୍ତବରେ ସରକାର ଅତିରିକ୍ତ ୪.୧ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ବୋଲି ଯାହା କହୁଛନ୍ତି ତାହା ସମ୍ପୂର୍ଣ୍ଣ ମିଛ। ୪.୧ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ମଧ୍ୟରୁ ପ୍ରାୟ ୩ ଲକ୍ଷ କୋଟି ଟଙ୍କା ଅତିରିକ୍ତ ଖାଦ୍ୟ ସବ୍‌ସିଡି ଉପରେ ଖର୍ଚ୍ଚ କରାଗଲା। ତେବେ କୋଭିଡ୍‌ ମହାମାରୀ ଯୋଗୁ ଲକ୍‌ଡାଉନର ପ୍ରାରମ୍ଭିକ ମାସଗୁଡ଼ିକରେ କ୍ଷତିଗ୍ରସ୍ତ ଲୋକମାନଙ୍କ ପାଇଁ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯିବାରେ ଏହି ଅତିରିକ୍ତ ଟଙ୍କା ଖର୍ଚ୍ଚ କରାଗଲା ବୋଲି ଭାବିବା ଭୁଲ୍‌। ପ୍ରକୃତ କଥା ହେଉଛି,ଏହି ଟଙ୍କାରୁ ପ୍ରାୟ ଅଧା ଫୁଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏଫ୍‌ସିଆଇ) ବା ଭାରତର ଖାଦ୍ୟ ନିଗମର ପୂର୍ବ ବକେୟା ବାବଦକୁ ଦିଆଗଲା। ଯଦି ଏହି ପରିମାଣକୁ ବାଦ ଦିଆଯାଏ ,ତେବେ ବାସ୍ତବରେ ୧ ଲକ୍ଷ କୋଟି ଟଙ୍କାରୁ ସାମାନ୍ୟ ଅଧିକ ଖର୍ଚ୍ଚ ହୋଇଥିତ୍ଲା। ସେହିପରି ଅତିରିକ୍ତ ଖର୍ଚ୍ଚର ପ୍ରାୟ ୫୦,୦୦୦ କୋଟି ଟଙ୍କା ରାଷ୍ଟ୍ରାୟତ୍ତ ଫର୍ଟିଲାଇଜର ଫାର୍ମଗୁଡ଼ିକର ପୁରୁଣା ବକେୟା ଭରଣାରେ ଗଲା। ଅର୍ଥାତ୍‌ ସରକାର ଦାବି କରୁଥିବା ଅତିରିକ୍ତ ଖର୍ଚ୍ଚ ପ୍ରକୃତରେ ୧.୩ ଲକ୍ଷ କୋଟି ଏବଂ ୧.୪ ଲକ୍ଷ କୋଟି ଟଙ୍କା ମଧ୍ୟରେ କରାଯାଇଛି। ଅନ୍ୟ ଅର୍ଥରେ ମୋଟ ଘରୋଇ ଉପତ୍ାଦ( ଜିଡିପି)ର ମାତ୍ର ୦.୭% ବ୍ୟୟ କରାଯାଇଛି।
ଚଳିତ ବଜେଟରେ ଗତ ବର୍ଷ ବଜେଟ ଠାରୁ ୪.୪ ଲକ୍ଷ କୋଟି ଟଙ୍କା ଅଧିକ ବ୍ୟୟବୃଦ୍ଧିର କଥା ଯାହା କୁହାଯାଉଛି ତାହାକୁ ଲକ୍ଷ୍ୟ କଲେ ଜଣାପଡେ ଯେ, ଏହାର ଏକ ସିଂହଭାଗ ଏଫ୍‌ସିଆଇର ବହୁଦିନ ଧରି ପଡିରହିଥିବା ବକେୟା ଶୁଝିବାରେ ଯିବ। ଏଣୁ ଆସନ୍ତା ଆର୍ଥିକ ବର୍ଷରେ ଅଭିବୃଦ୍ଧିକୁ ଆଗକୁ ନେବା ପାଇଁ ଅଧିକ ବ୍ୟୟ କରାଯିବାର ଯେଉଁ ବଡ଼ ଧରଣର ଦାବି କରାଯାଉଛି ତାହା ଆଦୌ ସତ ନୁେହେଁ। ଆସନ୍ତା ଆର୍ଥିକ ବର୍ଷରେ ସରକାର ଅଧିକ ପୁଞ୍ଜି ଖର୍ଚ୍ଚ କରିବେ ବୋଲି ଅର୍ଥମନ୍ତ୍ରୀ ମଧ୍ୟ ଜୋର ଦେଇ କହିଲେ। ପୁଞ୍ଜି ଆକାରରେ ୫.୫୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ। କିନ୍ତୁ ଏହାର ଏକ ସିଂହଭାଗ ଆଗକୁ ନିର୍ବାଚନ ହେବାକୁ ଥିବା ୪ଟି ରାଜ୍ୟ ତାମିଲନାଡୁ, ପଶ୍ଚିମବଙ୍ଗ,କେରଳ ଏବଂ ଆସାମକୁ ଦିଆଯିବ । ଯେଉଁ ବଡ଼ ଧରଣର ପୁଞ୍ଜି କଥା କୁହାଯାଉଛି ସେଥିରୁ୨.୨୭ ଲକ୍ଷ କୋଟି ଟଙ୍କା ଏହି ୪ଟି ରାଜ୍ୟ ପାଇବେ ଏବଂ ରେଳ ଭିତ୍ତିଭୂମି ପାଇଁ ୧.୦୮ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଖର୍ଚ୍ଚ କରାଯିବ। ଅର୍ଥମନ୍ତ୍ରୀ କହିଲେ ଯେ,ଏଭଳି ବ୍ୟୟବୃଦ୍ଧି ଅର୍ଥ ବ୍ୟବସ୍ଥାରେ ଚାହିଦା ଏବଂ ନିଯୁକ୍ତି ସୃଷ୍ଟିକୁ ଲକ୍ଷ୍ୟ କରି କରାଯାଇଛି। କିନ୍ତୁ ଏହା ଯଦି ହୁଏ, ତେବେ ଏସବୁ ଦେଶସାରା ନୁହେଁ, ବରଂ ନିର୍ବାଚନ ହେବାକୁ ଥିବା ୪ଟି ରାଜ୍ୟରେ ହିଁ ହେବ। ଯେଉଁଭଳି ଭାବେ ଏହାକୁ ଉପସ୍ଥାପନ କରାଗଲା ତାହା ଏକ ଧାରଣା ସୃଷ୍ଟି କଲା ଯେ, ସତେ ଯେମିତି ବିପୁଳ ପରିମାଣର ଅର୍ଥ ଦେଶର ଭିତ୍ତିଭୂମି ବିକାଶର ଖର୍ଚ୍ଚ ଲାଗି ଉଦ୍ଦିଷ୍ଟ। ପୂରା ପ୍ରକ୍ରିୟାଟି କିଛି ନ ଥିତ୍ଲା ବରଂ ଏହା ଥିଲା ଏକ ଭେଳିକି। ଏକ ବିଶ୍ୱସ୍ତରୀୟ ସଙ୍କଟରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେଲା ଏବଂ ଏବେ ବି ମୃତ୍ୟୁ ଜାରି ରହିଛି। ଏହି ସମୟରେ ଏହି ବଜେଟ ଏକ ଦୀର୍ଘମିଆଦୀ ସଂସ୍କାର ଆଣିବ ବୋଲି ଆମେ ଆଶା କରୁଥିଲୁ। ଶେୟାର ବଜାର ବି ଉଚ୍ଚରେ ରହିଥିଲା। ସରକାରଙ୍କ ସମ୍ବଳ ସୀମିତ ଥିବାରୁ ଏହି ବଜେଟ ଏକ କଠିନ ବଜେଟ ହେବ ବୋଲି ଲୋକମାନେ ଅଳ୍ପ ବହୁତେ ଭାବି ନେଇଥିଲେ। ଏକ କଠିନ ସମୟ ଏକ କଠିନ ନିଷ୍ପତ୍ତି ଦାବି କରେ। କିନ୍ତୁ କେନ୍ଦ୍ର ଅର୍ଥମନ୍ତ୍ରୀ ସମ୍ପୂର୍ଣ୍ଣ ବଜେଟ ଅଭିଭାଷଣରେ ସରକାରୀ ସମ୍ପତ୍ତି ବିକ୍ରି ବା ପୁଞ୍ଜିପ୍ରତ୍ୟାହର ପାଇଁ ନିଆଯାଇଥିବା ଠୋସ ପଦକ୍ଷେପ ବ୍ୟତୀତ ଆଉ କୌଣସି ବଡ଼ ଘୋଷଣା କରି ନ ଥିଲେ। ସରକାରୀ ସମ୍ପତ୍ତି ବିକ୍ରି କରି ଏକ କଠିନ ପରିସ୍ଥିତିକୁ ମୂକାବିଲା କରିବା ଏକ ବାହାଦୁରି ନୁହେଁ, ଏହା ଯେ କେହି ଯେ କୌଣସି ସମୟରେ କରିପାରିବେ। ସରକାର ଏହା ହିଁ କରୁଛନ୍ତି। ଏହାବାଦ୍‌ ଯାହା ରହିଲା ତାହା ପୂରା ଫମ୍ପା ହେଲେ ବି ତାହାକୁ ବଡ଼ କରି ଉପସ୍ଥାପନ କରାଯିବାର ବାହାନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?