ଏକ ଭେଳିକ

ଚଳିତ ବର୍ଷ ଉପସ୍ଥାପନ କରାଯାଇଥିତ୍ତ୍ବା କେନ୍ଦ୍ର ବଜେଟ ଏକ ବ୍ୟୟ ସର୍ବସ୍ବ ବୋଲି ଦାବି କରାଯାଉଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ତାଙ୍କ ୧୦୦ ମିନିଟରୁ ଊର୍ଦ୍ଧ୍ୱ ସମୟର ବଜେଟ ଅଭିଭାଷଣରେ ‘ଆମେ ବ୍ୟୟ କରିଛୁ, ଆମେ ବ୍ୟୟ କରିଛୁ, ଆମେ ବ୍ୟୟ କରିଛୁ ’ ବୋଲି କହିଛନ୍ତି। ଦେଶକୁ ଏହା ବୁଝାଇବା ଉପରେ ସେ ଅଧିତ୍ତ୍କ ଗୁରୁତ୍ୱ ଦେଇଛନ୍ତି। କୋଭିଡ୍‌ ଯୋଗୁ ଗତ ବର୍ଷ ବଜେଟର ଧାର୍ଯ୍ୟ ତୁଳନାରେ ୪.୧ ଲକ୍ଷ କୋଟି ଟଙ୍କା ଅଧିକ ବ୍ୟୟ କରିଥିବା ସରକାର ଦାବି କରିଛନ୍ତି। ଅତିରିକ୍ତ ଖର୍ଚ୍ଚ କରି ବଜେଟର ବ୍ୟୟକୁ ୧୩% ବୃଦ୍ଧି କରିବା ଯୋଗୁ ବିତ୍ତୀୟ ନିଅଣ୍ଟ ଅପ୍ରତ୍ୟାଶିତ ଭାବେ ୯.୫% ଛୁଇଁଛି। ବିତ୍ତୀୟ ନିଅଣ୍ଟ ଆସନ୍ତା ଆର୍ଥିକ ବର୍ଷରେ ୬.୮% ରହିବ ବୋଲି ଆକଳନ କରାଯାଇଛି। ଆସନ୍ତା ଆର୍ଥିକ ବର୍ଷରେ ବ୍ୟୟ ୧୪ % ଉପରେ ରହିବ ବୋଲି ଅନୁମାନ କରାଯାଇଥିବାବେଳେ ରାଜସ୍ବ ୧୨% କମିବ ବୋଲି ଆକଳନ କରାଯାଉଛି। ତେବେ ବାସ୍ତବରେ ସରକାର ଅତିରିକ୍ତ ୪.୧ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ବୋଲି ଯାହା କହୁଛନ୍ତି ତାହା ସମ୍ପୂର୍ଣ୍ଣ ମିଛ। ୪.୧ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ମଧ୍ୟରୁ ପ୍ରାୟ ୩ ଲକ୍ଷ କୋଟି ଟଙ୍କା ଅତିରିକ୍ତ ଖାଦ୍ୟ ସବ୍‌ସିଡି ଉପରେ ଖର୍ଚ୍ଚ କରାଗଲା। ତେବେ କୋଭିଡ୍‌ ମହାମାରୀ ଯୋଗୁ ଲକ୍‌ଡାଉନର ପ୍ରାରମ୍ଭିକ ମାସଗୁଡ଼ିକରେ କ୍ଷତିଗ୍ରସ୍ତ ଲୋକମାନଙ୍କ ପାଇଁ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯିବାରେ ଏହି ଅତିରିକ୍ତ ଟଙ୍କା ଖର୍ଚ୍ଚ କରାଗଲା ବୋଲି ଭାବିବା ଭୁଲ୍‌। ପ୍ରକୃତ କଥା ହେଉଛି,ଏହି ଟଙ୍କାରୁ ପ୍ରାୟ ଅଧା ଫୁଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏଫ୍‌ସିଆଇ) ବା ଭାରତର ଖାଦ୍ୟ ନିଗମର ପୂର୍ବ ବକେୟା ବାବଦକୁ ଦିଆଗଲା। ଯଦି ଏହି ପରିମାଣକୁ ବାଦ ଦିଆଯାଏ ,ତେବେ ବାସ୍ତବରେ ୧ ଲକ୍ଷ କୋଟି ଟଙ୍କାରୁ ସାମାନ୍ୟ ଅଧିକ ଖର୍ଚ୍ଚ ହୋଇଥିତ୍ଲା। ସେହିପରି ଅତିରିକ୍ତ ଖର୍ଚ୍ଚର ପ୍ରାୟ ୫୦,୦୦୦ କୋଟି ଟଙ୍କା ରାଷ୍ଟ୍ରାୟତ୍ତ ଫର୍ଟିଲାଇଜର ଫାର୍ମଗୁଡ଼ିକର ପୁରୁଣା ବକେୟା ଭରଣାରେ ଗଲା। ଅର୍ଥାତ୍‌ ସରକାର ଦାବି କରୁଥିବା ଅତିରିକ୍ତ ଖର୍ଚ୍ଚ ପ୍ରକୃତରେ ୧.୩ ଲକ୍ଷ କୋଟି ଏବଂ ୧.୪ ଲକ୍ଷ କୋଟି ଟଙ୍କା ମଧ୍ୟରେ କରାଯାଇଛି। ଅନ୍ୟ ଅର୍ଥରେ ମୋଟ ଘରୋଇ ଉପତ୍ାଦ( ଜିଡିପି)ର ମାତ୍ର ୦.୭% ବ୍ୟୟ କରାଯାଇଛି।
ଚଳିତ ବଜେଟରେ ଗତ ବର୍ଷ ବଜେଟ ଠାରୁ ୪.୪ ଲକ୍ଷ କୋଟି ଟଙ୍କା ଅଧିକ ବ୍ୟୟବୃଦ୍ଧିର କଥା ଯାହା କୁହାଯାଉଛି ତାହାକୁ ଲକ୍ଷ୍ୟ କଲେ ଜଣାପଡେ ଯେ, ଏହାର ଏକ ସିଂହଭାଗ ଏଫ୍‌ସିଆଇର ବହୁଦିନ ଧରି ପଡିରହିଥିବା ବକେୟା ଶୁଝିବାରେ ଯିବ। ଏଣୁ ଆସନ୍ତା ଆର୍ଥିକ ବର୍ଷରେ ଅଭିବୃଦ୍ଧିକୁ ଆଗକୁ ନେବା ପାଇଁ ଅଧିକ ବ୍ୟୟ କରାଯିବାର ଯେଉଁ ବଡ଼ ଧରଣର ଦାବି କରାଯାଉଛି ତାହା ଆଦୌ ସତ ନୁେହେଁ। ଆସନ୍ତା ଆର୍ଥିକ ବର୍ଷରେ ସରକାର ଅଧିକ ପୁଞ୍ଜି ଖର୍ଚ୍ଚ କରିବେ ବୋଲି ଅର୍ଥମନ୍ତ୍ରୀ ମଧ୍ୟ ଜୋର ଦେଇ କହିଲେ। ପୁଞ୍ଜି ଆକାରରେ ୫.୫୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ। କିନ୍ତୁ ଏହାର ଏକ ସିଂହଭାଗ ଆଗକୁ ନିର୍ବାଚନ ହେବାକୁ ଥିବା ୪ଟି ରାଜ୍ୟ ତାମିଲନାଡୁ, ପଶ୍ଚିମବଙ୍ଗ,କେରଳ ଏବଂ ଆସାମକୁ ଦିଆଯିବ । ଯେଉଁ ବଡ଼ ଧରଣର ପୁଞ୍ଜି କଥା କୁହାଯାଉଛି ସେଥିରୁ୨.୨୭ ଲକ୍ଷ କୋଟି ଟଙ୍କା ଏହି ୪ଟି ରାଜ୍ୟ ପାଇବେ ଏବଂ ରେଳ ଭିତ୍ତିଭୂମି ପାଇଁ ୧.୦୮ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଖର୍ଚ୍ଚ କରାଯିବ। ଅର୍ଥମନ୍ତ୍ରୀ କହିଲେ ଯେ,ଏଭଳି ବ୍ୟୟବୃଦ୍ଧି ଅର୍ଥ ବ୍ୟବସ୍ଥାରେ ଚାହିଦା ଏବଂ ନିଯୁକ୍ତି ସୃଷ୍ଟିକୁ ଲକ୍ଷ୍ୟ କରି କରାଯାଇଛି। କିନ୍ତୁ ଏହା ଯଦି ହୁଏ, ତେବେ ଏସବୁ ଦେଶସାରା ନୁହେଁ, ବରଂ ନିର୍ବାଚନ ହେବାକୁ ଥିବା ୪ଟି ରାଜ୍ୟରେ ହିଁ ହେବ। ଯେଉଁଭଳି ଭାବେ ଏହାକୁ ଉପସ୍ଥାପନ କରାଗଲା ତାହା ଏକ ଧାରଣା ସୃଷ୍ଟି କଲା ଯେ, ସତେ ଯେମିତି ବିପୁଳ ପରିମାଣର ଅର୍ଥ ଦେଶର ଭିତ୍ତିଭୂମି ବିକାଶର ଖର୍ଚ୍ଚ ଲାଗି ଉଦ୍ଦିଷ୍ଟ। ପୂରା ପ୍ରକ୍ରିୟାଟି କିଛି ନ ଥିତ୍ଲା ବରଂ ଏହା ଥିଲା ଏକ ଭେଳିକି। ଏକ ବିଶ୍ୱସ୍ତରୀୟ ସଙ୍କଟରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେଲା ଏବଂ ଏବେ ବି ମୃତ୍ୟୁ ଜାରି ରହିଛି। ଏହି ସମୟରେ ଏହି ବଜେଟ ଏକ ଦୀର୍ଘମିଆଦୀ ସଂସ୍କାର ଆଣିବ ବୋଲି ଆମେ ଆଶା କରୁଥିଲୁ। ଶେୟାର ବଜାର ବି ଉଚ୍ଚରେ ରହିଥିଲା। ସରକାରଙ୍କ ସମ୍ବଳ ସୀମିତ ଥିବାରୁ ଏହି ବଜେଟ ଏକ କଠିନ ବଜେଟ ହେବ ବୋଲି ଲୋକମାନେ ଅଳ୍ପ ବହୁତେ ଭାବି ନେଇଥିଲେ। ଏକ କଠିନ ସମୟ ଏକ କଠିନ ନିଷ୍ପତ୍ତି ଦାବି କରେ। କିନ୍ତୁ କେନ୍ଦ୍ର ଅର୍ଥମନ୍ତ୍ରୀ ସମ୍ପୂର୍ଣ୍ଣ ବଜେଟ ଅଭିଭାଷଣରେ ସରକାରୀ ସମ୍ପତ୍ତି ବିକ୍ରି ବା ପୁଞ୍ଜିପ୍ରତ୍ୟାହର ପାଇଁ ନିଆଯାଇଥିବା ଠୋସ ପଦକ୍ଷେପ ବ୍ୟତୀତ ଆଉ କୌଣସି ବଡ଼ ଘୋଷଣା କରି ନ ଥିଲେ। ସରକାରୀ ସମ୍ପତ୍ତି ବିକ୍ରି କରି ଏକ କଠିନ ପରିସ୍ଥିତିକୁ ମୂକାବିଲା କରିବା ଏକ ବାହାଦୁରି ନୁହେଁ, ଏହା ଯେ କେହି ଯେ କୌଣସି ସମୟରେ କରିପାରିବେ। ସରକାର ଏହା ହିଁ କରୁଛନ୍ତି। ଏହାବାଦ୍‌ ଯାହା ରହିଲା ତାହା ପୂରା ଫମ୍ପା ହେଲେ ବି ତାହାକୁ ବଡ଼ କରି ଉପସ୍ଥାପନ କରାଯିବାର ବାହାନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri