ଏଇ ଭାରତରେ

ଶିକ୍ଷାର କୌଣସି ଧର୍ମ ନାହିଁ। ଏହା ଅଜ୍ଞାନ ରୂପକ ଅନ୍ଧକାର ଦୂରକରି ଜ୍ଞାନର ଜ୍ୟୋତି ଜଳାଇଥାଏ। ସଂସ୍କୃତ ସ୍କୁଲରେ ଗାୟତ୍ରୀ ମନ୍ତ୍ରୋଚ୍ଚାରଣ ଶିଖୁଛନ୍ତି ମୁସଲମାନ ଛାତ୍ରୀଛାତ୍ର। ଏମିତି ଉଦାହରଣ ପାଲଟିଛି ରାଜସ୍ଥାନ ଜୟପୁରରେ ଥିବା ୬ଟି ସଂସ୍କୃତ ସ୍କୁଲ। ଏଠାରେ ମୁସଲମାନ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ସେମାନେ ସଂସ୍କୃତର ବିଭିନ୍ନ ଶ୍ଲୋକ ଶିକ୍ଷା କରିବା ସହିତ ଗାୟତ୍ରୀ ମନ୍ତ୍ରୋଚ୍ଚାରଣ କରୁଛନ୍ତି। ସକାଳେ ମଦ୍ରାସାରେ ଉର୍ଦ୍ଦୁ ଭାଷା ଶିକ୍ଷା କରିବା ସହିତ କୋରାନ୍‌ ପାଠ କରୁଛନ୍ତି। ଏହାପରେ ସଂସ୍କୃତ ସ୍କୁଲକୁ ପଢ଼ିବାକୁ ଆସୁଛନ୍ତି। ଏକ ନିଆରା ଉଦାହରଣ ସୃଷ୍ଟି କରିଥିବା ଏହି ସ୍କୁଲଗୁଡ଼ିକ ଏବେ ଚର୍ଚ୍ଚାରେ। ଛାତ୍ରୀଛାତ୍ର ଦ୍ୱାଦଶ ପର୍ଯ୍ୟନ୍ତ ସଂସ୍କୃତରେ ପାଠପଢ଼ିବା ପରେ ମହାରାଜା ସଂସ୍କୃତ କଲେଜରେ ଜ୍ୟୋତିଷ, ଧର୍ମଶାସ୍ତ୍ର, ବେଦ, ଯଜ୍ଞ ସମ୍ପର୍କିତ ଜ୍ଞାନ, କର୍ମକାଣ୍ଡ ଆଦି ବିଷୟରେ ଅଧ୍ୟୟନ କରୁଛନ୍ତି। ଏଠାକାର ରୟାଲ ଏଣ୍ଟ୍ରାନ୍ସ ସଂସ୍କୃତ ସ୍କୁଲରେ ପାଠ ପଢୁଥିବା ୨୭୪ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୨୫୦ ଜଣ ମୁସଲମାନ। ସେହିପରି ରୟାଲ ଅପର ପ୍ରାଇମେରୀ ସଂସ୍କୃତ ସ୍କୁଲର ସମସ୍ତ ୪୪୭ ଛାତ୍ରୀଛାତ୍ର ମୁସଲମାନ। ମହାରାଜ ବରିଷ୍ଠ ସଂସ୍କୃତ ସ୍କୁଲର ୧୩୪ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୫୩ ଜଣ ମୁସଲମାନ। ସେହିପରି ଖାଣ୍ଡଳ ବିପ୍ର ବରିଷ୍ଠତା ଉପାଧ୍ୟାୟ ସଂସ୍କୃତ ସ୍କୁଲର ୯୦ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୩୦ ଜଣ ମୁସଲମାନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri