ଏଇ ଭାରତରେ

ତାମିଲନାଡୁର ୮୪ ବର୍ଷୀୟା ଧନମ ପାତି ଏବକାର ମହଙ୍ଗା ଯୁଗରେ ୨ ଟଙ୍କାରେ ଇଡ୍‌ଲି ବିକୁଛନ୍ତି ଓ ଲୋକଙ୍କୁ ପେଟପୂରା ଖାଇବାକୁ ଦେଉଛନ୍ତି। ଧନମଙ୍କ ଘର ତାମିଲନାଡୁର ପୁଦୁକୋଟ୍ଟୋଇରେ। ତାଙ୍କ ଦୋକାନରେ ଚେୟାର କିମ୍ବା ଟେବୁଲ ନାହିଁ। କିନ୍ତୁ ଇଡ୍‌ଲି, ସମ୍ବର, ଚଟ୍‌ନିଭରା ପ୍ଲେଟ୍‌ ପାଇଁ ସବୁବେଳେ ସେଠାରେ ଗ୍ରାହକଙ୍କ ଭିଡ ଜମୁଛି। ଧନମ କହନ୍ତି, ଲୋକେ ଫେଟଭରି ଖାଇଲେ ତାହା ତାଙ୍କୁ ଆନନ୍ଦ ଦେଇଥାଏ। ତାଙ୍କୁ ଏଭଳି ସେବା ସମ୍ପର୍କରେ ଯିଏ ପଚାରନ୍ତି ସେ କହନ୍ତି, ଏ ପୃଥିବୀକୁ କିଛି ଦିନ ଲାଗି ଆମେ ଆସିଛୁ, ଟଙ୍କା ପଛରେ କାହିଁକି ଗୋଡାଇବା? ଅନ୍ୟକୁ ଭଲ ପାଇବା ହେଉଛି ସବୁଠୁ ବଡ଼ କଥା ଓ ତାହା ହିଁ ଜୀବନକୁ ଆଗକୁ ବଢାଏ। ଏତିକି କହି ପୁଣି ଧନମ ପୁଣି ତାଙ୍କ କାମରେ ଲାଗିପଡ଼ନ୍ତି। ଧନମ ୧୯୬୦ରେ ବିବାହ କରିବା ପରେ ତାଙ୍କ ସ୍ବାମୀଙ୍କ ସହ ପୁଦୁକୋଟ୍ଟୋଇକୁ ଆସିଥିଲେ। ସେଠାରେ ତାଙ୍କ ସ୍ବାମୀ ଜଳଖିଆ ଦୋକାନ ଖୋଲିଥିଲେ । ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇ ମୃତ୍ୟୁ ଘଟିଲା ପରେ ୧୯୮୦ରେ ପରିବାର ଚଳାଇବା ଲାଗିି ଧନମ ଏହି କାର୍ଯ୍ୟରେ ଲାଗିଯାଇଥିଲେ। ସେବେଠାରୁ ସେ ଏହି ଦୋକାନ ଚଳାଇଆସୁଛନ୍ତି। ପ୍ରଥମେ ୩ ପଇସାରେ ଗୋଟିଏ ଇଡ୍‌ଲି ବିକୁଥିଲେ ଓ ଏବେ ତାହା ୨ ଟଙ୍କା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?