ବର୍ଷା ନାହିଁ: ଚାଷଜମି ଫାଟି ଆଁ

ରାଜନଗର,୧୨ା୭(ଭାସ୍କର ରାଉତରାୟ): ଜାତୀୟ ପାଣିପାଗ ସୂଚନା ଅନୁସାରେ ଜୁନ୍‌ ପ୍ରଥମ ସପ୍ତାହରେ ମୌସୁମୀର ଆଗମନ ହୋଇଥିଲା। ମୌସୁମୀର ଆଗମନ ଖବର ଚାଷୀଭାଇଙ୍କ ମଧ୍ୟରେ ଆନନ୍ଦ ଖେଳାଇ ଦେଇଥିଲା। କିନ୍ତୁ ମୌସୁମୀ ଉଭ୍ଭାନ ହୋଇଯାଇଛି। ମାସେ ବିତି ଯାଇଥିଲେ ମଧ୍ୟ ବର୍ଷାର ନାଁ ଗନ୍ଧ ନାହିଁ । ଏପଟେ ଆଶାଢ଼ ସରିବାକୁ ବସିଲାଣି। ଚାଷୀ ଏହାକୁ ନେଇ ଆଶଙ୍କା ଭିତରେ ରହିଛନ୍ତି। ଯେଉଁଠି ଆଷାଢ଼ରେ ଚାଷଜମିରେ ଧାନ ତଳି ରୁଆ, ବେଉଷଣ ହେବା କଥା, ସେହି ଜମି ଏବେ ବେଣା ଓ ଘାସବୁଦାମାନ ଶୋଭା ପାଉଛି। ଆଷାଢରେ ଚାଷଜମି ଏବେ ଗୋଚର ଭୂଇଁରେ ପରିଣତ ହେବାକୁ ଯାଉଛି। ଚାଷୀକୁଳ ଏବେ ହା ହୁତାଶରେ ଦିନ କାଟୁଛନ୍ତି।
ରାଜନଗରର ଗୌରାଙ୍ଗ ରାଉତ, କାଙ୍ଗାଳି ଚରଣ ପ୍ରଧାନ, ଉମେଶ ଚନ୍ଦ୍ର ଦାସ, ବାସୁଦେବ ସାହୁ, ବୁଦ୍ଧିରାମ ପ୍ରଧାନ ପ୍ରମୁଖ କ୍ଷୋଭ ଭରା କଣ୍ଠରେ କୁହନ୍ତିି ଯେ, ଦୀର୍ଘ କେତେବର୍ଷ ହେବ, ବିଳମ୍ବରେ ବର୍ଷା ହେଲେ ବି ଭଲ ମନ୍ଦରେ ଚାଷୀ ବିଲରେ ବୁଦା ମାରେ। ଠିକ୍‌ ଧାନ ସମୟରେ ଅଦିନିଆ ବର୍ଷା ତାଣ୍ଡବ ସାଜେ, ତଥାପି ଦୁଃଖ କଷ୍ଟେ ଧାନ ଗଣ୍ଡା ଅମଳ କରୁ।
ଚଳିତବର୍ଷ ରାଜନଗର ବ୍ଲକରେ ୧୮ ହଜାର ହେକ୍ଟର ଚାଷଜମିରେ ଚାଷକାର୍ଯ୍ୟ ଲକ୍ଷ୍ୟ ରଖାଯାଇଥିଲା। ଏଥିପାଇଁ ରଜ ପରେ ଚାଷୀମାନେ ଜମିରେ ବତୁରି ଧାନ ତଳି ରଜ ପରେ ପରେ ବୁଣିଥିଲେ। ବର୍ଷା ଅଭାବରୁ ତଳିଗୁଡିକ ଖରାରେ ନଷ୍ଟ ହେବାକୁ ବସିଲାଣି। ଆଷାଢରେ ଆଶା ଜନକ ବର୍ଷା ହୋଇଥିଲେ ଚାଷୀ ଆଛରା ତଳି ପକାଇ ତତ୍‌କାଳ ଜମିଗୁଡିକରେ ରୁଆ, ବେଉଷଣ କରିଥାନ୍ତେ। କିନ୍ତୁ ନିଅଁଟିଆ ବର୍ଷା ଯୋଗୁଁ ଚାଷୀମାନେ ଚାତକପକ୍ଷୀ ଭଳି ମୁକ୍ତ ଆକାଶକୁ ଚାହିଁ ବସିଛନ୍ତି। ଜୁନ୍‌ ୧୦ରେ ମୌସୁମୀ ଆଗମନ ଖବର ଏବଂ ଏବର୍ଷ ପାଞ୍ଜିକାରମାନଙ୍କ ଗଣନାରେ ୧୦୦ଦିନ ପାଳକ ଲେଖାଥିବା ବେଳେ ପ୍ରକୃତି କୃର ହେବାରେ ଲାଗିଛି। ଅବିଭକ୍ତ କଟକ ଜିଲାର ବଂଗୋପସାଗର ତଟବର୍ତ୍ତୀ ରାଜନଗର-ପଟ୍ଟାମୁଣ୍ଡାଇ ବ୍ଲକ ଏକଦା ଭାତହାଣ୍ଡି ଭାବରେ ସୁଖ୍ୟାତି ଅର୍ଜନ କରିଥିଲା। ବ୍ରିଟିଶ ଅମଳରୁ ଏଠିକାର ୮୦ଭାଗ ଲୋକେ ଚାଷ ଉପରେ ହିଁ ଆତ୍ମନିର୍ଭଶୀଳ। ଅଣଜଳସେଚିତ ଅଞ୍ଚଳ ହୋଇଥିବାରୁ ବର୍ଷକରେ ମାତ୍ର ଖରିଫ ଧାନଚାଷ ଏଠିକାର ଜୀବନର ମାନଦଣ୍ଡ। ଦୀର୍ଘ ଦୁଇ ଦଶନ୍ଧି ଧରି ବଂଗୋପସାଗରରୁ ସୃଷ୍ଟି ଛୋଟ ବଡ଼ ବାତ୍ୟା ହେଉ ବା ସାମୁଦ୍ରିକ ଝଡ଼ ଚାଷୀଙ୍କ ମେରୁଦଣ୍ଡକୁ ଟାଣି ଓଟାରି ଭାଙ୍ଗିବାରେ ଲାଗିଛି। ତଥାପି ପ୍ରକୃତିର ତାଡନାକୁ ସହ୍ୟ କରି ଅଣ୍ଟା ସଳଖି ପ୍ରତିବର୍ଷ ଚାଷୀ ଚାଷ ପାଇଁ ଧାରକରଜ, କୃଷି ଋଣ ଆଦିକୁ ପାଥେୟ କରି ଚାଷ ପାଇଁ ଅଣ୍ଟା ଭିଡେ। କିନ୍ତୁ ପ୍ରକୃତିର ବିବର୍ତ୍ତମାନ, ବିଶ୍ୱତାପନ, ଜଳବାୟୁର ପରିବତ୍ତନ ଚାଷ ଉପରେ ଗୁରୁତର ପ୍ରଭାବ ଓ କାୟା ବିସ୍ତାର କରି ଚାଲିଛି। ଚାଷ ବିଳମ୍ବ ହେଉଥିବାରୁ ଏଠାକାର ବହୁ ଚାଷୀ ପରିବାର ପ୍ରତି ପୋଷଣ ପାଇଁ ଗୁପ୍ତି, ସାତଭାୟା, ତାଳଚୁଆ, ରାଜନଗରଠାରୁ ଅନ୍ୟ ରାଜ୍ୟରେ ଦାଦନ ଖଟିବାକୁ ମାଳମାଳ ବସ୍‌ ଯୋଗେ ବାଧ୍ୟ ହୋଇଯାଉଥିବା ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri