ବର୍ଷା ନାହିଁ: ଚାଷଜମି ଫାଟି ଆଁ

ରାଜନଗର,୧୨ା୭(ଭାସ୍କର ରାଉତରାୟ): ଜାତୀୟ ପାଣିପାଗ ସୂଚନା ଅନୁସାରେ ଜୁନ୍‌ ପ୍ରଥମ ସପ୍ତାହରେ ମୌସୁମୀର ଆଗମନ ହୋଇଥିଲା। ମୌସୁମୀର ଆଗମନ ଖବର ଚାଷୀଭାଇଙ୍କ ମଧ୍ୟରେ ଆନନ୍ଦ ଖେଳାଇ ଦେଇଥିଲା। କିନ୍ତୁ ମୌସୁମୀ ଉଭ୍ଭାନ ହୋଇଯାଇଛି। ମାସେ ବିତି ଯାଇଥିଲେ ମଧ୍ୟ ବର୍ଷାର ନାଁ ଗନ୍ଧ ନାହିଁ । ଏପଟେ ଆଶାଢ଼ ସରିବାକୁ ବସିଲାଣି। ଚାଷୀ ଏହାକୁ ନେଇ ଆଶଙ୍କା ଭିତରେ ରହିଛନ୍ତି। ଯେଉଁଠି ଆଷାଢ଼ରେ ଚାଷଜମିରେ ଧାନ ତଳି ରୁଆ, ବେଉଷଣ ହେବା କଥା, ସେହି ଜମି ଏବେ ବେଣା ଓ ଘାସବୁଦାମାନ ଶୋଭା ପାଉଛି। ଆଷାଢରେ ଚାଷଜମି ଏବେ ଗୋଚର ଭୂଇଁରେ ପରିଣତ ହେବାକୁ ଯାଉଛି। ଚାଷୀକୁଳ ଏବେ ହା ହୁତାଶରେ ଦିନ କାଟୁଛନ୍ତି।
ରାଜନଗରର ଗୌରାଙ୍ଗ ରାଉତ, କାଙ୍ଗାଳି ଚରଣ ପ୍ରଧାନ, ଉମେଶ ଚନ୍ଦ୍ର ଦାସ, ବାସୁଦେବ ସାହୁ, ବୁଦ୍ଧିରାମ ପ୍ରଧାନ ପ୍ରମୁଖ କ୍ଷୋଭ ଭରା କଣ୍ଠରେ କୁହନ୍ତିି ଯେ, ଦୀର୍ଘ କେତେବର୍ଷ ହେବ, ବିଳମ୍ବରେ ବର୍ଷା ହେଲେ ବି ଭଲ ମନ୍ଦରେ ଚାଷୀ ବିଲରେ ବୁଦା ମାରେ। ଠିକ୍‌ ଧାନ ସମୟରେ ଅଦିନିଆ ବର୍ଷା ତାଣ୍ଡବ ସାଜେ, ତଥାପି ଦୁଃଖ କଷ୍ଟେ ଧାନ ଗଣ୍ଡା ଅମଳ କରୁ।
ଚଳିତବର୍ଷ ରାଜନଗର ବ୍ଲକରେ ୧୮ ହଜାର ହେକ୍ଟର ଚାଷଜମିରେ ଚାଷକାର୍ଯ୍ୟ ଲକ୍ଷ୍ୟ ରଖାଯାଇଥିଲା। ଏଥିପାଇଁ ରଜ ପରେ ଚାଷୀମାନେ ଜମିରେ ବତୁରି ଧାନ ତଳି ରଜ ପରେ ପରେ ବୁଣିଥିଲେ। ବର୍ଷା ଅଭାବରୁ ତଳିଗୁଡିକ ଖରାରେ ନଷ୍ଟ ହେବାକୁ ବସିଲାଣି। ଆଷାଢରେ ଆଶା ଜନକ ବର୍ଷା ହୋଇଥିଲେ ଚାଷୀ ଆଛରା ତଳି ପକାଇ ତତ୍‌କାଳ ଜମିଗୁଡିକରେ ରୁଆ, ବେଉଷଣ କରିଥାନ୍ତେ। କିନ୍ତୁ ନିଅଁଟିଆ ବର୍ଷା ଯୋଗୁଁ ଚାଷୀମାନେ ଚାତକପକ୍ଷୀ ଭଳି ମୁକ୍ତ ଆକାଶକୁ ଚାହିଁ ବସିଛନ୍ତି। ଜୁନ୍‌ ୧୦ରେ ମୌସୁମୀ ଆଗମନ ଖବର ଏବଂ ଏବର୍ଷ ପାଞ୍ଜିକାରମାନଙ୍କ ଗଣନାରେ ୧୦୦ଦିନ ପାଳକ ଲେଖାଥିବା ବେଳେ ପ୍ରକୃତି କୃର ହେବାରେ ଲାଗିଛି। ଅବିଭକ୍ତ କଟକ ଜିଲାର ବଂଗୋପସାଗର ତଟବର୍ତ୍ତୀ ରାଜନଗର-ପଟ୍ଟାମୁଣ୍ଡାଇ ବ୍ଲକ ଏକଦା ଭାତହାଣ୍ଡି ଭାବରେ ସୁଖ୍ୟାତି ଅର୍ଜନ କରିଥିଲା। ବ୍ରିଟିଶ ଅମଳରୁ ଏଠିକାର ୮୦ଭାଗ ଲୋକେ ଚାଷ ଉପରେ ହିଁ ଆତ୍ମନିର୍ଭଶୀଳ। ଅଣଜଳସେଚିତ ଅଞ୍ଚଳ ହୋଇଥିବାରୁ ବର୍ଷକରେ ମାତ୍ର ଖରିଫ ଧାନଚାଷ ଏଠିକାର ଜୀବନର ମାନଦଣ୍ଡ। ଦୀର୍ଘ ଦୁଇ ଦଶନ୍ଧି ଧରି ବଂଗୋପସାଗରରୁ ସୃଷ୍ଟି ଛୋଟ ବଡ଼ ବାତ୍ୟା ହେଉ ବା ସାମୁଦ୍ରିକ ଝଡ଼ ଚାଷୀଙ୍କ ମେରୁଦଣ୍ଡକୁ ଟାଣି ଓଟାରି ଭାଙ୍ଗିବାରେ ଲାଗିଛି। ତଥାପି ପ୍ରକୃତିର ତାଡନାକୁ ସହ୍ୟ କରି ଅଣ୍ଟା ସଳଖି ପ୍ରତିବର୍ଷ ଚାଷୀ ଚାଷ ପାଇଁ ଧାରକରଜ, କୃଷି ଋଣ ଆଦିକୁ ପାଥେୟ କରି ଚାଷ ପାଇଁ ଅଣ୍ଟା ଭିଡେ। କିନ୍ତୁ ପ୍ରକୃତିର ବିବର୍ତ୍ତମାନ, ବିଶ୍ୱତାପନ, ଜଳବାୟୁର ପରିବତ୍ତନ ଚାଷ ଉପରେ ଗୁରୁତର ପ୍ରଭାବ ଓ କାୟା ବିସ୍ତାର କରି ଚାଲିଛି। ଚାଷ ବିଳମ୍ବ ହେଉଥିବାରୁ ଏଠାକାର ବହୁ ଚାଷୀ ପରିବାର ପ୍ରତି ପୋଷଣ ପାଇଁ ଗୁପ୍ତି, ସାତଭାୟା, ତାଳଚୁଆ, ରାଜନଗରଠାରୁ ଅନ୍ୟ ରାଜ୍ୟରେ ଦାଦନ ଖଟିବାକୁ ମାଳମାଳ ବସ୍‌ ଯୋଗେ ବାଧ୍ୟ ହୋଇଯାଉଥିବା ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?