ଏଇ ଭାରତରେ

ଉତ୍ତର ଭାରତରେ ମୁଖ୍ୟତଃ ପଞ୍ଜାବ, ହରିୟାଣା, ଦିଲ୍ଲୀ ଓ ଉତ୍ତରପ୍ରଦେଶର କେତେକାଂଶରେ ଶସ୍ୟଖୁଣ୍ଟା ଓ ଅବଶେଷାଂଶ ପୋଡ଼ି ଯୋଗୁ ବାୟୁ ପ୍ରଦୂଷଣ ବଢ଼ୁଥିବାରୁ ଏହା ଉପରେ କଟକଣା ଲଗାଯାଇଛି। ତଥାପି କୃଷକମାନେ ବହୁ ସ୍ଥାନରେ ନଡ଼ା ପୋଡୁଛନ୍ତି। ଏଭଳି ଅଭ୍ୟାସରୁ ସେମାନଙ୍କୁ ଦୂରେଇ ରଖିବା ପାଇଁ ଦିଲ୍ଲୀର ଇଞ୍ଜିନିୟର ଅର୍ପିତ ଘୁପର ଏକ ନୂଆ ପଦକ୍ଷେପ ନେଇଛନ୍ତି। ସେ ପଞ୍ଜାବ ଓ ହରିୟାଣା କୃଷକମାନଙ୍କଠାରୁ ନଡ଼ା କିଣି ଥର୍ମୋକୁଲ ଓ ମାଟିରେ ମିଶିପାରୁଥିବା ବିକଳ୍ପ ଉପତ୍ାଦ ପ୍ରସ୍ତୁତ କରୁଛନ୍ତି। ଅର୍ପିତଙ୍କ ବୟସ ୩୦। ସେ ୨୦୧୯ରେ ପଞ୍ଜାବ ଓ ହରିୟାଣା କୃଷକମାନଙ୍କୁ ନଡ଼ା ପୋଡ଼ି ସମସ୍ୟା ସମାଧାନ କରିବା ଲାଗି ଅଭିଯାନ ଆରମ୍ଭ କରିଥିଲେ। ସେ ‘ଧରାକ୍ଷା ଇକୋ ସଲ୍ୟୁଶନ’ ଷ୍ଟାର୍ଟଅପ୍‌ ମାଧ୍ୟମରେ ଏହା କରୁଛନ୍ତି। ଏହି ଷ୍ଟାର୍ଟଅପ୍‌ ଦ୍ୱାରା ଏବେସୁଦ୍ଧା ପଞ୍ଜାବ ଓ ହରିୟାଣାରେ ୨୫୦ଟନ୍‌ ନଡ଼ା ପୋଡ଼ି ରୋକିବାରେ ସକ୍ଷମ ହୋଇପାରିଛନ୍ତି। ଅର୍ପିତ ପ୍ରତି ଏକରରୁ ନଡ଼ା ସଂଗ୍ରହ କରି ସେ ବାବଦରେ ୫୦୦ ଟଙ୍କା ଦେଉଛନ୍ତି। ଗତ ବର୍ଷ ଅର୍ପିତ ଏହି ଷ୍ଟାର୍ଟଅପ୍‌ ମାଧ୍ୟମରେ ୨୫ ଲକ୍ଷ ଟଙ୍କା କାରବାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri