ଏଇ ଭାରତରେ

ଶବଦାହ ନିମନ୍ତେ ସବୁ ଅଞ୍ଚଳରେ ଶ୍ମଶାନ ଥିବା କଥା ପ୍ରାୟ ସମସ୍ତେ ଜାଣିଥିବେ। କିନ୍ତୁ କୁକୁରଙ୍କ ପାଇଁ ବି ଶ୍ମଶାନ ଅଛି ଏକଥାକୁ ପ୍ରାୟତଃ କେହି ଜାଣି ନ ଥିବେ! କୁକୁରଙ୍କ ପାଇଁ ଏଭଳି ଏକ ସ୍ବତନ୍ତ୍ର ଶ୍ମଶାନ ଏବେ ତିଆରି ହୋଇଛି ଦକ୍ଷିଣ ଦିଲ୍ଲୀ ନଗର ନିଗମ (ଏସ୍‌ଡିଏମ୍‌ସି)ରେ। ଏହି ଅଞ୍ଚଳର ଦ୍ୱାରକାରେ ଏଭଳି ଏକ ଶ୍ମଶାନ ତିଆରି କରାଯିବ। ପ୍ରାୟ ୭୦୦ ବର୍ଗ ମିଟର କ୍ଷେତ୍ରରେ କୁକୁରଙ୍କ ପାଇଁ ଶ୍ମଶାନ ତିଆରି କରିବା ନିମନ୍ତେ ନଗର ନିଗମ ଯୋଜନା କରିଛି। ଶ୍ମଶାନରେ କୁକୁରମାନଙ୍କୁ ଦାହ କରିବା ପରେ ସେମାନଙ୍କର ଅସ୍ଥିକୁ ବି ୧୫ ଦିନ ପର୍ଯ୍ୟନ୍ତ ସାଇତି ରଖିବା ପାଇଁ ବ୍ୟବସ୍ଥା କରାଯାଇଛି। ତେବେ କୁକୁରଙ୍କ ପାଇଁ ଏଭଳି ସ୍ବତନ୍ତ୍ର ବ୍ୟବସ୍ଥା ଫଳରେ କୁକୁର ପାଳିଥିବା ବ୍ୟକ୍ତିମାନେ ବେଶ୍‌ ଖୁସି ହୋଇଛନ୍ତି। କାରଣ ଆଜିକାଲି ପୋଷା କୁକୁରଙ୍କୁ ମଧ୍ୟ ଲୋକେ ପରିବାରର ସଦସ୍ୟ ଭଳି ଭାବୁଛନ୍ତି। ତେଣୁ କୁକୁରର ମୃତ୍ୟୁ ପରେ ତାକୁ ପାରମ୍ପରିକ ଢଙ୍ଗରେ ସ୍ବତନ୍ତ୍ର ସମ୍ମାନ ଦେବା ପାଇଁ ଅନେକେ ପ୍ରୟାସ କରୁଛନ୍ତି। ପଶୁମାନଙ୍କ ସହ ମଣିଷର ସମ୍ପର୍କ ଏବେ ଧୀରେ ଧୀରେ ବୃଦ୍ଧି ପାଉଥିବାରୁ କୁକୁରଙ୍କ ପାଇଁ ଶ୍ମଶାନ ନିର୍ମାଣ କରିବା ଏକ ସୁନ୍ଦର ପ୍ରୟାସ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ ବିୟୋଗର କାହାଣୀ

ସାମାଜିକ ସଂରଚନାରେ ମଧ୍ୟବିତ୍ତ ଶ୍ରେଣୀ ଏପରି ଏକ ଅଦୃଶ୍ୟ ସେତୁ, ଯିଏ ଗରିବର ଅଭାବ ଏବଂ ଧନୀର ବୈଭବ ମଝିରେ ନିଜକୁ ସନ୍ତୁଳିତ ରଖିବାକୁ ଆପ୍ରାଣ ଚେଷ୍ଟା…

କେବଳ ରାଜନୈତିକ ବିଜୟ ନୁହେଁ, ବିକାଶର ଉଦ୍‌ଘୋଷ

ସଦ୍ୟ ୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ସମାପ୍ତ ହୋଇଥିବା ନିର୍ବାଚନ ଏବଂ ସୋମବାର ପ୍ରକାଶିତ ହୋଇଥିବା ଏହାର ଫଳାଫଳ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ…

ନେତା ମତଦାତା

ପୂର୍ବରୁ ଥିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଓ ମୁହଁ ଜଣା ନ ପଡ଼ିଲେ ବିଧାନସଭା ନିର୍ବାଚନ ଲଢ଼ିବା କଷ୍ଟକର। ଏଥିସହିିତ ସବୁବେଳେ କୁହାଯାଉଥିଲା ‘ବିକଳ୍ପ କିଏ’। ଇଂଲିଶ୍‌ରେ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri