ଏଇ ଭାରତରେ

ଉତ୍ତରାଖଣ୍ଡ ପାହାଡ଼ିଆ ଅଞ୍ଚଳର ଦୁର୍ଗମ ଗାଁଗୁଡିକରେ ଲକ୍‌ଡାଉନ୍‌ରେ ଓ୍ୟଷଧ ପହଞ୍ଚାଉଛନ୍ତି ମନୀଷ ପନ୍ଥ। ମୁଖ୍ୟତଃ ପକ୍ଷାଘାତ, ଉଚ୍ଚରକ୍ତଚାପ ଏବଂ ଅନ୍ୟ ଜୀବନଶୈଳୀ ସମ୍ବନ୍ଧିତ ରୋଗରେ ପୀଡ଼ିତ ଲୋକମାନଙ୍କ ଆବଶ୍ୟକତାକୁ ଲକ୍ଷ୍ୟ କରି ମନୀଷ ସେମାନଙ୍କୁ ସହଯୋଗ କରୁଛନ୍ତି। ୩୦ ବର୍ଷୀୟ ମନୀଷ ଉତ୍ତରାଖଣ୍ଡ ଅଗ୍ନିଶମ ବିଭାଗରେ ଫାୟାରମ୍ୟାନ୍‌ ଭାବେ କାର୍ଯ୍ୟକରନ୍ତି। ସେ ପୌରି ସହରର ବାସିନ୍ଦା। ଲକ୍‌ଡାଉନ୍‌ରେ ଡେରାଡୁନ, ଆଲମୋରା, ଚାମୋଲି, ପିଥୋରଗଡ, ରୁଦ୍ରପୟାଗ, ଉତ୍ତରାକାଶୀ ଓ ଅନ୍ୟ ସହରରେ ମାର୍ଚ୍ଚ ୨୨ ଜନତା କଫୁର୍‌ୟଠାରୁ ଏପର୍ଯ୍ୟନ୍ତ ସେ ବରିଷ୍ଠ ନାଗରିକ, ଗର୍ଭବତୀ ଓ ପିଲାମାନଙ୍କୁ ଏହି ସେବା ଯୋଗାଇଆସୁଛନ୍ତି। ସେ ଦିନବେଳା ଡ୍ୟୁଟିକୁ ଯାଉଛନ୍ତି ଓ ରାତିରେ ରୋଗୀମାନଙ୍କ ନିକଟରେ ଓ୍ୟଷଧ ପହଞ୍ଚାଉଛନ୍ତି। ‘ଅପରେଶନ୍‌ ସଞ୍ଜିବନୀ’ ମାଧ୍ୟମରେ ଏହି ସେବା ଜାରି ରଖିଛନ୍ତି। ଏଥିପାଇଁ ଲୋକେ ତାଙ୍କୁ ‘ଫାୟାରମ୍ୟାନ୍‌’ ବଦଳରେ ‘ମେଡିସିନ ମ୍ୟାନ୍‌’ ବୋଲି ସମ୍ବୋନ୍ଧନ କରୁଛନ୍ତି। ଯେଉଁମାନଙ୍କର ଓ୍ୟଷଧ ଆବଶ୍ୟକ ସେମାନେ ଫେସ୍‌ବୁକରେ ଜଣାଇବା ସହ ସେମାନଙ୍କ ଠିକଣା ଓ ଡାକ୍ତରଙ୍କ ପ୍ରେସ୍‌କ୍ରିପ୍ସନର ଫଟୋ ପୋଷ୍ଟ କରିବା ଲାଗି ଅନୁରୋଧ କରୁଛନ୍ତି। ଏ ସବୁ ତଥ୍ୟ ପାଇବା ପରେ ସେ ରାତିରେ ଓ୍ୟଷଧ ଧରି ସେମାନଙ୍କ ଘର ଅଭିମୁଖେ ବାହାରିଯାଉଛନ୍ତି। ମନୀଷ ଏଥିପାଇଁ ତାଙ୍କ ଘର ପାଖରୁ ୧୦୦ କି.ମି ଦୂରରେ ଥିବା ଲୋକଙ୍କ ପାଖରେ ପହଞ୍ଚି ଯାଉଛନ୍ତି। ପ୍ରତିକୂଳ ପରିବେଶରେ ହିମାଳୟର ବିପଦପୂର୍ଣ୍ଣ ପାହାଡ଼ିଆ ରାସ୍ତାରେ ସେ ବାଇକ୍‌ରେ ଯାଉଛନ୍ତି। ବିଭିନ୍ନ ଅଞ୍ଚଳର ଦୁର୍ଗମ ଗାଁରେ ପହଞ୍ଚିବା ପାଇଁ ତାଙ୍କ ସାଙ୍ଗମାନେ ସହଯୋଗ କରୁଛନ୍ତି। ସେ ଏଥିପାଇଁ ନିଜ ପକେଟ୍‌ରୁ ଅଧିକ ଖର୍ଚ୍ଚ କରୁଛନ୍ତି, କିନ୍ତୁ ପାଉଛନ୍ତି କମ୍‌। ଯେଉଁମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରୁନାହାନ୍ତି ସେମାନଙ୍କୁ ବି ମନୀଷ ସାହାଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?