ଏଇ ଭାରତରେ

ହିନ୍ଦୁ ଓ ମୁସଲମାନଙ୍କ ପର୍ବ, ପରମ୍ପରା ଭିନ୍ନ ହୋଇଥିଲେ ହେଁ ବିହାରର ଏକ ଗାଁରେ ହିନ୍ଦୁମାନେ ଯେଭଳି ମୁସଲମାନଙ୍କ ପରମ୍ପରାକୁ ଆଦରିନେଇଛନ୍ତି ତାହା ସହାବସ୍ଥାନ ଓ ଭାଇଚାରାର ଉଦାହରଣ ସୃଷ୍ଟି କରିଛି। ବିହାରର କଟିଆର ଜିଲା ହସନଗଞ୍ଜ ବ୍ଲକ୍‌ ଜଗନ୍ନାଥପୁର ପଞ୍ଚାୟତର ହରିପୁର ଗାଁ ସାମ୍ପ୍ରଦାୟିକ ସଦ୍‌ଭାବନାର ଭିନ୍ନ ପରିଚୟ ଦେଇଛି। ଏହି ଗାଁର ଅଧିକାଂଶ ହିନ୍ଦୁ ରୋଜା ରଖନ୍ତି ଓ ମହରମର ତାଜିଆ ଶୋଭାଯାତ୍ରା ବାହାର କରନ୍ତି। ଏଥିରେ ଦୁଇ ସମ୍ପ୍ରଦାୟର ଲୋକଙ୍କ ସହଯୋଗ ଥାଏ। ମହରମକୁ ନେଇ ସବୁ ପ୍ରସ୍ତୁତି ଏଠାରେ ପାରମ୍ପରିକ ନୀତି ଅନୁଯାୟୀ କରାଯାଏ। ଲୋକମାନେ ନିୟମ ଅନୁସାରେ ଆଖଡା ସଜାଡ଼ନ୍ତି। ଶୋଭାଯାତ୍ରାରେ ଦୁଇ ସମ୍ପ୍ରଦାୟର ଲୋକେ ବିଭିନ୍ନ ସାହସିକ କଳା ପ୍ରଦର୍ଶନ କରନ୍ତି। ବହୁ ସଂଖ୍ୟାରେ ମହିଳା ବି ଏହି ଶୋଭାଯାତ୍ରାରେ ସାମିଲ ହୋଇଥାନ୍ତି। ଗାଁରେ ଥିବା ଛେଦି ଶାହଙ୍କ ସମାଧିରୁ ମହରମର ତାଜିଆ ବାହାରିବା ପରମ୍ପରା ବହୁ ଦିନରୁ ରହିଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri