ଆଇଟିସି ଗ୍ରୁପ୍‌ ଅଧ୍ୟକ୍ଷ ଓ୍ବାଇ.ସି.ଦେବେଶ୍ୱରଙ୍କ ପରଲୋକ

ନୂଆଦିଲ୍ଲୀ,୧୨-୫: ଆଇଟିସି ଗ୍ରୁପ୍‌ ଅଧ୍ୟକ୍ଷ ଓ୍ବାଇ.ସି. ଦେବେଶ୍ୱରଙ୍କ ଶନିବାର ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ହେବ ରୋଗରେ ପୀଡିତ ଥିଲେ।

ଦେବେଶ୍ୱର ୧୯୬୮ରେ ଆଇଟିସିରେ ଯୋଗ ଦେବା ପରେ ୧୯୮୪ ଏପ୍ରିଲ ୧୧ରେ ଆଇଟିସି ବୋର୍ଡ ଅଫ୍‌ ଡିରେକ୍ଟର୍ସରେ ସାମିଲ ହୋଇଥିଲେ। ସେ ୧୯୯୬ ଜାନୁୟାରୀ ପହିଲାରେ କମ୍ପାନୀର ସିଇଓ ତଥା ଚେୟାରମ୍ୟାନ ଭାବେ ନିଯୁକ୍ତି ପାଇଥିଲେ। ସେ କୌଣସି କମ୍ପାନୀରେ ସର୍ବାଧିକ ସମୟ ପାଇଁ ଏକ୍‌ଜିକ୍ୟୁଟିଭ ଅଧ୍ୟକ୍ଷ ହେବାରେ ଉଦ୍ୟୋଗଜଗତର ପ୍ରଥମ ବ୍ୟକ୍ତି ଥିଲେ। ସର୍ବବୃହତ୍‌ ଶେୟାରଧାରୀ ବ୍ୟାଟ୍‌ ଦ୍ୱାରା କମ୍ପାନୀର ଅଧିଗ୍ରହଣ ପ୍ରୟାସକୁ ତାଙ୍କ ନେତୃତ୍ୱରେ ଆଇଟିସି ରୋକିବାରେ ସଫଳ ହୋଇଥିଲା। ଏକ ସିଗାରେଟ ନିର୍ମାତାରୁ ଆଇଟିସିକୁ ସଫଳ ଏଫ୍‌ଏମ୍‌ସିଜି କମ୍ପାନୀ ଭାବେ ଗଢ଼ିତୋଳିବାରେ ତାଙ୍କର ବଡ଼ ଭୂମିକା ରହିଛି। ୨୦୧୭ରେ ସେ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ସଞ୍ଜୀବ ପୁରୀ ବର୍ତ୍ତମାନ କମ୍ପାନୀର ସିଇଓ ତଥା ଏମ୍‌ଡି ଦାୟିତ୍ୱ ତୁଲାଉଛନ୍ତି। କଠିନ ପରିଶ୍ରମ ଦ୍ୱାରା ଦେବେଶ୍ୱର ଆଇଟିସିକୁ ଆଜିର ଅବସ୍ଥାରେ ଛାଡ଼ିଯାଇଛନ୍ତି। ଆଜି ତାଙ୍କ କାରଣରୁ ୬୦ ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀ ଆଇଟିସି ସହ ଯୋଡିହୋଇପାରିଛନ୍ତି ବୋଲି ପୁରୀ କହିଛନ୍ତି। ଦୀର୍ଘ ଦୁଇ ଦଶନ୍ଧି ଧରି ତାଙ୍କର କର୍ତ୍ତବ୍ୟନିଷ୍ଠା ତଥା ପରିଶ୍ରମ ପାଇଁ କମ୍ପାନୀ ଗର୍ବ କରୁଛି ବୋଲି ସେ କହିଛନ୍ତି। ଏହାଛଡ଼ା ସେ ହାଓ୍ବାର୍ଡ ବିଜ୍‌ନେସ ଦ୍ୱାରା ବିଶ୍ୱର ୭ମ ଶ୍ରେଷ୍ଠ ପ୍ରଦର୍ଶନକାରୀ ସିଇଓ ଭାବେ ମନୋନୀତ ହୋଇଥିଲେ। ଆଇଆଇଟି ଦିଲ୍ଲୀ ଏବଂ ହାଓ୍ବାର୍ଡ ବିଜ୍‌ନେସ୍‌ ସ୍କୁଲରୁ ପାଠ ପଢ଼ିଥିବା ଦେବେଶ୍ୱର ୧୯୯୧ରୁ ୧୯୯୪ ପର୍ଯ୍ୟନ୍ତ ଏୟାର ଇଣ୍ଡିଆର ସିଏମ୍‌ଡି ଭାବେ ଦାୟିତ୍ୱ ତୁଲାଇଥିଲେ। ଆଇଟିସିରେ ପରବର୍ତ୍ତୀ ପିଢ଼ିର ନେତୃତ୍ୱ ଗଢ଼ିବା ଲକ୍ଷ୍ୟରେ ସେ ୨୦୧୭ରେ ଏକ୍‌ଜିକ୍ୟୁଟିଭ ଚେୟାରମ୍ୟାନ ପଦକୁ ଚେୟାରମ୍ୟାନ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ମଧ୍ୟରେ ଭାଗ ଭାକ କରି ଦେଇଥିଲେ। ସେତେବେଳେ ସେ ନନ୍‌ ଏକ୍‌ଜିକ୍ୟୁଟିଭ ଚେୟାରମ୍ୟାନ ହୋଇଥିଲେ ଏବଂ ସଞ୍ଜୀବ ପୁରୀଙ୍କ ନେତୃତ୍ୱରେ କମ୍ପାନୀର ମ୍ୟାନେଜମେଣ୍ଟ ପରିଚାଳନା ଆରମ୍ଭ ହୋଇଥିଲା। ସେ କେବଳ ମାର୍ଗଦର୍ଶକ ଭୂମିକାରେ ରହିଥିଲେ। ୨୦୧୧ରେ ପଦ୍ମଭୂଷଣରେ ସମ୍ମାନିତ ଦେବେଶ୍ୱର ଭାରତୀୟ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡ ନିର୍ଦ୍ଦେଶକ, ନ୍ୟାଶନାଲ ଫାଉଣ୍ଡେଶନ ଫର୍‌ କର୍ପୋରେଟ ଗଭର୍ନାନ୍ସର ସଦସ୍ୟ ତଥା ନ୍ୟାଶନାଲ କାଉନ୍‌ସିଲ ଅଫ୍‌ ଆପ୍ଲାଏଡ ଇକୋନୋମିକ ରିସର୍ଚ୍ଚର ପରିଚାଳନା କମିଟିର ମଧ୍ୟ ସେ ସଦସ୍ୟ ଥିଲେ।

ଶୋକବ୍ୟକ୍ତ କଲେ ମୋଦି,ଉଦ୍ୟୋଗଜଗତ

ବିଶିଷ୍ଟ ଉଦ୍ୟୋଗପତି ତଥା ଆଇଟିସି ଅଧ୍ୟକ୍ଷ ଓ୍ବାଇ.ସି. ଦେବେଶ୍ୱରଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକବ୍ୟକ୍ତ କରିଛନ୍ତି। ଟୁଇଟରରେ ନିଜ ଶୋକବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ଉଦ୍ୟୋଗ ଜଗତରେ ଦେବେଶ୍ୱରଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା। ତାଙ୍କ ପ୍ରୟାସ ଏବଂ ପେସାଦାର ମନୋବୃତ୍ତି ଯୋଗୁ ଆଇଟିସି ସାରା ବିଶ୍ୱରେ ପରିଚିତ ହୋଇପାରିଥିଲା। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ମଧ୍ୟ ଦେବେଶ୍ୱରଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରି ଟୁଇଟ୍‌ କରିଛନ୍ତି। ସେ ଲେଖିଛନ୍ତି ଯେ, ଆଇଟିସି ଅଧ୍ୟକ୍ଷ ଯୋଗୀ ସି. ଦେବେଶ୍ୱରଙ୍କ ପରଲୋକଙ୍କ ଗଭୀର ଭାବେ ସେ ମର୍ମାହତ। ଆଇଟିସି ଅଧ୍ୟକ୍ଷ ଭାବେ ସେ ଏକ ସମୃଦ୍ଧ ପରମ୍ପରା ଛାଡ଼ିଯାଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଶୋକବାର୍ତ୍ତାରେ ପରଲୋକଗତ ଅଧ୍ୟକ୍ଷଙ୍କୁ କର୍ପୋରେଟ ଜଗତର ଏକ ବିଶାଳ ବ୍ୟକ୍ତିତ୍ୱ ବୋଲି ଅଭିହିତ କରିଛନ୍ତି। ସିଆଇଆଇ ଅଧ୍ୟକ୍ଷ ବିକ୍ରମ କିର୍ଲୋସ୍କର କହିଥିଲେ ଯେ, ଦେବେଶ୍ୱରଙ୍କ ଉତ୍ସାହ ଏବଂ ବଚନବଦ୍ଧତା ସମସ୍ତଙ୍କ ପାଇଁ ପ୍ରେରଣା ଥିଲା। ଆସୋଚାମ ଅଧ୍ୟକ୍ଷ ବି.କେ.ଗୋଏଙ୍କା ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ, ଭାରତୀୟ ଉଦ୍ୟୋଗ ଜଗତ ଲାଗି ଯୋଗୀ ଅଗ୍ରଣୀ ଥିଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ୍ବାଇ.ସି.ଦେବେଶ୍ୱରଙ୍କ ପରଲୋକରେ ଗଭୀର ଶୋକବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକାଉଣ୍ଟଧାରୀ ସାବଧାନ! ୨୫ ସେପ୍ଟେମ୍ୱର ସୁଦ୍ଧା ସାରନ୍ତୁ ବ୍ୟାଙ୍କ୍‌ କାମ, ନହେଲେ ଉଠାଇପାରିବେନି ଟଙ୍କା?

ନୂଆଦିଲ୍ଲୀ,୨୨।୮: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡ଼ିତ କୌଣସି ଜରୁରୀ କାର୍ଯ୍ୟ ବାକି ଅଛି, ତେବେ ତାହାକୁ ଯଥାଶୀଘ୍ର ସାରିଦେବା ହିଁ ଆପଣଙ୍କ ପାଇଁ ଲାଭଦାୟକ ହେବ।…

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

ଅକ୍ଟୋବର ୧ରୁ ଏସବୁ ବ୍ୟାଙ୍କିଙ୍ଗ୍‌ କାମରେ ଲାଗିବ ଚାର୍ଜ, ଆକାଉଣ୍ଟରେ ଟଙ୍କା ରଖୁଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍‌ଲୀ,୨୨।୯:ସେପ୍ଟେମ୍ୱର ମାସ ଶେଷ ହେବାକୁ ଯାଉଛି ଏବଂ ଏବେ ଅକ୍ଟୋବର ମାସ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ମାସ ଆରମ୍ଭ ହେବା ସହିତ ବ୍ୟାଙ୍କ ସହିତ ଜଡ଼ିତ…

ଗ୍ରାଚ୍ୟୁଇଟିକୁୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ…

ନୂଆଦିଲ୍‌ଲୀ,୨୨।୯: ସୁପ୍ରିମକୋର୍ଟଙ୍କ ଦ୍ୱାରା ଗ୍ରାଚ୍ୟୁଇଟିକୁ ନେଇ ଏକ ବଡ଼ ରାୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଚୁକ୍ତିଭିତ୍ତିକ (କଣ୍ଟ୍ରାକ୍ଟ) କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ମୁଖ୍ୟ…

ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଅକ୍ଟୋବର ୨ରୁ ମାଗଣାରେ ବସ୍‌ ଯାତ୍ରା

ନୂଆଦିଲ୍ଲୀ,୨୨।୯: ଆଗାମୀ ୨ ଅକ୍ଟୋବର ୨୦୨୬ରୁ ସମଗ୍ର ତାମିଲନାଡୁରେ ଲାଗୁ ହେବାକୁ ଥିବା ‘ଭେଟ୍ରି ପୟନମ’ ଯୋଜନା ଦ୍ୱାରା ପ୍ରତିଦିନ ପ୍ରାୟ ୮୪.୩୨ ଲକ୍ଷ ମହିଳା ପ୍ରତ୍ୟକ୍ଷ…

PM Kisan କୁ ନେଇ ବଡ଼ ଖବର, ଅକ୍ଟୋବରରୁ ଏମାନଙ୍କୁ ମିଳିବନି କିସ୍ତି ଟଙ୍କା; ଲିଷ୍ଟରୁ କଟିଲା ନାଁ!

ନୂଆଦିଲ୍‌ଲୀ,୨୨।୮: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନା ଏକ ବଡ଼ ସାହାଯ୍ୟରୁ କମ ନୁହେଁ। ୨୩ତମ କିସ୍ତି ମିଳିବା…

ଦୀପାବଳି ପୂର୍ବରୁ ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା! ୭-୮% ମହଙ୍ଗା ହେବ…

ନୂଆଦିଲ୍ଲୀ,୨୨।୯: ଆଗକୁ ଆସୁଛି ଦଶହରା, ଛଠ ପୂଜା ଓ ଦୀପାବଳି ଭଳି ବଡ଼ ପାର୍ବଣ। ପାର୍ବଣ ପାଇଁ ଲୋକେ ପ୍ରସ୍ତୁତିରେ ବ୍ୟସ୍ତ ଥିବା ବେଳେ ବଢ଼ୁଥିବା ମହଙ୍ଗା…

UPI Charges: ୟୁପିଆଇକୁ ନେଇ ବଡ଼ କଥା କହିଲେ ଅର୍ଥମନ୍ତ୍ରୀ ସୀତାରାମଣ

ନୂଆଦିଲ୍ଲୀ,୨୨।୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ UPI ପାଇଁ ଲାଗୁ ହେବାକୁ ଥିବା ନୂତନ ‘ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ସମ୍ବନ୍ଧୀୟ ସ୍ଥିତିକୁ ସ୍ପଷ୍ଟ କରିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?