ଆଇଟିସି ଗ୍ରୁପ୍‌ ଅଧ୍ୟକ୍ଷ ଓ୍ବାଇ.ସି.ଦେବେଶ୍ୱରଙ୍କ ପରଲୋକ

ନୂଆଦିଲ୍ଲୀ,୧୨-୫: ଆଇଟିସି ଗ୍ରୁପ୍‌ ଅଧ୍ୟକ୍ଷ ଓ୍ବାଇ.ସି. ଦେବେଶ୍ୱରଙ୍କ ଶନିବାର ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ହେବ ରୋଗରେ ପୀଡିତ ଥିଲେ।

ଦେବେଶ୍ୱର ୧୯୬୮ରେ ଆଇଟିସିରେ ଯୋଗ ଦେବା ପରେ ୧୯୮୪ ଏପ୍ରିଲ ୧୧ରେ ଆଇଟିସି ବୋର୍ଡ ଅଫ୍‌ ଡିରେକ୍ଟର୍ସରେ ସାମିଲ ହୋଇଥିଲେ। ସେ ୧୯୯୬ ଜାନୁୟାରୀ ପହିଲାରେ କମ୍ପାନୀର ସିଇଓ ତଥା ଚେୟାରମ୍ୟାନ ଭାବେ ନିଯୁକ୍ତି ପାଇଥିଲେ। ସେ କୌଣସି କମ୍ପାନୀରେ ସର୍ବାଧିକ ସମୟ ପାଇଁ ଏକ୍‌ଜିକ୍ୟୁଟିଭ ଅଧ୍ୟକ୍ଷ ହେବାରେ ଉଦ୍ୟୋଗଜଗତର ପ୍ରଥମ ବ୍ୟକ୍ତି ଥିଲେ। ସର୍ବବୃହତ୍‌ ଶେୟାରଧାରୀ ବ୍ୟାଟ୍‌ ଦ୍ୱାରା କମ୍ପାନୀର ଅଧିଗ୍ରହଣ ପ୍ରୟାସକୁ ତାଙ୍କ ନେତୃତ୍ୱରେ ଆଇଟିସି ରୋକିବାରେ ସଫଳ ହୋଇଥିଲା। ଏକ ସିଗାରେଟ ନିର୍ମାତାରୁ ଆଇଟିସିକୁ ସଫଳ ଏଫ୍‌ଏମ୍‌ସିଜି କମ୍ପାନୀ ଭାବେ ଗଢ଼ିତୋଳିବାରେ ତାଙ୍କର ବଡ଼ ଭୂମିକା ରହିଛି। ୨୦୧୭ରେ ସେ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ସଞ୍ଜୀବ ପୁରୀ ବର୍ତ୍ତମାନ କମ୍ପାନୀର ସିଇଓ ତଥା ଏମ୍‌ଡି ଦାୟିତ୍ୱ ତୁଲାଉଛନ୍ତି। କଠିନ ପରିଶ୍ରମ ଦ୍ୱାରା ଦେବେଶ୍ୱର ଆଇଟିସିକୁ ଆଜିର ଅବସ୍ଥାରେ ଛାଡ଼ିଯାଇଛନ୍ତି। ଆଜି ତାଙ୍କ କାରଣରୁ ୬୦ ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀ ଆଇଟିସି ସହ ଯୋଡିହୋଇପାରିଛନ୍ତି ବୋଲି ପୁରୀ କହିଛନ୍ତି। ଦୀର୍ଘ ଦୁଇ ଦଶନ୍ଧି ଧରି ତାଙ୍କର କର୍ତ୍ତବ୍ୟନିଷ୍ଠା ତଥା ପରିଶ୍ରମ ପାଇଁ କମ୍ପାନୀ ଗର୍ବ କରୁଛି ବୋଲି ସେ କହିଛନ୍ତି। ଏହାଛଡ଼ା ସେ ହାଓ୍ବାର୍ଡ ବିଜ୍‌ନେସ ଦ୍ୱାରା ବିଶ୍ୱର ୭ମ ଶ୍ରେଷ୍ଠ ପ୍ରଦର୍ଶନକାରୀ ସିଇଓ ଭାବେ ମନୋନୀତ ହୋଇଥିଲେ। ଆଇଆଇଟି ଦିଲ୍ଲୀ ଏବଂ ହାଓ୍ବାର୍ଡ ବିଜ୍‌ନେସ୍‌ ସ୍କୁଲରୁ ପାଠ ପଢ଼ିଥିବା ଦେବେଶ୍ୱର ୧୯୯୧ରୁ ୧୯୯୪ ପର୍ଯ୍ୟନ୍ତ ଏୟାର ଇଣ୍ଡିଆର ସିଏମ୍‌ଡି ଭାବେ ଦାୟିତ୍ୱ ତୁଲାଇଥିଲେ। ଆଇଟିସିରେ ପରବର୍ତ୍ତୀ ପିଢ଼ିର ନେତୃତ୍ୱ ଗଢ଼ିବା ଲକ୍ଷ୍ୟରେ ସେ ୨୦୧୭ରେ ଏକ୍‌ଜିକ୍ୟୁଟିଭ ଚେୟାରମ୍ୟାନ ପଦକୁ ଚେୟାରମ୍ୟାନ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ମଧ୍ୟରେ ଭାଗ ଭାକ କରି ଦେଇଥିଲେ। ସେତେବେଳେ ସେ ନନ୍‌ ଏକ୍‌ଜିକ୍ୟୁଟିଭ ଚେୟାରମ୍ୟାନ ହୋଇଥିଲେ ଏବଂ ସଞ୍ଜୀବ ପୁରୀଙ୍କ ନେତୃତ୍ୱରେ କମ୍ପାନୀର ମ୍ୟାନେଜମେଣ୍ଟ ପରିଚାଳନା ଆରମ୍ଭ ହୋଇଥିଲା। ସେ କେବଳ ମାର୍ଗଦର୍ଶକ ଭୂମିକାରେ ରହିଥିଲେ। ୨୦୧୧ରେ ପଦ୍ମଭୂଷଣରେ ସମ୍ମାନିତ ଦେବେଶ୍ୱର ଭାରତୀୟ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡ ନିର୍ଦ୍ଦେଶକ, ନ୍ୟାଶନାଲ ଫାଉଣ୍ଡେଶନ ଫର୍‌ କର୍ପୋରେଟ ଗଭର୍ନାନ୍ସର ସଦସ୍ୟ ତଥା ନ୍ୟାଶନାଲ କାଉନ୍‌ସିଲ ଅଫ୍‌ ଆପ୍ଲାଏଡ ଇକୋନୋମିକ ରିସର୍ଚ୍ଚର ପରିଚାଳନା କମିଟିର ମଧ୍ୟ ସେ ସଦସ୍ୟ ଥିଲେ।

ଶୋକବ୍ୟକ୍ତ କଲେ ମୋଦି,ଉଦ୍ୟୋଗଜଗତ

ବିଶିଷ୍ଟ ଉଦ୍ୟୋଗପତି ତଥା ଆଇଟିସି ଅଧ୍ୟକ୍ଷ ଓ୍ବାଇ.ସି. ଦେବେଶ୍ୱରଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକବ୍ୟକ୍ତ କରିଛନ୍ତି। ଟୁଇଟରରେ ନିଜ ଶୋକବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ଉଦ୍ୟୋଗ ଜଗତରେ ଦେବେଶ୍ୱରଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା। ତାଙ୍କ ପ୍ରୟାସ ଏବଂ ପେସାଦାର ମନୋବୃତ୍ତି ଯୋଗୁ ଆଇଟିସି ସାରା ବିଶ୍ୱରେ ପରିଚିତ ହୋଇପାରିଥିଲା। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ମଧ୍ୟ ଦେବେଶ୍ୱରଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରି ଟୁଇଟ୍‌ କରିଛନ୍ତି। ସେ ଲେଖିଛନ୍ତି ଯେ, ଆଇଟିସି ଅଧ୍ୟକ୍ଷ ଯୋଗୀ ସି. ଦେବେଶ୍ୱରଙ୍କ ପରଲୋକଙ୍କ ଗଭୀର ଭାବେ ସେ ମର୍ମାହତ। ଆଇଟିସି ଅଧ୍ୟକ୍ଷ ଭାବେ ସେ ଏକ ସମୃଦ୍ଧ ପରମ୍ପରା ଛାଡ଼ିଯାଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଶୋକବାର୍ତ୍ତାରେ ପରଲୋକଗତ ଅଧ୍ୟକ୍ଷଙ୍କୁ କର୍ପୋରେଟ ଜଗତର ଏକ ବିଶାଳ ବ୍ୟକ୍ତିତ୍ୱ ବୋଲି ଅଭିହିତ କରିଛନ୍ତି। ସିଆଇଆଇ ଅଧ୍ୟକ୍ଷ ବିକ୍ରମ କିର୍ଲୋସ୍କର କହିଥିଲେ ଯେ, ଦେବେଶ୍ୱରଙ୍କ ଉତ୍ସାହ ଏବଂ ବଚନବଦ୍ଧତା ସମସ୍ତଙ୍କ ପାଇଁ ପ୍ରେରଣା ଥିଲା। ଆସୋଚାମ ଅଧ୍ୟକ୍ଷ ବି.କେ.ଗୋଏଙ୍କା ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ, ଭାରତୀୟ ଉଦ୍ୟୋଗ ଜଗତ ଲାଗି ଯୋଗୀ ଅଗ୍ରଣୀ ଥିଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ୍ବାଇ.ସି.ଦେବେଶ୍ୱରଙ୍କ ପରଲୋକରେ ଗଭୀର ଶୋକବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri