Posted inଜାତୀୟ

ଜାକିଆଙ୍କୁ ସୁପ୍ରିମ୍‌ କୋର୍ଟରେ ଝଟ୍‌କା, ପ୍ରଧାନମନ୍ତ୍ରୀଙ୍କୁ କ୍ଲିନ୍‌ ଚିଟ୍‌ ଦେବା ମାମଲା ଖାରଜ…

ନୂଆଦିଲ୍ଲୀ, ୨୪।୬ : ଗୁଜୁରାଟ ଦଙ୍ଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିବା ଏସଆଇଟି ରିପୋର୍ଟକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି। ଏହି ରିପୋର୍ଟ ବିରୋଧରେ ପିଟିଶନ ଦାଖଲ କରିଥିବା ଜାକିଆ ଜାଫ୍ରିଙ୍କୁ ଶୁକ୍ରବାର ଶୀର୍ଷକୋର୍ଟଙ୍କ ପକ୍ଷରୁ ବଡ଼ ଝଟ୍‌କା ଲାଗିଛି। କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଛନ୍ତି।

୨୦୦୨ରେ ହୋଇଥିବା ଦଙ୍ଗାର ଯାଞ୍ଚ ପାଇଁ ଏସଆଇଟି ଗଠନ କରାଯାଇଥିଲା। ଏସଆଇଟି ଏହାର ରିପୋର୍ଟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୬୪ ଜଣ ଲୋକଙ୍କୁ କ୍ଲିନ୍‌ ଚିଟ୍‌ ପ୍ରଦାନ କରିଥିଲେ। ଏହା ବିରୋଧରେ ଜାକିଆ ଜାଫ୍ରି ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ୨୮ ଫେବୃଆରୀ ୨୦୦୨ରେ ଅହମଦାବାଦର ଗୁଲବର୍ଗ ସୋସାଇଟିରେ ହିଂସା ସମୟରେ ଜାକିଆଙ୍କ ସ୍ବାମୀ ତଥା କଂଗ୍ରେସ ନେତା ଏହସାନ ଜାଫ୍ରିଙ୍କୁ ହତ୍ୟା କରାଯାଇଥିଲା।

ଜାକିଆ ଜାଫ୍ରିଙ୍କ ଆବେଦନ ଉପରେ ଶୁଣାଣି ଶେଷ କରିବା ପରେ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ୯ ଡିସେମ୍ବର ୨୦୨୧ରେ ଶୀର୍ଷକୋର୍ଟ ଏହି ମାମଲାର ଶୁଣାଣି ଶେଷ କରିଥିଲେ। ବର୍ତ୍ତମାନ ଜଷ୍ଟିସ ଏମ ଖାନୱିଲକର, ଜଷ୍ଟିସ ଦୀନେଶ ମହେଶ୍ୱରୀ ଏବଂ ଜଷ୍ଟିସ ସିଟି ରବିକୁମାରଙ୍କ ବେଞ୍ଚ ଏହି ମାମଲାର ଶୁଣାଣି ଶେଷ କରିଛନ୍ତି।

ଏହି ଆବେଦନ ବିରୋଧରେ ଗୁଜୁରାଟ ଦଙ୍ଗାର ଯାଞ୍ଚ କରିଥିବା ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଜାକିଆ ଜାଫ୍ରିଙ୍କ ଦ୍ୱାରା ଦାଖଲ କରାଯାଇଥିବା ମାମଲା ବ୍ୟତୀତ ଅନ୍ୟ କେହି ଆମ ଅନୁସନ୍ଧାନ ଉପରେ ଆଙ୍ଗୁଳି ଉଠାଇ ନାହାଁନ୍ତି। ଜାଫ୍ରି ତାଙ୍କ ପିଟିଶନରେ ଅଭିଯୋଗ କରିଛନ୍ତି ଯେ ରାଜ୍ୟରେ ଏହି ହିଂସା ଘଟଣାରେ ଏକ ବଡ଼ ଷଡଯନ୍ତ୍ର ହୋଇଥିଲା। ଏହି ଆବେଦନ ଉପରେ ପୂର୍ବରୁ ଶୁଣାଣି ବେଳେ ଜାକିଆ ଜାଫ୍ରି ପ୍ରାୟ ୧୨ ହଜାର ପୃଷ୍ଠାର ଆବେଦନ କରିଥିଲେ। ଏପରି କରି ଜାକିଆ ଏହି ପ୍ରସଙ୍ଗକୁ ସରଗରମ ରଖିବାକୁ ଚାହୁଁଥିଲେ ଏବଂ ଏହା ଏକ ମନ୍ଦ ଉଦ୍ଦେଶ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଜୁନାଗଡ଼ ହୋଟେଲରେ ଆତଙ୍କ ଖେଳାଇଲା ସିଂହ

ଜୁନାଗଡ଼, ୧୦ା୨- ଗତବର୍ଷ ଉଦ୍‌ଘାଟିତ ହୋଇଥିବା ସରୋଭର ପୋର୍ଟିକୋ ହୋଟେଲରେ ସୋମବାର ପହଞ୍ଚିଥିଲା ଜଣେ ଅସଧାରଣ ଅତିଥି ଏସିଆଟିକ୍‌ ସିଂହ। ଜଙ୍ଗଲର ରାଜକୁ ହୋଟେଲରେ ଦେଖି...

ରାଜସ୍ଥାନ ସଙ୍କଟ: ଜୁଲାଇ ୨୪ ପର୍ଯ୍ୟନ୍ତ ପାଇଲଟଙ୍କୁ ମିଳିଲା ଆଶ୍ୱସ୍ତି

ଜୟପୁର,୨୧।୭: ରାଜସ୍ଥାନ ରାଜନୀତିରେ ଚାଲିଥିବା ଉତ୍ଥାନପତନ ମଧ୍ୟରେ ମଙ୍ଗଳବାର ରାଜସ୍ଥାନ ହାଇକୋର୍ଟରେ ବାଚସ୍ପତିଙ୍କ ନୋଟିସ ବିରୋଧରେ କରାଯାଇଥିବା ଆବେଦନର ଶୁଣାଣି ସରିଛି। ଏଥିରେ କୋର୍ଟ ରାଜେଶ...

ସଲ୍‌ମାନଙ୍କ ଫିଟ୍‌ ଇଣ୍ଡିଆ ବାର୍ତ୍ତା

ନୂଆଦିଲ୍ଲୀ: ଅକ୍ଟୋବର ୨ରେ ସାରା ଦେଶରେ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଇଛି। ଏହି ଉପଲକ୍ଷେ ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ ନିଜ ଫ୍ୟାନ୍ସଙ୍କୁ ଦେଇଛନ୍ତି...

ସରପଞ୍ଚ ହେବା ପାଇଁ ଡାକ୍ତରୀ ପାଠ ଛାଡ଼ିଲେ

ପୁଣେ, ୨୨।୧୨ : ଜର୍ଜିଆରେ ଡାକ୍ତରୀ ପାଠ ପଢ଼ୁଥିବା ଯଶୋଧରା ଶିନ୍ଦେ (୨୧) ଗାଁରେ ସରପଞ୍ଚ ନିର୍ବାଚନ ଲଢ଼ିବା ପାଇଁ ଅଧାରୁ ପାଠପଢ଼ା ଛାଡ଼ି ଚାଲିଆସିଛନ୍ତି।...

ମେକ୍‌ ଇନ୍‌ ଇଣ୍ଡିଆ-ହେଟ୍‌ ଇନ୍‌ ଇଣ୍ଡିଆ ଏକାଠି ସମ୍ଭବ ନୁହେଁ, ମୋଦିଙ୍କୁ ଘେରିଲେ ରାହୁଲ…

ନୂଆଦିଲ୍ଲୀ, ୨୭।୪ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବା ଆରମ୍ଭ କରିଛନ୍ତି। ରାହୁଲ କହିଛନ୍ତି ଯେ, ମେକ୍‌ ଇନ୍‌...

ହାଥରସ ଗଣବଳାତ୍କାର ମାମଲା: ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ଯୋଗୀ ସରକାର

ଲକ୍ଷ୍ନୌ,୩।୧୦-ଉତ୍ତରପ୍ରଦେଶ ହାଥରସ ଗଣବଳାତ୍କାର ମାମଲାର ତଦନ୍ତ କରିବ ସିବିଆଇ। ଏ ନେଇ ଶନିବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଦେଶର ବିଭିନ୍ନ ସ୍ଥାନରେ...

ଅନୁପ୍ରବେଶ ଅପେକ୍ଷାରେ ୩୦୦ ଆତଙ୍କବାଦୀ

ନୂଆଦିଲ୍ଲୀ/ଶ୍ରୀନଗର,୨୭ା୪: କରୋନା ମହାମାରୀକୁ ଅଣଦେଖା କରି ପାକିସ୍ତାନ ଭାରତ ଭିତରକୁ ଆତଙ୍କବାଦୀ ପଠାଇ କ୍ଷତି କରିବା ଲାଗି ପ୍ରୟାସ କରୁଛି। ପ୍ରାୟ ୩୦୦ ଆତଙ୍କବାଦୀ ‘ପିଓକେ’ର...

ସଂରକ୍ଷଣ ରାୟକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ନୂଆଦିଲ୍ଲୀ,୧୧ା୨(ପି.ଟି.): ନିଯୁକ୍ତି ଓ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ସୁବିଧା ଦେବାକୁ ରାଜ୍ୟଗୁଡ଼ିକ ବାଧ୍ୟ ନୁହନ୍ତି ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିବାବେଳେ ଏହାକୁ ନେଇ ବିରୋଧୀ ଦଳ...

Advertisement
Archives

Model This Week