ଗୋପାଳପୁର ବିଜେଡି ବିଧାୟକ ଅଛି: ପ୍ରଦୀପ

ବ୍ରହ୍ମପୁର ଅଫିସ/ଗୋପାଳପୁର,୨୪ା୬: ଦଳରୁ ବହିଷ୍କୃତ ବିଷୟ ଗଣମାଧ୍ୟମରେ ପ୍ରସାରଣ ହୋଇଛି ଓ ନିଜେ ଶୁଣିଛି। ତେବେ ଏବେ ମଧ୍ୟ ମୁଁ ବିଜେଡିର ବିଧାୟକ ଅଛି। ବିଧାନସଭା ୱେବ୍‌ସାଇଟରେ ଶାସକ ଦଳ ତଥା ଟ୍ରେଜେରି ବେଞ୍ଚରେ ୨୬ନଂ. ସିଟ୍‌ ମୋ ପାଇଁ ଉଦ୍ଦିଷ୍ଟ ଅଛି। ଏହା କହିଛନ୍ତି, ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ। ଦୀର୍ଘଦିନ ପରେ ସେ ନିଜ ନିର୍ବାଚନମଣ୍ଡଳୀର ସିନ୍ଧିଗାଁକୁ ଗୁରୁବାର ଆସି ନୂତନ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ। ଏହି ଅବସରରେ ଖବରଦାତାଙ୍କ ସହ ଆଲୋଚନା ପ୍ରସଙ୍ଗରେ ଉପରୋକ୍ତ ସୂଚନା ଦେଇଥିଲେ।
ପ୍ରଦୀପ ଆହୁରି କହିଥିଲେ, ବିଭିନ୍ନ କାରଣରୁ ସେ ନିର୍ବାଚନମଣ୍ଡଳୀକୁ ଆସିପାରି ନ ଥିଲେ। ହନୁମାନ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେଇ ଖୁସି ଲାଗୁଛି। ଆଗାମୀ ଦିନରେ ରାଜନୀତି କି ମୋଡ଼ ନେବ ତାହା ଆପଣମାନେ ଜାଣିପାରିବେ। ଗଞ୍ଜାମ ଜିଲା ଓ ଗୋପାଳପୁର ଅଞ୍ଚଳର ବିକାଶ ସମେତ ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହେବେ। ତାଙ୍କ ଅଭିଯୋଗ ଅନୁସାରେ ବ୍ଲକ, ଏନ୍‌ଏସି ଓ ଅନ୍ୟ ସରକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଯାଉ ନ ଥିବାରୁ ଆସିପାରୁ ନାହାନ୍ତି। ଏଣିକି ରୀତିମତ ଆସିବାକୁ ପାଣିଗ୍ରାହୀ ସ୍ପଷ୍ଟ କରିଛନ୍ତି। ବିଜେଡି ବା ଦଳର କୌଣସି ନେତାଙ୍କ ବିରୋଧରେ ସେ ଟିପ୍ପଣୀ ନ ଦେଇ ଚତୁରତାର ସହିତ ବୟାନ ଦେଇଛନ୍ତି।
ବିଧାୟକ ପାଣିଗ୍ରାହୀ ଭୁବନେଶ୍ୱରରୁ ଆସି ଜଗନ୍ନାଥପୁର ଛକରେ ପହଞ୍ଚତ୍ଥିଲେ। ସେଠାରୁ ବହୁ ସଂଖ୍ୟକ ଲୋକ ତାଙ୍କୁ ଶୋଭାଯାତ୍ରାରେ ସିନ୍ଧିଗାଁ ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୋମାସ କପ୍‌ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୬(ବ୍ୟୁରୋ): ଥୋମାସ କପ୍‌ ବିଜେତା ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଟିମ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଏହା ସହ ଥୋମାସ କପ୍‌ ଜିତିଥିବା ଭାରତୀୟ...

କଟକ ରେଫର ରୋଗୀଙ୍କୁ ନିଆଯାଉଛି ନର୍ସିଂହୋମ : ସରକାରୀ ଆମ୍ବୁଲାନ୍ସ ବ୍ୟବହାର ଅଭିଯୋଗ

ଅନୁଗୋଳ ଅଫିସ, ୨।୬- ଅନୁଗୋଳ ମେଡିକାଲରୁ ରେଫର ହେଉଥିବା ଗୁରୁତର ରୋଗୀଙ୍କ ମଧ୍ୟରୁ କେତେଜଣଙ୍କୁ କଟକ ବଦଳରେ ଅନୁଗୋଳର ଘରୋଇ ନର୍ସିଂହୋମ୍‌କୁ ନିଆଯାଉଛି। ଜିଲା ମୁଖ୍ୟ...

ପିଇଓ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ଦାବିକଲା ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର, ୧୮।୧୦(ବ୍ୟୁରୋ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହହଜନକ ମୃତ୍ୟୁ ପ୍ରସଙ୍ଗକୁ ନେଇ ପ୍ରଦେଶ କଂଗ୍ରେସ କମିଟି...

ସମୁଦ୍ର ଭିତରେ ମହାବାତ୍ୟାର ରୂପ ନେଲା ଅମ୍ଫନ: କଟକ, ପୁରୀ, ଖୋର୍ଦ୍ଧା ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮।୫(ବ୍ୟୁରୋ): ବଙ୍ଗୋପସାଗର ମଧ୍ୟରେ ସୋମବାର ବାତ୍ୟା ‘ଅମ୍ଫନ’ ମହାବାତ୍ୟାର ରୂପ ନେଇଛି। ପାରାଦୀପଠାର ବର୍ତ୍ତମାନ ୭୮୦ କିମି ଦୂରରେ ବାତ୍ୟା ଅମ୍ଫନ ରହିଥିବା ବେଳେ ଘଣ୍ଟାକୁ...

ମହିଳାଙ୍କୁ ସ୍ବାବଲମ୍ବୀ କରିବ ଗେଣ୍ଡୁ ଚାଷ

ବନ୍ତ,୧୫।୯(ସ୍ବ.ପ୍ର.)- ମହିଳାମାନଙ୍କୁ ସ୍ବାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବା ସହିତ ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରୟାସ ଜାରି...

ସୁଧୁରିନ ପୌରାଞ୍ଚଳ ରାସ୍ତା: ଆନ୍ଦୋଳନ ଚେତାବନୀ

ବାଲେଶ୍ୱର ଅଫିସ, ୨୩।୨-ବାଲେଶ୍ୱର ପୌରାଞ୍ଚଳର ବିଭିନ୍ନ ୱାର୍ଡ଼ରେ ମୁଖ୍ୟ ରାସ୍ତାଗୁଡ଼ିକର ଦୁରବସ୍ଥା ପାଇଁ ସହରବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ରାସ୍ତାଗୁଡ଼ିକର...

ଅଧାରେ ଲଟକିଛି ସାଗରମାଳା ପ୍ରକଳ୍ପ: ୭୦୦ କୋଟି ଟଙ୍କାର ପ୍ରକଳ୍ପକୁ ମିଳୁନି କେନ୍ଦ୍ରର ଅନୁମୋଦନ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ସମୁଦ୍ର ଉପକୂଳର ବିକାଶ କରାଯିବ। ବନ୍ଦରଗୁଡ଼ିକର ଆଧୁନିକୀକରଣ, ଭିତ୍ତିଭୂମିର ଉନ୍ନତି, ବନ୍ଦରକୁ ଯୋଗାଯୋଗର ବିକାଶ, ମତ୍ସ୍ୟଜୀବୀ, ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ରହୁଥିବା ଲୋକ ଏବଂ ସମୁଦ୍ରକୂଳ...

ଦୁର୍ନୀତି ମାମଲାରେ ପୂର୍ବତନ ସହକାରୀ ବନସଂରକ୍ଷକ, ଠିକାଦାର ଦଣ୍ଡିତ

ମାଲକାନଗିରି,୨୭ା୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବନ ବିଭାଗର ପୂର୍ବତନ ବନ ସହକାରୀ ବନସଂରକ୍ଷକ ଶରତ କୁମାର ପଣ୍ଡା ଏବଂ ଠିକାଦାର ଜି.ଏମ୍‌. ସୁବାସ ଚନ୍ଦ୍ର ବୋଷଙ୍କ ଏକ...

Advertisement
Archives

Model This Week