ଅଜଣାଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, ପ୍ରତିବାଦରେ ରାସ୍ତାରୋକୋ

ତୁମୁଡ଼ିବନ୍ଧ,୫ା୨(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକରେ ବୁଧବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ଜୀବନ ଯାଇଛି। ତୁମୁଡିବନ୍ଧସ୍ଥିତ ବୁଡ଼ାପଡ଼ା ଗ୍ରାମର ସୂର୍ଯ୍ୟ ନାୟକ ନାମକ ଜଣେ ଯୁବକ ଆମ୍ବେଦକର ଛକ ଅଭିମୁଖେ ଯାଉଥିବା ବେଳେ ତୁମୁଡିବନ୍ଧ ବଜାର ଏବଂ ମେଡିକାଲ ଛକ ମଧ୍ୟରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ସମ୍ମୁଖ ୫ ନମ୍ବର ରାଜ୍ୟ ରାଜପଥରେ ଏକ ଅଜଣା ଗାଡ଼ି ଧକ୍କାଦେଇ ଚାଲିଯାଇଥିଲା। ସୂର୍ଯ୍ୟଙ୍କର ମୁଣ୍ଡରେ ଶକ୍ତ ମାଡ଼ ହୋଇଥିବାରୁ ପ୍ରଥମେ ତୁମୁଡ଼ିବନ୍ଧ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଆହତଙ୍କ ଅବସ୍ଥା ଗୁରୁତର ହେବାରୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ସ୍ବାସ୍ଥ୍ୟାବସ୍ଥା ଯୋଗୁ ବାଲିଗୁଡ଼ାରୁ ପୁଣି  ଫୁଲବାଣୀସ୍ଥିତ ଜିଲା ସଦରମହକୁମା ସ୍ବାସ୍ଥ୍ୟକେନ୍ଦ୍ରକୁ ଉନ୍ନତ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଅପରାହ୍ନରେ ସୂର୍ଯ୍ୟ ମୃତ୍ୟୁବରଣ କରିଥିଲେ। ଏହାକୁ ନେଇ ତୁମୁଡିବନ୍ଧ ବୁଡ଼ାପଡ଼ା ଗ୍ରାମର ଗ୍ରାମବାସୀ ଉତ୍ତେଜିତ ହୋଇ ତୁମୁଡିବନ୍ଧଠାରୁ ମୁନିଗୁଡ଼ା ସଂଯୋଗ କରୁଥିବା ୫ ନମ୍ବର ରାଜ୍ୟ ରାଜପଥର ବୁଡାପଡ଼ା ଛକଠାରେ ରାସ୍ତା ଅବରୋଧ କରି କ୍ଷତିପୂରଣ ଦାବି ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ଉଭୟ ପାଶର୍‌ବରେ ଶତାଧିକ ଯାନବାହନ ଅଟକ ରହିଥିବା ବେଳେ ତୁମୁଡ଼ିବନ୍ଧ ପୋଲିସ ବ୍ୟତୀତ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

RSSର ବଡ଼ ପ୍ଲାନ! ମୋଦିଙ୍କ ପରେ Gen-Zଙ୍କ ସହ ସିଧାସଳଖ କଥା ହେବେ ମୋହନ ଭାଗବତ

ନୂଆଦିଲ୍ଲୀ,୩।୮: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ର ସଂଘ ଚାଳକ ମୋହନ ଭାଗବତ ଅଗଷ୍ଟ ୬ ତାରିଖରେ ଦେଶର ଯୁବବର୍ଗଙ୍କ ସହ ସୀଧାସଳଖ କଥାବାର୍ତ୍ତା କରିବେ। ଆରଏସଏସ…

ବିଶ୍ବ ବାଣିଜ୍ୟ ଦିବସ: ଆଧୁନିକ ଭାରତ ନିର୍ମାଣରେ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା

ଛତ୍ରପୁର,୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସର ସ୍ଥିତ ସମ୍ମିଳନୀ କକ୍ଷରେ ସୋମବାର ସ୍ନାତକୋତ୍ତର ବାଣିଜ୍ୟ ବିଭାଗ ପକ୍ଷରୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଅଜୟ…

ବାଙ୍କିପୁର ବିଜୟ ପରେ ପିଏମ୍‌ ମୋଦିଙ୍କୁ ଏହି ଅପିଲ କଲେ ପ୍ରଶାନ୍ତ କିଶୋର, ଆଶ୍ଚର୍ଯ୍ୟ ହୋଇଗଲା ଭାଜପା!

ପାଟନା,୩।୮: ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ବଡ଼ ବିଜୟ ହାସଲ କରିଛନ୍ତି ଜନ ସୁରାଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର। ତେବେ ଭୋଟ ଗଣତି ଚାଲିଥିବା ସମୟରେ ଗଣମାଧ୍ୟମ ସହ…

୧୬ଦିନରେ ୨ଟା ଗ୍ରହଣ: ସତ୍ତାରୁ ସୀମା ଯାଏ ବଡ଼ ହଲଚଲ! ଭାରତୀୟଙ୍କ ଉପରେ ମାଡ଼ି ଆସୁଛି ବଡ଼ ବିପଦ

ଅଗଷ୍ଟ ମାସ ବିଶେଷ ହେବାକୁ ଯାଉଛି। ଏହି ମାସରେ ମାତ୍ର ୧୬ ଦିନ ମଧ୍ୟରେ ସୂର୍ଯ୍ୟ ଓ ଚନ୍ଦ୍ର ଉଭୟଙ୍କ ଉପରେ ଗ୍ରହଣର ଛାୟା ପଡ଼ିବ। ପ୍ରଥମ…

ଲୁଗା ବ୍ୟବସାୟୀଙ୍କ ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ: ସୁନା ଗହଣା ସବୁ ଲୁଟିନେେଲେ

ଦାରିଙ୍ଗବାଡ଼ି, ୩।୮(ଅରୁଣ ସାହୁ ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଦାରିଙ୍ଗବାଡି ର ଲୁଗା ବ୍ୟବସାୟୀ ଅଶୋକ ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ…

ବନ ନିଗମର ବିଭିନ୍ନ ସମସ୍ୟା ସମାଧାନ ଦାବି: ଖାଲି ପଦବୀ ପୂରଣ ଉପରେ ଗୁରୁତ୍ୱ

ଭଞ୍ଜନଗର, ୩।୮(ବାବୁଲା ପ୍ରଧାନ): ନିଖିଳ ଉତ୍କଳ ବନ ନିଗମ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସମ୍ପାଦକ ସମ୍ମିଳନୀ ସୋମବାର ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ସଂଘର ସଭାପତି ପ୍ରିୟଦର୍ଶୀ ମିଶ୍ରଙ୍କ…

କ୍ରିକେଟ ଜଗତରୁ ଆସିଲା ବଡ଼ ଖବର: ୮ ବର୍ଷ ପାଇଁ ଏହି କ୍ରିକେଟରଙ୍କୁ ବ୍ୟାନ୍‌ କଲା ICC

ନୂଆଦିଲ୍ଲୀ,୩।୮: କ୍ରିକେଟ ଜଗତରୁ ଏକ ଚମକାଇଦେଲା ଭଳି ଖବର ସାମ୍ନାକୁ ଆସିଛି। ମ୍ୟାଚ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଆମେରିକାର କ୍ରିକେଟର ଅଖିଲେଶ ରେଡ୍ଡିଙ୍କୁ…

ଶ୍ରାବଣ ସୋମବାରରେ ପାଟଣା ଅଞ୍ଚଳରେ ଭକ୍ତିମୟ ପରିବେଶ, ହରହର ମହାଦେବ ଧ୍ବନୀରେ ପ୍ରକମ୍ପିତ ମନ୍ଦିର

ପାଟଣା,୩ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଅଞ୍ଚଳର ଶୈବ ପୀଠ ଗୁଡ଼ିକରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଶ୍ରାବଣ ମାସ ପ୍ରଥମ ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri