ହଜାରେ ଟଙ୍କା ପାଇଁ ଜିଆର୍‌ଏସ୍‌, ପିଇଓଙ୍କୁ ନିସ୍ତୁକ ମାଡ଼

ହାଟଡିହୀ,୩୦l୧୨(ଡ଼ି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହଦଗଡ଼ ପଞ୍ଚାୟତ ଜିଆରଏସ୍‌ ଗୋଲଖ ନାଏକ ଏବଂ ପିଇଓ (କାର୍ଯ୍ୟ ର୍ନିବାହୀ ଅଧିକାରୀ)ଜିତେନ୍ଦ୍ର କୁମାର ଜେନାଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି l

ପିଇଓ ଜେନା ଏବଂ ଜିଆରଏସ ନାଏକଙ୍କ ଅଭିଯୋଗ ମୁତାବକ, ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାସନ କାର୍ଡ ତାଲିକାରେ ଯେଉଁ ହିତାଧିକାରୀଙ୍କ ନାମ ରହିଛି ସେମାନଙ୍କୁ ୧ ହଜାର ଟଙ୍କା କୋଭିଡ ସହାୟତା ପ୍ରଦାନ କରାଯାଉଛି। ଗୁରୁବାର ପଞ୍ଚାୟତରେ ରାଶନ କାର୍ଡ ହିତାଧିକାରୀଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯାଉଥିଲା। ସେତିକିବେଳେ ମଧୁବନ ଗ୍ରାମର କାହ୍ନୁ ଚରଣ ଜେନା ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ l ପରେ କାହ୍ନୁ ୧ ହଜାର ଟଙ୍କା ଦେବାକୁ ଦାବି କରିଥିଲେ। ହେଲେ କାହ୍ନୁଙ୍କ ରାଶନ ତାଲିକାରେ ନାମ ନ ଥିବାରୁ ଟଙ୍କା ମିଳିବନି ବୋଲି ପିଇଓ ଏବଂ ଜିଆର୍‌ଏସ୍‌ କହିଥିଲେ। ଏଥିରେ କାହ୍ନୁ ରାଗିଯାଇ ଗାଳି ଗୁଲଜ କରିବା ସହ ଜିଆର୍‌ଏସ୍‌ ଏବଂ ପିଇଓଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ସହାୟତା ପ୍ରଦାନରେ ବାଧା ସୃଷ୍ଟି ହୋଇଥିଲା। ଘଟଣା ସମ୍ପର୍କରେ ବିଡ଼ିଓ ଏବଂ ସୋସୋ ଥାନା ଅଧିକାରୀଙ୍କୁ ଜଣାଇ ଦିଆଯାଇଛି l ସୂଚନା ଯୋଗ୍ୟ, ଉକ୍ତ ପଞ୍ଚାୟତରେ ୧୨୩୦ ରାସନ କାର୍ଡ ହିତାଧିକାରୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ଟିଏ ପରୀକ୍ଷା ପ୍ରମାଣପତ୍ର ଅର୍ଜନ କଲେ ୭ ବର୍ଷର ଓଡ଼ିଆ ପୁଅ

ବଲାଙ୍ଗୀର ଅଫିସ,୫।୧: କମ୍ପ୍ୟୁଟର ପ୍ରୋଗ୍ରାମିଂରେ ବିଶ୍ୱସ୍ତରରେ ବିରଳ କୃତିତ୍ୱ ଅର୍ଜନ କରିଛନ୍ତି ବଲାଙ୍ଗୀରର ୭ବର୍ଷର ବାଳକ ଭେଙ୍କଟରମଣ ପଟ୍ଟନାୟକ। ସେ ଅନ୍ୟତମ କନିଷ୍ଠ ଛାତ୍ରଭାବେ ବିଶ୍ୱସ୍ବୀକୃତ...

ତୃତୀୟ ଲହର ପାଇଁ ପ୍ରସ୍ତୁତ ରୁହ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୬(ବ୍ୟୁରୋ):ଆଗାମୀ ସପ୍ତାହ ମଧ୍ୟରେ ରାଜ୍ୟରେ କୋଭିଡ୍‌ ଦ୍ବିତୀୟ ଲହରର ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି। ଅଭିଜ୍ଞତାକୁ ଉପଯୋଗ...

୧ରୁ ଲାଗୁହେବ ଫାଷ୍ଟ ଟ୍ୟାଗ୍‌ ଆଇନ

କେନ୍ଦୁଝର ୨୩।୧୧ (ସ୍ବ.ପ୍ର./ଡି.ଏନ.ଏ.)- କେନ୍ଦ୍ର ସରକାରଙ୍କ ନୂତନ ଆଇନ ଅନୁଯାୟୀ ପ୍ରତ୍ୟେକ ଗାଡିରେ ଫାଷ୍ଟ ଟ୍ୟାଗ୍‌ (ଚିପସ) ନ ଲଗାଇଲେ ଟୋଲ ଗେଟ୍‌ରେ ଦୁଇଗୁଣ ଜରିମାନା...

ପ୍ରଶାସନ ଶୁଣିଲାନି, ଗ୍ରାମବାସୀ ସଫା କଲେ ନାଳ

ବନ୍ତ,୨୯।୭(ଡି.ଏନ୍‌.ଏ.): ପ୍ରଶାସନ ଉପରୁ ଭରସା ତୁଟାଇ ଶେଷରେ ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଘରପଦା ଗ୍ରାମବାସୀଙ୍କ ସମେତ ଜାଗୁଳାଇ ୟୁଥ୍‌ କ୍ଲବର ସଭ୍ୟମାନେ...

ଭୁବନେଶ୍ୱରରୁ ପୁଣି ୬ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୧୦।୬(ବ୍ୟୁରୋ)-ଭୁବନେଶ୍ୱରରେ ବୁଧବାର ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ହସ୍ପିଟାଲ ଏବଂ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି...

ରୋଷେଇ କରି ରେକର୍ଡ

କେନ୍ଦୁଝର, ୧୪ ।୮: ଖାଦ୍ୟ ବିଶ୍ୱକୁ ଗୋଟିଏ ଥାଳିରେ ବାନ୍ଧି ରଖିଥାଏ। ଏଭଳି ଚିନ୍ତା ରଖି ପିଲାଦିନରୁ ରୋଷେଇ ପ୍ରତି ଆକୃଷ୍ଟ ହୋଇଥିବା କେନ୍ଦୁଝରର ଝିଅ...

କପିଳାସରେ ଜଳକଷ୍ଟ ସବୁଦିନିଆ

ଢେଙ୍କାନାଳ ଅଫିସ, ୨୪।୭ – ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ବିଭାଗୀୟ ଅଧିକାରୀ ଏବଂ...

ଚିପଟ ଅସ୍ତିଆବାସୀ ଅବହେଳାର ଶିକାର, ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ

ବାରିପଦା ଅଫିସ,୨୭ା୮- ମୟୂରଭଞ୍ଜ ଜିଲା ସଦର ମହକୁମା ବାରିପଦା ସୀମାଠାରୁ ୫୦୦ ମିଟର ଦୂରରେ ଅବସ୍ଥିତ ଶାମାଖୁଣ୍ଟା ବ୍ଲକର ଚିପଟ ଅସ୍ତିଆ ଗ୍ରାମ ଜନସାଧାରଣ ଦୀର୍ଘ...

Advertisement
Archives

Model This Week