ପର୍ଯ୍ୟଟକଙ୍କୁ ଆକର୍ଷଣ କରୁଛି ଯୋଗୀମଠ: ବିକାଶ ପାଇଁ ଅନୁଦାନ ଅପେକ୍ଷାରେ ପ୍ରଶାସନ

ଦାରିଙ୍ଗବାଡି ୨୮।୧୨(ଅରୁଣ ସାହୁ)- ଏବେ ପର୍ଯ୍ୟଟନ ଋତୁ, ଶୀତ ଛୁଟି ରହିଥିବାରୁ ପର୍ଯ୍ୟଟକ ବିଭିନ୍ନ ପର୍ଯ୍ୟଟନକ୍ଷେତ୍ର, ଆଧ୍ୟାତ୍ମିକ ସ୍ଥଳ, ସମୁଦ୍ର କୂଳ, ପାହାଡ଼, ଜଙ୍ଗଲ ଆଦି ପରିବାର, ସାଙ୍ଗ ସାଥୀଙ୍କ ସହ ବୁଲିବାକୁ ପସନ୍ଦ କରୁଛନ୍ତି। ଓଡିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ମଧ୍ୟ ଏବେ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ବୁଲିବାକୁ ପସନ୍ଦ କରୁଛନ୍ତି। ଦାରିଙ୍ଗବାଡିର ବିଭିନ୍ନ ପ୍ରକାର ପର୍ଯ୍ୟଟବକ୍ଷେତ୍ର ରହିଛି। ଯେଉଁଠି ଜଳପ୍ରପାତ, ପାର୍କ, ପାଇନବଣ, ଜଙ୍ଗଲ, ଝରଣା, ଆଦି ଦେଖିବାକୁ ଅଧିକା ପର୍ଯ୍ୟଟକଙ୍କୁ ପସନ୍ଦ ଆସୁଛି। ଏଭଳି ଏକ ପର୍ଯ୍ୟଟନ କ୍ଷେତ୍ର ରହିଛି, ଯାହାକି ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ରହିଛି ଉକ୍ତ ପର୍ଯ୍ୟଟନକ୍ଷେତ୍ର ସମ୍ପର୍କରେ ଅନେକ ପର୍ଯ୍ୟଟକ ଜାଣିନାହାନ୍ତି। ଆଉ ଯେଉଁମାନେ ଜାଣିଛନ୍ତି ସେମାନେ ଉକ୍ତ ପର୍ଯ୍ୟଟବକ୍ଷେତ୍ରକୁ ଆସି ବୁଲିଯିବା ସହ ବଣ ଭୋଜି କରି ତାର ମଜା ଉଠାଉଛନ୍ତି।
ପ୍ରକାଶ ଯେ, ଉକ୍ତ ବ୍ଲକ ସରାମୁଳି ପଞ୍ଚାୟତରେ ରହିଛି ଯୋଗୀମଠ ଜଳପ୍ରପାତ ଯାହାକି ସେଠାକାର ପରିବେଶ, ଜଳବାୟୁ ସହ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବହୁ ସମୟଧରି ବାନ୍ଧି ରଖୁଛି। ଉକ୍ତ ଯୋଗୀମଠକୁ ନେଇ ଲୋକ କିମ୍ବଦନ୍ତୀରେ କୁହାଯାଏ ଯେ, ସେଠାରେ ଶକ୍ତି ପୂଜା ହେଉଥିଲା। ଡାଲଖାଇଙ୍କୁ ପୂଜାର୍ଚ୍ଚନା କରାଯାଉଥିଲା। ଜଳପ୍ରପାତର ମଧ୍ୟରେ ଯେଉଁ ପଥର କୋରଡ଼ ରହିଛି,ସେଗୁଡିକ ପୁରାତନ ମନ୍ଦିରର ଭଗ୍ନାଂଶ ଗୁଡିକ ସ୍ତର ସ୍ତର ହୋଇ ରହିଛି ଯାହାକି ମନ୍ଦିରର ଭଗ୍ନାଂଶ ରହିଥିବା ଜଣାପଡ଼ିଛି। ଏହାର ସତ୍ୟାସତ୍ୟ ଜାଣିବାକୁ ଗବେଷକମାନେ ଗବେଷଣା ଜାରି ରଖିଥିବା ବ୍ରାହ୍ମଣୀଗାଁ ଅଞ୍ଚଳର ଅଧ୍ୟାପକ ଅକ୍ଷୟ ବେହେରାଦଳାଇ ମତ ଦିଅନ୍ତି। ବିଭିନ୍ନ ଜୀବାସ୍ମଗୁଡିକ ଥିବାର ସନ୍ଦେହ କରାଯାଇ ଗବେଷଣା କରାଯାଉଛି। ଶ୍ରଦ୍ଧାକୁମାନେ ଜଳପ୍ରପାତ ବୁଲିବା ସମୟରେ ଧୂପ, ଦୀପର ବାସ୍ନା ଅନୁଭବ କରୁଥିବା ଲୋକକଥାରେ କୁହାଯାଏ। ଲୋକକଥା କିମ୍ବଦନ୍ତୀ ପ୍ରକାରେ ଦୁଇ ଜଣ ଅସୁର ଆତାପି ଓ ବିତାପି ଉକ୍ତ ଅଞ୍ଚଳରେ ବସବାସ କରି ନରହତ୍ୟା କରି ଭକ୍ଷ କରୁଥିବା ଲୋକକଥାରେ କୁହାଯାଉଥିବା ବେଳେ ତାର ସତ୍ୟତା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି।
ଆହୁରି କୁହାଯାଇଛି, ସେଠାରେ ଯୋଗୀମାନେ ରହି ଧ୍ୟାନ ତପସ୍ୟା କରୁଥିଲେ ତେଣୁ ତାକୁ ଯୋଗୀମଠ କୁହାଯାଉଛି। ଋଷିମାଳ ତୀର୍ଥ କ୍ଷେତ୍ର ସହ ଯୋଗୀମଠର ସମ୍ବନ୍ଧ ରହିଥିବା କଥା ମଧ୍ୟ ଲୋକକଥାରେ ରହିଛି। କିନ୍ତୁ କୌଣସି ଜଣେ ମଧ୍ୟ ଗବେଷକ ଆଜି ପର୍ଯ୍ୟନ୍ତ ଗବେଷଣା କରୁଥିଲେ ମଧ୍ୟ ଲୋକକଥାର ପ୍ରମାଣ ଦେଇପାରିନାହାନ୍ତି। କେବଳ ଲୋକକଥା କିମ୍ବଦନ୍ତୀ ଆଲୋଚନାରେ ଅଟକି ରହିଛି। ତେବେ ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ଯୋଗୀମଠର ବିକାଶ ପାଇଁ ଜିଳାପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି। ଜଳପ୍ରପାତକୁ ଯିବାକୁ ପକ୍କା ରାସ୍ତା ନିର୍ମାଣ, କଲଭେଟ, ପାହାଚ ନିର୍ମାଣ ସହ ଅନୁସାଙ୍ଗିକ ମୌଳିକ ସୁବିଧା କରିବାକୁ ଅଟକକ କରାଯାଇଛି କେକେ କଲଭେଟ ନିର୍ମାଣ ପାଇଁ ୯ ଲକ୍ଷ ଟଙ୍କା ଅନୁଦାନ ଆସିଥିବା ବେଳେ ଅନ୍ୟ କାର୍ଯ୍ୟ ପାଇଁ ସ୍ଥାନୀୟ ପ୍ରଶାସନ ଅନୁଦାନ ଅପେକ୍ଷାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?