Posted inଜାତୀୟ

ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିବ ଖୁସି ଖବର, ଏତିକି % ବଢ଼ିବ DA!

ଲକ୍ଷ୍ନୌ,୪।୧୦: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶର ସରକାରୀ କର୍ମଚାରୀ ଓ ପେନ୍‌ସନର୍‌ଙ୍କୁ ମିଳିପାରେ ଖୁସି ଖବର। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟ କର୍ମଚାରୀଙ୍କ ପାଇଁ ବର୍ଦ୍ଧିତ ମହଙ୍ଗା ଭତ୍ତା (DA), ମହଙ୍ଗା ରିଲିଫ୍‌ (DR) ଏବଂ ବୋନସ୍ ଦେବା ନେଇ ପ୍ରସ୍ତୁତି କରୁଥିବା ଖବର ଆସିଛି। ଏନେଇ ଅର୍ଥ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା କୁହାଯାଉଛି। ପ୍ରସ୍ତାବ ଲାଗୁ ହେଲେ ୧୨ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ ଏବଂ ପ୍ରାୟ ୬ ଲକ୍ଷ ପେନ୍‌ସନର୍‌ଙ୍କୁ ମିଶାଇ ୧୮ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ।

ସୂଚନା ଅନୁସାରେ, ରାଜ୍ୟ ସରକାରୀ କର୍ମଚାରୀ ଓ ପେନ୍‌ସନର୍‌ଙ୍କ DA ଏବଂ DRରେ ୩ ପ୍ରତିଶତ ବୃଦ୍ଧି କରାଯିବା ନେଇ ପ୍ରସ୍ତୁତି ଚାଲିଛି । ପ୍ରସ୍ତାବିତ ବୃଦ୍ଧି ଜୁଲାଇ ୨୦୨୬ରୁ ଲାଗୁ ହୋଇପାରେ। ଏହା ସହିତ ଆଉଟ୍‌ସୋର୍ସ କର୍ମଚାରୀଙ୍କ ପାଇଁ ମଧ୍ୟ ଦୀପାବଳି ବୋନସ୍ ଘୋଷଣା ହୋଇପାରେ । ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ପ୍ରାୟ ୩,୪୦୦ରୁ ୭,୦୦୦ ଟଙ୍କା ପର୍ଯ୍ୟନ୍ତ ବୋନସ୍ ମିଳିବାର ସମ୍ଭାବନା ରହିଛି । ତେବେ ଚୂଡ଼ାନ୍ତ ରାଶି ଓ ଟଙ୍କା ପ୍ରଦାନର ତାରିଖ ସରକାରୀ ଆଦେଶ ପରେ ହିଁ ସ୍ପଷ୍ଟ ହେବ ।

ବିଭିନ୍ନ ବିଭାଗରେ ଆଉଟ୍‌ସୋର୍ସ ବ୍ୟବସ୍ଥାରେ କାମ କରୁଥିବା ପ୍ରାୟ ୨.୭୦ ଲକ୍ଷ କର୍ମଚାରୀଙ୍କ ମାସିକ ପାରିଶ୍ରମିକ ବଢ଼ାଇବା ନେଇ ମଧ୍ୟ ସରକାର ପ୍ରସ୍ତୁତି କରୁଥିବା କୁହାଯାଉଛି । ପ୍ରସ୍ତାବିତ ବ୍ୟବସ୍ଥା ଅନୁସାରେ ସେପ୍ଟେମ୍ବରରୁ ସଂଶୋଧିତ ଦର ଲାଗୁ ହୋଇପାରେ। ଏପରି ହେଲେ ନଭେମ୍ବରରେ ମିଳିବାକୁ ଥିବା ଅକ୍ଟୋବର ମାସର ବର୍ଦ୍ଧିତ ପାରିଶ୍ରମିକ ସହ ସେପ୍ଟେମ୍ବରର ଏରିଅର ମଧ୍ୟ ମିଳିପାରେ।

ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶ ଆଉଟ୍‌ସୋର୍ସ ସେବା ନିଗମର ଶୁଭାରମ୍ଭ କରିଥିଲେ । ଏହା ସହ ଏକ ପୋର୍ଟାଲ ଓ ୱେବସାଇଟ୍‌ ମଧ୍ୟ ଲଞ୍ଚ୍‌ କରାଯାଇଥିଲା। ସରକାରଙ୍କ ଅନୁସାରେ, ନୂଆ ବ୍ୟବସ୍ଥାର ଉଦ୍ଦେଶ୍ୟ ଆଉଟ୍‌ସୋର୍ସ କର୍ମଚାରୀଙ୍କ ପାରିଶ୍ରମିକ ପ୍ରଦାନ ଓ ସାମାଜିକ ସୁରକ୍ଷାକୁ ଅଧିକ ସୁବ୍ୟବସ୍ଥିତ କରିବା। ଏହି ବ୍ୟବସ୍ଥାରେ କର୍ମଚାରୀଙ୍କ ପାରିଶ୍ରମିକ ସିଧାସଳଖ ତାଙ୍କ ବ୍ୟାଙ୍କ ଖାତାକୁ ପଠାଇବାର ବ୍ୟବସ୍ଥା ରହିବ। ଦୁର୍ଘଟଣା ଘଟିଲେ ପରିବାରକୁ ବର୍ଗ ଅନୁସାରେ ୨୦ରୁ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କଭର୍‌ ମିଳିପାରିବ। ଅଗ୍ନିକାଣ୍ଡ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କା ଏବଂ ଆକସ୍ମିକ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତାର ବ୍ୟବସ୍ଥା ଘୋଷଣା କରାଯାଇଛି।

ଏହାବ୍ୟତୀତ ଜରୁରୀ ପରିସ୍ଥିତିରେ ଏୟାର ଆମ୍ବୁଲାନ୍ସ, ପିଲାଙ୍କ ଶିକ୍ଷା ଏବଂ ଝିଅଙ୍କ ବିବାହ ପାଇଁ ମଧ୍ୟ ନିର୍ଦ୍ଧାରିତ ଆର୍ଥିକ ସହାୟତା ଦେବାର ବ୍ୟବସ୍ଥା ରହିଛି। କର୍ମଚାରୀଙ୍କ ମୃତ୍ୟୁ ହେଲେ ପରିବାରକୁ ତୁରନ୍ତ ୫୦ ହଜାର ଟଙ୍କା ଦେବାର ବ୍ୟବସ୍ଥା ମଧ୍ୟ ରହିଛି। ସରକାରଙ୍କ କହିବା ଅନୁସାରେ, ନୂଆ ବ୍ୟବସ୍ଥା ମାଧ୍ୟମରେ ଆଉଟ୍‌ସୋର୍ସ କର୍ମଚାରୀଙ୍କୁ ଅଧିକ ସୁରକ୍ଷିତ ଓ ସମ୍ମାନଜନକ କାର୍ଯ୍ୟ ପରିବେଶ ଯୋଗାଇବା ଦିଗରେ ପଦକ୍ଷେପ ନିଆଯାଉଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?