Posted inଖେଳ

ଚୟନ ପାଇଁ ୟୋ ୟୋ, ଡେକ୍ସା ବାଧ୍ୟତାମୂଳକ : ଅଧିନାୟକ ରହିବେ ରୋହିତ ଶର୍ମା

ମୁମ୍ବାଇ,୨ା୧(ପି.ଟି.): ବିସିସିଆଇ ପକ୍ଷରୁ ଏହାର ଖେଳାଳି ଚୟନ ନିୟମରେ କରାଯାଇଛି ବଡ଼ ପରିବର୍ତ୍ତନ। ରବିବାରର ସମୀକ୍ଷା ବୈଠକ ପରେ ୟୋ ୟୋ ଟେଷ୍ଟ ଓ ଡେକ୍ସା(ବୋନ୍‌ ମ୍ୟାରୋ) ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି। ଭାରତର ଟି୨୦ ବିଶ୍ୱକପ ପରାଜୟ ସମୀକ୍ଷାକୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବିସିସିଆଇ ସମ୍ପାଦକ ଜୟ ଶାହ, ସଭାପତି ରୋଜର ବିନ୍ନି, ଅଧିନାୟକ ରୋହିତ ଶର୍ମା, କୋଚ୍‌ ରାହୁଲ ଡ୍ରାଭିଡ୍‌, ଏନ୍‌ସିଏ ମୁଖ୍ୟ ଭିଭିଏସ୍‌ ଲକ୍ଷ୍ମଣ ଏବଂ ଚୟନକର୍ତ୍ତା ଚେତନ ଶର୍ମା ଏହି ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଥିଲେ। ୟୋ ୟୋ ଟେଷ୍ଟ ସହିତ ଯୁବ ଖେଳାଳିଙ୍କ ଜାତୀୟ ଦଳକୁ ଚୟନ ପ୍ରକ୍ରିୟା ପୂର୍ବରୁ ବୟସ ନିର୍ଦ୍ଧାରଣ ପାଇଁ ଡେକ୍ସା ଟେଷ୍ଟ ବା ବୋନ୍‌ ମ୍ୟାରୋ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି। ୟୋ ୟୋ ଓ ଡେକ୍ସା ଟେଷ୍ଟକୁ କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରି ସମସ୍ତ ଖେଳାଳିଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି।

ଏହାକୁ ଦୃଷ୍ଟିରେ ରଖି କ୍ରିକେଟ ବିଶ୍ୱକପ ୨୦୨୩ ପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯିବ ଏବଂ ଏନ୍‌ସିଏ ସମସ୍ତ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ସହିତ ସମନ୍ବୟ ରକ୍ଷାକରି କାର୍ଯ୍ୟ କରିବ। ବିରାଟ କୋହଲିଙ୍କ ଅଧିନାୟକତ୍ୱ ସମୟରେ ଭାରତର ୟୋ ୟୋ ପାସ୍‌ ସ୍କୋର ୧୬.୧ ରହିଥିବା ବେଳେ ବର୍ତ୍ତମାନ ଏହାକୁ ୧୬.୫କୁ ବୃଦ୍ଧି କରାଯାଇଛି। ଖେଳାଳିଙ୍କ ଉପଲବ୍ଧତା, କାର୍ଯ୍ୟଭାର ମ୍ୟାନେଜ୍‌ମେଣ୍ଟ ଓ ଫିଟ୍‌ନେସ୍‌ ପରି ମାନକକୁ ଗୁରୁତ୍ୱ ଦିଆଯିବା ସହିତ ୨୦୨୩ ଦିନିକିଆ ବିଶ୍ୱକପ୍‌ ପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା। ନିକଟ ଅତୀତରେ ଭାରତୀୟ ଖେଳାଳିଙ୍କ ଫିଟ୍‌ନେସ୍‌ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ପେସ୍‌ ବୋଲିଂ ଅଲ୍‌ରାଉଣ୍ଡର ଦୀପକ ଚହର ବାରମ୍ବାର ଆହତ ହେଉଥିବା ବେଳେ ଯଶ୍‌ପ୍ରୀତ ବୁମ୍‌ରା ମଧ୍ୟ ଆହତ ହୋଇ ଆକ୍ସନରୁ ଦୂରରେ ରହିଛନ୍ତି।

 

ଅଧିନାୟକ ରହିବେ ରୋହିତ ଶର୍ମା

 

 

ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ପ୍ରତି କୌଣସି ବିପଦ ନାହିଁ। ସେ ଏବେ ବି ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଦାୟିତ୍ୱ ନିର୍ବାହ କରୁଛନ୍ତି। ଏହି ଦୁଇ ଫର୍ମାଟ୍‌ରେ ବିସିସିଆଇ ଅଧିକାରୀଙ୍କୁ କୌଣସି ସମସ୍ୟା ନ ଥିବା ବୋର୍ଡ ସୂତ୍ରରୁ ପ୍ରକାଶ। ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ଙ୍କ ସମେତ ବିସିସିଆଇ ସମ୍ପାଦକ ଜୟ ଶାହ, ସଭାପତି ରୋଜର ବିନ୍ନି, ଏନ୍‌ସିଏ ମୁଖ୍ୟ ଭିଭିଏସ୍‌ ଲକ୍ଷ୍ମଣ ଏବଂ ଚୟନକର୍ତ୍ତା ଚେତନ ଶର୍ମା ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ଭାରତ ବର୍ତ୍ତମାନ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଓ ଦିନିକିଆ ବିଶ୍ୱକପ୍‌ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। ଦିନିକିଆ ବିଶ୍ୱକପ୍‌କୁ ଧ୍ୟାନରେ ରଖି ୨୦ ଜଣ ଖେଳାଳିଙ୍କୁ ଶର୍ଟଲିଷ୍ଟ କରାଯାଇଛି। ଅକ୍ଟୋବର-ନଭେମ୍ବରର ବିଶ୍ୱକପ୍‌ ପୂର୍ବରୁ ଏହି ଖେଳାଳିମାନଙ୍କୁ ରୋଟେଟ୍‌ କରାଯିବା ସହିତ ଏକ କୋର ଗ୍ରୁପ୍‌ ଗଠନ କରାଯିବ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ କହିଛନ୍ତି।

ସେହିପରି ବିସିସିଆଇ ପକ୍ଷରୁ ଚୟନ କମିଟିକୁ ବରଖାସ୍ତ କରାଯାଇଥିବା ବେଳେ ଚେତନ ଶର୍ମା ଏହି ବୈଠକରେ ଉପସ୍ଥିତ ଥିବାରୁ ସେ ଆଉଥରେ ଦାୟିତ୍ୱ ଗ୍ରହଣ କରିବା ସମ୍ଭାବନା ସୃଷ୍ଟି କରିଛି। ଚୟନ କମିଟି ପାଇଁ ପୂର୍ବାଞ୍ଚଳରୁ ୨୧ ଟେଷ୍ଟ ଖେଳିଥିବା ଶିବସୁନ୍ଦର ଦାସଙ୍କୁ ଫେବରିଟ୍‌ ଭାବେ ବିବେଚନା କରାଯାଉଛି। ଦକ୍ଷିଣାଞ୍ଚଳରୁ ପେସର୍‌ ଭେଙ୍କଟେଶ ପ୍ରସାଦଙ୍କ ନାମକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ସେହିପରି ୨୦୨୩ ବିଶ୍ୱକପ୍‌ ପ୍ରସ୍ତୁତି ଆଧାରରେ ଚେତନ ଶର୍ମାଙ୍କୁ ଆଉ ଏକ ସୁଯୋଗ ପ୍ରଦାନ କରାଯିବା ସମ୍ଭାବନା ରହିଛି। ତେବେ ପଶ୍ଚିମାଞ୍ଚଳ ଜୋନ୍‌ ଲାଗି ଭେଟେରାନ୍‌ ଗୁଜରାଟ ଖେଳାଳି ମୁକୁନ୍ଦ ପର୍‌ମାର, ସଲିଲ ଅଙ୍କୋଲା ଓ ସମୀର ଦୀଘେଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri