Posted inଖେଳ

ଚୟନ ପାଇଁ ୟୋ ୟୋ, ଡେକ୍ସା ବାଧ୍ୟତାମୂଳକ : ଅଧିନାୟକ ରହିବେ ରୋହିତ ଶର୍ମା

ମୁମ୍ବାଇ,୨ା୧(ପି.ଟି.): ବିସିସିଆଇ ପକ୍ଷରୁ ଏହାର ଖେଳାଳି ଚୟନ ନିୟମରେ କରାଯାଇଛି ବଡ଼ ପରିବର୍ତ୍ତନ। ରବିବାରର ସମୀକ୍ଷା ବୈଠକ ପରେ ୟୋ ୟୋ ଟେଷ୍ଟ ଓ ଡେକ୍ସା(ବୋନ୍‌ ମ୍ୟାରୋ) ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି। ଭାରତର ଟି୨୦ ବିଶ୍ୱକପ ପରାଜୟ ସମୀକ୍ଷାକୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବିସିସିଆଇ ସମ୍ପାଦକ ଜୟ ଶାହ, ସଭାପତି ରୋଜର ବିନ୍ନି, ଅଧିନାୟକ ରୋହିତ ଶର୍ମା, କୋଚ୍‌ ରାହୁଲ ଡ୍ରାଭିଡ୍‌, ଏନ୍‌ସିଏ ମୁଖ୍ୟ ଭିଭିଏସ୍‌ ଲକ୍ଷ୍ମଣ ଏବଂ ଚୟନକର୍ତ୍ତା ଚେତନ ଶର୍ମା ଏହି ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଥିଲେ। ୟୋ ୟୋ ଟେଷ୍ଟ ସହିତ ଯୁବ ଖେଳାଳିଙ୍କ ଜାତୀୟ ଦଳକୁ ଚୟନ ପ୍ରକ୍ରିୟା ପୂର୍ବରୁ ବୟସ ନିର୍ଦ୍ଧାରଣ ପାଇଁ ଡେକ୍ସା ଟେଷ୍ଟ ବା ବୋନ୍‌ ମ୍ୟାରୋ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି। ୟୋ ୟୋ ଓ ଡେକ୍ସା ଟେଷ୍ଟକୁ କେନ୍ଦ୍ରୀୟ ଚୁକ୍ତିରେ ସାମିଲ କରି ସମସ୍ତ ଖେଳାଳିଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି।

ଏହାକୁ ଦୃଷ୍ଟିରେ ରଖି କ୍ରିକେଟ ବିଶ୍ୱକପ ୨୦୨୩ ପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯିବ ଏବଂ ଏନ୍‌ସିଏ ସମସ୍ତ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ସହିତ ସମନ୍ବୟ ରକ୍ଷାକରି କାର୍ଯ୍ୟ କରିବ। ବିରାଟ କୋହଲିଙ୍କ ଅଧିନାୟକତ୍ୱ ସମୟରେ ଭାରତର ୟୋ ୟୋ ପାସ୍‌ ସ୍କୋର ୧୬.୧ ରହିଥିବା ବେଳେ ବର୍ତ୍ତମାନ ଏହାକୁ ୧୬.୫କୁ ବୃଦ୍ଧି କରାଯାଇଛି। ଖେଳାଳିଙ୍କ ଉପଲବ୍ଧତା, କାର୍ଯ୍ୟଭାର ମ୍ୟାନେଜ୍‌ମେଣ୍ଟ ଓ ଫିଟ୍‌ନେସ୍‌ ପରି ମାନକକୁ ଗୁରୁତ୍ୱ ଦିଆଯିବା ସହିତ ୨୦୨୩ ଦିନିକିଆ ବିଶ୍ୱକପ୍‌ ପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା। ନିକଟ ଅତୀତରେ ଭାରତୀୟ ଖେଳାଳିଙ୍କ ଫିଟ୍‌ନେସ୍‌ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ପେସ୍‌ ବୋଲିଂ ଅଲ୍‌ରାଉଣ୍ଡର ଦୀପକ ଚହର ବାରମ୍ବାର ଆହତ ହେଉଥିବା ବେଳେ ଯଶ୍‌ପ୍ରୀତ ବୁମ୍‌ରା ମଧ୍ୟ ଆହତ ହୋଇ ଆକ୍ସନରୁ ଦୂରରେ ରହିଛନ୍ତି।

 

ଅଧିନାୟକ ରହିବେ ରୋହିତ ଶର୍ମା

 

 

ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ପ୍ରତି କୌଣସି ବିପଦ ନାହିଁ। ସେ ଏବେ ବି ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଦାୟିତ୍ୱ ନିର୍ବାହ କରୁଛନ୍ତି। ଏହି ଦୁଇ ଫର୍ମାଟ୍‌ରେ ବିସିସିଆଇ ଅଧିକାରୀଙ୍କୁ କୌଣସି ସମସ୍ୟା ନ ଥିବା ବୋର୍ଡ ସୂତ୍ରରୁ ପ୍ରକାଶ। ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ଙ୍କ ସମେତ ବିସିସିଆଇ ସମ୍ପାଦକ ଜୟ ଶାହ, ସଭାପତି ରୋଜର ବିନ୍ନି, ଏନ୍‌ସିଏ ମୁଖ୍ୟ ଭିଭିଏସ୍‌ ଲକ୍ଷ୍ମଣ ଏବଂ ଚୟନକର୍ତ୍ତା ଚେତନ ଶର୍ମା ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ଭାରତ ବର୍ତ୍ତମାନ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଓ ଦିନିକିଆ ବିଶ୍ୱକପ୍‌ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। ଦିନିକିଆ ବିଶ୍ୱକପ୍‌କୁ ଧ୍ୟାନରେ ରଖି ୨୦ ଜଣ ଖେଳାଳିଙ୍କୁ ଶର୍ଟଲିଷ୍ଟ କରାଯାଇଛି। ଅକ୍ଟୋବର-ନଭେମ୍ବରର ବିଶ୍ୱକପ୍‌ ପୂର୍ବରୁ ଏହି ଖେଳାଳିମାନଙ୍କୁ ରୋଟେଟ୍‌ କରାଯିବା ସହିତ ଏକ କୋର ଗ୍ରୁପ୍‌ ଗଠନ କରାଯିବ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ କହିଛନ୍ତି।

ସେହିପରି ବିସିସିଆଇ ପକ୍ଷରୁ ଚୟନ କମିଟିକୁ ବରଖାସ୍ତ କରାଯାଇଥିବା ବେଳେ ଚେତନ ଶର୍ମା ଏହି ବୈଠକରେ ଉପସ୍ଥିତ ଥିବାରୁ ସେ ଆଉଥରେ ଦାୟିତ୍ୱ ଗ୍ରହଣ କରିବା ସମ୍ଭାବନା ସୃଷ୍ଟି କରିଛି। ଚୟନ କମିଟି ପାଇଁ ପୂର୍ବାଞ୍ଚଳରୁ ୨୧ ଟେଷ୍ଟ ଖେଳିଥିବା ଶିବସୁନ୍ଦର ଦାସଙ୍କୁ ଫେବରିଟ୍‌ ଭାବେ ବିବେଚନା କରାଯାଉଛି। ଦକ୍ଷିଣାଞ୍ଚଳରୁ ପେସର୍‌ ଭେଙ୍କଟେଶ ପ୍ରସାଦଙ୍କ ନାମକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ସେହିପରି ୨୦୨୩ ବିଶ୍ୱକପ୍‌ ପ୍ରସ୍ତୁତି ଆଧାରରେ ଚେତନ ଶର୍ମାଙ୍କୁ ଆଉ ଏକ ସୁଯୋଗ ପ୍ରଦାନ କରାଯିବା ସମ୍ଭାବନା ରହିଛି। ତେବେ ପଶ୍ଚିମାଞ୍ଚଳ ଜୋନ୍‌ ଲାଗି ଭେଟେରାନ୍‌ ଗୁଜରାଟ ଖେଳାଳି ମୁକୁନ୍ଦ ପର୍‌ମାର, ସଲିଲ ଅଙ୍କୋଲା ଓ ସମୀର ଦୀଘେଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ବଙ୍ଗୋପସାଗରରେ ପୁଣି ଲଘୁଚାପ: ରାଜ୍ୟରେ ପ୍ରବଳ ବର୍ଷା, ୩୦ରୁ ୪୦ କିମି ବେଗରେ…

ଭୁବନେଶ୍ୱର,୧୬।୮: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ଘନୀଭୂତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

ମାଛ ଧରୁଥିବା ବେଳେ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସିଯାଇଥିଲେ, ଚାଲିଗଲା ଯୁବ ଅଧ୍ୟାପକଙ୍କ ଜୀବନ

ବୈଶିଙ୍ଗା,୧୫|୮(ରତନ ଦାଶ): ମୟୂରଭଞ୍ଜ ଓ ବାଲେଶ୍ଵର ଜିଲା ସୀମାନ୍ତ ବୁଢ଼ାବଳଙ୍ଗ ନଦୀର ଏକ ନାଳରେ ଶନିବାର ଦିନ ୧୦ଟା ସମୟରେ ମାଛ ଧରୁଥିବା ବେଳେ ପାଣିର ପ୍ରଖର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri