Posted inଖେଳ

୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛି। କୀର୍ତ୍ତି, କୁମକୁମ ଓ ଅଙ୍କିତାଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତୀୟ ଦଳ ଏହି ଐତିହାସିକ ବିଜୟ ହାସଲ କରିଛି।

ଏସିଆନ ଗେମ୍ସ ଇତିହାସରେ ପ୍ରଥମ ଥର ପାଇଁ ଭାରତର ମହିଳା ରିକର୍ଭ ଟିମ ଏହି ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛି। କଠିନ ପରିସ୍ଥିତି ମଧ୍ୟରେ ଭାରତୀୟ ତୀରନ୍ଦାଜମାନେ ଧୈର୍ଯ୍ୟ ଓ ନିଖୁଣ ପ୍ରଦର୍ଶନର ପରିଚୟ ଦେଇଥିଲେ।

ମ୍ୟାଚ ଆରମ୍ଭରୁ ହିଁ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ପାଣିପାଗ ଓ ପରିସ୍ଥିତି ଅନୁକୂଳ ନ ଥିବାରୁ ଉଭୟ ଦଳର ଖେଳାଳିଙ୍କ ପାଇଁ ପରଫେକ୍ଟ-୧୦ ସ୍କୋର କରିବା କଷ୍ଟକର ହୋଇଥିଲା। ମୋଟ ୪୮ଟି ଶଟ ମଧ୍ୟରୁ ମାତ୍ର ୧୨ ଥର ୧୦ ସ୍କୋର ହୋଇଥିଲା। ଅନେକ ସମୟରେ ୭ ଓ ୮ ସ୍କୋର ମଧ୍ୟ ଦେଖିବାକୁ ମିଳିଥିଲା।

ପ୍ରଥମ ସେଟ୍‌ରେ ଭାରତ ଓ ଦକ୍ଷିଣ କୋରିଆ ୫୪-୫୪ରେ ସମାନ ରହିଥିଲେ। ଦ୍ୱିତୀୟ ସେଟ ମଧ୍ୟ ୫୬-୫୬ରେ ଡ୍ର ରହିଥିଲା। ତୃତୀୟ ସେଟ୍‌ରେ ଭାରତୀୟ ଦଳ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ୫୫-୫୧ରେ ସେଟ ଜିତିଥିଲା। ଏହା ସହ ଭାରତ ୪-୨ରେ ଆଗୁଆ ହୋଇଥିଲା।

ଶେଷ ସେଟ୍‌ରେ ଭାରତକୁ ଅତିକମରେ ଡ୍ର କରିବାର ଆବଶ୍ୟକତା ଥିଲା। ନିର୍ଣ୍ଣାୟକ ମୁହୂର୍ତ୍ତରେ କୁମକୁମଙ୍କ ଉପରେ ସମସ୍ତଙ୍କ ନଜର ଥିଲା। ତାଙ୍କ ଶେଷ ଶଟ ଭାରତର ସ୍ବର୍ଣ୍ଣ ପଦକ ଭାଗ୍ୟ ର୍ନିଦ୍ଧାରଣ କରିଥିଲା। ଚାପ ମଧ୍ୟରେ କୁମକୁମ ଦମଦାର ଶଟ ଖେଳି ଭାରତର ଐତିହାସିକ ବିଜୟ ସୁନିଶ୍ଚିତ କରିଥିଲେ।

ତୀରନ୍ଦାଜୀରେ ଦକ୍ଷିଣ କୋରିଆର ଦୀର୍ଘଦିନର ଦବଦବା ରହିଆସିଛି। ବିଶେଷକରି ମହିଳା ରିକର୍ଭ ବର୍ଗରେ ଦକ୍ଷିଣ କୋରିଆର ଟିମ ଅନ୍ତର୍ଜାତୀୟ ସ୍ତରରେ ନିଜର ଶକ୍ତି ପ୍ରମାଣ କରିଆସିଛି। କିନ୍ତୁ ଏଥର କୀର୍ତ୍ତି, କୁମକୁମ ଓ ଅଙ୍କିତାଙ୍କ ଦମଦାର ପ୍ରଦର୍ଶନ ଭାରତକୁ ଐତିହାସିକ ସ୍ବର୍ଣ୍ଣ ଦେଇଛି। ୨୦୨୬ ଏସିଆନ ଗେମ୍ସରେ ତୀରନ୍ଦାଜୀରେ ଏହା ଭାରତର ଚତୁର୍ଥ ସ୍ବର୍ଣ୍ଣ ପଦକ। ଏହା ପୂର୍ବରୁ ମହିଳା ଟିମ କମ୍ପାଉଣ୍ଡ, ମିକ୍ସଡ ଟିମ କମ୍ପାଉଣ୍ଡ ଏବଂ ପୁରୁଷ ଟିମ କମ୍ପାଉଣ୍ଡ ବର୍ଗରେ ଭାରତ ସ୍ବର୍ଣ୍ଣ ଜିତିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?