ଆଜିଠୁ ଜୀ-ସାର୍ଥକରେ ନୂଆ ମେଗା ଧାରାବାହିକ ‘ମୁଁ ବି ବିଜୟିନୀ’

ଭୁବନେଶ୍ୱର,୨।୧: ରାଜ୍ୟର ପ୍ରମୁଖ ମନୋରଞ୍ଜନଭିତ୍ତିକ ଓଡ଼ିଆ ଘରୋଇ ଚ୍ୟାନେଲ ଜୀ-ସାର୍ଥକ ପକ୍ଷରୁ ନୂଆବର୍ଷରୁ ନୂଆ ମେଗା ଧାରାବାହିକ ‘ମୁଁ ବି ବିଜୟିନୀ’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସୋମବାରଠାରୁ ଏହି ମେଗା ଧାରାବାହିକ ଜୀ-ସାର୍ଥକରେ ପ୍ରସାରିତ ହେବାକୁ ଯାଉଛି। ବିଶେଷକରି ଏକ ଭିନ୍ନ ଧରଣର ବିଷୟବସ୍ତୁକୁ ନେଇ ଉକ୍ତ ଧାରାବାହିକଟି ପ୍ରସ୍ତୁତ କରାଯାଇଛି। ସେହିଭଳି ପ୍ରତିଶୋଧର ଏକ ନୂଆ କାହାଣୀକୁ ସୁନ୍ଦର ଭାବେ ରଚନା ଓ ବର୍ଣ୍ଣନା କରାଯାଇ ‘ମୁଁ ବି ବିଜୟିନୀ’ ଧାରାବାହିକରେ ପ୍ରସାରଣ କରାଯାଉଛି ବୋଲି ଚ୍ୟାନେଲ ପକ୍ଷରୁ କୁହାଯାଇଛି।

ଏପରିକି ଉକ୍ତ କାହାଣୀରେ ଅନେକ ମୋଡ଼ ରହିଛି, ପ୍ରତ୍ୟେକ ମୁହୂର୍ତ୍ତରେ କିଛିନା କିଛି ଅପ୍ରତ୍ୟାଶିତ ଓ ଆଶ୍ଚର୍ଯ୍ୟଜନକ ମୋଡ଼ ଆସୁଛି, ଯାହା ‘ମୁଁ ବି ବିଜୟିନୀ’କୁ ଆହୁରି ରୋମାଞ୍ଚ ଓ ରୁଚିପୂର୍ଣ୍ଣ କରିଦେବ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଉକ୍ତ ଧାରାବାହିକରେ ବୈଭବ ଚରିତ୍ରରେ ଆକାଶ ଓ କାହ୍ନା ଚରିତ୍ରରେ ବିଜୟ ଅଭିନୟ କରିଥିବା ବେଳେ ନାୟିକା ସୁଶ୍ରୀ ଚରିତ୍ରରେ ଦେବିକା ଓ ସିମ୍ରନ ଚରିତ୍ରରେ ରାଧିକା ଅଭିନୟର ଭାର ସମ୍ଭାଳିଛନ୍ତି।

ଉକ୍ତ ଧାରାବାହିକରେ କିଏ କାହା ପାଇଁ ଗଢ଼ା ହୋଇଛି, କିଏ କାହା ସହିତ ସମ୍ପର୍କରେ ରହିବ, ବୈଭବ ସହ ରାଧିକା ନା ଦେବିକା ସହ କ୍ରିଷ୍ଣା ଏହା ହିଁ କାହାଣୀର ଅନ୍ୟତମ ମୁଖ୍ୟ ରହସ୍ୟ ବୋଲି ପ୍ରଯୋଜନ ସଂସ୍ଥା ପକ୍ଷରୁ କୁହାଯାଇଛି। ସେହିଭଳି ଅଭିନେତ୍ରୀ ଦୀପିକା ତ୍ରିପାଠୀ ମଧ୍ୟ ଉକ୍ତ ଧାରାବାହିକରେ ଏକ ବଳିଷ୍ଠ ଭୂମିକାରେ ଅଭିନୟ କରିଛନ୍ତି। ଏପରିକି ଉକ୍ତ କାହାଣୀ ସମ୍ପୂର୍ଣ୍ଣ ଭିନ୍ନ ତଥା ନୂତନ କଥାବସ୍ତୁକୁ ନେଇ ପ୍ରସାରିତ ହେବାକୁ ଯାଉଛି। ଏହି ମେଗା ଧାରାବାହିକଟି ଜାନୁୟାରୀ ୨ରୁ ପ୍ରତି ସୋମବାରରୁ ଶନିବାର ସା ୬ଟା ୩୦ରେ ଜୀ-ସାର୍ଥକରେ ପ୍ରସାରିତ ହେବ ବୋଲି ଜୀ-ସାର୍ଥକ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri