ନାଉଗାଁ ବ୍ଲକରେ ବସୁଧା ଯୋଜନା ଦିଗହରା

ନାଉଗାଁ,୨ା୧ (ସ୍ବ.ପ୍ର.):ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ପ୍ରତି ଘରକୁ ବସୁଧା ଯୋଜନା ମାଧ୍ୟମରେ ପାଇପ ସଂଯୋଗ କରାଯାଇ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରାଯାଉଛି। ଏହି ଯୋଜନା ନାଉଗଁା ବ୍ଲକରେ କାର୍ଯ୍ୟକାରୀ କରାଯାଉଥିବା ବେଳେ ଏହା ଦିଗହରା ହେଉଥିବା ଅଭିଯୋଗ ହେଉଛି। ଏହି ଯୋଜନାରେ ସରକାରଙ୍କ ପକ୍ଷରୁ ଅର୍ଥ ବ୍ୟୟ କରାଯାଉଥିବା ବେଳେ ଅନେକ ସ୍ଥାନରେ ନିମ୍ନମାନର କାର୍ଯ୍ୟ ହେଉଥିବା ଜଣାଯାଇଛି। ଏହି ଯୋଜନାରେ କାର୍ଯ୍ୟକୁ ତଦାରଖ କରିବା ପାଇଁ ଗ୍ରାମ୍ୟଜଳ ପରିମଳ ବିଭାଗ ରହିଛି। କିନ୍ତୁ ଏହି ବିଭାଗ ଠିକ୍‌ ଭାବେ ତଦାରଖ କରୁ ନ ଥିବାରୁ କାମ କରୁଥିବା ଠିକାଦାର ମନଇଚ୍ଛା ଏହା କରୁଥିବା କୁହାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହି ଯୋଜନାରେ ଉକ୍ତ ବ୍ଲକର ନାଉଗଁା ପଞ୍ଚାୟତରେ ଅବଦଲପୁର, ନାଉଗଁା, ନାଉଗଁା ବ୍ଲକ ଛକ ନିକଟରେ ୩ ଟି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଉଛି। କିନ୍ତୁ ଏହି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପୂର୍ବରୁ କୌଣସି ସୂଚନା ଫଳକ ଲଗାଯାଇନାହିଁ। ଯାହାଫଳରେ ଜନସାଧାରଣ ଉକ୍ତ ପ୍ରକଳ୍ପ ବିଷୟରେ କୌଣସି ତଥ୍ୟ ପାଇ ପାରୁନାହାନ୍ତି। ସେହିପରି ପ୍ରକଳ୍ପରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଥିବାରୁ ସ୍ଥାନୀୟ ସରପଞ୍ଚ ପ୍ରାଚୀ ସାଗରୀକା ନାୟକ ଓ ସ୍ଥାନୀୟ ବାସିନ୍ଦା ବିରୋଧ କରିଥିଲେ। ସେହିପରି ଘରକୁ ବିଛା ଯାଉଥିବା ପାଇପଗୁଡିକ ନିମ୍ନମାନର ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ଗ୍ରାମ୍ୟ ରାସ୍ତା, ପୂର୍ତ୍ତ ବିଭାଗ ରାସ୍ତା ଓ ଗ୍ରାମ୍ୟ ଉନ୍ନୟନ ରାସ୍ତା ଖୋଳା ଯାଉଥିବା ଦେଖାଯାଇଛି। ରାସ୍ତା ଖୋଳାଯିବା ଫଳରେ ଜନସାଧରାଣ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।
ସୂଚନା ଯୋଗ୍ୟ କୋକିଢିହ-ତେଲସରା ରାସ୍ତା ପାର୍ଶ୍ୱରେ କେକିଢିହ, ବାଲିସାହି,ଠାରେ ବର୍ତ୍ତମାନ ପାଇପ ବିଛା କାମ ଜାରି ରହିଛି। ନିୟମାନୁସାରେ ପୂର୍ତ୍ତ ବିଭାଗ ରାସ୍ତାରୁ ୩.୭୫ ମିଟର ବାଦ ଦେଇ ପାଇପ ବିଛା କାମ କରାଯିବ। କିନ୍ତୁ ନିଯୁକ୍ତ ଠିକାଦାର ରାସ୍ତା ଉପରେ ଥିବା ଢଳେଇ ଫଟାଇ ପାଇପ ବିଛା କାମ ଜାରି ରଖିଛନ୍ତି। ସେହିପରି ପାଇପ ୩ ଫୁଟ ତଳେ ବିଛାଯିବାର ନିୟମ ରହିଥିବା ବେଳେ ମାତ୍ର ଦେଢ ଫୁଟ ଖୋଳାଯାଇ ପାଇପ ବିଛା କାମ କରାଯାଉଛି। ବର୍ତ୍ତମାନ ପୂର୍ତ୍ତ ବିଭାଗର ଉକ୍ତ ରାସ୍ତା ନବୀକରଣ କରାଯିବା ପାଇଁ କାର୍ଯ୍ୟାରାମ୍ଭ କରାଯାଇଛି। ନବୀକରଣ କାମ କରାଗଲେ ଉକ୍ତ ରାସ୍ତା ଖୋଳାଯାଇ ପୁନର୍ବାର କରାଯିବ। ଅଳ୍ପ ଖୋଳାଯାଇ ପାଇପ ବିଛା ଯାଉଥିବାବେଳେ ଉକ୍ତ ରାସ୍ତା କାମ ସମୟରେ ଖୋଳା ଗଲେ ପାଇପ ଫାଟିବାର ସମ୍ଭାବନା ମଧ୍ୟ ରହିଛି। ତେଣୁ ଯେଉଁ ଅର୍ଥ ଖର୍ଚ୍ଚ କରାଯାଇ ପାଇପ ବିଛା ଯାଉଛି ସେଥିରେ କେତେଦୂର ପାଣି ଜନସାଧରାଣଙ୍କ ନିକଟରେ ପହଞ୍ଚତ୍ ପାରିବ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ଗ୍ରାମ୍ୟ ଜଳ ପରିମଳ ବିଭାଗର ଯନ୍ତ୍ରୀ ରଶ୍ମିରଞ୍ଜନ ଦାସଙ୍କୁ ପଚାରିବାରେ ତଳେ ବିଏସ୍‌ଏନ୍‌ଏଲ୍‌ ଲାଇନ ଯାଇଥିବାରୁ ଅଧିକ ଖୋଳା ଯାଇପାରୁନାହିଁ। ଯେଉଁ ସ୍ଥାନରେ ଢଳେଇ ଫଟା ଯାଇ କାମ କରାଯାଉଛି ସେଠାରେ ପୂର୍ତ୍ତ ବିଭାଗର ଯନ୍ତ୍ରୀଙ୍କ ଉପସ୍ଥିତିରେ ନିୟମାନୁସାରେ ଢଳେଇ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍‌ ପଣ୍ଡିତ

ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?