ନାଉଗାଁ ବ୍ଲକରେ ବସୁଧା ଯୋଜନା ଦିଗହରା

ନାଉଗାଁ,୨ା୧ (ସ୍ବ.ପ୍ର.):ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ପ୍ରତି ଘରକୁ ବସୁଧା ଯୋଜନା ମାଧ୍ୟମରେ ପାଇପ ସଂଯୋଗ କରାଯାଇ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରାଯାଉଛି। ଏହି ଯୋଜନା ନାଉଗଁା ବ୍ଲକରେ କାର୍ଯ୍ୟକାରୀ କରାଯାଉଥିବା ବେଳେ ଏହା ଦିଗହରା ହେଉଥିବା ଅଭିଯୋଗ ହେଉଛି। ଏହି ଯୋଜନାରେ ସରକାରଙ୍କ ପକ୍ଷରୁ ଅର୍ଥ ବ୍ୟୟ କରାଯାଉଥିବା ବେଳେ ଅନେକ ସ୍ଥାନରେ ନିମ୍ନମାନର କାର୍ଯ୍ୟ ହେଉଥିବା ଜଣାଯାଇଛି। ଏହି ଯୋଜନାରେ କାର୍ଯ୍ୟକୁ ତଦାରଖ କରିବା ପାଇଁ ଗ୍ରାମ୍ୟଜଳ ପରିମଳ ବିଭାଗ ରହିଛି। କିନ୍ତୁ ଏହି ବିଭାଗ ଠିକ୍‌ ଭାବେ ତଦାରଖ କରୁ ନ ଥିବାରୁ କାମ କରୁଥିବା ଠିକାଦାର ମନଇଚ୍ଛା ଏହା କରୁଥିବା କୁହାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହି ଯୋଜନାରେ ଉକ୍ତ ବ୍ଲକର ନାଉଗଁା ପଞ୍ଚାୟତରେ ଅବଦଲପୁର, ନାଉଗଁା, ନାଉଗଁା ବ୍ଲକ ଛକ ନିକଟରେ ୩ ଟି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଉଛି। କିନ୍ତୁ ଏହି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପୂର୍ବରୁ କୌଣସି ସୂଚନା ଫଳକ ଲଗାଯାଇନାହିଁ। ଯାହାଫଳରେ ଜନସାଧାରଣ ଉକ୍ତ ପ୍ରକଳ୍ପ ବିଷୟରେ କୌଣସି ତଥ୍ୟ ପାଇ ପାରୁନାହାନ୍ତି। ସେହିପରି ପ୍ରକଳ୍ପରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଥିବାରୁ ସ୍ଥାନୀୟ ସରପଞ୍ଚ ପ୍ରାଚୀ ସାଗରୀକା ନାୟକ ଓ ସ୍ଥାନୀୟ ବାସିନ୍ଦା ବିରୋଧ କରିଥିଲେ। ସେହିପରି ଘରକୁ ବିଛା ଯାଉଥିବା ପାଇପଗୁଡିକ ନିମ୍ନମାନର ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ଗ୍ରାମ୍ୟ ରାସ୍ତା, ପୂର୍ତ୍ତ ବିଭାଗ ରାସ୍ତା ଓ ଗ୍ରାମ୍ୟ ଉନ୍ନୟନ ରାସ୍ତା ଖୋଳା ଯାଉଥିବା ଦେଖାଯାଇଛି। ରାସ୍ତା ଖୋଳାଯିବା ଫଳରେ ଜନସାଧରାଣ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।
ସୂଚନା ଯୋଗ୍ୟ କୋକିଢିହ-ତେଲସରା ରାସ୍ତା ପାର୍ଶ୍ୱରେ କେକିଢିହ, ବାଲିସାହି,ଠାରେ ବର୍ତ୍ତମାନ ପାଇପ ବିଛା କାମ ଜାରି ରହିଛି। ନିୟମାନୁସାରେ ପୂର୍ତ୍ତ ବିଭାଗ ରାସ୍ତାରୁ ୩.୭୫ ମିଟର ବାଦ ଦେଇ ପାଇପ ବିଛା କାମ କରାଯିବ। କିନ୍ତୁ ନିଯୁକ୍ତ ଠିକାଦାର ରାସ୍ତା ଉପରେ ଥିବା ଢଳେଇ ଫଟାଇ ପାଇପ ବିଛା କାମ ଜାରି ରଖିଛନ୍ତି। ସେହିପରି ପାଇପ ୩ ଫୁଟ ତଳେ ବିଛାଯିବାର ନିୟମ ରହିଥିବା ବେଳେ ମାତ୍ର ଦେଢ ଫୁଟ ଖୋଳାଯାଇ ପାଇପ ବିଛା କାମ କରାଯାଉଛି। ବର୍ତ୍ତମାନ ପୂର୍ତ୍ତ ବିଭାଗର ଉକ୍ତ ରାସ୍ତା ନବୀକରଣ କରାଯିବା ପାଇଁ କାର୍ଯ୍ୟାରାମ୍ଭ କରାଯାଇଛି। ନବୀକରଣ କାମ କରାଗଲେ ଉକ୍ତ ରାସ୍ତା ଖୋଳାଯାଇ ପୁନର୍ବାର କରାଯିବ। ଅଳ୍ପ ଖୋଳାଯାଇ ପାଇପ ବିଛା ଯାଉଥିବାବେଳେ ଉକ୍ତ ରାସ୍ତା କାମ ସମୟରେ ଖୋଳା ଗଲେ ପାଇପ ଫାଟିବାର ସମ୍ଭାବନା ମଧ୍ୟ ରହିଛି। ତେଣୁ ଯେଉଁ ଅର୍ଥ ଖର୍ଚ୍ଚ କରାଯାଇ ପାଇପ ବିଛା ଯାଉଛି ସେଥିରେ କେତେଦୂର ପାଣି ଜନସାଧରାଣଙ୍କ ନିକଟରେ ପହଞ୍ଚତ୍ ପାରିବ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ଗ୍ରାମ୍ୟ ଜଳ ପରିମଳ ବିଭାଗର ଯନ୍ତ୍ରୀ ରଶ୍ମିରଞ୍ଜନ ଦାସଙ୍କୁ ପଚାରିବାରେ ତଳେ ବିଏସ୍‌ଏନ୍‌ଏଲ୍‌ ଲାଇନ ଯାଇଥିବାରୁ ଅଧିକ ଖୋଳା ଯାଇପାରୁନାହିଁ। ଯେଉଁ ସ୍ଥାନରେ ଢଳେଇ ଫଟା ଯାଇ କାମ କରାଯାଉଛି ସେଠାରେ ପୂର୍ତ୍ତ ବିଭାଗର ଯନ୍ତ୍ରୀଙ୍କ ଉପସ୍ଥିତିରେ ନିୟମାନୁସାରେ ଢଳେଇ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri