ଧୁମ୍‌ଧାମ୍‌ରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଝାମୁଯାତ୍ରା, କଣ୍ଟା ଦୋଳି ଦେଖିବାକୁ ହଜାର ହଜାର ଭକ୍ତଙ୍କ ଭିଡ଼

ଥୁଆମୂଳ ରାମପୁର,୧୯।୧୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସ୍ଥିତ କୋଷାବରା ଝାମୁଯାତ୍ରା ପୂଜା କମିଟି ଆନୁକୂଲ୍ୟରେ ଚଳିତ ବର୍ଷର ଦୀପାବଳି ପର୍ବ ତଥା ବାବା ଭୈରବ ଦେବ ଓ ମାଁ ଡୋକରି ଦେବୀଙ୍କ ପ୍ରସିଦ୍ଧ ଝାମୁଯାତ୍ରା ମଙ୍ଗଳବାର ମହା ଆଡମ୍ବରରେ ସମ୍ପନ୍ନ ହୋଇଯାଇଛି । ପାରମ୍ପରିକ ରୀତିନୀତି ଏବଂ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ଏହି ଯାତ୍ରା ଦେଖିବା ପାଇଁ ଆଖପାଖ ଅଞ୍ଚଳ ସମେତ ପଡ଼ୋଶୀ ରାୟଗଡ଼ା, ନବରଙ୍ଗପୁର ଓ କୋରାପୁଟ ଜିଲାରୁ ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।
ଯାତ୍ରାର ପ୍ରଥମ ଦିବସ ଅର୍ଥାତ୍ ନଭେମ୍ବର ୧୬ ତାରିଖ ଦିନ ଖଣ୍ଡ ଧୁଆ, ଖଣ୍ଡା ବସା ଏବଂ ମୂର୍ତ୍ତି ସ୍ଥାପନ କାର୍ଯ୍ୟକ୍ରମ କରାଯାଇଥିଲା। ଏହାପରେ ନଭେମ୍ବର ୧୭ ତାରିଖରେ ମାଁ ମାଣିକେଶ୍ୱରୀଙ୍କ ଆଜ୍ଞାମାଳ ଏବଂ ରାଜା-ରାଣୀ ପୂଜା, ବୁଢ଼ାରଜା ପୂଜା ଅନୁଷ୍ଠିତ ହୋଇଥିଲା। ପରେ ମଧ୍ୟାହ୍ନରେ ଝାମୁ କାଠରେ ଅଗ୍ନି ସଂଯୋଗ କରାଯାଇ ପାରମ୍ପରିକ ରୀତିନୀତିରେ ପୂଜାବିଧି ସମ୍ପନ୍ନ ହୋଇଥିଲା। ସନ୍ଧ୍ୟାରେ ବାବା ଭୈରବ ଦେବଙ୍କ କାଳସୀଙ୍କ ଦ୍ୱାରା ନଗର ପରିକ୍ରମା କରାଯାଇଥିଲା। ସନ୍ଧ୍ୟା ୭ଟାରେ ଭୈରବ ଦେବ ଏବଂ ମାଁ ଡୋକରି ଦେବୀଙ୍କ କଣ୍ଟା ଗାଦିଆ ବସା ଓ କଣ୍ଟା ଦୋଳି ଝୁଲା ଅନୁଷ୍ଠିତ ହୋଇଥିଲା। ଠିକ୍ ତା’ପରେ ସନ୍ଧ୍ୟା ୭:୩୦ ମିନିଟ୍‌ରେ ବାବା ଭୈରବ ଦେବ ଅଗ୍ନି ପରୀକ୍ଷା ଦେଇ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ ।

ନିଜର ମାନସିକ ପୂରଣ ପାଇଁ ଅନେକ ଭକ୍ତ ବିଭିନ୍ନ ଅର୍ପଣ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ରାତ୍ରୀକାଳରେ ଦର୍ଶକଙ୍କ ମନୋରଞ୍ଜନ ନିମନ୍ତେ ବିଭିନ୍ନ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପୂଜା କମିଟି ସଭାପତି ଉମାଶଙ୍କର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାକୁ ଅଭି ନାଏକ ପରିଚାଳନା କରିଥିବାବେଳେ ଡମ୍ବରୁଧର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓ ସମ୍ମାନିତ ବ୍ୟକ୍ତିବିଶେଷ ଭାବେ କଳାହାଣ୍ଡି ସାଂସଦଙ୍କ ବ୍ଲକ୍ ପ୍ରତିନିଧି ପବିତ୍ର ନାଏକ, ଭାଜପା ଏସ୍.ସି. ସେଲ୍ ଜିଲ୍ଲା ସଭାପତି ବିଷ୍ଣୁ ନାଏକ, ଲାଞ୍ଜିଗଡ଼ ବିଧାୟକଙ୍କ ବ୍ଲକ୍ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ହେମନ୍ତ କୁମାର ନାଏକ, ପରମେଶ୍ୱର ନାଏକ, ତ୍ରିନାଥ ନାଏକ, କୃଷ୍ଣ ନାଏକ, ଆଇନଜୀବୀ ନିମାନ୍ ନାଏକ, ବିପିନ ବିହାରୀ ନାଏକ, ପୁଷ୍ପ ନାଏକ, ଅଜିତ୍ ନାଏକ, ରାଧେକୃଷ୍ଣ ଧଙ୍ଗଡ଼ାମାଝୀ, ଯନ୍ତ୍ରୀ ମଳୟ ଶତପଥୀଙ୍କ ସମେତ ଅଞ୍ଚଳର ବରିଷ୍ଠ ନେତୃମଣ୍ଡଳୀ, ଗଣମାଧ୍ୟମ ପ୍ରତିନିଧି ଏବଂ ଅନେକ ସମାଜସେବୀ ଉପସ୍ଥିତ ରହି ଉତ୍ସବକୁ ଉତ୍ସାହିତ କରିଥିଲେ।

ଦୀର୍ଘ ବର୍ଷରୁ ପାଳିତ ହୋଇଆସୁଥିବା ଏହି ପରମ୍ପରାରେ ଭୈରବ କାଳସୀ ଗୋବିନ୍ଦ ଧଙ୍ଗଡ଼ାମାଝୀ ଏବଂ ବଡ଼ ପୂଜକ ତଥା ଡୋକରି ଦେବୀ କାଳସୀ ସୁଦର୍ଶନ ନାଏକ ସମସ୍ତ ପୂଜାର୍ଚ୍ଚନା ସମ୍ପାଦନ କରିଥିଲେ। ଉତ୍ସବକୁ ସୁଚାରୁରୂପେ ସମ୍ପନ୍ନ କରିବାରେ କମିଟିର ଉପସଭାପତି ମଧୁସୂଦନ ନାଏକ, ସମ୍ପାଦକ ଶ୍ରିବନ୍ତ ବାଗ, ସହ-ସମ୍ପାଦକ ମଳୟ ନାଏକ, କୋଷାଧ୍ୟକ୍ଷ ଜଗାକାଳିଆ ନାଏକ ଏବଂ ସମସ୍ତ ଗ୍ରାମବାସୀ ଓ ପଡ଼ାବାସୀ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

PF ଖାତାଧାରୀଙ୍କ ପାଇଁ ବଡ଼ ଖୁସି ଖବର: ବଦଳିଲା ମିନିମମ ବାଲାନ୍ସ ନିୟମ, ଏଣିକି ରଖିବାକୁ ପଡ଼ିବ ମାତ୍ର…

ନୂଆଦିଲ୍ଲୀ,୧୯।୧୧: EPFO ବୋର୍ଡ ପକ୍ଷରୁ PF ଖାତାଧାରୀଙ୍କୁ ଆଉ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏଣିକି PF ଖାତାରେ ସର୍ବନିମ୍ନ ୨୫% ଟଙ୍କା ରଖିବା ବାଧ୍ୟତାମୂଳକ ହେବ…

ଏହି ଦିନ ଭାରତ-ପାକିସ୍ତାନ ମହାମୁକାବିଲା: ବୈଭବ-ଅଭିଷେକ ଯୋଡ଼ିଙ୍କ ଉପରେ ସମସ୍ତଙ୍କ ନଜର, ନୋଟ୍‌ କରନ୍ତୁ ପୂରା ସୂଚୀ

ନୂଆଦିଲ୍ଲୀ,୧୯।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚର ସିରିଜ ଆରମ୍ଭ ହୋଇଯାଇଛି। ଏହାରି ମଧ୍ୟରେ ଏସିଆନ କ୍ରିକେଟ କାଉନସିଲ (ଏସିସି) ପକ୍ଷରୁ ଆୟୋଜିତ ଏସିଆ…

୯ ଟେଷ୍ଟରେ ୧୦୬ ନୋ-ବଲ: ଲଜ୍ଜାଜନକ ରେକର୍ଡ କଲା ପାକିସ୍ତାନ

ରାୱଲପିଣ୍ଡି,୧୯।୧୧:ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ରାୱଲପିଣ୍ଡିରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି। ମ୍ୟାଚ୍‌ର ତୃତୀୟ ଦିନ ସୁଦ୍ଧା ପାକିସ୍ତାନୀ ବୋଲରଙ୍କ ପକ୍ଷରୁ ଅନେକ ନୋ-ବଲ ଦେଖିବାକୁ ମିଳିଛି।…

ଭୟଙ୍କର ଦୁର୍ଘଟଣା: କେନାଲ ଭିତରକୁ ଖସି ପଡ଼ିଲା ସ୍କର୍ପିଓ, ଚାଲିଗଲା ୬ ଜୀବନ

ପାଟଣା,୧୯।୧୧: ବିହାରର ଅରରିଆ ଜିଲାରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ସ୍କର୍ପିଓ ନିୟନ୍ତ୍ରଣ ହରାଇ କେନାଲକୁ ଖସିପଡ଼ି ଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୬ଜଣଙ୍କ…

ବାତ୍ୟା ‘ଅକ୍ୱାନ’କୁ ନେଇ ଖୋର୍ଦ୍ଧା ଜିଲା ପ୍ରଶାସନ ପ୍ରସ୍ତୁତ: ୩୧୩ ଆଶ୍ରୟସ୍ଥଳ କାର୍ଯ୍ୟକ୍ଷମ, ୫୬ ଗର୍ଭବତୀଙ୍କୁ ସ୍ଥାନାନ୍ତର

ଖୋର୍ଦ୍ଧା,୧୯ା୧୧(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ମୁକାବିଲା ପାଇଁ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜିଲାପାଳ…

ଗଞ୍ଜାମ ଜିଲା ଆଇନ ସେବା ପ୍ରାଧିକରଣର ତ୍ୱରିତ ପଦକ୍ଷେପ, ବ୍ରହ୍ମପୁର ହୋଟେଲରୁ ଉଦ୍ଧାର ହେଲେ ନାବାଳକ ଶ୍ରମିକ

ଛତ୍ରପୁର,୧୯ା୧୧(ଦିଲ୍ଲୀପ ସାମଲ): ଶିଶୁ ଶ୍ରମିକ ପ୍ରଥାର ନିରାକରଣ ଓ ଶିଶୁ ଅଧିକାରର ସୁରକ୍ଷା ଦିଗରେ ଗଞ୍ଜାମ ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ…

ପାରାଦୀପ ବନ୍ଦର ପାଇଁ ନୂଆ ନିର୍ଦ୍ଦେଶନାମା ଜାରି, ବାତ୍ୟାର ଗତିବିଧି ପରିବର୍ତ୍ତନ ପରେ…

ପାରାଦୀପ,୧୯ା୧୧(ଶରତ ରାଉତ): ସମ୍ଭାବ୍ୟ ବାତ୍ୟା ଅକ୍ବାନ ପାଇଁ ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ବୁଧବାର ସନ୍ଧ୍ୟାରେ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ଅର୍ଥାତ ଆସନ୍ତା ଗୁରୁବାର ଓ…

ମନ୍ତ୍ରୀ ଦେଲେ ବଡ଼ ସୂଚନା; ଏହି ୩ ଜିଲାରେ ଅଛି ସୁନା ଖଣି, ତାଲିକାରେ…

ଭୁବନେଶ୍ୱର,୧୯ା୧୧: ଓଡ଼ିଶାରେ ସୁନା, ରୁପା ଓ ମାଣିକ୍ୟ ଭଳି ମୂଲ୍ୟବାନ ଖଣିଜ ସମ୍ପଦର ସନ୍ଧାନ ମିଳିଛି । ରାଜ୍ୟର କେନ୍ଦୁଝର, ଦେବଗଡ଼ ଓ ମୟୂରଭଞ୍ଜ ଜିଲାରେ ସୁନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?