Posted inଖେଳ

ଏହି ଦିନ ଭାରତ-ପାକିସ୍ତାନ ମହାମୁକାବିଲା: ବୈଭବ-ଅଭିଷେକ ଯୋଡ଼ିଙ୍କ ଉପରେ ସମସ୍ତଙ୍କ ନଜର, ନୋଟ୍‌ କରନ୍ତୁ ପୂରା ସୂଚୀ

ନୂଆଦିଲ୍ଲୀ,୧୯।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚର ସିରିଜ ଆରମ୍ଭ ହୋଇଯାଇଛି। ଏହାରି ମଧ୍ୟରେ ଏସିଆନ କ୍ରିକେଟ କାଉନସିଲ (ଏସିସି) ପକ୍ଷରୁ ଆୟୋଜିତ ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ ଟୁର୍ନାମେଣ୍ଟ ଉପରେ ମଧ୍ୟ କ୍ରିକେଟ ପ୍ରେମୀଙ୍କ ନଜର ରହିବ। ନଭେମ୍ବର ୧୯ ଅର୍ଥାତ୍‌ ଆଜିଠାରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେଉଛି। ଏଥିରେ ଇଣ୍ଡିଆ-ଏ ଦଳର ଜଲୱା ଦେଖିବାକୁ ମିଳିବ। ଅନେକ ଷ୍ଟାର୍‌ ଖେଳାଳି ଏହି ପ୍ରତିଯୋଗିତାର ଅଂଶ ହେବାକୁ ଯାଉଛନ୍ତି। ସବୁଠାରୁ ରୋମାଞ୍ଚକର କଥା ହେଉଛି, ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍‌ ମୁକାବିଲା ମଧ୍ୟ ଦେଖିବାକୁ ମିଳିବ।

ତିଳକ ବର୍ମା ଭାରତୀୟ ଦଳର ନେତୃତ୍ୱ ନେବେ। ସେହିପରି ରଜତ ପାଟିଦାର ଦଳରୁ ଓହରିଯିବା ପରେ ରିଙ୍କୁ ସିଂଙ୍କୁ ଉପଅଧିନାୟକ ଦାୟିତ୍ୱ ମିଳିଛି। ଓପନିଂରେ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ଯୋଡ଼ି ବିପକ୍ଷ ଦଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବାକୁ ପ୍ରସ୍ତୁତ। ତେବେ ଭାରତୀୟ ଦଳର ମ୍ୟାଚଗୁଡ଼ିକ କେବେ କେବେ ଖେଳାଯିବ, ଆସନ୍ତୁ ଜାଣିବା। ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ ଟୁର୍ନାମେଣ୍ଟ ନଭେମ୍ବର ୧୯ରୁ ଆରମ୍ଭ ହୋଇ ନଭେମ୍ବର ୨୯ରେ ଫାଇନାଲ ମ୍ୟାଚ ସହ ଶେଷ ହେବ। ଏହି ପ୍ରତିଯୋଗିତାରେ ମୋଟ ୧୫ଟି ମ୍ୟାଚ ଖେଳାଯିବ। ସେଥିମଧ୍ୟରୁ ୧୨ଟି ଲିଗ ମ୍ୟାଚ ରହିଛି। ଟୁର୍ନାମେଣ୍ଟରେ ଭାଗ ନେଉଥିବା ୮ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି।

ଗ୍ରୁପ-ଏରେ ଆଫଗାନିସ୍ତାନ, ବାଂଲାଦେଶ, ହଂକଂ ଓ ଶ୍ରୀଲଙ୍କା ରହିଛନ୍ତି। ସେହିପରି ଗ୍ରୁପ-ବିରେ ଭାରତ, ପାକିସ୍ତାନ, ନେପାଳ ଓ ୟୁଏଇ ସ୍ଥାନ ପାଇଛନ୍ତି। ଭାରତ ଓ ପାକିସ୍ତାନକୁ ଗୋଟିଏ ଗ୍ରୁପରେ ରଖାଯାଇଥିବାରୁ ଉଭୟ ଦଳ ମଧ୍ୟରେ ମହାମୁକାବିଲା ଦେଖିବାକୁ ମିଳିବ।

୧୯ ନଭେମ୍ବର । ବାଂଲାଦେଶ ବନାମ ହଂକଂ । ସକାଳ ୧୧:୩୦
୧୯ ନଭେମ୍ବର । ଶ୍ରୀଲଙ୍କା ବନାମ ଆଫଗାନିସ୍ତାନ । ଅପରାହ୍ଣ ୩:୩୦
୨୦ ନଭେମ୍ବର । ପାକିସ୍ତାନ ବନାମ ୟୁଏଇ । ସକାଳ ୧୧:୩୦
୨୦ ନଭେମ୍ବର । ଭାରତ ବନାମ ନେପାଳ । ଅପରାହ୍ଣ ୩:୩୦
୨୧ ନଭେମ୍ବର । ଶ୍ରୀଲଙ୍କା ବନାମ ହଂକଂ । ସକାଳ ୧୧:୩୦
୨୧ ନଭେମ୍ବର । ବାଂଲାଦେଶ ବନାମ ଆଫଗାନିସ୍ତାନ । ଅପରାହ୍ଣ ୩:୩୦
୨୨ ନଭେମ୍ବର । ୟୁଏଇ ବନାମ ନେପାଳ । ସକାଳ ୧୧:୩୦
୨୨ ନଭେମ୍ବର । ଭାରତ ବନାମ ପାକିସ୍ତାନ । ଅପରାହ୍ଣ ୩:୩୦
୨୩ ନଭେମ୍ବର । ଆଫଗାନିସ୍ତାନ ବନାମ ହଂକଂ । ସକାଳ ୧୧:୩୦
୨୩ ନଭେମ୍ବର । ଶ୍ରୀଲଙ୍କା ବନାମ ବାଂଲାଦେଶ । ଅପରାହ୍ଣ ୩:୩୦
୨୪ ନଭେମ୍ବର । ଭାରତ ବନାମ ୟୁଏଇ । ସକାଳ ୧୧:୩୦
୨୪ ନଭେମ୍ବର । ପାକିସ୍ତାନ ବନାମ ନେପାଳ । ଅପରାହ୍ଣ ୩:୩୦
୨୬ ନଭେମ୍ବର । ପ୍ରଥମ ସେମିଫାଇନାଲ । ଅପରାହ୍ଣ ୩:୩୦
୨୭ ନଭେମ୍ବର । ଦ୍ୱିତୀୟ ସେମିଫାଇନାଲ । ଅପରାହ୍ଣ ୩:୩୦
୨୯ ନଭେମ୍ବର । ଫାଇନାଲ । ଅପରାହ୍ଣ ୩:୩୦ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

PF ଖାତାଧାରୀଙ୍କ ପାଇଁ ବଡ଼ ଖୁସି ଖବର: ବଦଳିଲା ମିନିମମ ବାଲାନ୍ସ ନିୟମ, ଏଣିକି ରଖିବାକୁ ପଡ଼ିବ ମାତ୍ର…

ନୂଆଦିଲ୍ଲୀ,୧୯।୧୧: EPFO ବୋର୍ଡ ପକ୍ଷରୁ PF ଖାତାଧାରୀଙ୍କୁ ଆଉ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏଣିକି PF ଖାତାରେ ସର୍ବନିମ୍ନ ୨୫% ଟଙ୍କା ରଖିବା ବାଧ୍ୟତାମୂଳକ ହେବ…

ଧୁମ୍‌ଧାମ୍‌ରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଝାମୁଯାତ୍ରା, କଣ୍ଟା ଦୋଳି ଦେଖିବାକୁ ହଜାର ହଜାର ଭକ୍ତଙ୍କ ଭିଡ଼

ଥୁଆମୂଳ ରାମପୁର,୧୯।୧୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସ୍ଥିତ କୋଷାବରା ଝାମୁଯାତ୍ରା ପୂଜା କମିଟି ଆନୁକୂଲ୍ୟରେ ଚଳିତ ବର୍ଷର ଦୀପାବଳି ପର୍ବ ତଥା ବାବା…

୯ ଟେଷ୍ଟରେ ୧୦୬ ନୋ-ବଲ: ଲଜ୍ଜାଜନକ ରେକର୍ଡ କଲା ପାକିସ୍ତାନ

ରାୱଲପିଣ୍ଡି,୧୯।୧୧:ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ରାୱଲପିଣ୍ଡିରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି। ମ୍ୟାଚ୍‌ର ତୃତୀୟ ଦିନ ସୁଦ୍ଧା ପାକିସ୍ତାନୀ ବୋଲରଙ୍କ ପକ୍ଷରୁ ଅନେକ ନୋ-ବଲ ଦେଖିବାକୁ ମିଳିଛି।…

ଭୟଙ୍କର ଦୁର୍ଘଟଣା: କେନାଲ ଭିତରକୁ ଖସି ପଡ଼ିଲା ସ୍କର୍ପିଓ, ଚାଲିଗଲା ୬ ଜୀବନ

ପାଟଣା,୧୯।୧୧: ବିହାରର ଅରରିଆ ଜିଲାରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ସ୍କର୍ପିଓ ନିୟନ୍ତ୍ରଣ ହରାଇ କେନାଲକୁ ଖସିପଡ଼ି ଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୬ଜଣଙ୍କ…

ବାତ୍ୟା ‘ଅକ୍ୱାନ’କୁ ନେଇ ଖୋର୍ଦ୍ଧା ଜିଲା ପ୍ରଶାସନ ପ୍ରସ୍ତୁତ: ୩୧୩ ଆଶ୍ରୟସ୍ଥଳ କାର୍ଯ୍ୟକ୍ଷମ, ୫୬ ଗର୍ଭବତୀଙ୍କୁ ସ୍ଥାନାନ୍ତର

ଖୋର୍ଦ୍ଧା,୧୯ା୧୧(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ମୁକାବିଲା ପାଇଁ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜିଲାପାଳ…

ଗଞ୍ଜାମ ଜିଲା ଆଇନ ସେବା ପ୍ରାଧିକରଣର ତ୍ୱରିତ ପଦକ୍ଷେପ, ବ୍ରହ୍ମପୁର ହୋଟେଲରୁ ଉଦ୍ଧାର ହେଲେ ନାବାଳକ ଶ୍ରମିକ

ଛତ୍ରପୁର,୧୯ା୧୧(ଦିଲ୍ଲୀପ ସାମଲ): ଶିଶୁ ଶ୍ରମିକ ପ୍ରଥାର ନିରାକରଣ ଓ ଶିଶୁ ଅଧିକାରର ସୁରକ୍ଷା ଦିଗରେ ଗଞ୍ଜାମ ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ…

ପାରାଦୀପ ବନ୍ଦର ପାଇଁ ନୂଆ ନିର୍ଦ୍ଦେଶନାମା ଜାରି, ବାତ୍ୟାର ଗତିବିଧି ପରିବର୍ତ୍ତନ ପରେ…

ପାରାଦୀପ,୧୯ା୧୧(ଶରତ ରାଉତ): ସମ୍ଭାବ୍ୟ ବାତ୍ୟା ଅକ୍ବାନ ପାଇଁ ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ବୁଧବାର ସନ୍ଧ୍ୟାରେ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ଅର୍ଥାତ ଆସନ୍ତା ଗୁରୁବାର ଓ…

ମନ୍ତ୍ରୀ ଦେଲେ ବଡ଼ ସୂଚନା; ଏହି ୩ ଜିଲାରେ ଅଛି ସୁନା ଖଣି, ତାଲିକାରେ…

ଭୁବନେଶ୍ୱର,୧୯ା୧୧: ଓଡ଼ିଶାରେ ସୁନା, ରୁପା ଓ ମାଣିକ୍ୟ ଭଳି ମୂଲ୍ୟବାନ ଖଣିଜ ସମ୍ପଦର ସନ୍ଧାନ ମିଳିଛି । ରାଜ୍ୟର କେନ୍ଦୁଝର, ଦେବଗଡ଼ ଓ ମୟୂରଭଞ୍ଜ ଜିଲାରେ ସୁନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?