ବାତ୍ୟା ମୁକାବିଲା ପାଇଁ ସମସ୍ତ ବିଭାଗ ତତ୍ପର: ଚାଷୀଙ୍କୁ ସଚେତନ କଲା କୃଷି ବିଜ୍ଞାନ କେନ୍ଦ୍ର, ରାତି ଉଜାଗର ପରେ…

ଭଞ୍ଜନଗର,୧୯ା୧୧(ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ମୁକାବିଲା କରିବା ପାଇଁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ସମେତ ସମସ୍ତ ବିଭାଗ ତତ୍ପର ହୋଇପଡ଼ିଛନ୍ତି। ଲୋକଙ୍କ ଧନଜୀବନ ସୁରକ୍ଷାକୁ ପ୍ରାଥମିକତା ଦେଇ ରାଜସ୍ବ, ଜଳସମ୍ପଦ, ବ୍ଲକ, ପୋଲିସ, ସ୍ବାସ୍ଥ୍ୟ ,ଦମକଳ ଓ ମ୍ୟୁନିସିପାଲିଟି ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଦିନରାତି ଏକ କରି କାର୍ଯ୍ୟ କରୁଥିବା ବେଳେ ସାଧାରଣ ଲୋକ, ଲୋକ ପ୍ରତିନିଧିଙ୍କ ସହଯୋଗ ମଧ୍ୟ ପ୍ରଶାସନକୁ ମିଳୁଛି। ଉପଜିଲାପାଳ ଉମାଶଙ୍କର ବେହେରା ନିୟମିତ ବ୍ୟବଧାନରେ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରି ପରିସ୍ଥିତିର ସମୀକ୍ଷା କରୁଛନ୍ତି। ଏଥିସହ ଉପଜିଲାପାଳ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି।

ଏପଟେ ଜଳସମ୍ପଦ ବିଭାଗ ମଧ୍ୟ ସତର୍କ ରହିଛି। ଅଧୀକ୍ଷଣ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁଙ୍କ ନେତୃତ୍ୱରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ପାତ୍ର, ସହକାରୀ ଯନ୍ତ୍ରୀ ପ୍ରହଲ୍ଲାଦ ପଣ୍ତା, ଡ ସହକାରୀ ନିର୍ବାହୀ ଯନ୍ତ୍ରୀ ପି ଭେଙ୍କେଟସ୍‌ ଅନ୍ୟ ଯନ୍ତ୍ରୀମାନେ ଡ୍ୟାମ, ନଦୀ, ନାଳ ଓ ବିଭିନ୍ନ ସେତୁ ଉପରେ ନଜର ରଖିବା ସହ ପଇଁତରା ମାରୁଛନ୍ତି। ଗୁରୁବାର ମଧ୍ୟାହ୍ନ ସୁଦ୍ଧା ଭଞ୍ଜନଗର, ଡହ ଓ ବାଘୁଆ ଜଳଭଣ୍ଡାରରୁ ପାଣି ଛାଡ଼ିବା ବନ୍ଦ କରାଯାଇଛି। ଭଞ୍ଜନଗର ଜଳଭଣ୍ଡାରରେ ୭୩ ପ୍ରତିଶତ, ଡହରେ ୪୦ ପ୍ରତିଶତ ଓ ବାଘୁଆରେ ୫୦ ପ୍ରତିଶତ ଜଳ ମହଜୁଦ ରହିଛି। ସୋରଡ଼ା ଜଳଭଣ୍ଡାରରେ ୮୦ ପ୍ରତିଶତ ଜଳ ଥିବାରୁ ଏହାକୁ ଆହୁରି କମାଇବା ପାଇଁ ସୋରଡ଼ା କେନାଲ ମାଧ୍ୟମରେ ପାଣି ଛଡ଼ାଯାଉଛି। ବର୍ଷା ଯଦି ମଧ୍ୟ ନ ହେବ ରବି ଫସଲ ପାଇଁ ଜଳଭଣ୍ଡାରରେ ପାଣି ଭର୍ତ୍ତି ହୋଇଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ଅଧୀକ୍ଷଣ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁ କହିଛନ୍ତି, ବର୍ତ୍ତମାନର ପରିସ୍ଥିତିକୁ ଦେଖି ଜଳଭଣ୍ଡାରଗୁଡ଼ିକର ଫାଟକ ବନ୍ଦ ରଖାଯାଇଛି। ଆଗକୁ ବର୍ଷାର ପରିମାଣ ଅଧିକ ହେଲେ ଆବଶ୍ୟକତା ଅନୁଯାୟୀ ନଦୀ ଓ କେନାଲ ମାଧ୍ୟମରେ ପାଣି ଛଡ଼ାଯିବ। ବାତ୍ୟା ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଥିବାରୁ ଗଞ୍ଜାମ ଜିଲାରେ ଏହାର ପ୍ରଭାବ ପଡ଼ିପାରେ। ତେଣୁ ଜଳସମ୍ପଦ ବିଭାଗ ପକ୍ଷରୁ ଆବଶ୍ୟକ ସତର୍କତା ଓ ପଦକ୍ଷେପ ଗ୍ରହଣ କରାଯାଇଛି।

ଅନ୍ୟପକ୍ଷରେ, ବାତ୍ୟା ସମୟରେ ଓ ପରବର୍ତ୍ତୀ ଅବସ୍ଥାରେ ଫସଲ ଓ ପ୍ରାଣୀ ସମ୍ପଦର ଯତ୍ନ ନେବାକୁ କୃଷି ବିଜ୍ଞାନ କେନ୍ଦ୍ର, ଭଞ୍ଜନଗର ପକ୍ଷରୁ ଜଗନ୍ନାଥପ୍ରସାଦ ବ୍ଲକର ସାରଙ୍ଗପଟା ଓ ନଡ଼ା ଗ୍ରାମରେ ଚାଷୀଙ୍କୁ ସଚେତନ କରାଯାଇଛି। ୧୮ ଓ ୧୯ ତାରିଖରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋପାଳକ ଚାଷୀଙ୍କୁ ଆଶୁ ଚିକିତ୍ସା ପାଇଁ ତୁଳା, ଗଜ କପଡ଼ା, ଜ୍ୱର ଔଷଧ, କ୍ଷତ ମଲମ ଓ ଭିଟାମିନ ବଟିକା ଆଦି ବିତରଣ କରାଯାଇଥିଲା। ଏହାର ବ୍ୟବହାର ସମ୍ପର୍କରେ ମଧ୍ୟ ଚାଷୀଙ୍କୁ ବୁଝାଇବା ସହ ବାତ୍ୟା ସମୟରେ ପ୍ରାଣୀଙ୍କୁ ସୁରକ୍ଷିତ ରଖିବା ଓ ପରବର୍ତ୍ତୀ ସମୟରେ ଯତ୍ନ ନେବା ସମ୍ପର୍କରେ ପରାମର୍ଶ ଦିଆଯାଇଥିଲା। କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ସିଦ୍ଧାର୍ଥ ରଣବିଜୁଳିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ହୋଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆୟୁଷ୍ମାନ କାର୍ଡଧାରୀଙ୍କ ପାଇଁ ଖୁସି ଖବର: ନୂଆ ପ୍ୟାକେଜରେ କଭର ହେବ ଏହି ସବୁ ରୋଗ, କାର୍ଡ ଥିଲେ ଜାଣିରଖନ୍ତୁ..

ନୂଆଦିଲ୍ଲୀ,୧୯।୧୧: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PM-JAY)ର ହିତାଧିକାରୀଙ୍କ ପାଇଁ ଖୁସି ଖବର। ଏହି ଯୋଜନା ଅଧୀନରେ ସରକାରୀ ହସ୍ପିଟାଲଗୁଡ଼ିକରେ ଚିକିତ୍ସା ସୁବିଧାର ପରିସର…

ଭାରତୀୟ କ୍ରିକେଟ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ଚହଲ ; ଟି-୨୦ କ୍ରିକେଟରେ ଏଭଳି ସଫଳତା ହାସଲ କରିବାରେ ଭାରତୀୟ ଦଳର ପ୍ରଥମ ବୋଲର

ନୂଆଦିଲ୍ଲୀ,୧୯।୧୧: ଭାରତର ଅଭିଜ୍ଞ ଲେଗ-ସ୍ପିନର ୟୁଜବେନ୍ଦ୍ର ଚହଲ ଇତିହାସ ପୃଷ୍ଠାରେ ନିଜ ନାମ ଲିପିବଦ୍ଧ କରିଛନ୍ତି। ସେ ଟି-୨୦ କ୍ରିକେଟରେ ୪୦୦ ୱିକେଟ ନେବାରେ ପ୍ରଥମ ଭାରତୀୟ…

ଅକ୍ବାନ ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ବିଭୂତି ଜେନା; ଗଞ୍ଜାମରେ ହାଇଆଲର୍ଟ, ୮୪ ହଜାରରୁ ଊର୍ଦ୍ଧ୍ୱ ଲୋକ ସ୍ଥାନାନ୍ତର

ଛତ୍ରପୁର,୧୯ା୧୧( ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ଅକ୍ବାନର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି…

ମ୍ୟାଚ ମଝିରେ ଜୋରଦାର ଯୁକ୍ତିତର୍କ ଲାଗିଲେ ଯଶସ୍ବୀ-ହେନରୀ: ଜବାବ ଦେଇ ନ୍ୟୁଜିଲାଣ୍ଡ ଖେଳାଳି କହିଲେ-୨୦୨୪ରେ କ’ଣ କରିଥିଲ…

ନୂଆଦିଲ୍ଲୀ,୧୯।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। ସିରିଜର ପ୍ରଥମ ମ୍ୟାଚ ନଭେମ୍ବର ୧୯ ତାରିଖରୁ ୱେଲିଂଟନର ବେସିନ…

ବତୀଘର ଅଞ୍ଚଳରେ ବାତ୍ୟା ମୁକାବିଲା ପ୍ରସ୍ତୁତି ତଦାରଖ କଲେ ଓଏସ୍‌ଆଇସି ଏମ୍‌ଡି, ଲୋକଙ୍କୁ ଭେଟି…

ମହାକାଳପଡ଼ା,୧୯ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): ମାଡ଼ି ଆସୁଛି ସ୍ଥଳଭାଗ ମୁହାଁ ବାତ୍ୟା ଅକ୍ୱାନ। ସମ୍ଭାବ୍ୟ ପରିସ୍ଥିତି ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ ଆରମ୍ଭ ହୋଇଛି।…

ଗାଡ଼ି ମାଲିକମାନଙ୍କ ପାଇଁ ବଡ଼ ଆଶ୍ୱସ୍ତି! ୩ ବର୍ଷ ପର୍ଯ୍ୟନ୍ତ ଆବଶ୍ୟକ ନାହିଁ PUC ପ୍ରମାଣପତ୍ର

ନୂଆଦିଲ୍ଲୀ,୧୯।୧୧: ସରକାର ଯାନବାହନ ପ୍ରଦୂଷଣ ପ୍ରମାଣପତ୍ର (Pollution Certificate) ସମ୍ବନ୍ଧୀୟ ନିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛନ୍ତି। BS-6 ଯାନଗୁଡ଼ିକ ପାଇଁ, ପ୍ରଦୂଷଣ ପ୍ରମାଣପତ୍ର ବର୍ତ୍ତମାନ ଗୋଟିଏ…

ବାତ୍ୟା ଅକ୍ୱନ୍‌ ମୁକାବିଲା ପାଇଁ RSS ସଜାଗ, ଉଦ୍ଧାର କାର୍ଯ୍ୟରେ ପ୍ରଶାସନକୁ କରିବେ ସହଯୋଗ

ମୋହନା,୧୯।୧୧(ମନ୍ମଥ ମିଶ୍ର): ଗଜପତି ଜିଲାରେ ଯେତେସବୁ ବାତ୍ୟା ଆସିଛି ରାଷ୍ଟ୍ରୀୟ ସ୍ଵୟଂସେବକ ସମସ୍ତ ପ୍ରକାର ସେବାକାର୍ଯ୍ୟ କରି ଆସିଛି । ବର୍ତ୍ତମାନ ଆସିଥିବା ବାତ୍ୟା ଅକ୍ଵନରେ ପ୍ରଶାସନକୁ…

PF ଖାତାଧାରୀଙ୍କ ପାଇଁ ବଡ଼ ଖୁସି ଖବର: ବଦଳିଲା ମିନିମମ ବାଲାନ୍ସ ନିୟମ, ଏଣିକି ରଖିବାକୁ ପଡ଼ିବ ମାତ୍ର…

ନୂଆଦିଲ୍ଲୀ,୧୯।୧୧: EPFO ବୋର୍ଡ ପକ୍ଷରୁ PF ଖାତାଧାରୀଙ୍କୁ ଆଉ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏଣିକି PF ଖାତାରେ ସର୍ବନିମ୍ନ ୨୫% ଟଙ୍କା ରଖିବା ବାଧ୍ୟତାମୂଳକ ହେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?