ଜିନ୍‌ପିଙ୍ଗ୍‌ଙ୍କ ସାମୁଦ୍ରିକ ଅଭିସନ୍ଧି

ନୂଆଦିଲ୍ଲୀ,୧୯ା୮:ଆଫ୍ରିକୀୟ ରାଷ୍ଟ୍ର ଜିବୁଟିରେ ଚାଇନାର ନୌସେନା ଘାଟି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛି। ଭାରତ ମହାସାଗରରେ ଡ୍ରାଗନ୍‌ ନିଜ ଯୁଦ୍ଧବିମାନଗୁଡ଼ିକୁ ମୁତୟନ କରିଥିବା ଉପଗ୍ରହ ଚିତ୍ରରୁ ସ୍ପଷ୍ଟ ଦୃଶ୍ୟମାନ ହେଉଛି। ଜିବୁଟ ନୌସେନା ଘାଟି ହେଉଛି ବେଜିଂର ପ୍ରଥମ ଦରିଆପାରି ମିଲିଟାରି ବେସ୍‌, ଯାହାକୁ ୫୯୦ ନିୟୁତ ଡଲାର ବ୍ୟୟରେ ନିର୍ମାଣ କରାଯାଇଛି। ୨୦୧୬ରୁ ଏହାର ନିର୍ମାଣ କାର୍ଯ୍ୟ ଚାଲିଛି। ଆଡେନ୍‌ ଉପସାଗର ଓ ଲୋହିତ ସାଗରକୁ ପୃଥକ୍‌ କରୁଥିବା ବାବ୍‌-ଏଲ୍‌-ମନ୍‌ଦେବ ପ୍ରଣାଳୀରେ ଏହି ନୌସେନା ଘାଟିର ଅବସ୍ଥିତି ରଣନୈତିକ ଦୃଷ୍ଟିରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଜିବୁଟି ବେସ୍‌କୁ ଏକ ଆଧୁନିକ ଦୁର୍ଗ ରୂପେ ସଜାଯାଇଛି, ଯହିଁରୁ ପ୍ରତ୍ୟକ୍ଷ ଭାବେ ଆକ୍ରମଣ କରାଯାଇପାରିବ ବୋଲି ଜଣେ ନୌସେନା ବିଶ୍ଳେଷକ କହିଛନ୍ତି।
ମାକ୍ସରରୁ ସଂଗୃହୀତ ଏହି ଉପଗ୍ରହ ଚିତ୍ରରେ ଚାଇନାର ୟୁଝାଓ ବର୍ଗର ତଥା ୩୨୦ ମିଟର ଲମ୍ବ ବିଶିଷ୍ଟ ଏକ ଯୁଦ୍ଧଜାହାଜ(ଟାଇପ୍‌-୦୭୧) ଉକ୍ତ ନୌସେନା ଘାଟିରେ ରହିଥିବାବେଳେ ସେଠାରୁ ହେଲିକପ୍ଟର ଚଳାଚଳ କରୁଥିବା ଦେଖିବାକୁ ମିଳିଛି। ନିର୍ମାଣ କାର୍ଯ୍ୟ ଜାରି ରହିଥିବାବେଳେ ଏହି ଘାଟି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ବୋଲି ଅବସରପ୍ରାପ୍ତ ଭାଇସ୍‌ ଆଡ୍‌ମିରାଲ ଶେଖର ସିହ୍ନା କହିଛନ୍ତି। ଏହି ଉପଗ୍ରହ ଚିତ୍ର ଏଭଳି ସମୟରେ ସାମ୍ନାକୁ ଆସିଛି, ଯେତେବେଳେ କି ଚାଇନା ଏହାର ୨୫,୦୦୦ ଟନ୍‌ ସାଟେଲାଇଟ୍‌ ଓ ବାଲାଷ୍ଟିକ୍‌ ମିଶାଇଲ୍‌ ଟ୍ରାକିଂ ଜାହାଜ ୟୁଆନ୍‌ ଓ୍ବାଙ୍ଗ୍‌ ୫କୁ ଶ୍ରୀଲଙ୍କାର ହମ୍ବନଟୋଟାରେ ମୁତୟନ କରିଛି। ନୂଆଦିଲ୍ଲୀର ବାରଣ ସତ୍ତ୍ୱେ ଅଗଷ୍ଟ ୧୬ରେ କଲମ୍ବୋ ଏହାକୁ ଉକ୍ତ ବନ୍ଦରରେ ପ୍ରବେଶ ଅନୁମତି ଦେଇଛି। ଚାଇନା ଏହାକୁ ଏକ ଗବେଷଣାମୂଳକ ଜାହାଜ ବୋଲି କହୁଥିବାବେଳେ ଭାରତ ମତରେ ୟୁଆନ୍‌ ଓ୍ବାଙ୍ଗ୍‌ ୫ ଗୁପ୍ତଚରଗିରି ପାଇଁ ଉଦ୍ଦିଷ୍ଟ। ବିଦେଶୀ ଉପଗ୍ରହ, ଏରିଆଲ ଆସେଟ୍ସ ଓ କ୍ଷେପଣାସ୍ତ୍ର ବ୍ୟବସ୍ଥାକୁ ଏହା ସହଜରେ ଠାବ କରିପାରିବ। ହମ୍ବନଟୋଟା ବନ୍ଦରରୁ ଭାରତର ଦୂରତା ୯୯୦ କି.ମି.। ଏହା କୋଚି ବନ୍ଦରରୁ ୧୧୨୮ କି.ମି. ଏବଂ ବିଶାଖାପାଟଣା ବନ୍ଦରରୁ ୧୪୮୫ କି.ମି. ଦୂରରେ ଅବସ୍ଥିତ। ସେହିପରି ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଙ୍ଗଠନ (ଡିଆର୍‌ଡିଓ)ର ମହାକାଶ କାର୍ଯ୍ୟକ୍ରମ ପାଇଁ ଉଦ୍‌କ୍ଷେପଣ ଭିତ୍ତିଭୂମି ପ୍ରଦାନ କରୁଥିବା ଶ୍ରୀହରିକୋଟାର ସତୀଶ ଧଓ୍ବନ ମହାକାଶ କେନ୍ଦ୍ରରୁ ହମ୍ବନଟୋଟାର ଦୂରତା ହେଉଛି ୧୧୦୦ କି.ମି.।
ଶ୍ରୀଲଙ୍କା ଓ ଜିବୁଟିରେ ଚାଇନାର ଉପସ୍ଥିତି ଉଭୟ ଦେଶରେ ବେଜିଂର ଦୀର୍ଘକାଳୀନ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ବେଲ୍ଟ ଆଣ୍ଡ୍‌ ରୋଡ୍‌ ଇନିସିଏଟିଭ୍‌’ ଅଧୀନ ଆର୍ଥିକ ନିବେଶ ସହ ଜଡ଼ିତ। ଏହାବାଦ୍‌ ପାକିସ୍ତାନର ଗ୍ବାଦର ବନ୍ଦରରେ ଚାଇନା ଜାହାଜଗୁଡ଼ିକର ଚଳାଚଳ ମଧ୍ୟ ଭାରତ ପାଇଁ ଚିନ୍ତା ବୃଦ୍ଧିର କାରଣ ସାଜିଛି। ଭାରତ-ଚାଇନା ମଧ୍ୟରେ ସୀମା ବିବାଦ ଲାଗିରହିଥିବାବେଳେ କିଛି ବର୍ଷ ହେଲା ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ଉଭୟ ଦେଶର ସୈନ୍ୟ ମୁହଁାମୁହଁି ହେଉଛନ୍ତି। ତେଣୁ ନୂଆଦିଲ୍ଲୀ ଚାଇନାର ସାମୁଦ୍ରିକ ଅଭିସନ୍ଧି ଓ ସାମର୍ଥ୍ୟକୁ ନେଇ କୌଣସି ପ୍ରକାର ଦ୍ୱନ୍ଦ୍ୱରେ ରହିବା ଅନୁଚିତ ବୋଲି ଭାରତୀୟ ନୌସେନାର ପୂର୍ବତନ ମୁଖ୍ୟ ଚିଫ୍‌ ଆଡ୍‌ମିରାଲ ଅର୍ଜୁନ ପ୍ରକାଶ କହିଛନ୍ତି।

ଏସ୍‌ସିଏସ୍‌ରେ ଶକ୍ତି ବୃଦ୍ଧି ପୂର୍ବ ଏସିଆକୁ ବିପଦ

ଚାଇନାର ଶକ୍ତିଶାଳୀ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ୧୯୮୦ ଦଶକରୁ ଦକ୍ଷିଣ ଚାଇନା ସାଗର (ଏସ୍‌ସିଏସ୍‌) ଉପରେ ଲଗାତର ଆଧିପତ୍ୟ ବିସ୍ତାର କରିଆସିଛି। ଏସ୍‌ସିଏସ୍‌ର ବିସ୍ତୀର୍ଣ୍ଣ ଜଳରାଶିରେ ବେଜିଂ କୃତ୍ରିମ ଦ୍ୱୀପ ପ୍ରତିଷ୍ଠା କରି ସାମରିକ ଶକ୍ତି ବୃଦ୍ଧି ଘଟାଇ ଚାଲିଛି। ଏହା କେବଳ ପଡ଼ୋଶୀ ଦେଶଗୁଡ଼ିକ ପାଇଁ ବିପଦ ସାଜିନାହିଁ, ବରଂ ସମ୍ପୃକ୍ତ କ୍ଷେତ୍ରରେ ସ୍ଥିତାବସ୍ଥା ବଜାୟ ଦାବି କରୁଥିବା ଆମେରିକା ଆଗରେ ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ୨୦୧୮ରେ ଭାରତ-ପ୍ରଶାନ୍ତ ମହାସାଗରୀୟ କମାଣ୍ଡ୍‌ରେ ଆମେରିକାର କମାଣ୍ଡର ଥିବା ଆଡ୍‌ମିରାଲ ଫିଲ୍‌ ଡାଭିଡ୍‌ସନ୍‌ ସିନେଟ୍‌ରେ ସାକ୍ଷ୍ୟ ପ୍ରଦାନ କରି କହିଥିଲେ, ଚାଇନା କେବଳ ଏସ୍‌ସିଏସ୍‌କୁ ନିୟନ୍ତ୍ରଣ ପାଇଁ ସକ୍ଷମ ତାହା ନୁହେଁ, ଆମେରିକା ସହ ଯୁଦ୍ଧ କରିବା ଲାଗି ଏହି ସମୁଦ୍ରକୁ ବ୍ୟବହାର କରିପାରେ। ତେବେ ଏହି ୩ ବର୍ଷ ମଧ୍ୟରେ ଏସ୍‌ସିଏସ୍‌ ଏବଂ ଭାରତ ମହାସାଗରରେ ଚାଇନା ନିଜ ସାମରିକ ଉପସ୍ଥିତି ବିସ୍ତାର କରିବା ଭିଏଟ୍‌ନାମ, ତାଇଓ୍ବାନ୍‌, ବ୍ରୁନେଇ, ମାଲେସିଆ ଓ ଫିଲିଫାଇନ୍ସ ସମେତ ପୂର୍ବ ଏସୀୟ ରାଷ୍ଟ୍ରଗୁଡ଼ିକ ପାଇଁ ବିପଦ ସାଜିଛି।

ତାଇଓ୍ବାନ୍‌କୁ ନାଲିଆଖି, ଆମେରିକାକୁ ଚ୍ୟାଲେଞ୍ଜ

ଅଗଷ୍ଟ ୩ରେ ଆମେରିକା ପ୍ରତିନିଧି ସଭା ସ୍ପିକର ନାନ୍ସି ପେଲୋସିଙ୍କ ତାଇପେଇ ଗସ୍ତ ପରେ ଚାଇନାର ପିଏଲ୍‌ଏ ପ୍ରତିକ୍ରିୟାଶୀଳ ହୋଇ ତାଇଓ୍ବାନ ପ୍ରଣାଳୀରେ ସମରାଭ୍ୟାସ କରିଥିଲା। ଚାଇନା ସେନାର ନୂଆ ଶାଖା ରକେଟ ଫୋର୍ସ ପକ୍ଷରୁ ଦ୍ୱୀପରାଷ୍ଟ୍ରର ଉତ୍ତର-ପୂର୍ବ ଓ ଦକ୍ଷିଣ-ପଶ୍ଚିମ ଉପକୂଳରେ ଅନେକ ଦୂରଗାମୀ କ୍ଷେପଣାସ୍ତ୍ର ଉଦ୍‌କ୍ଷେପଣ କରାଯାଇଥିଲା। ଫଳରେ ବ୍ୟସ୍ତବହୁଳ ଜଳପଥରେ ତାଇଓ୍ବାନର ଜାହାଜ ଚଳାଚଳ ଓ ଆକାଶ ମାର୍ଗରେ ବିମାନ ଉଡ଼ାଣ ବାଧାପ୍ରାପ୍ତ ହୋଇଥିଲା। ପେଲୋସିଙ୍କ ଗସ୍ତର ୨ ସପ୍ତାହ ପରେ ମଧ୍ୟ ଚାଇନା ଅନୁରୂପ ସାମରିକ କାର୍ଯ୍ୟକଳାପ ଜାରି ରଖିଛି। ଗୁରୁବାର ଚାଇନାର ୫୧ ଯୁଦ୍ଧବିମାନ ଓ ୬ ଜାହାଜ ତାଇଓ୍ବାନ ଚାରିପଟେ ଘୂରୁଛି। ସେଥିରୁ ୨୫ ଏୟାରକ୍ରାଫ୍ଟ ତାଇଓ୍ବାନ୍‌ ଷ୍ଟେଟ୍‌ର ମେଡିଆନ୍‌ ଲାଇନ୍‌ (ମଧ୍ୟବର୍ତ୍ତୀ ରେଖା) ଅତିକ୍ରମ କରିଥିବା ଦ୍ୱୀପରାଷ୍ଟ୍ରର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅଭିଯୋଗ ଅଣାଯାଇଛି। ତାଇଓ୍ବାନ୍‌ ସହ ଗୁରୁବାର ଆମେରିକା ବାଣିଜି୍ୟକ ସମ୍ପର୍କକୁ ମଜଭୁତ କରିବା ନେଇ ଘୋଷଣା କରିଛି। ତାଇଓ୍ବାନ୍‌କୁ ନିଜ ଭୂଖଣ୍ଡର ଅଂଶ ଦାବି କରୁଥିବା ଚାଇନା ଆଗକୁ ଅଧିକ ଉଗ୍ର ହୋଇପାରେ ବୋଲି ଓ୍ବାଶିଂଟନ ପକ୍ଷରୁ କୁହାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କଲା IMD

ଭୁବନେଶ୍ବର,୧୩।୮: ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ଘନଫୁଟରୁ ଅଧିକ ବନ୍ୟାଜଳ, ୨ ଗେଟ୍‌ରେ ହେଉଛି ନିଷ୍କାସନ

ସମ୍ବଲପୁର,୧୩ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାର ପୁଣି ୪ଟି ସ୍ଲୁଇସ୍‌ ଗେଟ୍‌ ବନ୍ଦ କରାଯାଇଛି ଫଳରେ ବର୍ତ୍ତମାନ କେବଳ ୨ଟି ଗେଟ୍‌ରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ…

କୂଳ ଲଙ୍ଘୁଛି ସମୁଦ୍ର: ପଥର ବନ୍ଧ ନିର୍ମାଣ ଦାବି ଦୋହରାଇଲେ ଅଞ୍ଚଳବାସୀ

ଛତ୍ରପୁର,୧୩।୮(ଦିଲୀପ ସାମଲ): ଦିନକୁ ଦିନ ସମୁଦ୍ର କୂଳ ଲଘୁଂଥିବାରୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ସମୁଦ୍ର ଉପକୂଳରେ ସ୍ଥାୟୀ ପଥର ବନ୍ଧ…

ଗୁଟଖା-ତମାଖୁ ଉପରେ ସରକାରଙ୍କ ବଡ଼ ଆକ୍ସନ୍! ୧ ବର୍ଷ ପାଇଁ ବ୍ୟାନ୍

ବେଙ୍ଗାଲୁରୁ,୧୩।୮: ଗୁଟଖା-ତମାଖୁକୁ ନେଇ ବଡ଼ ନିଷ୍ପତ୍ତି ନେଇନ୍ତି କର୍ନାଟକ ସରକାର । ରାଜ୍ୟ ସରକାର ଗୁଟ୍‌ଖା, ପାନ ମସଲା ଏବଂ ତମାଖୁ-ନିକୋଟିନ୍‌ଯୁକ୍ତ ଉତ୍ପାଦଗୁଡ଼ିକ ଉପରେ ଏକ ବର୍ଷ…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri