‘ଶେଷରେ ଅଲୋଡ଼ା କିନ୍ନରକୁ ଭରସାକଲେ ମାତାପିତା’

ଭୁବନେଶ୍ୱର,୧୯।୮:ସାଧାରଣତଃ ମାତାପିତାଙ୍କଠାରୁ କିନ୍ନର ଶିଶୁଟିଏ ଜନ୍ମ ନେଲେ ତାକୁ ଅଲୋଡ଼ା ଭାବି ନବଜାତ ଶିଶୁଟିକୁ ଏଣେତେଣେ ଛାଡି ଦେଇଥାନ୍ତି। କିନ୍ତୁ କିଏ ଜାଣେ ଦୁର୍ଲଭ ମାନବ ଜନ୍ମ ପାଇଥିବା ସେହି ଶିଶୁଟି ପରବର୍ତ୍ତୀ ସମୟରେ କିନ୍ନର ହୋଇ ବି କେଉଁ ବିରଳ ପ୍ରତିଭାର ଅଧିକାରୀ ହୋଇଥାଏ। ଏଭଳି ଜଣେ ଅଲୋଡ଼ା ଶିଶୁ ‘ଜ୍ୟୋତି’ର ସଂଘର୍ଷ ଓ ସଫଳତାର ଜୀବନ କାହାଣୀକୁ ନାଟକ ମାଧ୍ୟମରେ ସାଇ ସବୁରୀ ନର୍ସିଂ ଆଣ୍ଡ୍‌ ହେଲ୍‌ଥ ସାଇନ୍ସ କଲେଜ ବାଳକାଟୀର ଛାତ୍ରୀଛାତ୍ରମାନେ ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେଇଥିଲେ। ଅଗଷ୍ଟ ୧୫ ଏବଂ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ସାଇ ସବୁରୀ ନର୍ସିଂ କଲେଜ ପରିସରରେ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ସନ୍ଧ୍ୟାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସେଥିମଧ୍ୟରୁ ଉକ୍ତ କଲେଜର ପାରାମେଡିକାଲ ଛାତ୍ରୀଛାତ୍ରଙ୍କ କ୍ଷୁଦ୍ର ନାଟକ ‘ଜ୍ୟୋତି’ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ଡାକ୍ତରଖାନାରେ ଶିଶୁଟିଏ ଜନ୍ମ ହେବା ପରେ ତାକୁ କିନ୍ନର ବୋଲି ଡାକ୍ତରଙ୍କଠାରୁ ମାତାପିତା ଜାଣିବାକୁ ପାଇଥିଲେ। ଏପରିକି ଘୃଣା କରି ତତ୍‌କ୍ଷଣାତ ସେମାନେ ଉକ୍ତ ଶିଶୁଟିକୁ କିନ୍ନର ସମାଜରେ ଛାଡ଼ି ଦେଇଥିଲେ। ସେ ବଡ ହୋଇ ପଢ଼ିବା ଲାଗି ତା’ର ପାଳିତ ମାଆ ଯଶୋଦା ପାଖରେ ଜିଦ୍‌ କରିଥିଲା। ଯଶୋଦା ଉକ୍ତ କିନ୍ନର କୋଠିର ମୁଖ୍ୟ ବାଈ ଚୁମ୍‌କିର ଅନୁମତି ନିଅନ୍ତି, କିନ୍ତୁ କିନ୍ନର ହୋଇଥିବାରୁ ନାମଲେଖା ପାଇଁ କୌଣସି ଅନୁଷ୍ଠାନ ରାଜି ହୁଅନ୍ତି ନାହିଁ। ଜ୍ୟୋତି ଘରେ ରହି ପାଠ ପଢି ଶେଷରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଅଧୀନରେ ପ୍ରଥମ ଶ୍ରେଣୀ ଅଧିକାରୀ ଭାବେ କାର୍ଯ୍ୟ କରେ। ଗଁାଠୁ ଦୂରରେ ରହି ବି ସେ ନିଜ ଜନ୍ମମାଟି, ପାଳିତ ମାଆ ଯଶୋଦା ଓ ଜନ୍ମିତ ବାପାମାଆଙ୍କର ସମସ୍ତ ପ୍ରକାର ଯତ୍ନ ନିଏ ା ଶେଷରେ ଜ୍ୟୋତିର ଏଭଳି ମହାନ୍‌ କର୍ମ ପାଇଁ ତା’ ବାପା ମା’ ଅନୁତାପ କରିବା ସହ କିନ୍ନର ଭାବି ଶିଶୁମାନଙ୍କୁ ଘରୁ ବାହାର ନ କରି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଇବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ। ସ୍ବାଧୀନତା ଦିବସ ଅବସରରେ ସକାଳେ କଲେଜ ପରିସରରେ ଟାଇମ୍ସ ସ୍କର୍ଲାସ ଗୁରୁକୁଳର ଛାତ୍ରୀଛାତ୍ରଙ୍କ ଗହଣରେ ଅନୁଷ୍ଠାନର ଅଧ୍ୟକ୍ଷ ଡ. ସାରଦା ମିଶ୍ର ଓ ଉପାଧ୍ୟକ୍ଷା ସ୍ମୃତି ସାରିକା ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସନ୍ଧ୍ୟାରେ କଲେଜର ବିପିଟି, ବି.ଏସ୍‌ସି. ନର୍ସିଂ, ଅପ୍ଟ୍ରୋମେଟ୍ରି,ଏମ୍‌ଏଲ୍‌ଟି,ଏମ୍‌ଆରଟି, ଇଏମଟି ଓ ଓଟିଟି ଆଦି ବିଭାଗର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ଖର୍ଗେଙ୍କ ମଞ୍ଚ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ରାଜନୀତି, କଡ଼ା ଜବାବ ଦେଲେ ନଡ୍ଡା!

ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କଲା IMD

ଭୁବନେଶ୍ବର,୧୩।୮: ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri