‘ଶେଷରେ ଅଲୋଡ଼ା କିନ୍ନରକୁ ଭରସାକଲେ ମାତାପିତା’

ଭୁବନେଶ୍ୱର,୧୯।୮:ସାଧାରଣତଃ ମାତାପିତାଙ୍କଠାରୁ କିନ୍ନର ଶିଶୁଟିଏ ଜନ୍ମ ନେଲେ ତାକୁ ଅଲୋଡ଼ା ଭାବି ନବଜାତ ଶିଶୁଟିକୁ ଏଣେତେଣେ ଛାଡି ଦେଇଥାନ୍ତି। କିନ୍ତୁ କିଏ ଜାଣେ ଦୁର୍ଲଭ ମାନବ ଜନ୍ମ ପାଇଥିବା ସେହି ଶିଶୁଟି ପରବର୍ତ୍ତୀ ସମୟରେ କିନ୍ନର ହୋଇ ବି କେଉଁ ବିରଳ ପ୍ରତିଭାର ଅଧିକାରୀ ହୋଇଥାଏ। ଏଭଳି ଜଣେ ଅଲୋଡ଼ା ଶିଶୁ ‘ଜ୍ୟୋତି’ର ସଂଘର୍ଷ ଓ ସଫଳତାର ଜୀବନ କାହାଣୀକୁ ନାଟକ ମାଧ୍ୟମରେ ସାଇ ସବୁରୀ ନର୍ସିଂ ଆଣ୍ଡ୍‌ ହେଲ୍‌ଥ ସାଇନ୍ସ କଲେଜ ବାଳକାଟୀର ଛାତ୍ରୀଛାତ୍ରମାନେ ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେଇଥିଲେ। ଅଗଷ୍ଟ ୧୫ ଏବଂ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ସାଇ ସବୁରୀ ନର୍ସିଂ କଲେଜ ପରିସରରେ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ସନ୍ଧ୍ୟାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସେଥିମଧ୍ୟରୁ ଉକ୍ତ କଲେଜର ପାରାମେଡିକାଲ ଛାତ୍ରୀଛାତ୍ରଙ୍କ କ୍ଷୁଦ୍ର ନାଟକ ‘ଜ୍ୟୋତି’ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ଡାକ୍ତରଖାନାରେ ଶିଶୁଟିଏ ଜନ୍ମ ହେବା ପରେ ତାକୁ କିନ୍ନର ବୋଲି ଡାକ୍ତରଙ୍କଠାରୁ ମାତାପିତା ଜାଣିବାକୁ ପାଇଥିଲେ। ଏପରିକି ଘୃଣା କରି ତତ୍‌କ୍ଷଣାତ ସେମାନେ ଉକ୍ତ ଶିଶୁଟିକୁ କିନ୍ନର ସମାଜରେ ଛାଡ଼ି ଦେଇଥିଲେ। ସେ ବଡ ହୋଇ ପଢ଼ିବା ଲାଗି ତା’ର ପାଳିତ ମାଆ ଯଶୋଦା ପାଖରେ ଜିଦ୍‌ କରିଥିଲା। ଯଶୋଦା ଉକ୍ତ କିନ୍ନର କୋଠିର ମୁଖ୍ୟ ବାଈ ଚୁମ୍‌କିର ଅନୁମତି ନିଅନ୍ତି, କିନ୍ତୁ କିନ୍ନର ହୋଇଥିବାରୁ ନାମଲେଖା ପାଇଁ କୌଣସି ଅନୁଷ୍ଠାନ ରାଜି ହୁଅନ୍ତି ନାହିଁ। ଜ୍ୟୋତି ଘରେ ରହି ପାଠ ପଢି ଶେଷରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଅଧୀନରେ ପ୍ରଥମ ଶ୍ରେଣୀ ଅଧିକାରୀ ଭାବେ କାର୍ଯ୍ୟ କରେ। ଗଁାଠୁ ଦୂରରେ ରହି ବି ସେ ନିଜ ଜନ୍ମମାଟି, ପାଳିତ ମାଆ ଯଶୋଦା ଓ ଜନ୍ମିତ ବାପାମାଆଙ୍କର ସମସ୍ତ ପ୍ରକାର ଯତ୍ନ ନିଏ ା ଶେଷରେ ଜ୍ୟୋତିର ଏଭଳି ମହାନ୍‌ କର୍ମ ପାଇଁ ତା’ ବାପା ମା’ ଅନୁତାପ କରିବା ସହ କିନ୍ନର ଭାବି ଶିଶୁମାନଙ୍କୁ ଘରୁ ବାହାର ନ କରି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଇବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ। ସ୍ବାଧୀନତା ଦିବସ ଅବସରରେ ସକାଳେ କଲେଜ ପରିସରରେ ଟାଇମ୍ସ ସ୍କର୍ଲାସ ଗୁରୁକୁଳର ଛାତ୍ରୀଛାତ୍ରଙ୍କ ଗହଣରେ ଅନୁଷ୍ଠାନର ଅଧ୍ୟକ୍ଷ ଡ. ସାରଦା ମିଶ୍ର ଓ ଉପାଧ୍ୟକ୍ଷା ସ୍ମୃତି ସାରିକା ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସନ୍ଧ୍ୟାରେ କଲେଜର ବିପିଟି, ବି.ଏସ୍‌ସି. ନର୍ସିଂ, ଅପ୍ଟ୍ରୋମେଟ୍ରି,ଏମ୍‌ଏଲ୍‌ଟି,ଏମ୍‌ଆରଟି, ଇଏମଟି ଓ ଓଟିଟି ଆଦି ବିଭାଗର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri