ଚିନ୍ତା ବଢ଼ାଇଲାଣି ଚୋରା ମଦ

ଖମାର,୨୪।୪(ଡି.ଏନ.ଏ.):  ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡରେ ଚୋରା ଦେଶୀ ବିଦେଶୀ ମଦ କାରବାର ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। କେତେଜଣ ଅସାଧୁ ବ୍ୟବସାୟୀ ଗ୍ରାମାଞ୍ଚଳକୁ ଏହା ଯୋଗାଣ କରୁଥିବାରୁ ସେଠାରେ ବହୁଳ ମାତ୍ରାରେ ଚୋରା ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ପାଲଲହଡ଼ା ଅବକାରୀ ବିଭାଗ ପକ୍ଷରୁ ସେପରି ଚଢ଼ାଉ କରାଯାଉ ନ ଥିବାରୁ ଏହି ଚୋରା ମଦ କାରବାର ଉପଖଣ୍ଡବାସୀଙ୍କ ଚିନ୍ତା ବଢ଼ାଇ ଦେଇଥିବା ଚର୍ଚ୍ଚା ହେଉଛି।
ପାଲଲହଡ଼ା ଉପଖଣ୍ଡରେ ରହିଛି ୪୭ ପଞ୍ଚାୟତ। ଏଠାରେ ଆଇନଶୃଙ୍ଖଳା ରକ୍ଷା ପାଇଁ ପାଲଲହଡ଼ା ଓ ଖମାର ଥାନା ଥିବାବେଳେ ଅବକାରୀ ସାମଗ୍ରୀର ଚୋରା କାରବାର ରୋକିବାକୁ ଏକ ଅବକାରୀ ଥାନା ଅଛି। କିନ୍ତୁ ପୋଲିସ ଓ ଅବକାରୀ ଥାନା କର୍ମଚାରୀମାନେ ଚୋରା ଦେଶୀ ବିଦେଶୀ ମଦ କାରବାର ରୋକିବାରେ ବିଫଳ ହୋଇଥିବା ଅଭିଯୋଗ ହେଉଛି। ଗତ ଜାନୁୟାରୀରୁ ମାର୍ଚ୍ଚ ୩ମାସ ମଧ୍ୟରେ ଅବକାରୀ ବିଭାଗ ପକ୍ଷରୁ ୪୨ଟି ମାମଲା ରୁଜୁ କରାଯାଇ ୩୯ ଜଣଙ୍କୁ ଗିରଫ କରାଯାଇଛି। ହେଲେ ଚୋରା କାରବାର ରୋକିବାକୁ ଏହା ପର୍ଯ୍ୟାପ୍ତ ନୁହେଁ ବୋଲି କୁହାଯାଉଛି। ଗଁା ଲୋକଙ୍କ କହିବା ଅନୁଯାୟୀ, ଚୋରା ଦେଶୀ, ବିଦେଶୀ ମଦ ବେପାର ଚେର ଏଠାରେ ବେଶ୍‌ ମଜଭୁତ ହୋଇସାରିଛି। ଗ୍ରାମାଞ୍ଚଳର ଦୋକାନଗୁଡ଼ିକରେ ବିଭିନ୍ନ ସାମଗ୍ରୀ ପହଞ୍ଚାଯାଉଥିବା ପରି ଅସାଧୁ ବ୍ୟବସାୟୀମାନେ ଅଟୋ ଓ ବାଇକ୍‌ରେ ମଦ ନେଇ ଗଁା ଗଁା ବୁଲି ଦୋକାନଗୁଡ଼ିକରେ ବିତରଣ କରୁଛନ୍ତି। ଭଲ ଲାଭ ମିଳୁଥିବାରୁ କେତେଜଣ ଦୋକାନୀ ଏହି ବେଆଇନ କାରବାରରେ ସାମିଲ ହୋଇଯାଉଛନ୍ତି। ଏପରି କି ସ୍କୁଲ, ମନ୍ଦିର, ଡାକ୍ତରଖାନା ଆଦି ନିକଟରେ ଥିବା କେତେକ ଦୋକାନୀ ଚୋରା ମଦ ଖୋଲାଖୋଲି ବିକ୍ରି କରୁଥିବା ଦେଖାଯାଉଛି। ଅବକାରୀ ବିଭାଗର କେତେଜଣ ତଳିଆ କର୍ମଚାରୀଙ୍କୁ ହାତ କରି ଅସାଧୁ ବ୍ୟବସାୟୀମାନେ ଦୀର୍ଘବର୍ଷ ହେଲା ଏପରି ଚୋରା କାରବାର ଚଳାଇ ଆସିଥିଲେ ମଧ୍ୟ ସେମାନଙ୍କୁ ଧରାଯାଇ ପାରୁନାହିଁ। ସେହିପରି ଉପଖଣ୍ଡରେ ଥିବା ମୋଟ ୯ ମଦ ଦୋକାନ ମଧ୍ୟରୁ ପାଲଲହଡ଼ାରେ ୨ଟି, ଖମାର, କଣ୍ଟିଆପସି, ଇଞ୍ଜିଡିରେ ୫ଟି ଓ ନିମିରିବଡା, ବାଲିପସିରେ ୨ଟି ଦେଶୀ ମଦ ଭାଟିରେ ଆଇନର ଅନୁପାଳନ ହେଉଛି କି ନାହିଁ ତାହା ଅବକାରୀ ବିଭାଗ କି ପୋଲିସ ପକ୍ଷରୁ ଯାଞ୍ଚ କରାଯାଉ ନାହିଁ। ଫଳରେ କେତେକ କାଉଣ୍ଟରରେ ଖୋଲାରେ ମଦ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। ଏପରି ବେଆଇନ କାରବାର ବଢ଼ୁଥିବା ଯୋଗୁ ପାଲଲଡଡ଼ା ଦେଇ ଯାଇଥିବା ୨ଟି ରାଜପଥରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଛି। ଗଁାମାନଙ୍କରେ ସାମାଜିକ ସଦ୍‌ଭାବନା ନଷ୍ଟ ହେଉଛି। ପାରିବାରିକ ବିଶୃଙ୍ଖଳା ବଢ଼ିବାରେ ଲାଗିଛି।

ଚଢ଼ାଉ ଜାରି ରହିଛି
ପାଲଲହଡ଼ା ଉପଖଣ୍ଡରେ ଚୋରା ମଦ କାରବାର ରୋକିବାକୁ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି। ଅଧିକରୁ ଅଧିକ ମାତ୍ରାରେ ଚଢ଼ାଉ ଓ ଗିରଫଦାରି ପାଇଁ ଚେଷ୍ଟା ଜାରି ରହିଛି। ବେଆଇନ କାରବାରକୁ ଆଦୌ ପ୍ରୋତ୍ସାହନ ଦିଆଯିବ ନାହିଁ।
-ବିପିନ ସାହୁ, ଅବକାରୀ ଅଧିକାରୀ, ପାଲଲହଡ଼ା

ଦୃଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ
ବେଆଇନ ମଦ ବିକ୍ରି ବଢ଼ୁଥିବାର ଉଦାହରଣ ସବୁଠି ଦେଖିବାକୁ ମିଳୁଛି। ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ ଓ ମେଡିକାଲ ନିକଟରେ ଖୋଲାଖୋଲି ଚୋରା ମଦ ମିଳୁଛି। ଏହାକୁ ରୋକିବାକୁ ହେଲେ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ।
-ମୀନା ପ୍ରଧାନ, ଖମାର

ପ୍ରଶାସନ କଠୋର ହେଉ
ଥାନା ଠାରୁ ମାତ୍ର ୫୦୦ ମିଟର ଦୂରରେ ଚୋରା ମଦ, ଗଞ୍ଜେଇ ଅତି ସହଜରେ ମିଳିପାରୁଛି। କେତେକ ପାନ ଦୋକାନ, ଝୁମ୍ପୁଡ଼ି ହୋଟେଲ, ଢାବାରେ ଏହି କାରବାର କରାଯାଉଛି। ଏଥିପ୍ରତି ପ୍ରଶାସନ କଠୋର ଆଭିମୁଖ୍ୟ ଦେଖାଇବା ଦରକାର।
-ହରିଶଚନ୍ଦ୍ର ଦାସ, ପାଲଲହଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

ରୋଗୀସେବା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ତଳଚେର,୮।୫(ମନୋଜ ନନ୍ଦ): ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ…

ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ…

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ମହିଳା, ଦଳିଦେଲା ଦନ୍ତା

ମାଧପୁର,୪।୫(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଂଚାୟତ ଅଧୀନ ମାଧପୁର ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତ ମହିଳା…

ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା

ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri