ବିଶ୍ବ କଳା ଦିବସ: କଳା ବଦଳିଲେ ବି ସତ୍ୟ ଲୁଚିବ ନାହିଁ

ବରଗଡ଼, ୧୭।୪(ପ୍ରେମାନନ୍ଦ ଖମାରୀ): ପ୍ରତିଟି ମଣିଷ ଭିତରେ ଆତ୍ମ ଅଭିବ୍ୟକ୍ତି ଓ ଆତ୍ମପ୍ରତିଷ୍ଠାର ମୋହ ରହିଛି। ଅର୍ଥାତ୍ ମଣିଷ ସର୍ବଦା ଚାହୁଁଥାଏ ଯେ, ଯାହା ଅଛି ସେ ତାହାଠାରୁ ଅଧିକ ହୋଇ ଦୁନିଆରେ ନିଜକୁ ସାବ୍ୟସ୍ତ କରିବ। ତେଣୁ ଅନ୍ୟମାନଙ୍କ ପରି କଳାକାର ମଧ୍ୟ ତାର କଳା ମାଧ୍ୟମରେ ନିଜଠାରୁ ଅଧିକ ହୋଇ ବିବିଧ ବିଷୟରେ ଉନ୍ନତ ସୌନ୍ଦର୍ଯ୍ୟ ଓ ଅର୍ଥ ଫୁଟାଇବାକୁ ଚେଷ୍ଟାକରେ। ଏଥିପାଇଁ ସେ କେତେବେଳେ ପ୍ରକୃତି ତ ପୁଣି କେବେ ସାମାଜିକ ଚେତନାର ଆଶ୍ରୟ ନେଇଥାଏ। କଳାକାର କୁତ୍ସିତ ଓ ଅସୁନ୍ଦରକୁ ସୁନ୍ଦର କରି ଗଢ଼ି ତୋଳିବାର ପ୍ରୟାସ କରିଥାଏ ବୋଲି ବରଗଡ଼ ମହିଳା ସମିତି ପକ୍ଷରୁ ଆୟୋଜିତ ବିଶ୍ଵ କଳା ଦିବସ ପାଳନ ସମାରୋହରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଏହି ଉତ୍ସବରେ ବରଗଡ଼ ତହସିଲଦାର ସୋନାଲି ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ସମାଜ ଓ କଳା ଶୀର୍ଷକ ଆଲୋଚନାରେ ସ୍ୱନାମଧନ୍ୟ ଚିତ୍ରଶିଳ୍ପୀ ରାଜେନ୍ଦ୍ର ସିକନ୍ଦର ଓ ଅଶୋକ କୁମାର ଦାଶ ମୁଖ୍ୟ ଆଲୋଚକ ଭାବରେ ଅଂଶଗ୍ରହଣ କରି ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ସାମାଜିକ କୁରୀତି ଗୁଡ଼ିକୁ ନୂତନ ଚେତନାର ସ୍ପର୍ଶରେ ସଜାଡ଼ି ସମାଜକୁ ଠିକ୍ ବାଟକୁ ଆଣିବା ପାଇଁ ଚିତ୍ରଶିଳ୍ପୀ ସର୍ବଦା ଚେଷ୍ଟା କରିଥାଏ ବୋଲି ସିକନ୍ଦର କହିଥିଲେ । ଅନ୍ୟପକ୍ଷରେ କଳା କେବେ ବି ପ୍ରଦର୍ଶନ ବା ପ୍ରଖ୍ୟାପନର ମୋହ ନେଇ ସୃଷ୍ଟି ହୋଇ ନଥିଲା। ସେ ଥିଲା ଜୀବନଧାରଣର ଉତ୍ସ ଓ ପ୍ରେରଣା ଏବଂ ଏହା ମଣିଷର ଦୈନନ୍ଦିନ ଜୀବନ ସହ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ରହି ଆସିଛି ବୋଲି ଦାଶ ମତପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ପଟ୍ଟନାୟକ କହିଲେ ଯେ, ନଗରୀକରଣ, ସମାଜର ଅସ୍ଥିରତା, ସମ୍ପର୍କରେ ଫାଟ ଆସିବା ସହ ମଣିଷ ବଜାରରେ ଫିଙ୍ଗିହୋଇ ତା ମଧ୍ୟରେ କଳାକୁ ନୂଆନୂଆ ରୂପେ ଗଢ଼ିବାରେ ଲାଗିଛି। ଆମେ ଆଧୁନିକ କଳାରେ ଦେଖିବା ମଣିଷର ଜୀବନର ଗତି ଅନୁସାରେ କଳା ମଧ୍ୟ ନିଜକୁ ଖାପଖୁଆଇ ସାମିଲ କରିନେଇଛି। ତେଣୁ ପ୍ରତିଟି ଯୁଗରେ ଦାର୍ଶନିକ ମାନଙ୍କ କଳା ଓ ସଂଜ୍ଞା ଆଦି ଅନେକାଂଶରେ ବଦଳି ଗଲେ ମଧ୍ୟ ଚିରନ୍ତନ ସତ୍ୟକୁ ଆମେ ଏଡ଼ାଇ ଯାଇ ପାରିବା ନାହିଁ ।

ଏହି ଅବସରରେ ଅନୁଷ୍ଠିତ ଚିତ୍ରକଳା ପ୍ରଦର୍ଶନୀରେ ସ୍କୁଲ ଅଫ ଫାଇନ୍ ଆର୍ଟ ଏବଂ କଳା କଳ୍ପନା ଚିତ୍ରକଳା ଅନୁଷ୍ଠାନର ଛାତ୍ରମାନେ ସେମାନଙ୍କ କଳା ନିପୁଣତା ପ୍ରଦର୍ଶନ କରିଥିଲେ । ସେମାନଙ୍କୁ ମହିଳା ସମିତି ପକ୍ଷରୁ ପ୍ରଶଂସା ପତ୍ର ଓ ସ୍ମାରକ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦିକା ସୁଧାଂଶୁବାଲା ଦାସ, ବରିଷ୍ଠ ସଭ୍ୟା ଗୀତା ମିଶ୍ର, କନକ ପ୍ରଧାନ, ଡ଼ା. କମଳିନୀ ଶତପଥୀ ପ୍ରମୁଖ ମଞ୍ଚାସୀନ ଥିଲେ । ଉତ୍ସବରେ ସମିତିର ସଭାନେତ୍ରୀ ଅଞ୍ଜନା ଦାସ ସଭାପତିତ୍ବ କରିଥିବା ବେଳେ ମମତା ମିଶ୍ର ଅତିଥି ପରିଚୟ ପ୍ରଦାନ, ପ୍ରୀତି ଗୁରୁ ସଭାକାର୍ଯ୍ୟ ପରିଚାଳନା ଏବଂ ପରିଶେଷରେ ରାଧାରାଣୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri