ନାଲ୍‌କୋକୁ ଘରୋଇକରଣ ଚକ୍ରାନ୍ତ ବିରୋଧରେ ଶ୍ରମିକ ସଂଗଠନର ବିକ୍ଷୋଭ

ବଅଁରପାଳ,୯ା୮(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ନବରତ୍ନପ୍ରାପ୍ତ ରାଷ୍ଟ୍ରାୟତ ଉଦ୍ୟୋଗ ନାଲ୍‌କୋକୁ ଘରୋଇକରଣ କରିବା ପାଇଁ ଚକ୍ରାନ୍ତ କରାଯାଉଥିବା ବିଭିନ୍ନ ଶ୍ରମିକ ସଂଘ ପକ୍ଷରୁ ଅଭିଯୋଗ ହେଉଛି। କେନ୍ଦ୍ର ସରକାରଙ୍କ ଶ୍ରମ ଆଇନ ପରିବର୍ତ୍ତନ ଏବଂ ରାଷ୍ଟ୍ରାୟତ ଉଦ୍ୟୋଗ ସେବାମୂଳକ ସଂସ୍ଥାର ଘରୋଇକରଣ ବିରୋଧରେ ରବିବାର ସକାଳେ ନାଲ୍‌କୋ ସ୍ମେଲଟର ମୁଖ୍ୟ ଫାଟକ ସମୁଖରେ ନାଲ୍‌କୋ କୋଅଡିନେଶନ କମିଟି ପକ୍ଷରୁ ଭିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ଆଇଏନ୍‌ଟିୟୁସି ଏଚ୍‌ଏମ୍‌ଏସ୍‌ ସିଟୁ ଓ ଏଆଇଟିୟୁସି ପ୍ରମୁଖ ଶ୍ରମିକ ସଙ୍ଗଠନ ପ୍ରମୁଖ ଯୋଗ ଦେଇଥିଲେ। ନାଲ୍‌କୋ ଭଳି ଲାଭଦାୟକ ଶିଳ୍ପସଂସ୍ଥା ସରକାରଙ୍କୁ ବହୁ ଲାଭ ଦେଉଥିବା ବେଳେ ଏଭଳି ସଂସ୍ଥାକୁ ଘରୋଇ କମ୍ପାନୀ ହାତରେ ଟେକି ଦେଲେ ଦେଶ ତଥା କମ୍ପାନୀର ବହୁ କ୍ଷତି ହେବ ବୋଲି ଶ୍ରମିକ ନେତାମାନେ ମତବ୍ୟକ୍ତ କରିଥିଲେ। ଆଗାମୀ ଦିନରେ ଏହା ବିରୋଧରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏହି ବିକ୍ଷୋଭରେ ଏନ୍‌ଏସ୍‌ସିୟୁର ସାଧାରଣ ସମ୍ପାଦକ ପରେଶ ଚନ୍ଦ୍ର ଜେନା, କାର୍ଯ୍ୟକାରୀ ସଭାପତି ବିଭବ ଜେନା, ସୁଜିତ୍‌ ସେଠ, ହେମନ୍ତ ପ୍ରଧାନ, ନେପୁର କାର୍ଯ୍ୟକାରୀ ସଭାପତି ମାଙ୍ଗିଲାଲ ସାମଲ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଖୀ କେନ୍ଦ୍ର ଉଦ୍‌ଘାଟିତ: ନିର୍ଯାତିତା ମହିଳା, ଯୁବତୀଙ୍କୁ ଯୋଗାଇ ଦିଆଯିବ ସୁବିଧା

ଭଦ୍ରକ ଅଫିସ,୨।୧୦: ଭଦ୍ରକ ଜିଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ନିକଟରେ ବୁଧବାର ସଖୀ କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଏହି କେନ୍ଦ୍ର ମାଧ୍ୟମରେ ନିର୍ଯାତିତା ମହିଳା ଓ ଯୁବତୀମାନଙ୍କୁ...

କାଳିଆପାଣି ଖଣି ଅଞ୍ଚଳରେ ବେଆଇନ ବାଲି ଡିପୋ; ପୋଲିସ, ପ୍ରଶାସନକୁ ହାତ କରି…

ଯାଜପୁର ଅଫିସ,୨୦ା୧: ଯାଜପୁର ଜିଲା ରନତ୍ଗର୍ଭା ସୁକିନ୍ଦା ଅଞ୍ଚଳରେ ଭୂତଳ ଖଣି କାର୍ଯ୍ୟରେ ଏବେ ପ୍ରଚୁର ପରିମାଣରେ ବାଲିର ଆବଶ୍ୟକ ପଡୁଛି। ଏଥିଯୋଗୁ ବେଆଇନ ବାଲି...

ପୁନରୁଦ୍ଧାରରେ ଗଞ୍ଜାମର ୧୨ ଯନ୍ତ୍ରୀ ସାମିଲ

ଛତ୍ରପୁର,୧୩ା୫(ଡି.ଏନ.ଏ)-ଫନୀ ବାତ୍ୟାରେ ପୁରୀ ଜିଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଜିଲାର ବିଭିନ୍ନ ସ୍ଥାନରେ ଥିବା ଗ୍ରାମ୍ୟ ପାଇପ ଜଳଯୋଗାଣ ପ୍ରକଳ୍ପଗୁଡିକ ସମ୍ପୂଣ୍ଣର୍ର୍ ନଷ୍ଟ ହୋଇଯାଇଛି।...

ଟ୍ରକ୍‌ ପଛରେ ପିଟିହେଲା ପିସିଆର ଭ୍ୟାନ୍‌

ସମ୍ବଲପୁର ଅଫିସ,୧ା୧: ନୂଆବର୍ଷରେ ଅଘଟଣ। ସମ୍ବଲପୁର ସହରର ଅଇଁଠାପାଲି ଛକରେ ରବିବାର ଟ୍ରକ୍‌ ପଛରେ ପିସିଆର୍‌ ଭ୍ୟାନ ପିଟି ହେବାରୁ ୩ ପୋଲିସ କର୍ମଚାରୀ ଗୁରୁତର...

ବିଲରେ ପଡ଼ି ରହିଛି ନାବାଳିକାଙ୍କ ମୃତଦେହ, ଗଣବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର

ନବରଙ୍ଗପୁର,୧୪।୧୨(ବି.ପ୍ର.): ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ବି.ଗୁମଣ୍ଡଳୀ ଗ୍ରାମରେ ଶନିବାର ଜଣେ ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ପଡ଼ି ରହିଛି। ଯୁବତୀଙ୍କୁ ଗଣବଳାତ୍କାର କରାଯାଇ ହତ୍ୟା କରାଯାଇଥିବା...

ଚିନ୍ତା ବଢ଼ାଉଛନ୍ତି ଝିଣ୍ଟିକା ପ୍ରଜାତିର କୀଟ: ପଙ୍ଗପାଳ ସନ୍ଦେହରେ ସ୍ଥାନୀୟ ବାସିନ୍ଦା ଭୟଭୀତ

ମହାକାଳପଡ଼ା,୧୭ା୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ମହାନଦୀ ପାର୍ଶ୍ୱବର୍ତ୍ତୀ ପିତାପାଟ ଗାଁର ବିଭିନ୍ନ ଗଛରେ ଝିଣ୍ଟିକା ପ୍ରଜାତିର କୀଟଗୁଡ଼ିକ ଗଛପତ୍ର ଖାଇ ନଷ୍ଟ...

ଆଜିଠୁ କାର୍ଯ୍ୟକ୍ଷମ ହେବ ସଦ୍‌ଗୁରୁ କୋଭିଡ୍‌ ହସ୍ପିଟାଲ

କଟକ ଅଫିସ୍‌,୨୪ା୮: କଟକ ସହରରେ କରୋନା ଆକ୍ରାନ୍ତଙ୍କ ପାଇଁ ଅଧିକ ସଂଖ୍ୟାରେ ଶଯ୍ୟା ଆବଶ୍ୟକ ଥିଲା। ଏହି ଅଭାବକୁ ପୂରଣ କରିବା ପାଇଁ ସୋମବାର କାର୍ଯ୍ୟକ୍ଷମ...

ଟୋକନ ଥାଇ ମଧ୍ୟ ପଞ୍ଚାୟତ ବାହାର ଛାତ୍ରୀଛାତ୍ରଙ୍କୁ ମିଳୁନି ଚାଉଳ

ବୈପାରିଗୁଡା,୫।୪(ଡି.ଏନ୍.ଏ.): କରୋନା ମୁକାବିଲା ପାଇଁ ରାଜ୍ୟରେ ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା କରାଯାଇଛି। ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ଆବସିକ ବିଦ୍ୟାଳୟ ଗୁଡ଼ିକ ମଧ୍ୟ ବନ୍ଦ...

Advertisement
Archives

Model This Week