Posted inରାଜ୍ୟ

ଶ୍ରମିକଙ୍କ ଦୈନିକ ମଜୁରୀ ବଢିଲା

ଭୁବନେଶ୍ୱର,୨୩ା୭(ବ୍ୟୁରୋ)-ରାଜ୍ୟ ସରକାର ସବୁ ବର୍ଗର ଶ୍ରମିକମାନଙ୍କର ଦୈନିକ ମଜୁରୀରେ ସଂଶୋଧନ କରିଛନ୍ତି। ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ଦୈନିକ ମହଙ୍ଗାଭତ୍ତା ଆସନ୍ତା ୬ ମାସ ପାଇଁ ବୃଦ୍ଧି କରିଛନ୍ତି। ଏ ନେଇ ରାଜ୍ୟ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଶ୍ରମିକମାନଙ୍କ ଦୈନିକ ମହଙ୍ଗା ଭତ୍ତା ୫ଟାଙ୍କା ୪୦ ପଇସା ବୃଦ୍ଧି କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ମହଙ୍ଗାଭତ୍ତାକୁ ମିଶାଇ ଅଣ କୁଶଳୀ ଶ୍ରମିକଙ୍କର ଦୈନିକ ମଜୁରୀ ୨୯୮ଟଙ୍କାରୁ ବଢି ୩୦୩.୪୦ ଟଙ୍କା ହୋଇଥିବା ବେଳେ ଅର୍ଦ୍ଧ କୁଶଳୀଙ୍କର ୩୩୮ଟଙ୍କାରୁ ୩୪୩.୪୦ ଟଙ୍କା, କୁଶଳୀଙ୍କର ୩୮୮ ଟଙ୍କାରୁ ୩୯୩.୪୦ ଏବଂ ଅତି କୁଶଳୀ ଶ୍ରମିକମାନଙ୍କ ଦୈନିକ ମଜୁରୀ ୪୪୮ଟଙ୍କାରୁ ୪୫୩. ୪୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ମଜୁରୀ ପିଛିଲା ଭାବେ ଏପ୍ରିଲ ପହିଲାରୁ ଲାଗୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପଲିଥିନ୍‌ ଧରପଗଡ଼: ୧୦କେ.ଜି. ଜବତ, ୫ହଜାର ଜରିମାନା ଆଦାୟ

ଖଣ୍ଡପଡା,୧୬।୧୧(ସ୍ବ.ପ୍ର.): ଖଣ୍ଡପଡା ସହରାଞ୍ଚଳର ମୁଖ୍ୟ ବଜାର ଓ ଗଳିକନ୍ଦିରେ ଥିବା ବ୍ୟବସାୟ ପ୍ରତିଷ୍ଠାନଗୁଡିକରେ ପଲିଥିନ୍‌ ବହୁଳ ବ୍ୟବହାର ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ଏ...

ଅନୁଗୋଳରେ ୫୦ ପ୍ରତିଶତ ଉପସ୍ଥାନ

ଅନୁଗୋଳ ଅଫିସ, ୧୬।୧୧- ଅନୁଗୋଳ ଜିଲାରେ ସୋମବାର ୬ଷ୍ଠ ଓ ୭ମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିଥିବାରୁ ପ୍ରଥମ ଦିନରେ ୫୦ ପ୍ରତିଶତ ଉପସ୍ଥାନ...

ସକ୍ରିୟ ରହିଛି ଲଘୁଚାପ :୧୨ ଘଣ୍ଟା ମଧ୍ୟରେ ଅବପାତ

ଭୁବନେଶର, ୨୨।୧୦(ବ୍ୟୁରୋ): ଦକ୍ଷିଣ-ପୂର୍ବ ପାର୍ଶବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୁଦୃଶଃ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହା ଉତ୍ତରପଶ୍ଚିମ ଦିଗରେ ଗତିକରି ପୂର୍ବକେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ...

ପୁରୀବାସୀଙ୍କୁ ଟ୍ୟାପ୍‌ରେ ସ୍ଵଚ୍ଛ ପାଣି

ଭୁବନେଶ୍ୱର(ବ୍ୟୁରୋ)/ପୁରୀ ଅଫିସ,୨୭। ୭: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ସୋମବାର ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌’ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ...

ଅଜ୍ଞାତବାସରେ ୧୦ ଭାଜପା କର୍ପୋରେଟର ପ୍ରାର୍ଥୀ

ବ୍ରହ୍ମପୁର ଅଫିସ,୧୩।୩: ପୌର ନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାର ଲାଗି ଚାପ ଓ ଧମକ ଯୋଗୁ ୧୦ ଭାଜପା ପ୍ରାର୍ଥୀ ଅଜ୍ଞାତବାସରେ ଅଛନ୍ତି। ଅନ୍ୟପକ୍ଷରେ ଭାଜପାର ସଂଗୀନ...

ଆରମ୍ଭ ହେଲା ‘୧୦୪ ହେଲ୍‌ଥ ହେଲ୍ପଲାଇନ୍‌’

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ସ୍ବାସ୍ଥ୍ୟ ସମ୍ପର୍କିତ ସୂଚନା ଏବଂ ପରାମର୍ଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘୧୦୪ ହେଲ୍‌ଥ ହେଲ୍ପଲାଇନ’ ସେବା ଶୁଭାରମ୍ଭ କରାଯାଇଛି। ରାଜ୍ୟରେ ପ୍ରଥମଥର...

ବିଜେପୁର ଲାଉମୁଣ୍ଡାରେ ଫାଙ୍କା ଗୁଳିଚାଳନା, ୩ ଅଭିଯୁକ୍ତଙ୍କୁ କାବୁକଲେ ଗ୍ରାମବାସୀ

ବିଜେପୁର,୭।୬(ଡି.ଏନ୍‌.ଏ): ବରଗଡ଼ ଜିଲା ବିଜେପୁର ଆସନରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାପରେ ଉପନିର୍ବାଚନ ହେବା ସ୍ପଷ୍ଟ ହୋଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଉପନିର୍ବାଚନ ନେଇ ଘୋଷଣା ହୋଇ...

‘ସୌଭାଗ୍ୟ’ର ଭାଗ୍ୟ ବଦଳୁନି

ପାଟଣା,୧୭।୭(ସ୍ବ.ପ୍ର.)-ବଦଳୁନି ‘ସୌଭାଗ୍ୟ’ ଯୋଜନାରେ ଭାଗ୍ୟ। ଏହି ଯୋଜନାରେ ସାମିଲ ହୋଇ ୨୪ ପରିବାର ବିଜୁଳି ଆଲୁଅରୁ ବଞ୍ଚିତ ହୋଇଛନ୍ତି। ଟ୍ରାନ୍ସଫର୍ମର ବସିଛି, ଖୁଣ୍ଟ ପୋତି ତାର...

Advertisement
Archives

Model This Week