Posted inUncategorized

ସିରିଜ ଉପରେ ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ ଦଳର ନଜର

ମାଞ୍ଚେଷ୍ଟର, ୨୩।୭- ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ କ୍ରିକେଟ ଟେଷ୍ଟ ଶୁକ୍ରବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି। ୩ ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ ସ୍ଥିତିରେ ରହିଛି। ପ୍ରଥମ ଟେଷ୍ଟକୁ ଓ୍ବେଷ୍ଟଇଣ୍ଡିଜ ଜିତି ଥିବାବେଳେ ଦ୍ୱିତୀୟ ଟେଷ୍ଟରେ ବିଜୟୀ ହୋଇ ଇଂଲଣ୍ଡ ସଫଳ ପ୍ରତ୍ୟାବର୍ତ୍ତନ କରିଛି। ତେଣୁ ସିରିଜ ବିଜୟ ପାଇଁ ତୃତୀୟ ଟେଷ୍ଟ ଉପରେ ସ୍ବାଭାବିକଭାବେ ଉଭୟ ଦଳର ନଜର କେନ୍ଦ୍ରୀଭୂତ ହୋଇଛି। କରୋନା ସଂକ୍ରମଣ ପରେ ଅନ୍ତର୍ଜାତୀୟ ସ୍ତରରେ ଏହା ପ୍ରଥମ ସିରିଜ। ତେଣୁ ଯେଉଁ ଦଳ ବିଜୟୀ ହେଉ ନା କାହିଁକି ନିଶ୍ଚିତ ସ୍ମରଣୀୟ ରହିବ। ୧୯୮୮ପରେ ଇଂଲଣ୍ଡ ମାଟିରେ ଟେଷ୍ଟ ସିରିଜ ବିଜୟୀ ହେବାପାଇଁ ଓ୍ବେଷ୍ଟଇଣ୍ଡିଜ ନିକଟରେ ସୁଯୋଗ ରହିଛି। ଅନ୍ୟପକ୍ଷରେ ଘରୋଇ ପରିବେଶରେ ୬ ବର୍ଷର ଅପରାଜେୟ ରେକର୍ଡକୁ ଅପରିବର୍ତ୍ତିତ ରଖିବା ସହ ଓ୍ବିଜଡେନ ଟ୍ରଫି ବଜାୟ ରଖିବା ଆଶାରେ ରହିଛି ଇଂଲଣ୍ଡ।
ଦ୍ୱିତୀୟ ଟେଷ୍ଟ ଖେଳାଯାଇଥିବା ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ହିଁ ତୃତୀୟ ଟେଷ୍ଟ ଅନୁଷ୍ଠିତ ହେବ। କମ୍‌ ଦିନ ମଧ୍ୟରେ ୨ଟି ଅନ୍ତର୍ଜାତୀୟ ସ୍ତରର ପିଚ୍‌ ପ୍ରସ୍ତୁତ କରିବା ଗ୍ରାଉଣ୍ଡ୍ସ ଷ୍ଟାଫ୍‌ଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ରହିଥିଲା। ଦ୍ୱିତୀୟ ଟେଷ୍ଟ ପିଚ୍‌ ପ୍ରଶଂସନୀୟ ଥିଲା। ଏହା ଉଭୟ ବୋଲର ଓ ବ୍ୟାଟ୍ସମ୍ୟାନଙ୍କୁ ସହାୟତା କରିଥିଲା। ଦ୍ୱିତୀୟ ପିଚ୍‌ ମଧ୍ୟ ସ୍ପୋର୍ଟିଂ ରହିବା ଆଶା କରାଯାଉଛି। ଦ୍ରୁତ ବୋଲରଙ୍କ ଫର୍ମକୁ ଦୃଷ୍ଟିରେ ରଖି ପିଚ୍‌ ଅଧିକ ଫାଷ୍ଟ ରହିବା ନେଇ ଇଂଲଣ୍ଡ ମ୍ୟାନେଜମେଣ୍ଟ ଆଶା ରଖିଛି। ତୃତୀୟ ଟେଷ୍ଟରେ ମଧ୍ୟ ବର୍ଷା ପ୍ରତିବନ୍ଧକ ସାଜିପାରେ ବୋଲି ପୂର୍ବାନୁମାନ ରହିଛି।


କୋଭିଡ-୧୯ ପ୍ରୋଟୋକଲ ଭାଙ୍ଗିବା ଯୋଗୁ ଦ୍ୱିତୀୟ ଟେଷ୍ଟରେ ଖେଳିପାରି ନ ଥିବା ଜୋଫ୍ରା ଆର୍ଚର ୧୪ ଜଣିଆ ଦଳରେ ସ୍ଥାନ ପାଇଛନ୍ତି। ତେଣୁ ତାଙ୍କ ଖେଳିବା ସମ୍ଭାବନା ଅଧିକ। ବିଜୟ ପଥକୁ ଫେରିଥିବାରୁ ଦଳ ବ୍ୟାଟିଂ ଲାଇନ୍‌ଅପ୍‌ରେ ପରିବର୍ତ୍ତନ କରିବା ଆଶା ନାହିଁ। ତେଣୁ ଜ୍ୟାକ କ୍ରାଓଲେ ୩ ନମ୍ବର ଏବଂ ଜୋସ ବଟଲର ଉଇକେଟ କିପିଂ କରିବା ସହ ୭ ନମ୍ବରରେ ବ୍ୟାଟିଂ କରିବେ। ଦଳରେ ୬ ଦକ୍ଷ ଦ୍ରୁତ ବୋଲର ଥିବାରୁ କେଉଁ ୩ ଜଣଙ୍କୁ ପ୍ଲେଇଂ ଇଲେଭେନରେ ନିଆଯିବ ତାହା କୋଚ୍‌ କ୍ରିସ୍‌ ସିଲଭରଉଡ୍‌ ନିଷ୍ପତ୍ତି ନେବେ। ସିରିଜର ନିର୍ଣ୍ଣାୟକ ମ୍ୟାଚ ହୋଇଥିବାରୁ ଇଂଲଣ୍ଡ ଜେମ୍ସ ଆଣ୍ଡରସନ, ଷ୍ଟୁଆର୍ଟ ବ୍ରଡ୍‌ ଓ ଜୋଫ୍ରା ଆର୍ଚରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇପାରେ। ସ୍ପିନର ଡୋମିନିକ୍‌ ବେସ୍‌ ସ୍ଥାନ ବଜାୟ ରଖିବେ ବୋଲି ପୂର୍ବରୁ କୋଚ୍‌ ପ୍ରକାଶ କରି ସାରିଛନ୍ତି। ରୋଟେଶନ ପଦ୍ଧତି ଉପରେ ଗୁରୁତ୍ୱ ଦେଉଥିଲେ ହେଁ ସିଲଭରଉଡ୍‌ ଆଗାମୀ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରୁ ବେନ୍‌ ଷ୍ଟୋକ୍ସଙ୍କୁ ବାଦ୍‌ ଦେବା ସମ୍ଭାବନା କମ୍‌।
ଟପ୍‌ ଅର୍ଡର ବ୍ୟାଟିଂ ବିଫଳତା ଓ୍ବେଷ୍ଟଇଣ୍ଡିଜ ପାଇଁ ଚିନ୍ତାର କାରଣ ହୋଇଛି। କ୍ରେଗ୍‌ ବ୍ରାଥଓ୍ବେଟଙ୍କୁ ଛାଡ଼ିଦେଲେ ଜନ କ୍ୟାମ୍ପବେଲ ଓ ଶାଇ ହୋପ୍‌ ଏପର୍ଯ୍ୟନ୍ତ କ୍ଲିକ୍‌ କରି ନାହାନ୍ତି। ୪ ଇନିଂସରେ ଦୁହେଁ ମିଶି ୧୦୯ ରନ କରିବାକୁ ସକ୍ଷମ ହୋଇଛନ୍ତି। ଆଗାମୀ ମ୍ୟାଚରେ ସେମାନଙ୍କ ବ୍ୟାଟ୍‌ରୁ ବଡ଼ ସ୍କୋର ଆଶା ରହିଛି। ଆବଶ୍ୟକସ୍ଥଳେ ରିଜର୍ଭ ବ୍ୟାଟ୍ସମ୍ୟାନ ଜୋଶୁଆ ଡା’ସିଲ୍‌ଭା ଏବଂ ଶେନ ମୋସେଲିଙ୍କ ମଧ୍ୟରୁ କେହି ସୁଯୋଗ ପାଇ ପାରନ୍ତି। ଦ୍ୱିତୀୟ ଟେଷ୍ଟରେ ରଷ୍ଟନ ଚେଜ୍‌ ୫ ଉଇକେଟ ସଫଳତା ପାଇଥିବାରୁ ଓ୍ବେଷ୍ଟଇଣ୍ଡିଜ ତୃତୀୟ ଟେଷ୍ଟରେ ସ୍ପେଶାଲିଷ୍ଟ ସ୍ପିନର ରାକିମ କର୍ନଓ୍ବାଲଙ୍କୁ ଖେଳାଇପାରେ। ଶାନନ ଗାବ୍ରିଏଲ ଓ ଆଲଜାରି ଜୋସେଫ ଆହତ ସମସ୍ୟାରେ ଅଛନ୍ତି। ଏମାନଙ୍କ ମଧ୍ୟରୁ କେହି ଫିଟ୍‌ ନ ହେଲେ ରେମନ ରାଇଫର ଓ କେମାର ହୋଲ୍ଡର ବିକଳ୍ପଭାବେ ଉଭା ହେବେ।
ସମ୍ଭାବ୍ୟ ଇଂଲଣ୍ଡ ଏକାଦଶ: ଜୋ ରୁଟ୍‌ (ଅଧିନାୟକ), ରୋରି ବନର୍‌ସ, ଡମ୍‌ ସିବ୍‌ଲେ, ଜ୍ୟାକ୍‌ କ୍ରାଓଲେ, ବେନ୍‌ ଷ୍ଟୋକ୍ସ, ଓଲି ପୋପ୍‌, ଜୋସ ବଟଲର, ଡୋମିନିକ୍‌ ବେସ୍‌, ଜୋଫ୍ରା ଆର୍ଚର, ଷ୍ଟୁଆର୍ଟ ବ୍ରଡ୍‌, ଜେମ୍ସ ଆଣ୍ଡରସନ।
ସମ୍ଭାବ୍ୟ ଓ୍ବେଷ୍ଟଇଣ୍ଡିଜ ଏକାଦଶ: ଜାସନ ହୋଲ୍ଡର(ଅଧିନାୟକ), ଜନ୍‌ କ୍ୟାମ୍ପବେଲ, କ୍ରେଗ୍‌ ବ୍ରାଥଓ୍ବେଟ, ଶାଇ ହୋପ୍‌, ଶାମରା ବ୍ରୁକ୍ସ, ରଷ୍ଟନ ଚେଜ୍‌, ଜର୍ମେନ ବ୍ଲାକ୍‌ଉଡ୍‌, ଜାସନ ହୋଲ୍ଡର, ଶେନ ଡୋରିଚ୍‌, ରାକିମ କର୍ନଓ୍ବାଲ, କେମର ରୋଚ୍‌, ଶାନନ ଗାବ୍ରିଏଲ।


Enter your email to get our daily news in your inbox.

All Right Reserved By Dharitri.Com

ବିଲୁଆଙ୍କ ସଂଖ୍ୟା ହ୍ରାସ ପାଉଛି

ମହାକାଳପଡ଼ା,୨୭ା୨(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଜମ୍ବୁ ଦ୍ୱୀପର ସବୁଜ ବନାନୀ ଓ ବିସ୍ତୀର୍ଣ୍ଣ ହେନ୍ତାଳ ବଣ ଓ କିଆ ବୁଦା ମୂଳେ ସଞ୍ଜ ନଇଁଲେ ଶୁଭୁଥିଲା ବିଲୁଆଙ୍କର...

ସୀମାନ୍ତରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ, ୪ ଯବାନ ଗୁରୁତର

ମାଲକାନଗିରି,୯ା୨(ଡି.ଏନ୍‌.ଏ.):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ମାଓବାଦୀମାନେ ପୁଣି ହିଂସା ଘଟାଇଛନ୍ତି। ବିଜାପୁର ଜିଲା ଅସୁର ଏବଂ ଭୋପାଲପଟଣମ୍‌ ଟି-ପଏଣ୍ଟଠାରୁ ମାତ୍ର ୧୦୦ ମିଟର...

ପୁରୁଣା କନ୍‌ଭେୟର ବେଲ୍ଟଲାଇନ ଆବଦ୍ଧରୁ ପ୍ଲାଷ୍ଟର ଖସୁଛି

ପାରାଦୀପ,୨୯।୧(ସ୍ବ.ପ୍ର.): ପାରାଦୀପର ସବୁଠାରୁ ପୁରୁଣା, ଶକ୍ତ କନ୍‌ଭେୟର ବେଲ୍ଟଲାଇନକୁ ଆବଦ୍ଧ କରିଥିବା କଂକ୍ରିଟ୍‌ରୁ ସିମେଣ୍ଟ ପ୍ଲାଷ୍ଟର କିଛିଦିନ ହେଲା ଖସିବାରେ ଲାଗିଛି, ଯାହାକୁ ନେଇ ଉକ୍ତ...

ମଣ୍ଡପରେ କନ୍ୟାଙ୍କ ଡ୍ୟାନ୍ସ ଦେଖି ହସ ରୋକି ପାରିଲେନି ବର, ଭିଡିଓ ଦେଖିଲେ…

ଆମ ଦେଶରେ ବିବାହ, ଭୋଜି ଏବଂ ବ୍ୟାଣ୍ଡ ବାଜା ପରେ ବି ବିବାହ ଜମେ ନାହିଁ ଯେପର୍ଯ୍ୟନ୍ତ ବର ଆଉ ବରଯାତ୍ରୀ ଡ୍ୟାନ୍ସ କରି ନ...

କଟକରୁ ଆଉ ୬୪ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୬।୮-କଟକ ସହରରୁ ଗୁରୁବାର ଆଉ ୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ଜଣ କ୍ୱାରାଣ୍ଟାଇନରୁ ଥିବାବେଳେ ୧୦ ଜଣ...

ପୁଅ ଚିତା ନ ଲିଭୁଣୁ ଆଖି ବୁଜିଲେ ମା’

ପାତ୍ରପୁର,୨୦ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବାଦପୁର ଗ୍ରାମରେ ବୁଧବାର ଏକ ହୃଦୟ ବିଦାରକ ଘଟଣା ଘଟିଛି। ପୁଅର ଚିତା ଜଳୁଥିବା ବେଳେ ମା’ଙ୍କ ମୃତ୍ୟୁ...

ସ୍ବାମୀଙ୍କ ପାଇଁ ରୋଷେଇ କଲେ କ୍ୟାଟ୍ରିନା

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ବିକି କୌଶଲ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ପ୍ରଶଂସକମାନେ ଭିକି ଏବଂ କ୍ୟାଟ୍ରିନାଙ୍କୁ ଗୋଟିଏ ଫ୍ରେମରେ ଦେଖିବାକୁ...

ଗଞ୍ଜାମ ସହରରେ ବନ୍ଦ ପ୍ରଭାବ

ଗଞ୍ଜାମ,୨୬।୨(ଡି.ଏନ୍‌.ଏ.): ଜିଏସ୍‌ଟି ସରଳୀକରଣ ନିମନ୍ତେ ସର୍ବ ଭାରତୀୟ ବ୍ୟବସାୟୀ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆ ଯାଇଛିl ଏହାକୁ ଗଞ୍ଜାମ ସହର ବଡ଼ ବଜାର...

Advertisement
Archives

Model This Week