Posted inUncategorized

ସିରିଜ ଉପରେ ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ ଦଳର ନଜର

ମାଞ୍ଚେଷ୍ଟର, ୨୩।୭- ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ କ୍ରିକେଟ ଟେଷ୍ଟ ଶୁକ୍ରବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି। ୩ ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ ସ୍ଥିତିରେ ରହିଛି। ପ୍ରଥମ ଟେଷ୍ଟକୁ ଓ୍ବେଷ୍ଟଇଣ୍ଡିଜ ଜିତି ଥିବାବେଳେ ଦ୍ୱିତୀୟ ଟେଷ୍ଟରେ ବିଜୟୀ ହୋଇ ଇଂଲଣ୍ଡ ସଫଳ ପ୍ରତ୍ୟାବର୍ତ୍ତନ କରିଛି। ତେଣୁ ସିରିଜ ବିଜୟ ପାଇଁ ତୃତୀୟ ଟେଷ୍ଟ ଉପରେ ସ୍ବାଭାବିକଭାବେ ଉଭୟ ଦଳର ନଜର କେନ୍ଦ୍ରୀଭୂତ ହୋଇଛି। କରୋନା ସଂକ୍ରମଣ ପରେ ଅନ୍ତର୍ଜାତୀୟ ସ୍ତରରେ ଏହା ପ୍ରଥମ ସିରିଜ। ତେଣୁ ଯେଉଁ ଦଳ ବିଜୟୀ ହେଉ ନା କାହିଁକି ନିଶ୍ଚିତ ସ୍ମରଣୀୟ ରହିବ। ୧୯୮୮ପରେ ଇଂଲଣ୍ଡ ମାଟିରେ ଟେଷ୍ଟ ସିରିଜ ବିଜୟୀ ହେବାପାଇଁ ଓ୍ବେଷ୍ଟଇଣ୍ଡିଜ ନିକଟରେ ସୁଯୋଗ ରହିଛି। ଅନ୍ୟପକ୍ଷରେ ଘରୋଇ ପରିବେଶରେ ୬ ବର୍ଷର ଅପରାଜେୟ ରେକର୍ଡକୁ ଅପରିବର୍ତ୍ତିତ ରଖିବା ସହ ଓ୍ବିଜଡେନ ଟ୍ରଫି ବଜାୟ ରଖିବା ଆଶାରେ ରହିଛି ଇଂଲଣ୍ଡ।
ଦ୍ୱିତୀୟ ଟେଷ୍ଟ ଖେଳାଯାଇଥିବା ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ହିଁ ତୃତୀୟ ଟେଷ୍ଟ ଅନୁଷ୍ଠିତ ହେବ। କମ୍‌ ଦିନ ମଧ୍ୟରେ ୨ଟି ଅନ୍ତର୍ଜାତୀୟ ସ୍ତରର ପିଚ୍‌ ପ୍ରସ୍ତୁତ କରିବା ଗ୍ରାଉଣ୍ଡ୍ସ ଷ୍ଟାଫ୍‌ଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ରହିଥିଲା। ଦ୍ୱିତୀୟ ଟେଷ୍ଟ ପିଚ୍‌ ପ୍ରଶଂସନୀୟ ଥିଲା। ଏହା ଉଭୟ ବୋଲର ଓ ବ୍ୟାଟ୍ସମ୍ୟାନଙ୍କୁ ସହାୟତା କରିଥିଲା। ଦ୍ୱିତୀୟ ପିଚ୍‌ ମଧ୍ୟ ସ୍ପୋର୍ଟିଂ ରହିବା ଆଶା କରାଯାଉଛି। ଦ୍ରୁତ ବୋଲରଙ୍କ ଫର୍ମକୁ ଦୃଷ୍ଟିରେ ରଖି ପିଚ୍‌ ଅଧିକ ଫାଷ୍ଟ ରହିବା ନେଇ ଇଂଲଣ୍ଡ ମ୍ୟାନେଜମେଣ୍ଟ ଆଶା ରଖିଛି। ତୃତୀୟ ଟେଷ୍ଟରେ ମଧ୍ୟ ବର୍ଷା ପ୍ରତିବନ୍ଧକ ସାଜିପାରେ ବୋଲି ପୂର୍ବାନୁମାନ ରହିଛି।


କୋଭିଡ-୧୯ ପ୍ରୋଟୋକଲ ଭାଙ୍ଗିବା ଯୋଗୁ ଦ୍ୱିତୀୟ ଟେଷ୍ଟରେ ଖେଳିପାରି ନ ଥିବା ଜୋଫ୍ରା ଆର୍ଚର ୧୪ ଜଣିଆ ଦଳରେ ସ୍ଥାନ ପାଇଛନ୍ତି। ତେଣୁ ତାଙ୍କ ଖେଳିବା ସମ୍ଭାବନା ଅଧିକ। ବିଜୟ ପଥକୁ ଫେରିଥିବାରୁ ଦଳ ବ୍ୟାଟିଂ ଲାଇନ୍‌ଅପ୍‌ରେ ପରିବର୍ତ୍ତନ କରିବା ଆଶା ନାହିଁ। ତେଣୁ ଜ୍ୟାକ କ୍ରାଓଲେ ୩ ନମ୍ବର ଏବଂ ଜୋସ ବଟଲର ଉଇକେଟ କିପିଂ କରିବା ସହ ୭ ନମ୍ବରରେ ବ୍ୟାଟିଂ କରିବେ। ଦଳରେ ୬ ଦକ୍ଷ ଦ୍ରୁତ ବୋଲର ଥିବାରୁ କେଉଁ ୩ ଜଣଙ୍କୁ ପ୍ଲେଇଂ ଇଲେଭେନରେ ନିଆଯିବ ତାହା କୋଚ୍‌ କ୍ରିସ୍‌ ସିଲଭରଉଡ୍‌ ନିଷ୍ପତ୍ତି ନେବେ। ସିରିଜର ନିର୍ଣ୍ଣାୟକ ମ୍ୟାଚ ହୋଇଥିବାରୁ ଇଂଲଣ୍ଡ ଜେମ୍ସ ଆଣ୍ଡରସନ, ଷ୍ଟୁଆର୍ଟ ବ୍ରଡ୍‌ ଓ ଜୋଫ୍ରା ଆର୍ଚରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇପାରେ। ସ୍ପିନର ଡୋମିନିକ୍‌ ବେସ୍‌ ସ୍ଥାନ ବଜାୟ ରଖିବେ ବୋଲି ପୂର୍ବରୁ କୋଚ୍‌ ପ୍ରକାଶ କରି ସାରିଛନ୍ତି। ରୋଟେଶନ ପଦ୍ଧତି ଉପରେ ଗୁରୁତ୍ୱ ଦେଉଥିଲେ ହେଁ ସିଲଭରଉଡ୍‌ ଆଗାମୀ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରୁ ବେନ୍‌ ଷ୍ଟୋକ୍ସଙ୍କୁ ବାଦ୍‌ ଦେବା ସମ୍ଭାବନା କମ୍‌।
ଟପ୍‌ ଅର୍ଡର ବ୍ୟାଟିଂ ବିଫଳତା ଓ୍ବେଷ୍ଟଇଣ୍ଡିଜ ପାଇଁ ଚିନ୍ତାର କାରଣ ହୋଇଛି। କ୍ରେଗ୍‌ ବ୍ରାଥଓ୍ବେଟଙ୍କୁ ଛାଡ଼ିଦେଲେ ଜନ କ୍ୟାମ୍ପବେଲ ଓ ଶାଇ ହୋପ୍‌ ଏପର୍ଯ୍ୟନ୍ତ କ୍ଲିକ୍‌ କରି ନାହାନ୍ତି। ୪ ଇନିଂସରେ ଦୁହେଁ ମିଶି ୧୦୯ ରନ କରିବାକୁ ସକ୍ଷମ ହୋଇଛନ୍ତି। ଆଗାମୀ ମ୍ୟାଚରେ ସେମାନଙ୍କ ବ୍ୟାଟ୍‌ରୁ ବଡ଼ ସ୍କୋର ଆଶା ରହିଛି। ଆବଶ୍ୟକସ୍ଥଳେ ରିଜର୍ଭ ବ୍ୟାଟ୍ସମ୍ୟାନ ଜୋଶୁଆ ଡା’ସିଲ୍‌ଭା ଏବଂ ଶେନ ମୋସେଲିଙ୍କ ମଧ୍ୟରୁ କେହି ସୁଯୋଗ ପାଇ ପାରନ୍ତି। ଦ୍ୱିତୀୟ ଟେଷ୍ଟରେ ରଷ୍ଟନ ଚେଜ୍‌ ୫ ଉଇକେଟ ସଫଳତା ପାଇଥିବାରୁ ଓ୍ବେଷ୍ଟଇଣ୍ଡିଜ ତୃତୀୟ ଟେଷ୍ଟରେ ସ୍ପେଶାଲିଷ୍ଟ ସ୍ପିନର ରାକିମ କର୍ନଓ୍ବାଲଙ୍କୁ ଖେଳାଇପାରେ। ଶାନନ ଗାବ୍ରିଏଲ ଓ ଆଲଜାରି ଜୋସେଫ ଆହତ ସମସ୍ୟାରେ ଅଛନ୍ତି। ଏମାନଙ୍କ ମଧ୍ୟରୁ କେହି ଫିଟ୍‌ ନ ହେଲେ ରେମନ ରାଇଫର ଓ କେମାର ହୋଲ୍ଡର ବିକଳ୍ପଭାବେ ଉଭା ହେବେ।
ସମ୍ଭାବ୍ୟ ଇଂଲଣ୍ଡ ଏକାଦଶ: ଜୋ ରୁଟ୍‌ (ଅଧିନାୟକ), ରୋରି ବନର୍‌ସ, ଡମ୍‌ ସିବ୍‌ଲେ, ଜ୍ୟାକ୍‌ କ୍ରାଓଲେ, ବେନ୍‌ ଷ୍ଟୋକ୍ସ, ଓଲି ପୋପ୍‌, ଜୋସ ବଟଲର, ଡୋମିନିକ୍‌ ବେସ୍‌, ଜୋଫ୍ରା ଆର୍ଚର, ଷ୍ଟୁଆର୍ଟ ବ୍ରଡ୍‌, ଜେମ୍ସ ଆଣ୍ଡରସନ।
ସମ୍ଭାବ୍ୟ ଓ୍ବେଷ୍ଟଇଣ୍ଡିଜ ଏକାଦଶ: ଜାସନ ହୋଲ୍ଡର(ଅଧିନାୟକ), ଜନ୍‌ କ୍ୟାମ୍ପବେଲ, କ୍ରେଗ୍‌ ବ୍ରାଥଓ୍ବେଟ, ଶାଇ ହୋପ୍‌, ଶାମରା ବ୍ରୁକ୍ସ, ରଷ୍ଟନ ଚେଜ୍‌, ଜର୍ମେନ ବ୍ଲାକ୍‌ଉଡ୍‌, ଜାସନ ହୋଲ୍ଡର, ଶେନ ଡୋରିଚ୍‌, ରାକିମ କର୍ନଓ୍ବାଲ, କେମର ରୋଚ୍‌, ଶାନନ ଗାବ୍ରିଏଲ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଇବିସି ପାଇଁ କମିଶନ ଗଢ଼ିଲେ ସରକାର

ଭୁବନେଶ୍ୱର, ୮।୧୦(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥାଗୁଡିକରେ(ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ…

ବିଭାଜିତ ରାୟ ପ୍ରତ୍ୟାହାର ଆବେଦନର ପୁନର୍ବିଚାର କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮ା୧୦(ପି.ଟି.): ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଏବଂ ନିର୍ବାଚନ କମିଶନର (ଇସି) ନିଯୁକ୍ତି ପାଇଁ ଅଣାଯାଇଥିବା ୨୦୨୩ ଆଇନକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକୁ ବୃହତ୍ତର ସାମ୍ବିଧାନିକ ପୀଠକୁ…

ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଲଢ଼େଇ ଜାରି ରହିବ

ନୂଆଦିଲ୍ଲୀ,୮୧୦ ମୁଖ୍ୟ ନିର୍ବାଚନ କମିଶନର(ସିଇସି)ଙ୍କ ବିରୋଧରେ କକ୍‌ରୋଚ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପର୍ଯ୍ୟନ୍ତ ଜାରି ରହିବ। ଏପରିକି ସିଇସି ଜ୍ଞାନେଶ କୁମାରଙ୍କ…

ଚୀରନିଦ୍ରାରେ ବଲିଉଡ଼ର ଭେଟେରାନ ଆକ୍ଟର ‘ନାନା ପାଟେକର’

ମୁମ୍ବାଇ: ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୁରୁବାର ୭୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗୋଆର ଡୋନା ପାଉଲା ସ୍ଥିତ…

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?