Posted inଫୁରସତ

୩୦ ଛେଳି ଛୁଆକୁ ମାରିଦେଲେ ମାଙ୍କଡ଼ ପଲ

ହାଇଦ୍ରାବାଦ, ୨୩।୭: ହାଇଦ୍ରାବାଦ ସୂର୍ଯ୍ୟପେଟ ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ଗ୍ରାମରେ ମାଙ୍କଡ଼ ପଲ ଆକ୍ରମଣ କରି ୩୦ ଛେଳି ଛୁଆକୁ ମାରି ଦେଇଛନ୍ତି। ଏହି ଘଟଣାଟି ଚିନ୍ଥାଲାପାଲେମ ମଣ୍ଡଳ ଅନ୍ତର୍ଗତ ବନଦ୍ରିଗୁଡେମ ଗ୍ରାମରେ ଘଟିଛି। ଏହି ଗ୍ରାମରେ ଅଧିକାଂଶ ସମୟ ମାଙ୍କଡ଼ଙ୍କ ଦୌରାତ୍ମ ଦେଖିବାକୁ ମିଳିଥାଏ। ଗ୍ରାମର ଟୋକଲା ସଇଦୁଲ ନାମକ ଜଣେ ଛେଳି ପାଳକ ବୁଧବାର ଛେଳି ନେଇ ଚରାଇବା ପାଇଁ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ତେବେ ସଇଦୁଲ କିଛି ଛେଳି ଛୁଆକୁ ସାଥିରେ ନ ନେଇ ସେମାନଙ୍କୁ ଗୁହାଳରେ ଛାଡ଼ି ଜଙ୍ଗଲକୁ ଯାଇଥିଲେ। ସଇଦୁଲଙ୍କ ଘରେ ମଧ୍ୟ ସେହି ସମୟରେ କେହି ଉପସ୍ଥିତ ନ ଥିଲେ। ଏହାର ସୁଯୋଗ ଦେଇ ଏକ ୨୦ ଜଣିଆ ମାଙ୍କଡ଼ ପଲ ଗୁହାଳ ମଧ୍ୟରେ ପଶି ଛେଳି ଛୁଆଗୁଡ଼ିକୁ ଆକ୍ରମଣ କରିଥିଲେ। ଏହା ଜାଣିପାରି ପଡ଼ୋଶୀ ଲୋକ ମଧ୍ୟ ମାଙ୍କଡ଼ ପଲଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଶେଷରେ ମାଙ୍କଡ଼ଙ୍କ ଆକ୍ରମଣରେ ୩୦ ଛେଳି ଛୁଆ ମରିଯାଇଥିବା ଜଣାପଡ଼ିଛି। ସଇଦୁଲ ଯେତେବେଳେ ଘରକୁ ଫେରିଥିଲେ ମାଙ୍କଡ଼ଙ୍କ ଦ୍ୱାରା ହୋଇଥିବା ଏ ଦୌରାତ୍ମକୁ ଦେଖି ମର୍ମାହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବତୀଙ୍କୁ ଆକୃଷ୍ଟ କରିବାକୁ ଖର୍ଚ୍ଚ କଲେ ଏତିକି ଲକ୍ଷ ଟଙ୍କା, ଏବେ ଲାଗୁଛି ଲମ୍ବା ଲାଇନ୍‌

ପ୍ରକୃତି ପ୍ରତ୍ୟେକ ମଣିଷକୁ ଅଲଗା ଅଲଗା କରି ଗଢ଼ିଛି। କିଏ ଲମ୍ବା ତ କିଏ ଛୋଟ। ଆଉ କିଏ ବହୁତ ସୁନ୍ଦର ତ ଆଉ କିଏ...

ଶଙ୍ଖର ମହତ୍ତ୍ୱ

ହିନ୍ଦୁ ଧର୍ମରେ ଶଙ୍ଖର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ସେଥିପାଇଁ ପ୍ରାୟ ସମସ୍ତଙ୍କ ଘରେ ଶଙ୍ଖ ଥିବା ଦେଖିବାକୁ ମିଳିଥାଏ। ତେବେ ଘରେ ଶଙ୍ଖ ରଖିଲେ...

ଆଇଟିବିପି ଯବାନଙ୍କୁ ସାଲ୍ୟୁଟ କରୁଥିବା ଶିଶୁର ଭିଡ଼ିଓ ଭାଇରାଲ

ଚୁଶୁଲ୍‌, ୧୨।୧୦: ସୋସିଆଲ୍‌ ମିଡ଼ିଆରେ ଜଣେ ଶିଶୁର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଶିଶୁ ଜଣକ ଲଦାଖର ଚୁଶୁଲ୍‌ଠାରେ ଆଇଟିବିପି ଯବାନଙ୍କୁ ସାଲ୍ୟୁଟ୍‌ କରୁଥିବାର...

ତସ୍କରଙ୍କ ଟାର୍ଗେଟ୍‌ରେ ଭାରତୀୟ କଳାକୃତି

ନୂଆଦିଲ୍ଲୀ: ରାଜସ୍ଥାନରୁ ୧୯୯୮ରେ ବ୍ରିଟେନକୁ ଚୋରା ଚାଲାଣ କରାଯାଇଥିବା ମହାପ୍ରଭୁ ଶିବଙ୍କ ଏକ ପ୍ରାଚୀନ ମୂର୍ତ୍ତି ଭାରତ ଫେରିବ। ୧୫ ବର୍ଷ ଧରି ଏଜାଗାରୁ ସେଜାଗା...

ଚଳନ୍ତା କାର୍‌ର ଟାୟାର ପରିବର୍ତ୍ତନ କରି ଗିନିଜ୍‌ ରେକର୍ଡ କଲେ ଦୁଇ ବ୍ୟକ୍ତି

କିଛି ଲୋକ ଅଛନ୍ତି, ଅନେକ ଅଦ୍ଭୁତ କାମ କରି ରେକର୍ଡ କରିବାକୁ ଚାହିଁଥାନ୍ତି। କାମ ଯେତେ କଷ୍ଟ ହେଲେ ମଧ୍ୟ ରିସ୍କ ନେଇ ଇଚ୍ଛା ପୂରଣ...

ବିବାହ ରାତିରେ ଛାତରୁ ଡେଇଁ ପଳାଇଲେ କନ୍ୟା, କାରଣ ଜାଣିଲେ…

ଭୋପାଳ,୩୦ା୭: ମଧ୍ୟପ୍ରଦେଶର ଭିଣ୍ଡ୍‌ ଜିଲାରେ ଜଣେ କନ୍ୟା ବିବାହ ଦିନ ରାତିରେ ହିଁ ଛାତରୁ ଡେଇଁ ପଳାଇଥିଲେ। କାରଣ ବର ଜଣକ ବିବାହ କରିବା ପାଇଁ...

ତ୍ୟାଗର ମୂଲ୍ୟ ଦେବାରେ ଓଡ଼ିଆ ଜାତି କୃପଣ ନ ଥିଲା

ଆମେ ଆଲୋଚନା କରିସାରିଛେ ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକ ଦରବ କେଉଁମାନେ ଦେଇଥିଲେ। କେଉଁମାନେ ଚାରୋଟିଯାକ ଶିଳ୍ପୀ ଶିବିର ଓ ପାଇଟିଆଳଙ୍କ ଖାଦ୍ୟ ବ୍ୟବସ୍ଥା ସହିତ...

ଶାଢ଼ି-ଧୋତି ପିନ୍ଧି ସ୍କେଟିଂ, ଭିଡିଓ ଭାଇରାଲ ପରେ ଲୋକେ କହିଲେ…

ନୂଆଦିଲ୍ଲୀ: ବିଦେଶ ମାଟିରେ ଭାରତୀୟ ସଂସ୍କୃତିର ନିଦର୍ଶନ କରିଛନ୍ତି ଏକ ଦମ୍ପତି। ଶାଢ଼ି ଆଉ ଧୋତି ପରିଧାନ କରି ସ୍କେଟିଂ କରିଥିବା ଯୋଗୁ ସୋସିଆଲ ମିଡିଆରେ...

Advertisement
Archives

Model This Week