ଅଧିକାରୀଙ୍କୁ ତାଲା ପକାଇଲେ ହିତାଧିକାରୀ

ଯୋଡା,୧୧୭।୮(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅଧୀନ ଚମକପୁର ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ହିତାଧିକାରୀମାନେ ସେମାନଙ୍କର ୪ମାସର ବକେୟା ଭତ୍ତା ନ ପାଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଦ୍ୟାଧର ପାତ୍ର ଓ ଗ୍ରାମ ରୋଜଗାର ସେବକ ରମେଶ ନାଏକଙ୍କୁ ଗୋଟିଏ ପ୍ରକୋଷ୍ଠ ମଧ୍ୟରେ ୨ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ତାଲା ପକାଇ ଅଟକ ରଖିଥିବା ଜଣପାଡ଼ିଛି। ଏ ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ବ୍ୟାପକ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା।
ସୂଚନା ଅନୁଯାୟୀ, ସରକାରଙ୍କର ଦ୍ୱାରା ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ବିଭିନ୍ନ ଗ୍ରାମର ହିତାଧିକାରୀଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ମିଳିଥାଏ। ଏଥି ମଧ୍ୟରୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ରାଜ୍ୟ ସରକାର ଦେଉଥିବା ଭତ୍ତା ନଗଦ ପ୍ରଦାନ କରାଯାଉଥିବା ବେଳେ କେନ୍ଦ୍ର ସରକାରଙ୍କ ଭତ୍ତା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଆସିଥାଏ । ତେବେ ହିତାଧିକାରୀମାନେ ବ୍ୟାଙ୍କ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ ମଧ୍ୟ ବ୍ୟାଙ୍କ କର୍ମଚାରୀମାନେ ଟଙ୍କା ଆସି ନ ଥିବା କହି ସେମାନଙ୍କୁ ୪ମାସ ହେଲା ଫେରାଇଦେଉଛନ୍ତି । ସେଥିପାଇଁ ଦୂରଦୁରାନ୍ତରୁ ଟଙ୍କା ଖର୍ଚ୍ଚ କରି ହିତାଧିକାରୀଙ୍କୁ ବ୍ୟାଙ୍କ ଯାଇ ନିରାଶ ହୋଇ ଫେରିବାକୁ ପଡ଼ିଛି। ଏପରିକି ଅନେକ ହିତାଧିକାରୀ ବ୍ୟାଙ୍କ ଯିବା ପାଇଁ ଅକ୍ଷମ ହୋଇଥିବା ବେଳେ ସେମାନଙ୍କୁ ଅଟୋ ଭଡା କରି ବ୍ୟାଙ୍କ ଯିବାକୁ ପଡ଼ିଛି । ସେମାନେ ପାଉଥିବା ଭତ୍ତା ଏବଂ ଅଟୋ ଭଡ଼ା ପ୍ରାୟ ସମାନ ହେଇଯାଉଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ସମସ୍ୟା ଯୋଡା ବ୍ଲକର ୧୯ଟି ଯାକ ପଞ୍ଚାୟତରେ ଦେଖାଦେଉଥିବା ବେଳେ ଅଧିକାରୀମାନଙ୍କ ଖାମଖିଆଲି ନୀତି ଯୋଗୁ ଏହା ଘଟୁଥିବା ଜଣାପଡିଛି । ଅଧିକାରୀଙ୍କୁ ଅଟକ ରଖିବା ପରେ ହିତାଧିକାରୀଙ୍କର ଚଳିତ ମାସର ଭତ୍ତା ବାବଦକୁ ୩ ଲକ୍ଷ ଦେବା ପାଇଁ ଅଧିକାରୀମାନେ ସ୍ଥିର କରିଥିଲେ। କିନ୍ତୁ ଏହାକୁ ମଧ୍ୟ ହିତାଧିକାରୀମାନେ ବିରୋଧ କରିଥିଲେ। ବିଗତ ୩ମାସର ଭତ୍ତା ସେମାନେ ଦାବି କରିଥିଲେ। ପରିସ୍ଥିତି ଉତ୍ତେଜନା ମୂଳକ ହେବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ଯୋଡା ବିଡିଓ ଜଗନ୍ନାଥ ହନୁମାନଙ୍କ ସହିତ ଅଧିକାରୀ ଯୋଗାଯୋଗ କରି ଆଉ ୩ଲକ୍ଷ ଟଙ୍କା ଦେବା ପାଇଁ ବିଡିଓଙ୍କ ନିର୍ଦ୍ଦେଶକ୍ରମେ ଯୋଡାରୁ କିଛି କର୍ମଚାରୀ ଯାଇ ବକେୟା ପୈଠ କରାଯାଇଥିବା ଅଟକ ରହିଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ବିଦ୍ୟାଧର ପାତ୍ର ଖବରଦାତାଙ୍କୁ ସୂଚନା ଦେଇଥିଲେ। ତେବେ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କେତେକ ହିତାଧିକାରୀଙ୍କ ମୃତ୍ୟୁ ପରେ ମଧ୍ୟ ଜାଲ ଟିପ ଚିହ୍ନରେ ଅର୍ଥ ହଡ଼ପ କରାଯାଉଥିବା ଅଭିଯୋଗ ହୋଇଛି। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ତେବେ ଗରିବ ହିତାଧିକାରୀମାନଙ୍କ ପାଇଁ ଉଦ୍ଦିଷ୍ଠ ଭତ୍ତା ଠିକ ସମୟରେ ମିଳୁ ନ ଥିବାରୁ ସେମାନେ ଅତ୍ୟନ୍ତ ହଇରାଣ ହେଉଥିବା ପ୍ରକାଶ କରିଛନ୍ତି । ଏହାକୁ ତୁରନ୍ତ ନିୟମିତ କରିବା ପାଇଁ ହିତାଧିକାରୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବେଠୁ ଜଳ ସଙ୍କଟ

ବାଲିଆପାଳ,୨୫।୩(ସ୍ବ.ପ୍ର.)- ଖରାଦିନ ଆରମ୍ଭରୁ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ବାଲିଆପାଳ ପଞ୍ଚାୟତରେ ଜଳସଙ୍କଟ ଦେଖାଦେଇଛି। ଦୁଇଟି ପାନୀୟଜଳ ପ୍ରକଳ୍ପ ଥାଇ ମଧ୍ୟ ଲୋକଙ୍କୁ ପାନୀୟଜଳ ଯୋଗାଇବାରେ...

କରୋନା ସମ୍ପର୍କରେ ତାଲିମ ଦେଲେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସଂଯୋଜକ

ଟିଟିଲାଗଡ଼, ୨।୫ (ଡି.ଏନ.ଏ): ବଲାଙ୍ଗୀର ଜିଲା ଲିଖରିଆରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛି। ଏନେଇ ପ୍ରଶାସନିକ ତପତ୍ରତା ଆରମ୍ଭ ହୋଇଛି। ଶନିବାର ବିଶ୍ୱ ସ୍ବାସ୍ଥ୍ୟ...

ଜିଲାପାଳ ଅଫିସରେ ତାଲା ପକାଇଲେ ଚାଷୀ

ବରଗଡ଼ ଅଫିସ,୧୯।୧୧: ଖରିଫ ଧାନ କିଣାବିକାରେ ଟୋକନ ବ୍ୟବସ୍ଥାକୁ ବିରୋଧକରି ମଙ୍ଗଳବାର ଚାଷୀମାନେ ବରଗଡ଼ ଜିଲାପାଳଙ୍କ ଅଫିସରେ ତାଲା ପକାଇଛନ୍ତି। ଓଡ଼ିଶା ରାଜ୍ୟ କୃଷକ ସଂଗଠନର...

ବାଲୁକା କଳାରେ ହଳଲଙ୍ଗଳ

କର୍ଲାମୁଣ୍ଡା,୨୬ା୭(ପ୍ରଦୀପ କୁମାର ସାହୁ): ଏବର୍ଷ ବର୍ଷା ବିଳମ୍ବରେ ହୋଇଥିଲେ ହେଁ ବର୍ତ୍ତମାନ ଚାରିଆଡ଼େ ପଲ୍ଲା ରୁଆ, ବେଉଷଣ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି। ଟ୍ରାକ୍ଟର,ପାଓ୍ବାରଟିଲର ଓ...

ଧୂଆଁରେ ଅଣନିଃଶ୍ୱାସୀ ଉତ୍ତର ଘୁମୁସର ବନଖଣ୍ଡବାସୀ

ଭଞ୍ଜନଗର,୬।୩(ଡି.ଏନ.ଏ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଚଳିତ ବର୍ଷର ସୋମବାର ୧୫୭ଟି ସ୍ଥାନରେ ଜଙ୍ଗଲ ନିଆଁ ଲାଗଛି। ସେଥିମଧ୍ୟରୁ ରବିବାର ୧୫ରୁ ଊର୍ଦ୍ଧ୍ୱ ସ୍ଥାନରେ ନିଆଁ...

ନନ୍ଦନକାନନରେ ଫସି ରହିଛି ଜଙ୍ଗଲୀ ଦନ୍ତା

ବାରଙ୍ଗ,୧୨।୨(ଡି.ଏନ୍‌.ଏ.): ନନ୍ଦନକାନନରେ ଫସି ରହିଛି ଜଙ୍ଗଲୀ ଦନ୍ତାହାତୀ। ନନ୍ଦନକାନନ ପଛପଟ ପାଚେରି ଭାଙ୍ଗି ଦନ୍ତା ପରିସରକୁ ପଶିଥିଲା। ଟୟ ଟ୍ରେନ୍‌ ଧାରଣା ଉପରେ ଆସି ବୋଟ୍‌...

ଥାର୍ଡ ଡିଗ୍ରୀ ଅଭିଯୋଗର ତଦନ୍ତ ଆରମ୍ଭ

ପୁରୀ ଅଫିସ,୨୫ା୧୧: ଥାନାରେ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ ନେଇ ପୁରୀ ଜିଲା ଚର୍ଚ୍ଚାରେ ରହିଛି। ପୁରୀ ହାଜତ ମୃତ୍ୟୁର ତାତି ଥମି ନ ଥିବାବେଳେ ପିପିଲି...

ଅଚାନକ ଚଢ଼ାଉ: ଗ୍ୟାସ୍‌ କଟରେ କାଟିଦେଲେ କରତ କଳ

ଖୋର୍ଦ୍ଧା ଅଫିସ,୧୩।୯: ଖୋର୍ଦ୍ଧା ବନଖଣ୍ଡ ବାଲିପାଟଣା ବନାଞ୍ଚଳ ଅଧୀନ ଗୋଟିଏ ବେଆଇନ କରତ କଳ ଉପରେ ବନ ବିଭାଗ ପକ୍ଷରୁ ମଙ୍ଗଳବାର ସକାଳୁ ଚଢ଼ାଉ କରାଯାଇଛି।...

Advertisement
Archives

Model This Week