ଘରକୁ ଫେରୁଥିବା ବେଳେ ହୋଇଥିଲା ଅପହରଣ : ଆଉ ଏବେ…

ଦିଗପହଣ୍ଡି,.୧୯। ୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତା ଗୁପ୍ତେଶ୍ୱର ଶୈବପୀଠ ନିକଟ ରସ ଫ୍ୟାକ୍ଟ୍ରି ନିକଟରୁ ଜଣେ ବିବାହିତାଙ୍କୁ ଜବରଦସ୍ତ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ମହିଳା ଜଣକ ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମରୟସେ ଫ୍ୟାକ୍ଟ୍ରିରେ କାମସାରି ଗତ ରବିବାର ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ବୁଗୁଡ଼ା ପଲ୍ଲୀ ଗ୍ରାମର ବନମାଳୀ ଦାସ ଏବଂ ତାଙ୍କ ୩ ସହଯୋଗୀ ମହିଳାଙ୍କୁ ଅପହରଣ କରିଥିବା ନେଇ ତାଙ୍କ ଝିଅ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଆଇଆଇସି ପ୍ରଶାନ୍ତ ପାତ୍ର ଥାନା ମାମଲା ନଂ.୩୨/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଏସଆଇ ସୋଫିଆ ମିଶ୍ରଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ଅଭିଯୁକ୍ତ ଜଣକ ତାଙ୍କ ପଦ୍ମନାଭପୁର ଘରକୁ ଆସି ତାଙ୍କ ମା ଓ ଭାଇଙ୍କୁ ହତ୍ୟା ଧମକ ଦେଇଥିଲେ। ପ୍ରାୟ ୧ ସପ୍ତାହ ହେଲା ଅଭିଯୁକ୍ତ ତାଙ୍କ ମାଆଙ୍କୁ ରସ ଫ୍ଯାକ୍ଟ୍ରି ନିକଟରେ ରହି ପିଛା କରୁଥିଲେ। ଅଭିଯୁକ୍ତ ତାଙ୍କୁ ଫୋନ କରି ତାଙ୍କ ମାଙ୍କୁ କଲିକତା ନେଇ ଯାଉଛୁ। ୧୫ ଦିନ ପରେ ତାଙ୍କୁ ଛଡ଼ାଯିବ ବୋଲି ଧମକ ଦେଇଥିବା ଏତଲାରେ ଉଲ୍ଲେଖ ରହିଥିଲା। ତଦନ୍ତକାରୀ ଅଧିକାରୀଙ୍କ ନେତୃତ୍ୱରେ ଗଠିତ ସ୍ବତନ୍ତ୍ର ସ୍କ୍ବାର୍ଡ ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ କରି ଶେଷରେ କେ.ନୂଆଗାଁ ଥାନା ଖମାରି ଗାଁ ଅଞ୍ଚଳରୁ ଅପହୃତ ମହିଳାଙ୍କୁ ଉଦ୍ଧାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକଙ୍କ ସ୍ମୃତିରେ ଯୁବଗୋଷ୍ଠୀଙ୍କ ନିଆରା ପ୍ରୟାସ

ଗଞ୍ଜାମ,୧୬।୩(ବିଦ୍ୟାଧର ସାହୁ): ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ସ୍ବର୍ଗତ ଭଗବାନ ମହାରଣାଙ୍କ ସ୍ମୃତି ଉଦ୍ଦେଶ୍ୟରେ ପୁଇଁତୋଳା ଯୁବଗୋଷ୍ଠୀଙ୍କ ଦ୍ୱାରା ବଡ ବନ୍ଧ ପୋଖରୀ ପାରିପାର୍ଶ୍ୱ ସଫେଇ କରାଯାଇଥିଲା।...

OSRTC ବସ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ

ଜଗନ୍ନାଥ ପ୍ରସାଦ,୧୬।୩: ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ଥାନା ଅଧୀନ ପଞ୍ଚଭୂତି ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। OSRTC ବସ୍‌ ଏବଂ ସ୍କୁଟି...

ସୁନ୍ଦର ଓ ସବୁଜ ଦାରିଙ୍ଗବାଡି ପାଇଁ  ପ୍ରୟାସ 

ଦାରିଙ୍ଗବାଡି,୧୬ ।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସବୁଜ ସୁନ୍ଦର କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏକ ଫୋରମ ଗଠନ କରାଯାଇ...

କନ୍ଧମାଳରୁ ବେଆଇନ ଗୋଚାଲାଣ: ଉଦ୍ଧାର କଲା ଭଞ୍ଜନଗର ପୋଲିସ

ଭଞ୍ଜନଗର,୧୬।୩ (ବାବୁଲା ପ୍ରଧାନ): ଶନିବାର ବିଳମ୍ବିତ ରାତିରେ କନ୍ଧମାଳ ଜିଲାରୁ ଶତାଧିକ ଗାଈ, ଗୋରୁ ବେନିୟମ ଭାବେ ଗଞ୍ଜାମ ଜିଲା ବେଲଗୁଣ୍ଠା ହାଟ କିମ୍ବା ଅନ୍ୟ...

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ରମାକାନ୍ତ ରଥଙ୍କ ଶେଷକୃତ୍ୟ

ଭୁବନେଶ୍ୱର,୧୬।୩: ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ରମାକାନ୍ତ ରଥଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ଘୋଷଣା କରିଛନ୍ତି। ସୋମବାର...

ଆହୁରି ୩ ଦିନ କରିବ କଲବଲ: ଏହି ୩ ଜିଲାକୁ ହିଟୱେଭ ଆଲର୍ଟ

ଭୁବନେଶ୍ୱର,୧୬।୩: ରାଜ୍ୟରେ ଉପରମୁହାଁ ହେଉଛି ପାରଦ। ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା। ଅସହ୍ୟ ହେଉଛି ଗ୍ରୀଷ୍ମ ଲହରୀ। ଆଜିଠାରୁ ଆହୁରି ପ୍ରଚଣ୍ଡ ହେବ ତାତି। ଆସନ୍ତା ୩...

ସାଙ୍ଗମାନଙ୍କ ସହ ଯାଇଥିଲେ ହୋଲି ଖେଳି, ଫେରିଲେନି ଘରକୁ …

ଗଞ୍ଜାମ,୧୬।୩: ଗଞ୍ଜାମ ଜିଲା ପୋଡମପେଟା ଗାଁ ନିକଟ ସମୁଦ୍ର କୂଳରେ ଏକ ଅଘଟଣ ଘଟିଛି। ହୋଲି ଖେଳି ସମୁଦ୍ରରେ ଗାଧୋଇବା ବେଳେ ପାଣିରେ ବୁଡି ଜଣେ...

ରମାକାନ୍ତ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: କହିଲେ କରିହେବନି ତାଙ୍କ ଭୂମିକାକୁ ଅସ୍ବୀକାର

ଭୁବନେଶ୍ୱର,୧୬ । ୩ : ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥିତଯଶା କବି  ରମାକାନ୍ତ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri